ପୁଣି ଦିଲ୍ଲୀ ହସ୍ପିଟାଲରେ ପପୁ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ।

ଦର୍ଶକ ମାନଙ୍କୁ ହସାଇ ହସାଇ ବେଦମ କରିଦେଉଥିବା ପପୁ ପମପମଙ୍କ ଅବସ୍ଥା ଏବେ ପୁଣି ଥରେ ଗୁରୁତର ହୋଇପଡିଛି । ସେ ପୁଣି ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଚିକିତ୍ସା ପାଇଁ ସେ ଦିଲ୍ଲୀ ଯାଇଥିବା ଜଣାପଡିଛି ଆଗରୁ ସେ ପାନକ୍ରିଆଜ ଜନିତ ସମସ୍ୟା ପାଇଁ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଓ ପରେ ଦିଲ୍ଲୀ ଏମ୍ସକୁ ଯାଇଥିଲେ । ସେ ବହୁତ ଗୁରୁତର ଅସୁସ୍ତ ହୋଇଥିବାରୁ ଅନେକ ଦିନ ଧରି ଦିଲ୍ଲୀରେ ରହିଥିଲେ ଓ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଚିକିତ୍ସିତ ହେଉଥିଲେ ।
ମୟୁରଭଞ୍ଜର ଏକ ଆଖ୍ୟାତ ଗ୍ରାମରୁ ଆସି ନିଜ ସାଧନା ବଳରେ ଜୀବନକୁ ବଦଳାଇ ଦେଇଥିଲେ ପପୁ । ଗୋଟିଏ ରାଜ୍ୟର କଳାକାର ଏତେ କମ ସମୟ ମଧ୍ୟରେ ଏତେ ସଫଳତା ପାଇବା ବହୁତ ବଡ଼ କଥା ହୋଇଥିଲା । କିଛି ଦିନ ପୂର୍ବେ ସେ ଘରକୁ ଫେରିଥିଲେ ସ୍ୱାସ୍ଥ୍ୟ ଅବସ୍ଥା ଟିକେ ଭଲ ହୋଇଯିବାରୁ ଘରକୁ ଫେରିଥିଲେ ପପୁ କିନ୍ତୁ ପୁଣି ବର୍ତ୍ତମାନ ସ୍ୱାସ୍ତ୍ୟ ଅବସ୍ଥା ବିଗିଡିବାରୁ ସେ ପୁଣି ଦିଲ୍ଲୀ ଯାଇଛନ୍ତି ।