ଆଜିର ରାଶିଫଳ, 9 ଅକ୍ଟୋବର 2020, ଶୁକ୍ରବାର, ଚନ୍ଦ୍ରଙ୍କର ବନୁଛି ଶୁଭ ଯୋଗ, ଏହି ୫ଟି ରାଶିଙ୍କୁ ମିଳିବ ଫାଇଦା, ଜୀବନରେ ଆସିବ ଖୁସି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜିର ଦିନ ଆପଣଙ୍କର ପୂର୍ବ ଅପେକ୍ଷା ଭଲ ରହିବ । ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ । ଆପଣ ଜୀବନସାଥିଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ବ୍ୟବସାୟିକ କ୍ଷେତ୍ରରେ ବୃହସ୍ପତିଙ୍କ ପ୍ରଭାବରୁ ବହୁତ ଲାଭ ମିଳିବ । ଯଦି କାହା ସହିତ ମିଶି ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କୁ ସେଥିରେ ଲାଭ ମିଳିବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । ଆପଣ ନିଜ ପ୍ରୟାସରେ କୌଣସି ବଡ କାର୍ଯ୍ୟକୁ ନିଜ ହାତକୁ ନେବାରେ ସଫଳ ହେବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣ ନିଜ ଚେଷ୍ଟାରେ ଆଗକୁ ବଢିବେ ।

ବୃଷ

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ଅଛି । ଆପଣଙ୍କ ଆୟରେ ବୃଦ୍ଧି ହେବ । ବର୍ତ୍ତମାନ ସମୟରେ ଜୀବନରେ ବହୁତ କିଛି ଶିଖିବେ । ଆପଣଙ୍କର ଭବିଷ୍ୟତ ଯୋଜନା ସଫଳ ହେବ । ଅଟକି ଥିବା କାର୍ଯ୍ୟ ଇଚ୍ଛା ଅନୁସାରେ ପୁରା ହେବ । ଆପଣଙ୍କ କ୍ୟାରିୟର ସ୍ଥିତି ଭଲ ରହିବ । ଯଦି ଆପଣ କୌଣସି ମିତ୍ରଙ୍କ ସହ ମିଶି ବ୍ୟବସାୟ କରୁଛନ୍ତି ତେବେ ସେଥିରେ ବହୁତ ଲାଭ ମିଳିବ । ଆପଣ ନିଜ ଅଫିସ କିମ୍ବା କାର୍ଯ୍ୟଳୟରେ ଉପରିସ୍ଥ ଅଫିସରଙ୍କ ସହଯୋଗ ପାଇବେ । କାହା ଉପରେ ବି ଅଧିକ ବିଶ୍ଵାସ କରନ୍ତୁ ନାହିଁ ନଚେତ ସେମାନେ ଆପଣଙ୍କୁ ହଇରାଣ କରିପାରନ୍ତି । ମନ୍ଦିରରେ ସଫା କରନ୍ତୁ ପରିବାରରେ ଖୁସିର ପରିବେଶ ରହିବ ।

ମିଥୁନ

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ବ୍ୟବସାୟରେ ଅଟକି ଥିବା ଧନ ମିଳିଯିବ । ଆପଣଙ୍କ ସବୁ ଇଛା ପୁରା ହେବା ସହ ଅଟକି ଥିବା କାମ ବି ପୁରା ହୋଇଯିବ । ବହୁତ ଧନ ଲାଭ ମିଳିବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ । ବ୍ୟବସାୟିକ କ୍ଷେତ୍ରରେ ଲାଭ ମିଳିବ । ଚାକିରିରେ ଇଚ୍ଛାନୁସାରେ ବଦଳି ହେବ । ଆପଣ ନିଜ କାମ ନିଜେ କରନ୍ତୁ । ମାତା ପିତାଙ୍କ ସେବା କରନ୍ତୁ ଏହା ଦ୍ଵାରା ଆପଣଙ୍କର ଉନ୍ନତି ହେବ । ବ୍ରାହ୍ମଣଙ୍କ ଗୋଡ ଛୁଇଁ ଆଶୀର୍ବାଦ ନିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କର୍କଟ

ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିବ । ଆପଣଙ୍କ ଯାତ୍ରା ସଫଳ ହେବ ଓ ଏଥିରେ ଆପଣଙ୍କର ଧନ ଲାଭ ବି ହେବ । ମାନ ସମ୍ମାନ ବୃଦ୍ଧି ହେବ । କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଭଲ ସମୟ ଅଟେ । ଆପଣଙ୍କ କାର୍ଯ୍ୟ ଓ ବ୍ୟବସାୟ ପାଇଁ ସମୟ ଭଲ ଅଛି । ଆପଣଙ୍କ ଖର୍ଚରେ ବୃଦ୍ଧି ହୋଇପାରେ । ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ ବିପକ୍ଷରେ କେହି ଷଡଯନ୍ତ୍ର କରିପାରନ୍ତି ଯାହା ଫଳରେ କି ଆପଣଙ୍କ ମାନ ସମ୍ମାନରେ ଆଞ୍ଚ ଆସିପାରେ । ମନ୍ଦିରରେ ଅତର ଦାନ କରନ୍ତୁ ସବୁ ସମସ୍ୟାର ସମାଧାନ ହୋଇଯିବ ।

ସିଂହ

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ଅଛି । ଆପଣଙ୍କ ବ୍ୟବହାର ପାଇଁ ସମସ୍ତେ ଆପଣଙ୍କ ଉପରେ ଖୁସି ରହିବେ । ପିତାଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ଜୀବନରେ ଉନ୍ନତି  ମିଳିବ । କ୍ୟାରିୟରେ ଉନ୍ନତି ହେବାର ସମ୍ଭାବନା ଅଛି । ପାଣିରେ ନାଲି ରଙ୍ଗର ଫୁଲ ଦେଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ । ସାଙ୍ଗମାନଙ୍କ ସହିତ ସମ୍ବନ୍ଧ ମଜବୁତ ରହିବ ।

କନ୍ୟା

ଆଜି ଆପଣଙ୍କର ଦିନଟି ଭଲ ରହିବ । ପରିବାର ସହିତ କୌଣସି ଧାର୍ମିକ ସ୍ଥଳକୁ ଯାଇ ପାରନ୍ତି । ଆପଣଙ୍କୁ ନୂଆ ଚାକିରି ପ୍ରାପ୍ତ ହେବ । ଆରମ୍ଭରୁ ଆପଣଙ୍କୁପରିଶ୍ରମ କରିବାକୁ ପଡିପାରେ । ଆପଣଙ୍କର ପରିଶ୍ରମର ଫଳ ମିଳିବାର ସମୟ ବର୍ତ୍ତମାନ ଆସି ଯାଇଛି । ଆପଣ ଭଲ ଧନ ଅର୍ଜିତ କରିବେ । ମା ବାପାଙ୍କ ସହ ସମ୍ବନ୍ଧ ଭଲ ରଖନ୍ତୁ ଯାହା ଦ୍ଵାରା ଆପଣଙ୍କ ଜୀବନରେ ଲାଭ ହିଁ ଲାଭ ହେବ । ଗରିବ ଲୋକମାନଙ୍କୁ ଭୋଜନ କରାନ୍ତୁ । ଗ୍ରହ ଶାନ୍ତ ରହିବ ।

ତୁଳା

ଆଜି ଆପଣ ଜୀବନସାଥିନ ସହ ନରମ ହୋଇ କଥାବାର୍ତ୍ତା କରନ୍ତୁ । ଧର୍ଯ୍ୟ ରଖନ୍ତୁ ଆପଣଙ୍କର ସମ୍ପର୍କ ମଧୁର ହେବ । ନିୟମିତ ଯୋଗ କରନ୍ତୁ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କର କ୍ୟରିୟରରେ ଉନ୍ନତି ହେବ ଆପଣ ମନ ଧ୍ୟାନ ଦେଇ କାମ କରାନ୍ତୁ । ଯଦି ଆପଣ ଇଣ୍ଡଷ୍ଟ୍ରି, ଅଟୋମୋବାଇଲ, ପ୍ରିଟିଙ୍ଗ ପ୍ରେସ, ଗ୍ୟାସ ତଥା ପେଟ୍ରୋଲ ଆଉ ତେଲ ଇତ୍ୟାଦି କାର୍ଯ୍ୟରେ ଜଡିତ ଅଛନ୍ତି ତେବେ ଏହି ବର୍ଷ ଆପଣଙ୍କର ଅଧିକ ଉନ୍ନତି ହେବ । ସକରତ୍ମକ ବିଚାରଧାରା ଦ୍ଵାରା ଅଧିକ ସଫଳତା ମିଳିବ । ଆପଣ ଇଷ୍ଟଦେବଙ୍କୁ ପ୍ରଣାମ କରନ୍ତୁ । ଆପଣଙ୍କର ଦିନଟି ଭଲରେ କଟିବ ।

ବିଚ୍ଛା

ଆଜି ଆପଣଙ୍କୁ ଉନ୍ନତିର କିଛି ନୂଆ ସାଧନ ମିଳିପାରେ । ଆପଣଙ୍କୁ ଗୁରୁଜନଙ୍କ ପାଖରୁ ଆଶୀର୍ବାଦ ପ୍ରାପ୍ତ ହେବ । ଆଜି ଆପଣଙ୍କର ଭାବନା କିଛି ଭଲ ରହିବ । ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ଆପଣ କିଛି ସାଙ୍ଗମାନଙ୍କୁ ଓ ସମ୍ପର୍କୀୟମାନଙ୍କୁ ଆର୍ଥିକ ସାହାଯ୍ୟ କରିପାରନ୍ତି । ବ୍ୟାପାରରେ ଆପଣଙ୍କର ଆକସ୍ମିକ ଧନ ଲାଭର ଯୋଗ ଅଛି । କଠିନ ପରିଶ୍ରମ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ପରିବାରର ପରିବେଶ ବହୁତ ଭଲ ରହିବ । ଆପଣ ମାଟି ପାତ୍ରରେ ପକ୍ଷୀମାନଙ୍କୁ ପାଣି ଦିଅନ୍ତୁ , କାମରେ ସଫଳତା ମିଳିବ ।

ଧନୁ

ଆଜି ଆପଣଙ୍କର ଦିନଟି ବହୁତ ଭଲ ରହିବ । ପିଲାବେଳର ସାଙ୍ଗ ଆଜି ଆପଣଙ୍କୁ ଫୋନ କରିପାରନ୍ତି । ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭବନା ଅଛି । ଗୁରୁଜନଙ୍କ ଆଶୀର୍ବାଦ ଦ୍ଵାରା ବ୍ୟାପାର ବାଣିଜ୍ୟ ଭଲ ଚାଲିବ । କାର୍ଯ୍ୟ ଭାର ଅଧିକ ରହିବ । କିନ୍ତୁ ଆପଣ ନିଜର ଯୋଗ୍ୟତା ଓ କ୍ଷମତା ବଳରେ ଭରପୁର ଲାଭ ଉଠେଇବେ । ଗାଈ ମାନଙ୍କୁ ଘାସ ଖୁଆନ୍ତୁ, ଧନରେ ବୃଦ୍ଧି ହେବ ।

ମକର

ଆଜି ଆପଣଙ୍କର ଦିନ ପୂର୍ବ ଅପେକ୍ଷା ବହୁତ ଭଲ ରହିବ । ଆପଣଙ୍କୁ ଆପଣଙ୍କ ମିତ୍ର , ପରିବାର ଓ ସମ୍ପର୍କୀୟଙ୍କ ସହଯୋଗର ମିଳିବ । ଆର୍ଥିକ ଲାଭ ମିଳିବ । କିଛି ଲୋକଙ୍କ ସହ ଦେଖା ହୋଇ ବହୁତ ଖୁସିରେ ରହିବେ । ଜୀବନରେ ଉନ୍ନତିର ବହୁତ ମାର୍ଗ ଦେଖାଯିବ । ବ୍ୟବସାୟିକ କ୍ଷେତ୍ରରେ ଛୋଟ ମୋଟ ସମସ୍ୟା ଦେଖା ଦେଇପାରେ । କିନ୍ତୁ କଠିନ ପରିଶ୍ରମ ଫଳରେ ସଫଳତା ଓ ଆର୍ଥିକ ଲାଭ ମିଳିବ । ଅନାବଶ୍ୟକ ଖର୍ଚ ବଢିବାରୁ ଚିଡ଼ ଚିଡା ହୋଇପାରନ୍ତି । ବିନା ଭାବି ଚିନ୍ତି କୌଣସି କାର୍ଯ୍ୟ କରନ୍ତୁ ନାହିଁ ନଚେତ କ୍ଷତିରେ ପଡିବେ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ସବୁ ସମସ୍ୟାର ସମାଧାନ ହୋଇଯିବ ।

କୁମ୍ଭ

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । ଆପଣଙ୍କୁ ବ୍ୟବସାୟରେ କିଛି ଲୋକଙ୍କ ସାହାର୍ଯ୍ୟ ମିଳିବ । ସାମାଜିକ ପ୍ରତିଷ୍ଠା ମିଳିବ । ପାର୍ଟନରଙ୍କ ବ୍ୟବସାୟରେ ସମ୍ପର୍କ ଭଲ ରଖିବେ ତେବେ ଆପଣଙ୍କୁ ବହୁତ ଆର୍ଥିକ ଲାଭ ମିଳିବ । ଆର୍ଥିକ ଲାଭ ଯୋଗୁଁ ଆପଣ ଭଲ ସଞ୍ଚୟ ବି କରିବେ । ଆପଣ ଧନ ନିବେଶ ତଥା ଟଙ୍କା ଦେବା ନେବାରେ ଭାବି ଚିନ୍ତି ନିଷ୍ପତି ନିଅନ୍ତୁ । ଶନିଙ୍କର ସ୍ଥିତି ଯୋଗୁଁ ପାରିବାରିକ ସମସ୍ୟା ଦେଖାଯାଇପାରେ । ଗାଈକୁ ହଳଦୀର ଟୀକା ଲଗାନ୍ତୁ ସବୁ ସମସ୍ୟାର ସମାଧାନ ହୋଇଯିବ ।

ମୀନ

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ଚାକିରି କ୍ଷେତ୍ରରେ ନୂଆ ପ୍ରୋଜେକ୍ଟ ମିଳିବ । ଉଚ୍ଚ ଶିକ୍ଷାରେ ସଫଳତା ମିଳିବ । ଧନକୁ ଠିକ ଜାଗାରେ ଖର୍ଚ କରନ୍ତୁ ତେବେ ଭବିଷ୍ୟତରେ ଆର୍ଥିକ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ଆପଣଙ୍କର କିଛି ସମସ୍ୟା ଆସିପାରେ । ଯାହା ଦ୍ୱାରା ଆପଣଙ୍କ ପଢାରେ ଅରୁଚି, ସ୍ୱାସ୍ଥ୍ୟଗତ ସମସ୍ୟା, ମାନସିକ ବ୍ୟାକୁଳତା, ଏକାଗ୍ରତା ଭଙ୍ଗ ହୋଇପାରେ । ନାଲି ରଙ୍ଗର ଫଳ ଗରିବଙ୍କୁ ଦିଅନ୍ତୁ ସବୁ ସମସ୍ୟାର ସମାଧାନ ହୋଇଯିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।