କେବେ ଲକ୍ଷ କରିଛନ୍ତି ଆପଣଙ୍କୁ ଅଧିକ ମଶା କାମୁଡୁ ନାହାନ୍ତି ତ ???ଜାଣିଛନ୍ତି ଏହାର କାରଣ ???ପଢନ୍ତୁ ।

ସବୁ ଲୋକ ନୁହନ୍ତି ଆପଣ ମାନଙ୍କ ମଧ୍ୟରୁ କିଛି ଲୋକ ଏମିତି ଅଛନ୍ତି ଯିଏକି ଲକ୍ଷ କରିଥିବେ ସେମାନଙ୍କୁ ଅଧିକ ମଶା କାମୁଡୁଛନ୍ତି ବହୁତ ସମୟରେ ସାଧାରଣ ବ୍ୟକ୍ତିଙ୍କୁ ଅଧିକ ମାତ୍ରାରେ ମଶା କାମୁଡ଼ିଥାଏ । ଏପରିକି ୧୦ ଜଣ ଗୋଟିଏ ସ୍ଥାନରେ ବସିଥିଲେ ମଧ୍ୟ ସେହି ଜଣେ ବ୍ୟକ୍ତିଙ୍କୁ ମଶା ଅଧିକ କାମୁଡ଼ିଥାଏ । ତେବେ ଏହି ସମୟରେ ସେହି ବ୍ୟକ୍ତିଙ୍କୁ ସମସ୍ତେ ପରିହାସ କରିଥାନ୍ତି । କିନ୍ତୁ ଏହା ପଛରେ ରହିଛି କିଛି ନିର୍ଦ୍ଧିଷ୍ଟ କାରଣ ।

ଯେପରିକି ଓ ବ୍ଲଡ଼ଗ୍ରୁପ ଏବଂ ଗର୍ଭବତୀ ଥିବା ମହିଳାଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ମଶା କାମୁଡ଼ିଥାନ୍ତି । ଆପଣ ଜାଣି ରଖନ୍ତୁ ଆପଣଙ୍କ ବ୍ଲଡ଼ଗ୍ରୁପ ଯଦି ୦+ ମଶାଙ୍କର ଶିକାର ଆପଣ ସବୁଠୁ ଆଗେ ହେବେ । କାରଣ ଏହି ବ୍ଲଡ଼ଗ୍ରୁପର ଲୋକଙ୍କୁ ସବୁଠାରୁ ଅଧିକ ମଶା କାମୁଡ଼ିବାର ରିସର୍ଚ୍ଚରୁ ଜାଣିବାକୁ ମିଳିଛି । ଆଉ ଯଦି ଆପଣ ଗର୍ଭବତୀ ମହିଳା ତାହେଲେ ଆପଣଙ୍କୁ ମଧ୍ୟ ମଶା ବହୁତ ମାତ୍ରାରେ କାମୁଡ଼ିବାର ଆଶଙ୍କା ରହିଛି । ସେହିପରି ଆସନ୍ତୁ ଜାଣିବା କେଉଁ କାରଣ ପାଇଁ ଏବଂ କାହାକୁ ଅଧିକ ମାତ୍ରାରେ ମଶା କାମୁଡ଼ିଥାନ୍ତି ।

-ଯେଉଁ ବ୍ୟକ୍ତିମାନେ ଅଧିକ ବିୟର ପିଇଥାନ୍ତି ତାଙ୍କୁ ଅଧିକ ମଶା କାମୁଡ଼ିଥାଏ । ଅଲଗା ପ୍ରକାର କୌଣସି ନିଶା ଦ୍ରବ୍ୟ ବ୍ୟବହାର କଲେ ଆପଣଙ୍କୁ ମଶା କାମୁଡ଼ିବନି କିନ୍ତୁ ଯଦି ଆପଣ ଅଧିକ ବିଅର ପିବେ ତାହେଲେ ଆପଣଙ୍କୁ ଅଧିକ ମଶା କାମୁଡ଼ିବେ। ୨୦୧୦ ମସିହାରେ ଏକ ଗବେଷଣାରେ ଜଣାପଡ଼ିଥିଲା ଯେଉଁବ୍ୟକ୍ତିମାନଙ୍କ ରକ୍ତରେ ଆଲକୋହଲର ମାତ୍ରା ଅଧିକ ରହିଥାଏ ସେମାନଙ୍କ ପ୍ରତି ଅଧିକ ମାତ୍ରାରେ ମଶା ଆର୍କଷିତ ହୋଇଥାନ୍ତି ।

ପଢନ୍ତୁ ଆପଣ ମଧ୍ୟ କରିପାରିବେ ସୋସିଆଲ ମିଡ଼ିଆ ଦ୍ୱାରା ରୋଜଗାର
-ଅଧିକ ଓ୍ଵାର୍କଆଉଟ କରୁଥିବା ବ୍ୟକ୍ତିଙ୍କୁ ମଶା ଅଧିକ କାମୁଡ଼ିଥାଏ । କାରଣ ଅଧିକ ଓ୍ଵାର୍କଆଉଟ ଦ୍ୱାରା ସେହି ବ୍ୟକ୍ତିମାନଙ୍କ ଶରୀରରେ ଲେକ୍ଟିକ୍‌ ଏସିଡ଼୍‍ର ମାତ୍ରା ଅଧିକ ହୋଇଯାଇଥାଏ । ମଶା ଲେକ୍ଟିକ୍‌ ଏସିଡ଼ ପ୍ରତି ଅଧିକ ଆର୍କଷିତ ହୋଇଥିବାରୁ ସେହି ବର୍ଗର ବ୍ୟକ୍ତିଙ୍କୁ ଅଧିକ ମାତ୍ରାରେ କାମୁଡ଼ିଥାନ୍ତି ।

-ଶରୀରରେ ଅଧିକ ମାତ୍ରାରେ କାର୍ବନ ଡାଇଅକ୍ସସାଇଡ଼ ରହିଥିଲେ ମଶା ଅଧିକ କାମୁଡ଼ନ୍ତି । ଏଥିପାଇଁ ଗର୍ଭାବତୀ ମହିଳା , ଛୋଟ ଶିଶୁ ଏବଂ ବୟସ୍କଙ୍କ ସହ ଓ ବ୍ଲଡ଼ଗ୍ରୁପ୍‌ ବ୍ୟକ୍ତି ମାନଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ମଶା କାମୁଡ଼ିଥାନ୍ତି ।

-ଶରୀରରେ ବ୍ୟାକ୍ଟରିଆ ରହିଥିଲେ ମଶା ଅଧିକ ଆର୍କଷିତ ହୋଇଥାନ୍ତି । ଏଣୁ ଖାସ କରି ଗଣ୍ଠି , ନଖ କ’ଣ ଆଦି ଅଧିକ ବ୍ୟାକ୍ଟେରିଆ ଥିବା ସ୍ଥାନରେ ଅଧିକ ମାତ୍ରାରେ ମଶା କାମୁଡ଼ିଥାନ୍ତି ।