କଣ ଆପଣ ଜାଣିଛନ୍ତି, ଗ୍ୟାରେଣ୍ଟି ଓ ୱାରେଣ୍ଟି ଭିତରେ କଣ ଫରକ, କେଉଁଟି ଆପଣଙ୍କ ପାଇଁ ଅଧିକ ଫାଇଦା ??

ଯେତେବେଳେ ବି ଆପଣ ଦୋକାନରୁ କିଛି ଜିନିଷ କିଣୁଛନ୍ତି ତେବେ ପ୍ରଥମେ ଦୋକାନୀକୁ ଏହି ପ୍ରଶ୍ନ ପଚାରନ୍ତି ଏହା ର ୱାରଂଟୀ କେତେ ଅଛି ? ଆଜି ଗାରଂଟୀ ଏବଂ ୱାରଂଟୀ ନାଁ ରେ ଲୋକମାନଙ୍କୁ ମଧ୍ୟ ଆକର୍ଷିତ କରିବାର ଚେଷ୍ଟା ଚାଲିଛି । କେତେ ଥର ଜିନିଷ ର ବେଶି ଗାରଂଟୀ ଏବଂ ୱାରଂଟୀ ଥିବାରୁ ଗ୍ରାହକମାନେ ଜିନିଷ କୁ କିଣି ଦେଉଛନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ଏହି ଦୁଇଟି ମଧ୍ୟରେ କଣ ଅନ୍ତର ଅଛି ? ଆଜି ର ସମୟରେ ଏହା ବହୁତ ସାଧାରଣ ବିଜନେସ କଥା ଅଟେ ।

ଗାରଂଟୀ : ଗାରଂଟୀ ରେ ଜିନିଷ ର ସମୟ ଅବିଧି ଥାଏ କିନ୍ତୁ ସେହି ସମୟ ଭିତରେ ଯଦି ଏହା ଖରାପ ହୁଏ ତେବେ ଦୋକାନଦାର ସେହି ଜିନିଷ କୁ ବଦଳି ନୂଆ ଦେଇଥାଏ । ଜିନିଷ ର ସହିତ ଆପଣଙ୍କୁ ବିଲ ଏବଂ ଗାରଂଟୀ କାର୍ଡ ଦିଆ ଯାଇ ଥାଏ । ତାକୁ ସମ୍ଭାଳି କରି ରଖିବାକୁ ପଡିଥାଏ । ତେବେ ହିଁ ସେହି ଜିନିଷ କୁ ବଦଳେଇ ଯାଇପାରିବ ।

ୱାରଂଟୀ : ୱାରଂଟୀ ର ଅର୍ଥ ଏହା ଅଟେ କି ବୁଝାଶୁଣା ହୋଇଥିବା ସମୟ ମଧ୍ୟରେ ଯଦି ଜିନିଷ ଟି ଖରାପ ହୋଇଯାଏ ତେବେ ଦୋକାନଦାର ଆପଣଙ୍କୁ ରିପାୟାର କରି ଦେଇଦବ । ଏହଠି ପାଇଁ ଆପଣଙ୍କୁ ବିଲ ସମ୍ଭାଳି କରି ରଖି ବାକୁ ପଡିବ । ତାହା ବିନା ଗ୍ରାହକ ମାନଙ୍କୁ ଲାଭ ମିଳିବ ନାହିଁ ।

କଉଟା ସବୁଠୁ ଲାଭଦାୟକ :

ୱାରଂଟୀ ସବୁ ଜିନିଷ ଉପରେ ମିଳି ଯାଏ କିନ୍ତୁ ଗାରଂଟୀ ସବୁ ଜିନିଷ ଉପରେ ମିଳେ ନାହିଁ । ୱାରଂଟୀ ର ସମୟ ଅଧିକା ହେଇଥାଏ କିନ୍ତୁ ଗାରଂଟୀ ର ସମୟ କମ ହୋଇଥାଏ । ଦେଖାଗଲେ ଦୁଇଟି ରେ ସବୁଠୁ ଗାରଂଟୀ ରେ ଲାଭ ଅଛି କାରଣ ସେଥିରେ ଖରାପ ଜିନିଷ ବଦଳରେ ନୂଆ ଜିନିଷ ମିଳି ପାରିବ ।