ଜାଣନ୍ତୁ! ଏହି ସବୁ ଖାଦ୍ୟ ଖାଇଲେ ଆପଣ ଗୋରା ଦେଖାଯିବେ।

ଏହି ସବୁ ଖାଦ୍ୟ ଖାଇଲେ ଗୋରା ଦେଖାଯିବେ

ଆଧୁନିକ ଚାଲି ଚଳଣି କୁ ଲକ୍ଷ କରି ଜୀବନ ଶୈଳୀ ମଧ୍ୟ ପରିବର୍ତନ କରିବା ପାଇଁ ପଡୁଛି | ଆଜିକାଲି ପ୍ରାୟ ସମସ୍ତେ ସୁନ୍ଦର ଦେଖା ଯିବାକୁ ଚାହୁଁସନ୍ତି | ଅନେକ ସମୟରେ ଏହାର କୁ ପ୍ରଭାବ ମଧ୍ୟ ପଡିଥାଏ | ଆମେ ଲକ୍ଷ କରୁ ଅନେକ ସମୟରେ ବିଭିର୍ନ କସମେଟିକଲଗେଇ ଗୋରା ହେବ ପାଇଁ ଅନେକ ପିଲା ଚେଷ୍ଟା କରିଥାନ୍ତି | ତେବେ ଆଜି ଆମେ ଆପଣଙ୍କୁ କହିବୁ କିଛି ସାଧନାର ଖାଦ୍ୟ ଯାହାକୁ ଖାଇବା ପରେ ଆପଣ ମଧ୍ୟ ଗୋରା ଦେଖା ଯିବ ସହ ଆପଣଙ୍କ ତ୍ୱଚାରେ ଚମକ ଆସିବ |

ତେବେ ଚାଲନ୍ତୁ ଜାଣିବା ସେ ଖାଦ୍ୟ ବିଷୟରେ

ପାଣି

ପାଣି ତ୍ବଚା ଗୋରା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ପାଣି ପିଇବା ଦ୍ବାରା କେବଳ ତ୍ବଚାର ଚମକି ନ ଥାଏ, ତ୍ବଚାରେ ପଡ଼ୁଥିବା ରିଙ୍କଲ୍ସ ଏବଂ ବ୍ରଣ ସମସ୍ୟା ଦୂର କରିଥାଏ ।

ପିସ୍ତା ବାଦାମ

ଭାଓଲେଟ୍‌ ରଶ୍ମୀରୁ ତ୍ବଚାକୁ ରକ୍ଷା କରିଥାଏ । ପିସ୍ତା ବାଦାମରେ ମାତ୍ରାଧିକ ଫ୍ୟାଟି ଏସିଡ ଏବଂ ଭିଟାମିନ୍‌ ଇ ରହିଛି । ଏହା ସୂର୍ଯ୍ୟ କିରଣରେ ଥିବା କ୍ଷତିକାରକ ଅଲ୍ଟ୍ରା

ଅଣ୍ଡା

ଅଣ୍ଡାରେ ଥିବା ସେଲେନିୟମ ବୟସ ବୃଦ୍ଧି ସହିତ ତ୍ବଚାରେ ପଡ଼ୁଥିବା ପ୍ରଭାବକୁ କମ୍‌ କରିଥାଏ । ଅଣ୍ଡାରେ ପ୍ରଚୁର ମାତ୍ରାରେ ବାୟୋଟିନ୍‌ ରହିଛି । ଏଥିବ୍ୟତୀତ ଅଣ୍ଡାରେ ଥିବା ଭିଟାମିନ୍‌ ବି ତ୍ବଚା ସହିତ ନଖ ଏବଂ କେଶ ପାଇଁ ମଧ୍ୟ ଉତ୍ତମ ।

ମାଛ

ଏହା ତ୍ବଚାକୁ ସୁସ୍ଥ ରଖିଥାଏ । ଏହାବ୍ୟତୀତ ସି’ଫୁଡ୍‌ ଓଏଷ୍ଟର୍ସ ଏବଂ କଙ୍କଡ଼ାରେ ପ୍ରଚୁର ମାତ୍ରାରେ ଜିଙ୍କ୍‌ ରହିଛି । ମାଛରେ ଆଣ୍ଟିଇନ୍‌ଫ୍ଲେମେଟୋରୀ ଓମେଗା ୩ ଫ୍ୟାଟି ଏସିଡ୍‌ ରହିଛି ।

ଷ୍ଟ୍ରବେରୀ

ଷ୍ଟ୍ରବେରୀରେ ଥିବା ଭିଟାମିନ୍‌ ଇ ତ୍ବଚାର କୋଷିକାକୁ ନଷ୍ଟ ହେବାରୁ ରକ୍ଷା କରିଥାଏ । ଷ୍ଟ୍ରବେରୀରେ ପ୍ରଚୁର ପରିମାଣର ଭିଟାମିନ୍‌ ସି ରହିଛି । ଏହା ସୂର୍ଯ୍ୟ କିରଣରେ ତ୍ବଚାକୁ ନଷ୍ଟ ହେବାକୁ ଦିଏ ନାହିଁ ।

ଗାଜର

ଏହା ତ୍ବଚାକୁ ଶୁଷ୍କ ହେବାକୁ ଦେବ ନାହିଁ । ତ୍ବଚାର ଟିସ୍ୟୁକୁ ମରାମତି କରିବା ସହ ସନ୍ତୁଳିତ ରଖିବା ପାଇଁ ଭିଟାମିନ୍‌ ଏ’ର ଆବଶ୍ୟକତା ରହିଛି । ଗାଜରରେ ଭିଟାମିନ୍‌ ଏ ଉପଲବ୍ଧ ।

ଏହି ସବୁଠାରୁ ଦୂରେଇ ରହନ୍ତୁ

ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ସହ ବ୍ୟାୟାମ କରନ୍ତୁ । ତ୍ବଚାକୁ ସୁସ୍ଥ ରଖିବା ଲାଗି ମିଠା, ଲୁଣ ଏବଂ ତେଲ ଛଣା ଖାଦ୍ୟ ଖାଇବାଠାରୁ ଦୂରେଇ ରହନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ତ୍ବଚା ଚମକି ଉଠିବ ।