ଦିନର ଆରମ୍ଭ କରନ୍ତୁ ଏହି ତିନିଜଣଙ୍କ ଆଶୀର୍ବାଦ ସହିତ, ଦିନଟି ବହୁତ ଭଲରେ କଟିବ।

ଦିନର ଆରମ୍ଭ କରନ୍ତୁ ଏହି ତିନିଜଣଙ୍କ ଆଶୀର୍ବାଦ ସହିତ

ସକାଳୁ ଶୀଘ୍ର ଶଯ୍ୟା ତ୍ୟାଗ କରିବା ସ୍ୱାସ୍ଥ୍ୟ ପାଁଇ ଖୁବ ଲାଭ ଦାୟକ। କିନ୍ତୁ ଲୋକ ମାନେ ସକାଳୁ ଉଠି କରନ୍ତି କଣ କିଏ ଜିମ୍ ଯାଏ ତ କିଏ ଘର କାମ କରେ।

କିନ୍ତୁ କଣ ଆପଣ ଜାଣନ୍ତି କି ସକାଳୁ ଉଠିକି ଆପଣ କେବଳ ତିନି ଜଣଙ୍କ ଆଶୀର୍ବାଦ ନେଲେ ପୁରାଦିନ ସୁଖଶାନ୍ତି ରେ କଟିଯିବ। ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ସେହି ୩ଟି ଶବ୍ଦ କହିବୁ ଯାହାକି ପ୍ରତ୍ୟକ ଦିନ ଉଚ୍ଚାରଣ କରିବା ଦ୍ୱାରା ଆପଣଙ୍କ ଜୀବନେ ସୁଖ ଶାନ୍ତି ଲାଗି ରହିବ।

ସକାଳୁ ଶଯ୍ୟା ତ୍ୟାଗ କରିବା ପୂର୍ବରୁ ଉଠି ସେହି ଶଯ୍ୟା ଉପରେ ହିଁ ଆପଣ ଯେଉଁ ଭଗବାନ ଙ୍କୁ ମାନନ୍ତି ତାଙ୍କୁ ସ୍ମରଣ କରି ତାଙ୍କ ନାମ ଉଚ୍ଚାରଣ କରିବେ, ଏହା କରିବା ଦ୍ୱାରା ଅପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ।

ଭଗବାନ ଙ୍କୁ ସ୍ମରଣ କରିବା ପରେ ନିଜ ପିତା ମାତାଙ୍କ ନାମ ସ୍ମରଣ କରିବା ଉଚିତ। ଯଦି ସମ୍ଭବ ହୁଏ ତ ଘରୁ ବାହାରିବା ସମୟରେ ପିତା ମାତାଙ୍କ ପାଦ ଛୁଇଁ ଆଶୀର୍ବାଦ ନବା ଉଚିତ।

ଦୁନିଆ ରେ ସବୁଠାରୁ ଅଧିକ ପ୍ରେମ କେବଳ ପିତା ମାତା ହିଁ ଦେଇଥାନ୍ତି ସେଥିପାଇଁ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନବାଦ୍ୱାରା ଅପଣଙ୍କର ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ।

ଯଦି ଆପଣ ପ୍ରତ୍ୟକ ଦିନ ଏହି ସବୁ କାର୍ଯ୍ୟ କରନ୍ତି ତ ଆପଣ ଅପଣଙ୍କ ଜୀବନରେ ଅନେକ ସୁଖ ଶାନ୍ତି ର ଅଧିକାରୀ ହୋଇପାରିବେ।