ମଣିଷତ୍ୱକୁ ଅସ୍ଥିର କରିଦେବା ଭଳି ଖବର ଶବ ସହ ବଳାତ୍କାର । ଦେଖନ୍ତୁ ଲଗାତାର 50 ଶବ ସହ କରିଛି ବଳାତ୍କାର ।

ମଣିଷ ଆତ୍ମାକୁ ଅସ୍ଥିର କରିଦେଲା ପରିକା ଏକ ଅମାନବୀୟ ଘଟଣା । ଆଜି ଯାଏ ଆପଣ ଜୀବନ୍ତ ମଣିଷ ସହ ଦୁଷ୍କର୍ମ କଥା ଶୁଣିଥିଲେ , କିନ୍ତୁ ଏହି ମାମଲା ମୃତ ମହିଳାଙ୍କ ସହ ଧର୍ଷଣ କରିବାର । ଏହି ଘଟଣା ପାଖାପାଖି 6 ବର୍ଷ ପୁରୁଣା । କିନ୍ତୁ ମାନବିକତା ସୀମା ପାର କରିଥିବା ଦାନବର ଏଭଳି କାର୍ଯ୍ୟକଳାପକୁ ସମାଜ ସାମନାକୁ ଆଣିବା ବହୁତ ଜରୁରୀ ହୋଇପଡ଼ିଛି । ମିଲଥିବା ସୂଚନା ମୁତାବକ, ପାକିସ୍ତାନର ଜଣେ ନାଗରିକ ମୋହମ୍ମଦ ରିୟାଜ ପାଖାପାଖି ୧୫ ବର୍ଷ କରାଚିର ଏକ କବର ଖାନାରେ ସମାଧି ଉପରେ ପାଣି ଦେବା କାମ କରୁଥିଲା । ଯେଉଁଠି ସେ ତାର ସାଙ୍ଗମାନଙ୍କ ସହ ମିଶି ପାଖାପାଖି ୫୦ ଜଣ ମହିଳାଙ୍କ ଶବ ସହିତ ଦୁଷ୍କର୍ମ କରିଥିଲା ।

ଅଭିଯୁକ୍ତମାନଙ୍କୁ ସାଧାରଣ ଲୋକମାନେ ଧରିଥିଲେ ।ଧରାପଡିବା ପରେ ଅଭିଯୁକ୍ତ ପୁଲିସକୁ କହିଲା କି ସେ ଓ ତା’ ସାଙ୍ଗ ଯେତେବେଳେ କେହି ଶବକୁ ସମାଧି ଦେଇ ଚାଲିଯାଉଥିଲେ , ସେମାନେ ରାତିରେ ମୁହଁକୁ କଳା କରି କବର ଭିତରକୁ ଓହ୍ଲାଇ ଯାଉଥିଲେ

। ଏବଂ ଶବ ସହ ସଂପର୍କ ରଖୁଥିଲେ । କିନ୍ତୁ ଯେତେବେଳେ ତା’ ସାଙ୍ଗର ମୃତ୍ୟୁ ହୋଇଗଲା, ସେ ଏକୁଟିଆ ସମାଧି ଭିତରକୁ ଓହ୍ଲାଇ ପଡିଥିଲା । ସେଠି ମୃତ ମହିଳାର ମୁହଁ ଖୋଲାଥିଲା ଓ ତା’ ଆଖିରୁ ଆଲୁଅ ବାହାରୁଥିଲା । ଯଦ୍ୱାରା ସେ ଡରି ଯାଇ ବାହାରକୁ ଦୈାଡି ପଳାଇଲା, ଲୋକମାନେ ତାକୁ ଧରିଲେ । ସେତେବେଳେ ସେ ଲୋକଙ୍କୁ ଜଣାଇଲା କି ଏହା ପୂର୍ବରୁ ସେ ପାଖାପାଖି ୫୦ ମହିଳା ଶବଙ୍କ ସହ ଦୁଷ୍କର୍ମ କରିସାରିଛି ।