ଟ୍ରେନ ଡ୍ରାଇଭର ଲୋକଙ୍କ ଉପରେ ଗାଡି ଚଢ଼େଇଦିଏ ମଧ୍ୟ କିନ୍ତୁ ଗାଡି ରଖେ ନାହିଁ ଏହାର କାରଣ କଣ ???

ଟ୍ରେନ ରେ ବହୁତ ଲୋକ ଯିବା ଆସିବା କରିଥାନ୍ତି । ବେଳେବେଳେ ଶୁଣା ଯାଏ, ଟ୍ରେନ ଆଗରେ କେହି ଆତ୍ମହତ୍ୟା କରିଛି । କିନ୍ତୁ ଆପଣ ଜାଣନ୍ତି କି, ଟ୍ରେନ ଆଗରେ କେହି ଲୋକ କି ଜୀବଜନ୍ତୁ ଆସିଲେ ମଧ୍ୟ ଡାଇଭର୍ ଦୂର ରୁ ଦେଖି ଟ୍ରେନ ରଖି ନଥାଏ କାହିଁକି ?। ଟ୍ରେନ ଧକ୍କା ରେ ଲୋକ ଟି ମରିଯାଏ କିନ୍ତୁ ତଥାପି ଡାଇଭର ଗାଡ଼ି ରଖି ନ ଥାଏ । ଲେବୁଲ୍ କ୍ରସିଗଂ ରେ ଯେବେ ଫାଟକ ପଡିଯାଏ ନିୟମ ଥାଏ କି ଫାଟକ ନ ଡେଇଁ ଯିବା ପାଇଁ କିନ୍ତୁ କିଛି ଲୋକ ନିୟମ ନ ମାନି ଗଳି ପଳାନ୍ତି ଓ ଟ୍ରନ୍ ର ଶିକାର ହୋଇଥାନ୍ତି ।

ଟ୍ରେନ ଲାଇନ ରେ କୈଣସି ଲୋକ କି ଜୀବଜନ୍ତୁ ଶୋଇ ଥିବା ର ଦେଖି ମଧ୍ୟ ଏମ୍ର୍ଜେନ୍ସି ବଟମ କୁ ଟ୍ରେନ ଚାଳକ କରି ନ ଥାଏ କି ଟ୍ରେନ କୁ ରୋକି ନ ଥାଏ । ଏହାର ଦୁଇ ଟି କାରଣ ରହିଛି। ପ୍ରଥମ ରେ ହେଉଛି ଟ୍ରେନ ରେ ଅତି କମ୍ ରେ ୨୧ ଟି କୋଚ୍ ରହିଥାଏ , ଯାହା ଭିତରେ ଲକ୍ଷ ଲକ୍ଷ ଲୋକ ବସି ଯାତ୍ରା କରିଥାନ୍ତି । ଏହା ସହିତ ଟ୍ରେନ ଟି ଅନ୍ୟ ଗାଡି ଅପେକ୍ଷା ଦୃତ ଗତି ରେ ଚାଲିଥାଏ। ତେଣୁ ଟ୍ରେନ ଚାଳକ ଏମ୍ଜେନ୍ସି ବ୍ରେକ ମାରି ନଥାଏ କି ମାରିଲେ ମଧ୍ୟ ଏତେ ଶିଘ୍ର ଟ୍ରେନ ଟି ରୋକି ପାରି ନ ଥାଏ ।

ଦୁଇ ନଂ ରେ ହେଉଛି ଟ୍ରେନ ଚାଳକ ଟି ଅଧିକ ଦୂର ରୁ ଦେଖି ପାରି ନ ଥାଏ, ଆଗରେ କେହି ଥିଲେ। ଯଦି ଟ୍ରେନ ଚାଳକ କିଛି ଆଶଙ୍କା କରି ଏମର୍ଜେନ୍ସି ବ୍ରେକ ମାରେ ତେବେ ଶିଘ୍ର ଟ୍ରେନ ଟି ରହି ନ ଥାଏ ଓ ନିଜର ଭାରସାମ୍ୟ ହରାଇ ଓଲଟି ପଡ଼ି ଥାଏ । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦ ରେ ପଡ଼ି ଥାଏ ତେଣୁ ଟ୍ରେନ ଚାଳକ କୈଣସି ପରିସ୍ଥିତି ରେ ବି ଟ୍ରେନ କୁ ରୋକି ନଥାଏ ।