ନିଧନର ଠିକ ପୂର୍ବରୁ ସୁଷମା କରିଥିଲେ ସାଲ୍ୱେଙ୍କୁ ଫୋନ, କହିଥିଲେ – ‘କାଲି ଆସି ନିଜର ଏକ ଟଙ୍କା ଫିସ ନେଇଯିବ’ ହେଲେ …

ବିଶ୍ଵ ପଟଳ ଉପରେ ପାକିସ୍ତାନକୁ ଆଖି ଦେଖାଇଥିବା ଭାରତର ଝିଅ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ରାତିରେ ନିଧନ ହୋଇଯାଇଛି । କହିବାକୁ ଗଲେ ସୁଷମା ସ୍ୱରାଜ ବହୁତ ସମୟ ହେବ ଅସୁସ୍ଥ ଥିଲେ । ସୁଷମା ସ୍ୱରାଜଙ୍କର ନିଧନ ପରେ କେବଳ ବିଜେପିର କ୍ଷତି ହୋଇ ନାହିଁ, ଏହା ଛଡା ଭାରତୀୟ ରାଜନୀତି ପାଇଁ ବି ଏହା ଏକ ବଡ ଝଟକା ଅଟେ । କିନ୍ତୁ ଜୀବନ ଯିବା ପୂର୍ବରୁ ସେ ଯାହା କରିଛନ୍ତି, ତାହାକୁ ଜାଣିଲେ ପ୍ରତ୍ୟକ ଦେଶବାସୀମାନଙ୍କର ଆଖିରେ ଲୁହ ଚାଲି ଆସିବ ।

ତାହା ପୁଣି ସୁଷମା ସ୍ୱରାଜଙ୍କର ପିଏମ ମୋଦୀଙ୍କୁ ଶେଷ ଟ୍ୱୀଟ ହେଉ କିମ୍ବା ଫେମସ ଓକିଲ ହରୀଶ ସାଲ୍ୱେଙ୍କୁ ଶେଷ ଫୋନ । କହିବାକୁ ଗଲେ ସୁଷମା ସ୍ୱରାଜ ଜାଧବର ମାମଲାକୁ ଦେଖୁଥିଲେ । ଯାହାର ସମସ୍ତ ଛୋଟ ବଡ କଥା ଉପରେ ସେ ନଜର ରଖୁଥିଲେ ଓ ଏହି କାରଣରୁ ସେ ଓକିଲ ହରୀଶ ସାଲ୍ୱେଙ୍କୁ ଫୋନ କରିଥିଲେ ।

ସାଲ୍ୱେଙ୍କୁ ଫିସ ଦେବା ପାଇଁ ଚାହୁଁ ଥିଲେ ସୁଷମା ସ୍ୱରାଜ

ମିଡିୟା ରିପୋର୍ଟସ ଅନୁସାରେ ସୁଷମା ସ୍ୱରାଜ ମଙ୍ଗଳବାର ରାତି ୮ ଟା ବାଜି ୫୦ ମିନିଟରେ ହରୀଶ ସାଲ୍ୱେଙ୍କୁ ଫୋନ କରିଥିଲେ ଓ କାଲି ମାନେ ଆଜି ଦେଖା କରିବା ପାଇଁ କହିଥିଲେ । କହିଦେଉଛୁ ଯେ ହରୀଶ ସାଲ୍ୱେ ମାତ୍ର ଏକ ଟଙ୍କା ଫିସରେ ଇଂଟରନେଶନଲ କୋର୍ଟରେ ଜାଧବଙ୍କର ପୈରୱୀ କରିଥିଲେ । ସେଥିପାଇଁ ସୁଷମା ସ୍ୱରାଜ ହରୀଶ ସାଲ୍ୱେଙ୍କୁ ତାଙ୍କର ଫିସ ଏକ ଟଙ୍କା ଦେବାକୁ ଚାହୁଁ ଥିଲେ । କିନ୍ତୁ ଏହା ହୋଇ ପାରିଲା ନାହିଁ ।

ଫୋନ କଲର ଏକ ଘଣ୍ଟା ପରେ ହିଁ ହୋଇଗଲା ନିଧନ

ଓକିଲ ହରୀଶ ସାଲ୍ୱେ ମିଡିୟା ସହିତ କଥାବାର୍ତ୍ତ କରି କହିଲେ କି ସୁଷମା ସ୍ୱରାଜ ତାଙ୍କୁ ଫୋନ କରି ଦେଖା କରିବା ପାଇଁ ଡ଼ାକିଥିଲେ ଓ ମୁଁ ବି ତାଙ୍କୁ ଦେଖା କରିବା ପାଇଁ ଯାଇଥାନ୍ତି, କାରଣ ସେହି ଏକ ଟଙ୍କା ମୋ ପାଇଁ ବହୁତ ହିଁ ଅଧିକ ଅମୂଲ୍ୟ ଥିଲା । କିନ୍ତୁ ଏକ ଘଣ୍ଟା ପରେ ତାଙ୍କର ନିଧନର ଖବର ଆସିଲା । ଯାହା ପରେ ମୁଁ କାନ୍ଦିବାକୁ ଲାଗିଲି । ସାଲ୍ୱେ କହିଲେ କି ମୁଁ ଫୋନରେ ତାଙ୍କୁ କହିଥିଲି କି ମୁଁ ଆପଣଙ୍କ ସହିତ ନିଶ୍ଚିତ ଦେଖା କରିବି, କିନ୍ତୁ ସେ ମୋ ସହିତ ଦେଖା ନ କରି ହିଁ ଚାଲିଗଲେ ।

ଅଧ ରାତିରେ ହେଲା ଏମ୍ସରେ ନିଧନ

ମଙ୍ଗଳବାର ରାତିରେ ସୁଷମା ସ୍ୱରାଜଙ୍କୁ ହାର୍ଟ ଆଟାକ ଆସିବାରୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଗଲା । ଯାହା ପରେ ତାଙ୍କର ଅବସ୍ଥା ଖରାପ ହୋଇଗଲା ଓ ପାଖାପାଖି ୧୧ ଟା ସମୟରେ ତାଙ୍କର ନିଧନର ଖବର ସାମନାକୁ ଆସିଲା । ଆପଣଙ୍କୁ କହିଦେଉଛୁ ଯେ ସୁଷମା ସ୍ୱରାଜ ଏଥର ଅସୁସ୍ଥ ଥିବା କାରଣରୁ ଲୋକସଭା ନିର୍ବାଚନ ବି ଲଢି ନ ଥିଲେ, କିନ୍ତୁ ସେ ରାଜନୀତିରେ ସକ୍ରିୟ ଥିଲେ ।