ପରୀକ୍ଷା ପୂର୍ବରୁ ସାଙ୍ଗମାନେ ବହୁତ ମଜାକ ଉଡଉଥିଲେ, ପରିଶ୍ରମର ଦମ୍ ରେ ଆଇଏଏସ ଟପର ହେଇ ଥଟ୍ଟା କରୁଥିବା ସମସ୍ତଙ୍କ ମୁହଁ ବନ୍ଦ କଲେ ଏହି ଝିଅ…

ଯେଉଁ ଝିଅର ତା ସାଙ୍ଗ ମାନେ ମଜା ଉଡାଉଥିଲେ ସେହି ଝିଅ ଟି ଦେଶର ସର୍ବଶ୍ରେଷ୍ଠ ପରୀକ୍ଷାରେ ସର୍ବଶ୍ରେଷ୍ଠ ସ୍ଥାନ ପାଇଁ ସମସ୍ତଙ୍କ ମୁହଁ ବନ୍ଦ କରିଦେଲେ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ସେ ଏକ ପ୍ରେରଣା ର ସ୍ରୋତ । ତାଙ୍କର ନିଷ୍ଠା ଓ ପରିଶ୍ରମ ପାଇଁ ଆଜି ସିଏ ଏକ IAS ଅଫିସର । ଆଜି ଆମେ ସେହି ଝିଅ ବିଷୟରେ କହିବୁ ଯିଏ 2017 ରେ IAS ଟପର ହୋଇଥିଲେ, ତାଙ୍କ ନାମ ନନ୍ଦିନୀ କେଆର । ସାଙ୍ଗ ମାନେ ବହୁତ ଚିଡାଉଥିଲେ । ରେଜଲ୍ଟ ବାହାରିବା ପୂର୍ବରୁ ନନ୍ଦିନୀ କେଆର ଙ୍କୁ ତାଙ୍କ ସାଙ୍ଗ ବହୁତ ମଜାକ ଉଡାଉ ଥିଲେ ।

ଗୋଟେ ସପ୍ତାହ ରୁ ନନ୍ଦିନୀ କେଆର ନିଜ ସାଙ୍ଗ ମାନଙ୍କ ଥଟାର ବିଷୟ ଥିଲେ । ରିପୋର୍ଟ ଅନୁସାରେ ତାଙ୍କୁ ବାରମ୍ବାର ଦେଖାଇ ଶିଖାଇ କହୁଥିଲେ ବା ଚିଡାଉଥିଲେ କି ଏଥରକର IAS ପରୀକ୍ଷାର ଟପର ସେ ହିଁ ହେବେ ବୋଲି । କିନ୍ତୁ ଯେଉଁ କଥା ତାଙ୍କ ସାଙ୍ଗ ମାନେ ମଜାକରେ କହୁଥିଲେ ଶେଷରେ ତାହାହିଁ ସତ୍ୟ ରେ ପରିଣତ ହେଲା । ଯେତେ ବେଳେ ସିବିଲ ସେବା ପରୀକ୍ଷା ର ଫଳ ବାହାରିଲା ନନ୍ଦିନୀ ଏହାକୁ ବିଶ୍ବାସ କରିପାରିଲେ ନାହିଁ । IAS ପୂର୍ବରୁ ନନ୍ଦିନୀ ଫରିଦାବାଦ ରେ ଭାରତୀୟ ରାଜସ୍ୱ ସେବା ର ଅଧିକାରୀ ରୂପେ କାମ କରୁଥିଲେ ।

ସ୍ଵପ୍ନ ଥିଲା IAS ହେବାର

ନନ୍ଦିନୀ କହିଲେ “ଆଇଏଏସ ହେବା ମୋର ଏକ ସ୍ଵପ୍ନ ଥିଲା । ଯଦି ଆପଣ ସମାଜର ସେବା କରିବାକୁ ଚହୁଁଛନ୍ତି ତେବେ ଆପଣ ଆଇଏଏସ ହୋଇ ଏହାକୁ ଭଲ ଭାବେ କରି ପାରିବେ ।“ କର୍ଣାଟକ ର କୋଲାର ଜିଲ୍ଲାର ଏକ ଶିକ୍ଷକଙ୍କ ଝିଅ ନନ୍ଦିନୀ ନିଜର ପଢା ପଢୀ ସରକାରୀ ବିଦ୍ୟାଳରୁ କରିଛନ୍ତି । ଦ୍ଵାଦଶ ଶ୍ରେଣୀର ପଢା ପାଇଁ ସେ ଚିକମାଙ୍ଗଲୁର ଜିଲ୍ଲାର ମୁଦାବିଦରି ଆସିଥିଲେ, ଓ ପରୀକ୍ଷାରେ 94-83 ପ୍ରତିଶତ ରେ ପାସ କରିଥିଲେ ।

ସେ  ଏମଏସ ରମୈୟା ଇଂସ୍ଟୀଟ୍ଯୂଟ ରୁ ଇଞ୍ଜିନିୟରିଂ ପାସ କରିବା ପରେ କର୍ଣାଟକ ର ପିଡ଼ବ୍ଲ୍ୟୁଡି ବିଭାଗରେ ଚାକିରି  କରିଥିଲେ । ସେଠାରେ କାମ କରୁଥିବା ସମୟରେ ହିଁ ସେ ସବୁ ସରକାରୀ ସ୍ତରର କାର୍ଯ୍ୟ ଦେଖିଲେ, ଏବଂ ଭାବିଲେ କି ମୁଁ ଆଇଏଏସ ଅଫିସର ହୋଇ ସମାଜ ର ସେବା ଭଲ ଭାବେ କରିପାରିବି । ଏହା ପରେ ସେ ଆଇଏଏସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଓ ପରୀକ୍ଷାରେ ଟପ ମଧ୍ୟ କରିଥିଲେ ।