ଚାଣକ୍ୟ ନିତି ଅନୁସାରେ ବୁଦ୍ଧିମାନ ବ୍ୟକ୍ତି କଣ କରିବା ଉଚିତ ।

ଆମେ ସମସ୍ତେ ଆଶ୍ଚର୍ଯ୍ୟ ଚାଣକ୍ୟଙ୍କ ନୀତି କୁ ଅନୁସରଣ କରିଥାଉ।ସେ ଜଣେ ଖୁବ୍ ଜ୍ଞାନୀ ବ୍ଯକ୍ତି ଥିଲେ।ତାଙ୍କ ନୀତିରେ ଯେଉଁ ବ୍ୟକ୍ତି ଅନୁପ୍ରାଣିତ ହୋଇ ଜୀବନ ଅତିବାହିତ କରୁଥାଏ ସେ କେବେ ହେଲେ କୈଣସି ସମସ୍ୟାରେ ପଡିନଥାଏ।ଚାଣକ୍ୟ ନିଜ ଗ୍ରନ୍ଥରେ ନୀତି ସମ୍ପର୍କରେ ବହୁ କଥା ଲେଖିଛନ୍ତି।ଏହି ସବୁ ନୀତି ଆଦର୍ଶ ମଧ୍ଯରେ ତିନୋଟି ନୀତି ଏମିତି ଯାହାକୁ ପ୍ରତ୍ୟେକ ଲୋକ ଅନୁସରଣ କରିବା ଉଚିତ।ପୁରୁଷ ମାନେ ଯେତେବି କମ ରୋଜଗାର ହେଲେ କେବେ ଦେଖାଇ ନଥାନ୍ତି।ସେମାନେ ମାନସିକ କିମ୍ବା ଶାରୀରିକ ରୂପେ କମ ରୋଜଗାର କରିଥାନ୍ତି।ତେଣୁ ପ୍ରତ୍ୟେକ ପୁରୁଷ ଙ୍କୁ ଏହି ତିନୋଟି କଥା ଅନୁସରଣ କରିବା ଉଚିତ।

ପ୍ରଥମ କଥା ହେଲା ସ୍ତ୍ରୀ ଙ୍କର ଚରିତ୍ର ଲୁଚାଇ ରଖିବା ଆପଣଙ୍କ ସ୍ତ୍ରୀ ର ଚରିତ୍ର ଯେପରି ହେଉନା କାହିଁକି କାହା ସମ୍ମୁଖରେ ନକହିବା ଉଚିତ୍।ନିଜ ସ୍ତ୍ରୀ ବିଷୟରେ କାହା ଆଗରେ ନକହିବା ଉଚିତ୍। ନିଜ ସ୍ତ୍ରୀ ବିଷୟରେ କହିବା ଦ୍ୱାରା ନିଜର କ୍ଷତି ହୋଇଥାଏ କେଉଁ ବ୍ୟକ୍ତି କେଉଁ ସ୍ୱଭାବର ଆମେ ମାନେ ଜାଣିନେ ସେଥିପାଇଁ ସେହି ବ୍ୟକ୍ତିକୁ ଆମର ଏହି ଦୁର୍ବଳତାର ଫାଇଦା ନେଇପାରେ । ନିଜ ସ୍ତ୍ରୀର ଗୁପ୍ତ କଥା କେବେ ହେଲେ ବାହାର ଲୋକଙ୍କ ଆଗରେ ପ୍ରକାଶ କର ନାହିଁ ଏହା ଦମ୍ପତ୍ୟ ଜୀବନର ସବୁଠାରୁ ବଡ ଭୁଲ ବୋଲି ମାନା ଯାଏ ।

ଦ୍ବିତୀୟରେ ହେଲା ନିଜ ରୋଜଗାର ବିଷୟରେ କାହାକୁ ନକହିବା ଉଚିତ୍। ଆପଣ କେବେ ହେକେ ନିଜ ରୋଜଗାର ବିଷୟରେ କେବେ କାହାରିକୁ କହିବା କଥା ନୁହେଁ ।କୌଣସି ବ୍ୟକ୍ତି ଯଦି ଚାକିରି କରୁଥାଏ ତେବେ ସଂଗେ ସଂଗେ ତାର ବନ୍ଧୁ ପରିଯାବ ତାର ଦରମା କେତେ ପଚାରିଥାନ୍ତି କିନ୍ତୁ ଆପଣଙ୍କୁ କେବେ ହେଲେ ଆପଣଙ୍କର ଦରମା ବିଷୟରେ କାହାକୁ କହିବା ଠିକ ନୁହେଁ ଯେପରି ଜଣେ ମହିଳା ନିଜ ବୟସ ସମ୍ପର୍କରେ କାହାକୁ କୁହେନାହିଁ ସେପରି।ତୃତୀୟ କଥାଟି ହେଲା ବ୍ୟବସାୟରେ କ୍ଷତି କାହାକୁ କହିବା ଉଚିତ୍ ନୁହେ।ଯଦି ଆପଣଙ୍କ ବ୍ୟବସାୟରେ କୈଣସି କ୍ଷତି ହୋଇଛି କାହାକୁ କିଛି କୁହନ୍ତୁ ନାହିଁ।