ଆଜିର ରାଶିଫଳ, 7 ଫେବୃଆରୀ 2021, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ଫେବ୍ରୁଆରି ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣ ଛୋଟ ପିଲାଙ୍କୁ ବହୁତ ଭଲ ଭାବରେ ବୁଝୁ ପାରନ୍ତି ଓ ତାଙ୍କର ଉପଚାର ମଧ୍ୟ କରିପାରନ୍ତି । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ । ଆଜି ପୁରା ଦିନ ଧାର୍ମିକ ଅନୁଷ୍ଠାନରେ କଟିବ ନିଜର ଓ ଭଲ କର୍ମ ଫଳ ମିଳିବା ସହିତ କିଛି ନୂଆ ଖୁସି ଖବର ମିଳିପାରେ । ବହୁ ପୂର୍ବରୁ ରହିଯାଇଥିବା କାର୍ଯ୍ୟ ପୂର୍ଣ ହେବ । ଆର୍ଥିକ ସମସ୍ୟା ଦୂରେଇ ଯିବ । ମାତା ଓ ପିତାଙ୍କ ସାଙ୍ଗରେ ଭଲରେ ଦିନ କଟିବ । ଏଥିପାଇଁ ପୁରା ଦିନ ଖୁସିରେ କାଟିବ ଓ ଆପଣଙ୍କ ସମ୍ପର୍କ ଦୃଢ ରହିବ ।

ବୃଷ

ନିଜର ଆତ୍ମବିଶ୍ଵାସ ବଢିବା ସହିତ କର୍ମରେ ଊର୍ଣ୍ଣତି ହେବ । ଆର୍ଥିକ ସମସ୍ଯା ମଜବୁତ ରହିବ । ଯଦି ଆପଣ କୌଣସି ଏକ ବଡ ହୋଟେଲ ବା ପର୍ଯ୍ୟଟନ ଭଳି କିଛି ବ୍ୟବସାୟ ଥାଏ ତେବେ ସେଥିରେ ଆପଣ ଖୁବ ଲାଭ ବାନ ହେବେ । ପରିବାରର ସହୋଯୋଗ ଫଳରେ ଆଜି ଯେକୌଣସି କାମ କଲେ ସେଥିରେ ଆପଣ ସଫଳତା ହାସଲ କରିବେ । ଆଜି କୌଣସି ଏକ ସାଙ୍ଗ ସହ ଭେଟ ହେଲା ପରେ ବହୁତ ଖୁସି ରହିବେ ଓ ତାଙ୍କ ସହ ମିଶି ବାହରକୁ ଯିବା ପାଇଁ କିଛି ଯୋଜନା କରିପାରନ୍ତି । କାର୍ଯ୍ୟର ଭାର ଅଧିକା ହେବାରୁ ଆଜି ଆପଣଙ୍କୁ ଅଧିକା ପରିଶ୍ରମ କରିବାକୁ ପଡିବ । ଟଙ୍କା ଦେବା ନେବାରେ ସାବଧାନ ରୁହନ୍ତୁ ।

ମିଥୁନ

ପରିବାରରୁ ଆଜି କିଛି ନୂଆ ଦାଇତ୍ୟ ମିଳିପାରେ ଓ ବାତାବରଣ ଆନଦମୟ ରହିବ । ସାଙ୍ଗମାନଙ୍କର ପୁରା ସାଥ ମିଳିବ ଯାହା ଫଳରେ କୌଣସି କର୍ମ ଆଜି ବାକି ରହିବ ନାହିଁ ଓ କିଛି ପୁରୁଣା ସାଙ୍ଗ ଦେଖା ହୋଇପାରନ୍ତି । ସବୁ କାର୍ଯ୍ୟ ଆଜି ସଫଳ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ । ବ୍ୟବସାୟରେ କିଛି ଛୋଟ ଛୋଟ ଭୁଲ ହୋଇପାରେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ କିନ୍ତୁ ଭଲ ଲାଭ ହେବ । ବଡ ଲୋକଙ୍କର କଥା ଅନୁଯାଇ କାମ କରିବାକୁ ଚେଷ୍ଟା କରନ୍ତୁ ତେବେ ଯାଇ ଆପଣଙ୍କୁ ସଫଳତା ମିଳିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ ନଚେତ ସବୁ ନଷ୍ଟ ହୋଇଯିବାର ଅଧିକ ସମ୍ଭାବନା ଅଛି ।

କର୍କଟ

ଜରୁରୀ କାମ ଆଜି ସବୁ ପୂର୍ଣ ହୋଇଯିବ । ଦିନଟା ଭଲରେ କଟିବ ଓ ସମସ୍ତ ଘର ଲୋକେ ଆପଣଙ୍କ ଉପରେ ଖୁସିରେ ରହିବେ । ନୂଆ ସାଙ୍ଗ ବନାଇ ପାରିବେ ଯାହା ଆପଣଙ୍କୁ ପରେ ବହୁତ ସାହାର୍ଯ୍ୟ କରିବ । ବ୍ୟବସାୟ କାର୍ଯ୍ୟ ସମ୍ବନ୍ଧିତ ସବୁ କାମ ବହୁତ ଭଲରେ ରହିବ । ମାତା ପିତାଙ୍କ ଧ୍ୟାନ ରଖନ୍ତୁ ନଚେତ ତାଙ୍କର ଆଜି ସ୍ୱାସ୍ଥ୍ୟ ବିଗାଡି ଯାଇପାରେ । ଜୀବନ ସାଥିକୁ ବୁଝିବାକୁ ଚେଷ୍ଟା କରନ୍ତୁ ସେ ଆଜି ଆପଣଙ୍କୁ ଯେଉଁ ଉପଦେଶ ଦେବେ ସେଇଟା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହୋଇପାରେ । ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି ।

ସିଂହ

ନିଜ ଜୀବନରେ କିଛି ନୀତି ଓ ନିୟମ ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ନଚେତ ଆଜି କାହାଠୁ ବି କଟୁ କଥା ଶୁଣିପାରନ୍ତି । ବହୁଦିନରୁ ହେଉଥିବା ସମସ୍ୟା ଏବେ ଦୂରେଇଯିବ ବା କିଛି ସମାଧାନର ବାଟ ବାହାରି ଯାଇପାରେ । କିଛି ପୁରୁଣା ସାଙ୍ଗ ସହ ଭେଟ ହୋଇପାରେ । ଧର୍ମ ସ୍ଥାନ ରେ କିଛି ଖର୍ଚ ହୋଇପାରେ । ଯାହା ଦ୍ଵାରା ସମାଜରେ ମାନ ସଂମ୍ମାନ ମିଳିବ ଓ ଗୁରୁଙ୍କର ଆଶ୍ରିବାଦ ମିଳିବ । ଯାତ୍ରା ଆପଣଙ୍କର ଲାଭ ଦାୟକ ହେବ । ଆଜି ଯିଏ ଯେତେବୀ ଚାହିଁଲେ କିଛି କ୍ଷତି କରିପାରିବେ ନାହିଁ ।

ବିଛା

ଆଜି ଆପଣଙ୍କର ଦିନ ବହୁତ ଭଲରେ କାଟିବ । ଧାର୍ମିକ ସ୍ଥଳୀ କୁ ଆପଣ ଆଜି ଯାଇ ପାରନ୍ତି । କୌଣସି କାମରେ ଯଦି ଆଜି ଆରମ୍ଭ କରନ୍ତି ତେବେ ଆଜି ସେହି କାମ ସମୟ ପୂର୍ବରୁ ହିଁ ସରିଯିବ ଯାହାକି ଅଫିସ ହେଉ ବା ଘରେ ହେଉ ବହୁତ ପ୍ରଶଂସା ପାଇବେ । ସରକାରୀ ଚାକିରିରେ ଆପଣଙ୍କୁ କାମ କରିବାକୁ ପୁରା ସାହାର୍ଯ୍ୟ ମିଳିବ ଓ ସମର୍ଥନ ମଧ୍ୟ ମିଳିବ ବିଭାହୀତ ଜୀବନରେ କିଛି ହାତରୁ ଖସି ଯିବା ପରି ଲାଗିବ । ସବୁବେଳେ ଆପଣ ଯେ ଠିକ କେବେହେଲେ ଭାବନ୍ତୁ ନାହିଁ ସଦାବେଳେ ଗୁରୁ ଓ ମାତା ପିତାଙ୍କ କଥା ମାଣିବାକୁ ଚେଷ୍ଟା କରନ୍ତୁ ।

ତୁଳା

ଆଜି ଆପଣଙ୍କର କାମରେ ମନ ଲାଗିବ ନାହିଁ । ଅଫିସରେ ସମସ୍ତଙ୍କ ଆଗେରେ ମୁଣ୍ଡ ତଳକୁ କରି କାମ କରିବାକୁ ପଡିବ । ଏହି ରାସୀର ଲୋକେ ଆଜି ସାଙ୍ଗମାନଙ୍କ ସହ ବୁଲିବା ବା ମିଳାମିଶା ବଢିବ । ପାଖ ଜାଗାକୁ ଯାଇ ପୁରା ମଜା କରି ଆସିବେ ଯାହାକି ପୁରା ଦିନ ଆପଣଙ୍କର ଭଲରେ କଟିବ ଓ ଖୁସିରେ ରହିବେ । ନିଜର ନଜର ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ନଚେତ ଆପଣଙ୍କ ସାଙ୍ଗରେ କେହି ମିଶି ନପାରନ୍ତି । ଏହିପରି କରିବା ଦ୍ଵାରା ଆପଣଙ୍କର କିଛି ଫାଇଦା ହେବ ନାହିଁ ଓ ଆପଣଙ୍କୁ କେହି ପସନ୍ଦ କରିବେ ନାହିଁ ।

କନ୍ୟା

ନିଜ କୌଣସି ଏକ ଭଲ କାର୍ଯ୍ୟ ବା ବ୍ୟବସାୟ କରିବା ପାଇଁ ଆଜି କିଛି ସୁଯୋଗ ମିଳିପାରେ । ପରିବାରରେ ସମସ୍ତେ ଖୁସିରେ ରହିବେ ଓ ସେଥିପାଇଁ ସକରାତ୍ମକ ଶକ୍ତି ଊର୍ଜା ଅଧିକ ରହିବ । କାମ କାର୍ଯ୍ୟରେ ସଫଳତା ମିଳିବ । ଯେକୌଣସି କାମ ଆଜି ଆରମ୍ଭ କରିଥିବେ ସେହି କାମ ଆଜି ନିର୍ଭୁଲ ଭାବରେ ଓ ବହୁତ ଭଲ ଭାବରେ ଖୁବ ଶୀଘ୍ର ସରିଯିବ । ଆଜିର ଦିନକୁ ରୋମାଞ୍ଚକରେ ଚଳିବାକୁ ଚାହୁଁଥିଲେ ଆପଣ ନିଜ ପରିବାର ଓ ସାଙ୍ଗ ସହ ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କର ଦିନ ମଧ୍ୟମ ଧରଣର କଟିବ ।

ଧନୁ

ଏହି ରାସୀର ଲୋକଙ୍କୁ ଆଜି କିଛି ବଡ ଲୋକ ଠାରୁ ନୂଆ ସମାଧାନ ମିଳିପାରେ ଯାହାଫଳରେ ଆପଣ ସେହି ଉକ୍ତିକୁ ନେଇ କାମ କରିବା ଦ୍ଵାରା ସେହି କାର୍ଯ୍ୟ ସଫଳ ହେବ । ଆର୍ଥିକ ସ୍ଥିତି ସୁଦୃଢ ରହିବ ଆଜି କିଛି ଖର୍ଚ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ କିଛି ଅସୁବିଧା ଦେଖା ଦେଇପାରେ । ତରତର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ନଚେତ ବଡ ଅସୁବିଧାର ସମୁଖୀନ ହୋଇପାରନ୍ତି । କଥାବାର୍ତା ଓ ସ୍ଵଭାବରେ କିଛି ପରିବର୍ତନ ଆଣିବାକୁ ଚେଷ୍ଟା କରନ୍ତୁ ନଚେତ ବଡ ବିବାଦ ମଧ୍ୟରେ ଫାଶୀ ପାରନ୍ତି । ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯାନବାହାନ ଧୀରେ ଚଳାଇବା ପାଇଁ ଚେଷ୍ଟା କରନ୍ତୁ ।

ମକର

ଜୀବନ ସାଥି ସହ ଭଲରେ ଦିନ କଟିବ ଓ ତାନକ ସହ ମିଶି ଅଧିକ ସମୟ କାଟିବେ । ଯେ କୌଣସି କାର୍ଯ୍ୟ କରିବେ ସେ କାର୍ଯ୍ୟ ସଫଳ ହେବ । ମନ ମୁତାବକ କାମ ମିଳିବା ଦ୍ଵାରା ବହୁତ ଖୁସି ରହିବା ସହିତ କାମ ମଧ୍ୟ ସଫଳ ହେବ । ସାଙ୍ଗମାନଙ୍କର ପୁରା ସାଥ ମିଳିବ କିନ୍ତୁ ଆପଣଙ୍କର କିଛି ଏମିତି ସାଙ୍ଗ ଥାନ୍ତି ଯେଉଁ ମାନେ କି ହଇରାଣ କରନ୍ତି । ସେମାନେ କେବେହେଲେ ଆପଣଙ୍କର ଭଲ ଚାହାନ୍ତି ନାହିଁ । ସେମାନେ ଆଜି ଆପଣଙ୍କୁ ଖାଲରେ ପକାଇପାରନ୍ତି । ଯଥା ସମ୍ଭବ ତାଙ୍କ ଠାରୁ ଦୂରେଇ ରୁହନ୍ତୁ । ଯେତିକି ପରିଶ୍ରମ କରିବେ ସେତିକି ଫଳ ପାଇବେ । ଘରେ କିଛି ଭଲ ଖୁସି ଖବର ମିଳିପାରେ ।

କୁମ୍ଭ

ଭାଗ୍ୟ ପୁରା ଆଜି ଆପଣଙ୍କର ହିଁ ସାଥ ଦେବ । କେହି ଆପଣଙ୍କୁ ହରାଇପାରିବେ ନାହିଁ । କାରବାରରେ ଭଲ ଲାଭ ହେବ । ପାଠ ପଢା ପିଲାଙ୍କ ପାଇଁ ଆଜି ଦିନ ବହୁତ ଭଲ ଅଟେ । ବ୍ୟବସାୟରେ ଆଜି ଭଲ ଲାଭ ହେତୁ ମନ ଆଜି ବହୁତ ଖୁସି ରହିବ । କାର୍ଯ୍ୟରେ କିଛି ଛୋଟ ମୋଟ ବାଧା ଆସିବା କିନ୍ତୁ କିଛି ବଡ ଅସୁବିଧା ହେବ ନାହିଁ । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ । କାର୍ଯ୍ୟ ସଫଳ ହେବା ଫଳରେ ଆଜି ବହୁତ ଆତ୍ମବିଶ୍ଵାସ ବଢିବ କିନ୍ତୁ କାମ ଅଧିକା ଭାରି ରହିବ, ଯେଉଁଥିପାଇଁ ଶାରୀରିକ କଷ୍ଟ ଓ ମାନସିକ କଷ୍ଟ ଉଭୟ ଦେଖା ଦେବ ।

ମୀନ

କୌଣସି ଏକ କଥାକୁ ନେଇ ଆଜି ବହୁତ ଖୁସି ରହିବେ । କାର୍ଯ୍ୟ କ୍ଷେତ୍ରରେ ହଠାତ କିଛି ଆସୁବିଧା ଆସିପାରେ ଯାହାକି ଆପଣଙ୍କ ଉପରେ କିଛି ପ୍ରେସର ହେଇପାରେ । କାମ ପୁରା କରିବା ପାଇଁ ହୁଅତ ଆଜି ବେସୀ ସମୟ ନା ମିଳିପାରେ । କାମରେ ମନ ଲଗାଇ କଲେ କାମରେ ସୁଫଳ ମିଳିବ କିନ୍ତୁ ପରିଶ୍ରମ ଅନୁଯାଇ ଫଳ କମ ମିଳିବ ସେଥିପାଇଁ ଆପଣ ଜମା ଚିନ୍ତା କରନ୍ତୁ ନାହିଁ କାରଣ ସମୟ ଚକ୍ର ସବୁବେଳେ ବଦଳୁଥାଏ ତେଣୁ କରି କର୍ମ କରିଚାଳନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।