ଆସନ୍ତୁ ଜାଣିବା ଲବଙ୍ଗ ଖାଇବା ଦ୍ଵାରା କେଉଁ ୮ଟି ଶାରୀରିକ ସମସ୍ୟାରୁ ମିଳିଥାଏ ମୁକ୍ତି?

ଆସନ୍ତୁ ଜାଣିବା ଲବଙ୍ଗ ଖାଇବା ଦ୍ଵାରା କେଉଁ ୮ଟି ଶାରୀରିକ ସମସ୍ୟାରୁ ମିଳିଥାଏ ମୁକ୍ତି

ସାଧାରଣତଃ ଲବଙ୍ଗକୁ ମସଲା ରୂପେ ବ୍ୟବହାର କରାଯାଇଥାଏ। ଯଦି ଆପଣ ପ୍ରତିଦିନ ସକାଳେ-ସଂନ୍ଧ୍ୟାରେ ଗୋଟିଏ ଲେଖାଏଁ ଲବଙ୍ଗ ଖାଇବର ତେବେ ଏହା ଦ୍ୱାରା ଆପଣଙ୍କୁ ବିଭିନ୍ନ ପ୍ରକାରର ଶାରିରୀକ ସମସ୍ୟାରୁ ମୁକ୍ତି ମିଳିଥାଏ। ଲବଙ୍ଗରେ କ୍ୟାଲସିୟମ, ଫସଫରସ, ଆଇରନ, ସୋଡିୟମ, ପୋଟାସିୟମ ଏବଂ ଭିଟାମିନ-ସି ଭରିରହିଥାଏ। ଆସନ୍ତୁ ଜାଣିବା ପ୍ରତିଦିନ ଲବଙ୍ଗ ଖାଇବାଦ୍ୱାରା ମିଳୁଥିବା ଏହି ୮ଟି ଫାଇଦା ସମ୍ପର୍କରେ ଆର୍ୟୁବେଦ ବିଶେଷଜ୍ଞ ଡା. ମଧୁସୂଦନ ଦେଶପାଣ୍ଡେ ମତ ଦେଇଛନ୍ତି।

ଲବଙ୍ଗ ଖାଇବାଦ୍ୱାରା ମିଳୁଥିବା ଏହି ୮ଟି ଫାଇଦା

ଓରାଲ ହେଲଥ :

ଲବଙ୍ଗରେ ଆଣ୍ଟିଇମ୍ଫେ୍ଲମେଟରୀ ରହିଥିବାରୁ ଯଦି ଆପଣ ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବେ ଏହା ଦ୍ଵାରା ମୁହଁରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ। ତେଣୁ ଦାନ୍ତ ମାଢିରେ ହେଉଥିବା ସମସ୍ୟା ଏବଂ ଦାନ୍ତ ବ୍ୟଥା ଭଳି ସମସ୍ୟାରୁ ଉପଶମ ମିଳିଥାଏ।

ସାଇନସ:

ଲବଙ୍ଗରେ ଇଜେନାଲ ନାମକ ତତ୍ତ୍ୱ ରହିଥାଏ। ଏହି ତତ୍ତ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ। ଏହା ସାଇନସ ସମସ୍ୟାକୁ ନିୟନ୍ତ୍ରଣ ରଖେ।

ଆହୁରି ପଢନ୍ତୁ: ଜାଣନ୍ତୁ କେଉଁ ନମ୍ବର ଗାଡି କିଣିଲେ ଆପଣ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। |

ପାଚନକ୍ରିୟା:

ପ୍ରତିଦିନ ସକାଳେ-ସଂନ୍ଧ୍ୟାରେ ଖାଇବାପୂର୍ବରୁ ଗୋଟିଏ ଲବଙ୍ଗ ଖା’ନ୍ତୁ। ଏହାଦ୍ୱାରା ପାଚନକ୍ରିୟା ସକ୍ରିୟ ହୋଇଥାଏ।

ପେଟ ବ୍ୟଥା:

ଲବଙ୍ଗରେ ଆଣ୍ଟିଇମ୍ଫେ୍ଲମେଟରୀ ଗୁଣ ରହିଥାଏ। ଏହାଦ୍ୱାରା ପେଟ ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ।

ସୁସ୍ଥ ତ୍ୱଚା:

ଏହା ତ୍ୱଚା ପାଇଂ ଖୁବ୍ ଲାଭଦାୟକ ହୋଇଥାଏ। ପ୍ରତିଦିନ ଲବଙ୍ଗ ଖାଇବାଦ୍ୱାରା ଶରୀରରେ ଥିବା ଟକ୍ସିନ ନିର୍ଗତ ହୋଇଥାଏ। ଏହାଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ ଏବଂ ଏହାସହିତ ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ।

ମାଂସପେଶୀ ବ୍ୟଥା:

ପ୍ରତିଦିନ ଲବଙ୍ଗ ଖାଇବାଦ୍ୱାରା ମାଂସପେଶୀ ଶିଥିଳ ହୋଇଥାଏ। ଏହାଦ୍ୱାରା ମାଂସପେଶୀରେ ହେଉଥିବା ବ୍ୟଥା ଦୂର ହୋଇଥାଏ।

ରୋଗରୁ ମୁକ୍ତି:

ଲବଙ୍ଗରେ ଭିଟାମିନ-ଇ, ଭିଟାମିନ-କେ ଏବଂ ମ୍ୟାଗ୍ନେସିୟମ ବୋହୁ ପରିମାଣରେ ରହିଥାଏ। ଏହାକୁ ସବୁବେଳେ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧିପାଇ ଥାଏ । ଏହାଦ୍ୱାରା ଥଣ୍ଡା-ଜ୍ୱର ଭଳି ରୋଗରୁ ଲଢିବାପାଇଁ ଶରୀର କୁ ଶକ୍ତି ମିଳିଥାଏ।

ଏସିଡିଟି:

ଏଥିରୁ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ। ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବାଦ୍ୱାରା ପାଚନକ୍ରିୟା ଉତ୍ତମ ରୂପେ ହୋଇଥାଏ।