ଆଜିର ରାଶିଫଳ, 9 ଅକ୍ଟୋବର 2021, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ବଡ ପରିବର୍ତ୍ତନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ଅକ୍ଟୋବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଅନେକ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । ଆପଣଙ୍କର ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଉନ୍ନତି ମଧ୍ୟ ହେବ । ଆପଣ କାର୍ଯ୍ୟ ସ୍ଥଳରେ ସଫଳତା ପାଇବା ସହ କ୍ଯାରିୟର କ୍ଷେତ୍ର ରେ ମଧ୍ୟ ଆଗରେ ରହିବେ । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ଲାଭ ହେବ । ଆପnଙ୍କର ଅଟକି ଥିବା ସବୁ କାମ ପୁରା ହେବାରେ ଲାଗିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ ରାଶି : ଏହି ରାଶିର ଲୋକ ମାନେ ପ୍ରଗତି ଆଡକୁ ଅଗ୍ରସର ହେବେ । ମାତା ପିତାଙ୍କ ସହଯୋଗ ଆପଣ ପ୍ରତେକ ଟି କ୍ଷେତ୍ର ରେ ପାଇବେ । ଆପଣଙ୍କର ଆୟରେ ବୃଦ୍ଧି ହେବ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟା ହୋଇପାରେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କ ଜୀବନରେ ଚାଲିଥିବା ସମାଶୟର ନିବାରଣ ହେବ । ବ୍ୟବସାୟ କ୍ଷେତ୍ର ରେ ଆପଣ ଆଗରେ ରହିବେ । ଚାକିରି କରିଥିବା ବ୍ୟକ୍ତି ନୂଆ ପଦ ହାସଲ କରିବେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ପରିବାର ଲୋକଙ୍କ ସହ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ କାର୍ଯ୍ୟ ରେ ଯୋଗ ଦେବେ । ଏହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କ ମନରେ ସାକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ । ଚାକିରି କ୍ଷେତ୍ର ରେ ଆପଣ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କ ସହଯୋଗ ପାଇବେ । ଆପଣଙ୍କର ଅଟକି ଥିବା ସବୁ କାମ ପୁରା ହେବାର ସମୟ ଆସି ଯାଇଛି । କୌଣସି କ୍ଷେତ୍ର ରୁ ଧନ ପ୍ରାପ୍ତ ହୋଇପାରେ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାରେ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ମାତା ପିତାଙ୍କ ସହଯୋଗ ପାଇବେ । ଆପଣ ନିଜ କ୍ଯାରିୟରକୁ ନେଇ ଅଧିକ ସକ୍ରିୟ ରହିବେ । ଯଦି ଆପଣ ନୂଆ ଚାକିରି ଖୋଜୁଛନ୍ତି ତେବେ ନୂଆ ଚାକିରି ପାଇବାର ଆଶଙ୍କା ରହିଛି । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବା ସହ ଦୂର ସ୍ଥାନ କୁ ଯାତ୍ରା କରି ପାରନ୍ତି । ଯାହା ଦ୍ଵାରା ଆପଣଙ୍କ ଦାଂପତ୍ଯ ଜୀବନ ସୁଖମୟ ହେବ । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂଆ ଯୋଜନା ଆରମ୍ଭ କରି ପାରିବେ । ସାଙ୍ଗ ସାଥି ଙ୍କ ସହ ଆପଣ କିଛି ନୂଆ ପ୍ଳାନ କରି ପାରନ୍ତି ।

ସିଂହ ରାଶି : ଆଜି ଆପଣଙ୍କୁ ଜୀବନ ସାଥି ଙ୍କ ସହଯୋଗ ଓ ଭଲ ପାଇବା ମିଳିବ । ଆପଣ କର୍ମ କ୍ଷେତ୍ର ରେ ଆଗରେ ରହିବେ । ଜୀବନର ପ୍ରତେକ ଟି କ୍ଷେତ୍ର ରେ ଆପଣ ସଫଳତା ହାସଲ କରିବେ । କୌଣସି କ୍ଷେତ୍ର ରୁ ଆପଣ ଧନ ଲାଭ କରି ପାରନ୍ତି । ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାର ସାମାଧାନ ହେବାର ସମୟ ଆସି ଯାଇଛି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଛାତ୍ର ମାନେ ପରୀକ୍ଷା ରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିନ୍ତ ଭାବେ ସଫଳ ହେବେ । ବନ୍ଧୁ ମାନଙ୍କ ସହ ଆପଣଙ୍କ ସମୟ ଭଲ ରହିବ । ଆପଣ କୌଣସି ପିକନିକ ସ୍ପଟକୁ ଯାତ୍ରା କରି ପାରନ୍ତି । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।

କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କର ସମୟ ଅନୁକୂଳ ରହିବ । ଆଜି ଆପଣ ଯେଉଁ ଯାତ୍ରା କରିବେ ତାହା ଆନନ୍ଦ ଦାଯକ ହେବ । ବ୍ୟବସାୟରେ ଭଲ ଆୟ ହେବା ସହ ଆପଣଙ୍କର ରୋଜଗାର ରେ ମଧ୍ୟ ବୃଦ୍ଧି ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଙ୍କର ଅଧିକ ସମୟ ବିତାଇବାର ସୁଯୋଗ ମିଳିବ । ଏହା ଦ୍ଵାରା ଆପଣଙ୍କ ମନ ପ୍ରଫୁଲ୍ଲ ରହିବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗ୍ରହୀ ହେବେ । ଯେଉଁ ମାନେ ରାଜନୀତି ବା କଳା କ୍ଷେତ୍ର ରେ ଅଛନ୍ତି ସେମାନଙ୍କ ପାଇଁ ସମୟ ଶୁଭ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ରେ ପରିବର୍ତ୍ତନ ଆସିପାରେ । ତେଣୁ ସତର୍କ ରୁହନ୍ତୁ ।

ତୁଳା ରାଶି : ଏହି ରାଶିର ଲୋକ ମାନଙ୍କର ସାକାରାତ୍ମକ କ୍ଷେତ୍ର ରେ ରୁଚି ରହିବ । ପରିବାର ରେ ବାତାବରଣ ହସ ଖୁଶିର ରହିବ । କୌଣସି କ୍ଷେତ୍ର ରୁ ଧନ ଲାଭ ହୋଇପାରେ । ବ୍ୟବସାୟରେ ଆପଣ ନୂଆ ନିବେଶ କରି ପାରିବେ । ମହିଳା ମାନେ ନିଜ ପାଇଁ ନୂଆ ବସ୍ତ୍ର କିଣିବେ । ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟା ହୋଇପାରେ । ଯାହା ଦ୍ଵାରା ଆପଣଙ୍କ ବନ୍ଧୁତା ଆହୁରି ସୁଦୃଢ ହେବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ ।

ବିଛା ରାଶି : ଏହି ରାଶିର ଲୋକ ମାନଙ୍କୁ ଆଜି ଭାଗ୍ୟ ର ସାଥ ମିଳିବ । ଭାଇ ଭଉଣୀ ଙ୍କ ସହଯୋଗ ଆପଣ ପାଇବେ । ଘର ପରିବାର ରେ ହସ ଖୁଶିର ମାହୋଲ ରହିବ । ପ୍ରେମ ଜୀବନରେ ସମୟ ଅନୁକୂଳ ରହିବ । ଆପଣ ନିଜ ମନ କଥା ନିଜ ପାର୍ଟନର ଙ୍କୁ କହି ପାରିବେ । କୌଣସି କ୍ଷେତ୍ର ରୁ ଧନ ପ୍ରାପ୍ତ ହେବ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମାନ ବଢିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ ।

ମକର ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବାର ସମୟ ଆସି ଯାଇଛି । ଧନ ଉପାର୍ଜନ ପାଇଁ ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ଯାହା ଆପଣଙ୍କ ଭବିଷ୍ୟତ ପାଇଁ କାମରେ ଆସିବ । ଆଜି ଆପଣ ମାନସିକ ଓ ଶାରୀରିକ କ୍ଷେତ୍ର ରେ ସୁସ୍ଥ ରହିବେ । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟ ରେ ଭଲ ସମ୍ପର୍କ ରହିବ । ବିଦେଶକୁ ଯାତ୍ରା କରି ପାରନ୍ତି । ଆପଣଙ୍କ ଯାତ୍ରା ସୁଫଳ ହେବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କୁ ଆଜି ପ୍ରିୟଜନ ଙ୍କ ସାଥ ଓ ସମ୍ମାନ ମିଳିବ । ବ୍ୟବସାୟ କ୍ଷେତ୍ର ରେ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ଆପଣଙ୍କ ଯାତ୍ରା ସଫଳ ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ଆପଣ ପାଇବେ । ଯାହା ଦ୍ଵାରା ଆପଣ ଜୀବନର ପ୍ରତେକ ଟି କ୍ଷେତ୍ର ରେ ସଫଳତା ହାସଲ କରିବେ । ଆପଣଙ୍କର ଆତକୀ ଥିବା ଟଙ୍କା ଆପଣ ଫେରସ୍ତ ଅପାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ସାଙ୍ଗ ସାଥି ଙ୍କ ସାହା ଆପଣ ଅଧିକ ସମୟ ବିତାଇବେ । ମାତା ପିତାଙ୍କ ସହଯୋଗ ଆପିବା ଦ୍ଵାରା ଆପଣ ଜୀବନର କର୍ମ କ୍ଷେତ୍ର ରେ ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ ।

ମୀନ ରାଶି : ଏହି ରାଶିର ଲୋକ ମାନେ ଆଜି ପୈତୃକ ସମ୍ପତିର ଅଧିକାରୀ ହେବେ । ପରିବାର ରେ ମାହୋଲ ଉତ୍ତମ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଆପଣଙ୍କର ଆୟ ରେ ବୃଦ୍ଧି ହେବ । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ଆପଣ ଯେଉଁ କମ ଭାବି ନ ଥିବେ ତାହା ହେବାର ସମ୍ଭାବନା ରହିଛି । ତେଣୁ ନିଜକୁ ପ୍ରସ୍ତୁତ କରି ରଖନ୍ତୁ । ଆଜି ଆପଣଙ୍କୁ କିଛି ନୂଆ ଦାୟିତ୍ଵ ମିଳିପାରେ । ସମାଜ ରେ ଆପଣଙ୍କର ମାନ ସମାନ ର ପ୍ରତିଷ୍ଠା ହେବ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।