ପୁଣି ବର୍ଷିବ ମାଡି ଆସୁଛି ପ୍ରବଳ ବର୍ଷା ।

ପୁଣି ଆସୁଛି ବର୍ଷା ବହୁତ ବର୍ଷିବ। ଆଜିଠାରୁ ଲଗାତାର ୪ ଦିନ ଧରି ହେବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣିବଳୟ ପ୍ରଭାବରେ ବହୁତ ବର୍ଷିବ । ଏହି ଘୁର୍ଣ୍ଣି ବଳୟ ର ପ୍ରଭାବରେ ଆସନ୍ତାକାଲି ପୂର୍ବ ଓ କେନ୍ଦ୍ର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ।

ଯାହା ଫଳରେ ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଯାଉଛି ବୋଲି ପୂର୍ବାନୁମାନ କରିଛି ଭାରତର ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ସମୁଦ୍ର ବହୁତ ଅଶାନ୍ତ ରହିବ ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଦିଆଯାଇଛି ।

ତେବେ ୨୧ ତାରିଖରୁ ଲଘୁଚାପ ଛତିଶଗଡ ଓ ମଧ୍ୟପ୍ରଦେଶ ଅଭିମୁଖେ ଗତି କରିବ ଏହା ଫଳରେ ବର୍ଷାର ପରିମାଣ କମିଯିବ । ସେହିଭଳି ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏକ ଘୂର୍ଣିବଳୟ ସୃଷ୍ଟି ହେବାଜୁ ଯାଉଛି ।

ଏହାର ପ୍ରଭାବରେ ଆଜି ଉତର ଓଡିଶାର ମୟୂରଭଞ୍ଜ ସମେତ ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଆସନ୍ତାକାଲି ଦକ୍ଷିଣ ଓଡିଶାର କୋରାପୁଟ, ଗଜପତି, ମାଲକାନଗିରି ଓ ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଯାଉଛି ।

ସେହିପରି ୨୦ ଓ ୨୧ ତାରିଖ ଦୁଇଦିନ ଧରି ଉପକୂଳ ଓଡିଶା ସମେତ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ମାଲକାନଗିରି, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବାଲେଶ୍ୱର, କଟକ, ଜଗତସିଂହପୁର,

କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି ।