ବର୍ଷାଙ୍କ ମୁହଁରୁ ଶୁଣନ୍ତୁ କେମିତି ଷ୍ଟାର୍ଟ ହେଲା ତାଙ୍କର ଆଉ ଅନୁଭବଙ୍କ love story ।

ହିରୋଇନ ହେବା ପାଇଁ ବହୁତ ଝିଅ ଙ୍କର ସ୍ୱପ୍ନ ଥାଏ।ରାତି ରାତି ଉଜାଗର ରହି ଭାବନ୍ତି କେମିତି ହିରୋଇନ ହେବି।ହିରୋଇନ ହେବାକୁ ହେଲେ ବହୁତ ଉତ୍ଥାନ ପତନ ର ସାମ୍ନା କରିବାକୁ ପଡେ।ବହୁତ ଜଣ ଖରାପ ରାସ୍ତା ବାଛି ନିଅନ୍ତି।କିନ୍ତୁ ଏମିତି ବହୁତ ହିରୋଇନ ଅଛନ୍ତି ଯିଏ ନିଜର ନିଷ୍ଠା ଓ ସାଧନା ବଳ ରେ ଖାଲି ହିରୋଇନ ନୁହେଁ ସଫଳ ହିରୋଇନ ଭାବରେ ପ୍ରତ୍ୟେକ ଓଡ଼ିଆ ଙ୍କ ମନରେ ଅଛନ୍ତି।

ସେ ଆଉ କେହି ନୁହନ୍ତି ସେ ହେଲେ ଆମରଅତି ପ୍ରିୟ ବର୍ଷା ପ୍ରିୟଦର୍ଶିନୀ।

ସେ ଯେତିକି ସୁନ୍ଦରୀ ତାଙ୍କର ଅଭିନୟ ମଧ୍ୟ ସେତିକି ଆକର୍ଷଣୀୟ।ଆଜି ଯାଏ ଏମିତି କେହି ହିରୋଇନ ନାହାନ୍ତି ଯିଏ ତାଙ୍କୁ କାଟିପରିବେ।ଏବେ ନିକଟରେ ତାଙ୍କର ଏକ ସାକ୍ଷାତ ରେ ତାଙ୍କୁ ପଚରା ଯାଇଥିଲେ କି ତାଙ୍କର ଏବଂ ଅନୁଭବ ଙ୍କ ପ୍ରେମ ବିଷୟରେ।ବହୁତ ଗର୍ବରେ ବର୍ଷା ଉତ୍ତର ରଖିଥିଲେ ସାତ ଜନ୍ମ ର ଯୋଡି ଆମେ ବୋଲି।

ଆଉ ମଧ୍ୟ ତାଙ୍କୁ ଏଲିନା ଆଉ ଅନୁଭବ ଙ୍କ ବିଷୟରେ ପଚରା ଯିବାରୁ ସେ ଏହାକୁ ସମ୍ପୂର୍ଣ୍ଣ ଭିତ୍ତି ହୀନ ବୋଲି କହିଛନ୍ତି।ଅନୁଭବ ଙ୍କ ବିଷୟରେ ପଚରା ଯାଇଥିଲା ସେ କହିଥିଲେ ଯେ ଅନୁଭବ ତାଙ୍କ ଜୀବନରେ ପରିବର୍ତ୍ତନ ଆଣିଛନ୍ତି।

ସେ ଜଣେ ଭଲ ସାଙ୍ଗ, କେବେ ବାପା ତ କେବେ ବୋଉ, କେବେ ଜଣେ ଗାଇଡ।ଆମ ଯୋଡି ଇତିହାସ ରେ ଲେଖା ଅଛି।ଲୋକମାନେ ଆମ ଯୋଡି ବନେଇଛନ୍ତି।ସେମାନଙ୍କ ଭଲ ପାଇବା ପାଇଁ ଆମେ ଏଠି ପହଂଚିଛୁ।ଆଉ ମଧ୍ୟ ନୂତନ ହିରୋଇନ ଙ୍କୁ ସେ କହିଛନ୍ତି ଯାହା ବି ଅଭିନୟ କର ଗର୍ବରେ କର।କେବେ ବି ନିଜ ବାପାଙ୍କ ,ମାଆ ଙ୍କ ଭରସା ବିଶ୍ୱାସ ଭାଙ୍ଗ ନାହିଁ।ନିଜର ସୀମା ଭିତରେ ରହି ନିଜ କାମ କରନ୍ତୁ।ତାଙ୍କର କଥା ରୁ ବହୁତ ଶିଖିବାର ଅଛି।

ଏଥିରେ ଜଣାଗଲା ସେ କେତେ ଉଚ୍ଚ ମନା ଆଉ ତାଙ୍କର ଭାବନା ବହୁତ ଉଚ୍ଚରେ।ଆଉ ସେ ଅନୁରୋଧ କରିଛନ୍ତି କେହି ବି ଅନୁଭବ ଙ୍କୁ ଆଉ କାହା ସହ ଯୋଡନ୍ତୁ ନାହିଁ।