କାଶ୍ମୀରରେ ଅନୁଭବଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ । ଦେଖନ୍ତୁ ପୁରା ଘଟଣା କଣ ।

ବହୁତ କଷ୍ଟରେ ବଞ୍ଚିଯାଇଛନ୍ତି ସାଂସଦ ଓ ଅଭିନେତା ଅନୁଭବ ମହାନ୍ତି ଗୋଟେ ଫିଲ୍ମର ସୁଟିଂ ପାଇଁ ଜମ୍ମୁ କାଶ୍ମୀର ଯାଇଥିଲେ ଅଭିନେତା ଅନୁଭବ ମହାନ୍ତି । ଏକ ଓଡ଼ିଆ ସିନେମାର ସୁଟିଂ ପାଇଁ ଯାଇଥିବା ଅନୁଭବ ମହାନ୍ତି ସୁଟିଂ ଶେଷ କରି ଫେରୁଥିବା ସମୟରେ ଉଗ୍ରବାଦୀମାନଙ୍କ ଆକ୍ରମଣର ଶିକାର ହେଲେ ।

ତେବେ ଭାଗ୍ୟଶାଳୀ ହୋଇ ଅଳ୍ପକେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନୁଭବ ମହାନ୍ତି ଖବର ଅନୁସାରେ ସାଂସଦ ଅନୁଭବ କାଶ୍ମୀର ଦୁଢପଟନୀ ଅଞ୍ଚଳକୁ ଫିଲ୍ମ ‘ପ୍ରେମ କୁମାର’ ସୁଟିଂ ପାଇଁ ଯାଇ କିଛିଦିନ ହେବ ଥିଲେ ।

ସେଠାରୁ ସୁଟିଂ ସାରି ଏକ ଗାଡ଼ିରେ ଫେରିବା ସମୟରେ ବାରମୁଲ୍ଲା ଅଞ୍ଚଳରେ ଦୁଇ ଜଣ ଆତଙ୍କବାଦୀ ଜାତୀୟ ରାଜପଥରେ ଯାଉଥିବା ଗାଡ଼ିଗୁଡିକ ଉପରକୁ ଗୁଳି ଚଳାଇବା ଆରମ୍ଭ କରୁଥିଲେ । ସେହି ସମୟରେ ଗାଡ଼ିରେ ଅନୁଭବଙ୍କ ସହିତ କ୍ୟାମେରା ମ୍ୟାନ୍ ରବିନ୍ଦ୍ର ବେହେରା,

ମେକଅପ୍ ମ୍ୟାନ ରାଜକିଶୋର ବେହେରା, ସୁଜିତ ଦଳେଇ ଥିଲେ ଓ ଆଉ ଗୋଟେ ଗାଡ଼ିରେ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ସହ ଅନ୍ୟ ୫ ଜଣ ଆସୁଥିଲେ ।

ଆତଙ୍କବାଦୀଙ୍କ ସହ ପୁଲିସ ଗୁଳି ଜବାବ ଦେଲା ବେଲେ ସେହି ରାସ୍ତାରେ କିଛି ସମୟ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଅନ୍ୟପଟେ ଅନୁଭବଙ୍କ ଗାଡ଼ିକୁ ଜୋରରେ ସେହି ଅଞ୍ଚଳରୁ ନେଇ ଯିବା ପାଇଁ ଡ୍ରାଇଭର ଚେଷ୍ଟା କରିବା ବେଳେ ଗାଡ଼ିର ବ୍ରେକ୍ ଫେଲ୍ ହୋଇଗଲା। କିନ୍ତୁ ପରବର୍ତ୍ତୀ ସମୟରେ ଡ୍ରାଇଭର ଗାଡ଼ିକୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଥିଲେ ।

ସଂଧ୍ୟାରେ ଅନୁଭବ ଓ ତାଙ୍କର ସମସ୍ତ ସହଯୋଗୀ ସୁରକ୍ଷିତ ଭାବେ ଦିଲ୍ଲୀ ଆସିଥିବା ଜାଣିବାକୁ ମିଳିଛି ।