ଭାରତ ଠାରୁ ଏହି ସବୁ ଦେଶ କିଣନ୍ତି ପେଟ୍ରୋଲ କିନ୍ତୁ ସେମାନଂକର ପେଟ୍ରୋଲ ଦାମ ଏତେ କମ ।

ଦେଶରେ ପେଟ୍ରୋଲ୍ ,ଡିଜେଲ୍ ଦର ଦିନକୁ ଦିନ ବଢିବାre ଲାଗିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଦର ଐତିହାସିକ ସ୍ତରରେ ଆସି ପହଞ୍ଚିଗଲାଣି , ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଆସି ୮୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଲାଣି । ଆପଣ ଜାଣି ବିଶ୍ଵାସ କରପାରିବେନି କି ଭାରତ ଅନ୍ୟ ଦେଶମାନଙ୍କୁ ତେଲ ରପ୍ତାନୀ କରେ । ଭାରତ ଏହିସସବୁ ଦେଶକୁ ତେଲ ବିକ୍ରି କରେ ଏବଂ କେତେ ଟଙ୍କା କର ଆଦାୟ କରେ । ଭାରତ ଅଶୋଧିତ ତେଲ ଆୟତ କରିବାରେ ସବୁଠାରୁ ବଡ ଦେଶ ମଧ୍ୟରୁ ଗୋଟିଏ ଅଟେ । ଏହାର ପ୍ରମୁଖ କାରଣ ଅଶୋଧିତ ତେଲ ଉତ୍ପାଦକ ଦେଶ ଏବଂ ଅନ୍ୟ ଏସିୟ ଦେଶରେ ଅଧିକ ରିଫାଇନାରୀ ରହିଥାଏ । ଏହାର ସିଧାସଳଖ ଇଙ୍ଗିତ ଭାରତର ଭୌଗୋଳିକ ସ୍ଥିତିକୁ ଦର୍ଶାଇଥାଏ ।

ତେବେ ଆପଣ ଜାଣିରଖାନ୍ତୁ ଭାରତ ଦୁନିଆର ଦଶମ ସବୁଠାରୁ ଅଧିକ ରିଫାଇନଡ୍ ପେଟ୍ରୋଲ୍ ବାହାର କରୁଥିବା ଦେଶ ଅଟେ । ଭାରତ ଆମେରିକା,ୟୁକେ,ଅଷ୍ଟ୍ରେଲିୟା ସମେତ ତେଲ ଉତ୍ପାଦକ ଦେଶ ଇରାକ ଏବଂ ୟୁଏଇକୁ ମଧ୍ୟ ପେଟ୍ରୋଲ୍ ରପ୍ତାନୀ କରିଥାଏ ।

ଗତ ବର୍ଷ ରିପୋର୍ଟ ମୁତାବକ ଭାରତ ୨୪.୧ ଅରବ ଡଲାରର ରିଫାଇନଡ୍ ତୈଳ ସଂରକ୍ଷିତ କରିଥିଲା । ଖସବୁଠୁ ବଡ଼ କଥା ହେଉଛି କି ବିଶ୍ୱବଜାରରେ ତୈଳର ୩.୯ ପ୍ରତିଶତ ଭାଗୀଦାରି ରହିଛି । ତେବେ ରିପୋର୍ଟ ମୁତାବକ ଆମେରିକା ଏବଂ ୟୁରୋପ ବଜାରରେ ରିଫାଇନଡ୍ ତେଲର ଗୁଣବତ୍ତା ମାନକ ଅଲଗା ହୋଇଥାଏ । ଉଚ୍ଚ ଗୁଣବତ୍ତା ତେଲର ଆବଶ୍ୟକତା କାରଣରୁ ରିଫାଇନଡ୍ କରିବା ତେଲର ଦାମ୍ ବିଶ୍ୱ ଆପୁର୍ତ୍ତି ମାଧ୍ୟମରେ ନିର୍ଦ୍ଧାରିତ କରାଯାଏ । ତେଲ ମାର୍କେଟିଙ୍ଗ୍ କମ୍ପାନୀ ଏହାକୁ କେବେବି ବଢ଼ାଇ କମାଇ ପାରିବେ ନାହିଁ ।

ଆଶ୍ଚର୍ଯ୍ୟର କଥା ହେଉଛି କି,ଘରୋଇ ରିଫାଇନଡ୍ ତେଲର ଦାମ୍ ନିର୍ଣ୍ଣୟ ମୂଲ୍ୟରୁ ଅଧିକ ହୋଇଥାଏ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ୧୦୦ ପ୍ରତିଶତ ଅଧିକ ଟ୍ୟାକ୍ସ ଆଦାୟ କରାଯାଇଥାଏ । ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ରିପୋର୍ଟ ଅନୁସାରେ, ଭାରତୀୟ କମ୍ପାନୀକୁ ଅଶୋଧିତ ପେଟ୍ରୋଲର ଲିଟର ପିଛା ୩୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୩୮ ଟଙ୍କା ପଡିଥାଏ । ନିକଟରେ ଆରଟିଆଇ ତରଫରୁ ଏକ ସର୍ଭେରୁ ଜଣାଯାଏ ଭାରତରେ ୩୨ ରୁ ୩୪ ଲିଟର ଦାମ ପ୍ରତି ପେଟ୍ରୋଲ୍ ଏବଂ ୩୪ ରୁ ୩୬ ପ୍ରତି ଲିଟରରେ ଡିଜେଲ୍ ବାହାର ଦେଶକୁ ରପ୍ତାନୀ କରାଯାଉଛି ।