ମିଥୁନ ରାଶିଙ୍କ ଭାଗ୍ୟ ଭବିଷ୍ୟ ଆଚାର ବ୍ୟବହାର ଓ ଅନ୍ୟ ସବୁ କଟୁ ସତ୍ୟ ।

ମିଥୁନ ରାଶି ର ସ୍ୱାମୀ ବୁଧ ଦେବ ଅଟନ୍ତି , ବୁଧ ଦେବ ପରିବର୍ତ୍ତନ ଓ ସଂସାରର କାରକ ହୋଇଥାନ୍ତି। ମିଥୁନ ରାଶି ର ଲୋକ ଲୋଭନୀୟ, ଆକର୍ଷକ ଓ ମାନସିକ ସ୍ତରରେ ଅଧିକ ମଜବୁତ ରହିଥାନ୍ତି। ସର୍ବଦା ଖୁସି ରହିବା ଓ ବାତାବରଣ କୁ ଆନନ୍ଦ ରେ କରିବା ଏମାନ ଙ୍କୁ ଖୁବ୍ ଜଣା ଥାଏ । ନମନୀୟତା ଏମାନଙ୍କ ସ୍ୱଭାବ ରୁ ସ୍ପଷ୍ଟ ଦେଖାଯାଇ ଥାଏ। ଏମାନେ ପ୍ରତ୍ୟେକ ବ୍ୟକ୍ତି ର ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରନ୍ତି। ରାଶି ମାନଙ୍କ ମଧ୍ୟ ରୁ ମିଥୁନ ରାଶି ସବୁଠାରୁ ଅଧିକ ବହୁ ମୁଖୀ ସମ୍ପନ ରାଶି ବୋଲି ପ୍ରକାଶ କରାଯାଏ । ଏମାନେ ତିବ୍ର ବୁଧି ସମ୍ପନ , ଜୀଗ୍ୟାନ୍ସୁ ଓ ତର୍କଶୀଳ ହୋଇଥାନ୍ତି।

ଏମାନଙ୍କ ପାଖରେ ଗୋଟିଏ ଅଦ୍ଭୁତ କ୍ଷମତା ରହିଥାଏ। କଠିନ ରୁ କଠିନ ବିଷୟରେ ଏମାନେ ଜାଣି ନେଇ ଥାନ୍ତି। ମିଥୁନ ରାଶି ର ବ୍ୟକ୍ତି ଦୁଇ ପ୍ରକାର ବିଭିନିତ୍ୱ କରିଥାନ୍ତି। ଏମାନେ ଦୁଇ ପ୍ରକାର ବ୍ୟବହାର କରିଥାନ୍ତି ସେଥିପାଇଁ ଏମାନ ଙ୍କୁ ଜାଣିବା କଷ୍ଟ ହୋଇଥାଏ। ଏମାନେ ସବୁଠାରୁ ଅଧିକ ବୁଧିମାନ୍ ହୋଇଥାନ୍ତି। ଏମାନେ ଖାଲି ସ୍ଥାନରେ ବସି ପାରନ୍ତି ନାହିଁ। ଦୂର ସ୍ଥାନ କୁ ଯାତ୍ରା, ପୁସ୍ତକ, ଗୀତ ସର୍ବଦା କିଛି ନା କିଛି କାମ ରେ ବ୍ୟସ୍ତ ରୁହନ୍ତି। ପ୍ରତ୍ୟେକ ଜିନିଷ କୁ ପାଇବା ଓ ଶିକ୍ଷିବା ର ଇଛା ଥାଏ ଏମାନଙ୍କ ର। ଏମାନେ ବୈ।ଧିକ କଥା କୁ ଅଧିକ ମହତ୍ତ୍ୱ ଦେଇଥାନ୍ତି।

ଏମାନେ ବୁଧିଜିବି ଓ ସ୍ୱତନ୍ତ୍ର ହୋଇଥାନ୍ତି। ଏମାନଙ୍କ ର ମସ୍ତିଷ୍କ ସର୍ବଦା ଗତିବାନ୍ ହୋଇଥାଏ। ଏମାନେ ସବୁ କିଛି ଅନୁଭବ କରିବା କୁ ଇଛା ରଖିଥାନ୍ତି। ଏମାନଙ୍କ ପାଖରେ କିଛି ନୂଆ କରିବା ର ପବୃତି ମିଳିଥାଏ। ଏମାନଙ୍କ ଭାଷା କୋମଳ ଓ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏମାନେ ନୂଆ ନୂଆ ସାଥୀ କରିବା ରେ କୁଶଳୀ ହୋଇଥାନ୍ତି। ଏମାନେ ଲୋକ ମାନଙ୍କ ଠାରେ ବିନା ଅର୍ଥ ରେ କଳହ ଓ ଶତୃତା କରନ୍ତି ନାହିଁ। ଏମାନେ ସର୍ବଦା ନୂଆ ମିତ୍ର କରିବା ରେ ଓ ଖୋଜିବା ରେ ଲାଗିଥାନ୍ତି। ଏମାନେ ମନୋରନ୍ଜନ ପ୍ରିୟ ହୋଇଥାନ୍ତି। ଏମାନ ଙ୍କୁ ସମାଜ ରେ ଅଧିକ ପସନ୍ଦ କରନ୍ତି। ଏମାନେ ସବୁ ପରିବେଶ ରେ ନିଜ କୁ ଖାପ ଖୁଆଇ ଥାଆନ୍ତି ।

ଏମାନେ ଅତ୍ୟନ୍ତ ଚତୁର ହୋଇଥାନ୍ତି ନିଜର କାମ ହାସଲ କରିବା ପାଇଁ , ଏମାନେ କାହା ସହ ବି ବନ୍ଧୁତା କରି ଥାଆନ୍ତି। ଏମାନେ ଭଲ ପାଇବା କ୍ଷେତ୍ରରେ ଟିକେ ଆଗୁଆ ରହିଥାନ୍ତି। ବିବାହ ସମୟରେ ଦେଖିଚାହିଁ ନିର୍ଣ୍ଣୟ କରି ଥାଆନ୍ତି। ଏମାନଙ୍କ ପାଇଁ ସମ୍ପର୍କ ବହୁତ ମୂଲ୍ୟବାନ ହୋଇଥାଏ। ଏମାନେ ଜୀବନ ସାଥୀ ଖୋଜି ଥାନ୍ତି, ଯିଏ ତା ଙ୍କୁ ବୁଝି ପାରିବେ।

ଏମାନେ ମାନସିକ କାର୍ଯ୍ୟ ଭଲରେ କରି ଥାଆନ୍ତି। ଏମାନେ ସବୁ ପରିସ୍ଥିତି କୁ ସମାଧାନ କରିଥାନ୍ତି । ଏମାନେ ପ୍ରାୟ ନିଜ କାମ କ୍ଷେତ୍ରରେ ପରିବର୍ତ୍ତନ କରି ଥାଆନ୍ତି। ଏମାନେ ଏକ ସମୟରେ ଅନେକ କାମ କରି ପାରନ୍ତି। ଏମାନେ ଯେଉଁ କ୍ଷେତ୍ର ବାଛିଥାନ୍ତି ତା ର ସମ୍ପୂର୍ଣ ଗ୍ୟାନ ରଖିଥାନ୍ତି। ଏମାନ ଙ୍କ ଶୁଭ ରଗଂ ହୋଇଥାଏ ସବୁଜ, ଶୁଭ ଅଙ୍କ ହୋଇଥାଏ ୫, ଶୁଭ ବାର ହୋଇଥାଏ ବୁଧବାର ଭଗବାନ ବିଷ୍ଣୁ ଙ୍କୁ ଆରାଧନା କରନ୍ତୁ। ଘରେ ତୁଳସୀ ଗଛ ଲଗାନ୍ତୁ। ସବୁଜ ପନିପରିବା ଅଧିକ ଖାଆନ୍ତୁ।