ଆଜିର ରାଶିଫଳ, 7 ନଭେମ୍ବର 2020, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଅଟକି ରହିଥିବା ଧନ ମିଳିଯିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜିର ଦିନଟି ଆପଣଙ୍କ ସପକ୍ଷରେ ଯିବ । ଆପଣଙ୍କୁ ଅଚାନକ ଭାବେ କୌଣସି କ୍ଷେତ୍ରରୁ ଧନ ମିଳିବ । ଆପଣଙ୍କ କୌଣସି କାର୍ଯ୍ୟ ସମୟ ପୂର୍ବରୁ ସମାପ୍ତ ହୋଇଯିବ । ଆପଣ ଚିନ୍ତାକରିଥିବା କାର୍ଯ୍ୟ ସହଜରେ ହୋଇଯିବ । ଆପଣଙ୍କ ପରିବାରରେ ଖୁସିର ବାତାବରଣ ରହିବ । ଆଜି ଆପଣଙ୍କ ଉପରିସ୍ଥ ଅଫିସର ଆପଣଙ୍କର ପ୍ରଶଂସା କରିବେ । ଅଫିସ ଓ ବ୍ୟବସାୟରେ ଆପଣଙ୍କ ନିଷ୍ପତି ଯୋଗୁଁ ଆଜି ଆପଣଙ୍କୁ ଲାଭ ମିଳିବ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ବୃଷ

ଆଜି ଆପଣଙ୍କୁ ବହୁତ ଖୁସି ମିଳିବ । ପରିବାରର ସହ ଭଳ ସମ୍ପର୍କ ରହିବ । ଆପଣଙ୍କ ଘରକୁ କୌଣସି ଅତିଥି ଆସିପାରନ୍ତି । ଯାହା ଫଳରେ ଆପଣଙ୍କ ମନ ଆନନ୍ଦିତ ହୋଇଯିବ । ଆପଣଙ୍କ ସବୁ ସ୍ଵପ୍ନ ପୁରା ହୋଇଯିବ । ଆପଣଙ୍କୁ ଆଜି ସମାଜରେ ମାନ ସମ୍ମାନ ମିଳିବ । ଆଜି ଆପଣଙ୍କ ସବୁ କାର୍ଯ୍ୟରେ ସଫଳତା ମିଳିବ । ଆପଣ ସୂର୍ଯ୍ୟ ନାରାୟଣଙ୍କୁ ନାଲି ରଙ୍ଗର ଫୁଲ କିମ୍ବା ଫଳ ଅର୍ପଣ କରନ୍ତୁ । ଗରିବମାନଙ୍କୁ କପଡା ବାଣ୍ଟନ୍ତୁ ସବୁ ସମସ୍ୟାରୁ ମୁକ୍ତି ପାଇବେ ।

ମିଥୁନ

ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । ଆଜି ଅଫିସରେ ଆପଣଙ୍କ ଉପରିସ୍ଥ ଅଫିସର ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପରିଚିତ ଆପଣଙ୍କୁ ସାହାର୍ଯ୍ୟ କରିବେ । ଆଜି ଆପଣ ଅନ୍ୟମାନଙ୍କୁ ଯେତେ ସାହାର୍ଯ୍ୟ କରିବେ ସେତିକି ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ନୂଆ କାରୋବାରରେ ସଫଳତା ମିଳିବ । ଆପଣଙ୍କ କୌଣସି ଅଟକି ଥିବା କାର୍ଯ୍ୟ ସହଜରେ ହୋଇଯିବ । ଆପଣ ଟଙ୍କା ସଞ୍ଚୟ କରନ୍ତୁ ଯାହାଫଳରେ କି ଆପଣଙ୍କୁ ଭବିଷ୍ୟତରେ ଆର୍ଥିକ କ୍ଷେତ୍ରରେ କୌଣସି ସମସ୍ୟା ରହିବ ନାହିଁ । ଚଢେଇ ମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କର୍କଟ

ଆଜି ଆପଣଙ୍କ ଦିନଟି ସାମାନ୍ୟ ରହିବ । ଆଜି ଆପଣ ଆପଣଙ୍କ ମାତା ପିତାଙ୍କ ପରାମର୍ଶ ନେଇ ସବୁ କାର୍ଯ୍ୟ କରନ୍ତୁ ସବୁ କ୍ଷେତ୍ରରେ ସଫଳତା ମିଳିବ । ଆପଣଙ୍କୁ ଆସନ୍ତା ସମୟରେ କୌଣସି କାର୍ଯ୍ୟରେ ସଫଳତା ମିଳିବ ।ଯାହା ଦ୍ଵାରା ଆପଣ ବହୁତ ଖୁସି ରହିବେ । ଆପଣ ଯାହା ବି କରୁଛନ୍ତି ତାକୁ ଗୁପ୍ତ ରଖନ୍ତୁ ନଚେତ ଉକ୍ତ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଆଜି କୌଣସି କ୍ଷେତ୍ରରେ ନିବେଶ କରୁନ୍ତୁ ନାହିଁ । କୌଣସି କାମ କରିବା ପୂର୍ବରୁ ଆପଣ ଭାବି ଚିନ୍ତି କାର୍ଯ୍ୟ କରନ୍ତୁ । ଘରୁ ବାହାରିବା ସମୟରେ ମା ବାପାଙ୍କ ଆଶୀର୍ବାଦ ନିଅନ୍ତୁ । ଆପଣଙ୍କର କାମ ସହଜରେ ହୋଇଯିବ ।

ସିଂହ

ଆଜି ଆପଣଙ୍କର ଦିନଟି ବହୁତ ଭଲ ରହିବ । ଶୁଭ ସମାଚାର ମିଳିବାର ଯୋଗ ଅଛି । ଆଜି ଆପଣ କୌଣସି ପୁରୁଣା ମିତ୍ର ସହ ଦେଖା କରି ପାରନ୍ତି । ଯାହା ଦ୍ଵାରା ଆପଣଙ୍କୁ ଭବିଷ୍ୟତରେ ବହୁତ ଲାଭ ମିଳିବ । କୌଣସି ମହତ୍ଵ ପୂର୍ଣ କାମ କରନ୍ତୁ । ଆଜି ଆପଣ ବହୁତ ଲୋକଙ୍କର ସାହାର୍ଯ୍ୟ କରିବେ । ଆଗକୁ ବଢିବା ପାଇଁ କିଛି ନୂଆ ଶିଖିବାକୁ ପଡିବ । ଘର ଓ ଅଫିସରେ ଛୋଟୋ ମୋଟ ସମସ୍ୟା ଆସିପାରେ । କିନ୍ତୁ ଏହା ଖୁବ ସମାଧାନ ହୋଇଯିବ । ଆପଣ ମୁଣ୍ଡରେ ଚନ୍ଦନ ତିଳକ ଲଗାନ୍ତୁ ଆପଣଙ୍କ କ୍ୟାରିୟର ସଫଳତା ମିଳିବ ।

କନ୍ୟା

ଆଜି ଆପଣଙ୍କର ବହୁତ ଭଲ ରହିବ । ଅଫସିରେ ସବୁ କାର୍ଯ୍ୟ ଆପଣ ସହଜରେ କରିପାରିବେ । ଛାତ୍ରମାନଙ୍କ ପାଇଁ ଆଜି ଦିନଟି ବହୁତ ଭଲ ଅଛି । କ୍ୟାରିୟରରେ ବହୁତ ସଫଳତା ପାଇବେ । ଜୀବନରେ ଆଗକୁ ବଢିବା ପାଇଁ ନୂଆ ମାର୍ଗ ମିଳିବ । ଭୂମିରେ ଆର୍ଥିକ ନିବେଶ କରନ୍ତୁ ଯାହା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିବ । ଆପଣ ଆଜି କୌଣସି ବଡ ଚିନ୍ତାରୁ ମୁକ୍ତି ପାଇପାରନ୍ତି । ଆପଣଙ୍କୁ କୌଣସି ବିଳମ୍ବ ହେଉଥିବା କାର୍ଯ୍ୟରେ ସଫଳତା ମିଳିବ । ଏହା ସହ ଆର୍ଥିକ ଲାଭ ବି ମିଳିବ । ମାଛମାନଙ୍କୁ ଅଟା ଗୁଳି କରି ଖୁଆନ୍ତୁ ସବୁ ସମସ୍ୟାର ସମାଧାନ ହୋଇଯିବ ।

ତୁଳା

ଆଜି ପରିବାରରେ ଆପଣଙ୍କ ମନ ମାଳିନ୍ୟ ହୋଇପାରେ । ଅଫିସରେ ଉଚ୍ଚ ଅଧିକାରୀଙ୍କ ସାହାର୍ଯ୍ୟ ମିଳିପାରେ । ଆପଣଙ୍କର କୌଣସି କଠିନ କାମ ସହଜରେ ହୋଇଯିବ । ଘରକୁ କୌଣସି ଅତିଥି ଆସିବା ଦ୍ଵାରା ଘରେ ମନୋରଞ୍ଜନ ବାତାବରଣ ସୃଷ୍ଟି ହେବ । ଆଜି ଆପଣ ଯାହା ବି କରନ୍ତୁ ସେଥିରେ ଆପଣଙ୍କୁ ସଫଳତା ମିଳିବ । କାହାକୁ ଉଧାର ଦିଅନ୍ତୁ ନାହିଁ କି ଆଣନ୍ତୁ ନାହିଁ । ଆପଣ କୌଣସି ଗୁପ୍ତ କଥା ସମ୍ପୂର୍ଣ ନ ହେବା ପର୍ଯ୍ୟନ୍ତ କାହାକୁ କୁହନ୍ତୁ ନଚେତ କାର୍ଯ୍ୟଟି ଅଧୁରା ହୋଇ ରହିଯିବ । ଚନ୍ଦନ ଟୀକା ଲଗାନ୍ତୁ ସମାଜରେ ମାନ ସମ୍ମାନ ମିଳିବ ।

ବିଚ୍ଛା

ଆଜି ଆପଣ ଦିନଟି ଭଲରେ କଟିବ । ଆପଣଙ୍କର ଅଟକି ରହିଥିବା ଧନ ମିଳିଯିବ । ଆଜି ଆପଣ କୌଣସି ନୂଆ କାମ କରିପାରନ୍ତି ଯାହାକି ଭବିଷ୍ୟତରେ ଭଲ ଲାଭ ଦେବ । ଏହି ସମୟରେ ଆପଣ ଖୁବ ଧନ ସଞ୍ଚୟ କରିବେ । ଆଜି ଆପଣ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ ଯାହା ଦ୍ଵାରା ଆପଣ ବହୁତ ଧନ ଲାଭ କରିବେ । ଆପଣଙ୍କୁ କୌଣସି ପ୍ରକାରର ଆର୍ଥିକ ସମସ୍ୟା ରହିବ ନାହିଁ । ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ରହିବ ।

ଧନୁ

ଆଜି ଆପଣ କୌଣସି ସାଙ୍ଗ ସହିତ ବୁଲିବାର ପ୍ଳାନ ରହିଛି । ପରିବାରର ସଦସ୍ୟଙ୍କ ସହ ସମୟ ବିତନ୍ତୁ ଯାହା ଦ୍ଵାରା ଆପଣଙ୍କର ପରିବାର ସହ ସନ୍ତୁଳନ ଠିକ ଠାକ ରହିବ । ଅଫିସରେ ଆପଣଙ୍କ ପାଇଁ ଦିନଟି ବହୁତ ଭଲ ଅଛି । ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ଭଲ ସଫଳତା ମିଳିବ । ପରିବାରରେ ସମସ୍ତଙ୍କ ସହ ଭଲ ସଂପର୍କ ରଖନ୍ତୁ ପାରିବାରିକ କାର୍ଯ୍ୟରେ ଆପଣଙ୍କୁ ସମସ୍ତଙ୍କ ସହଯୋଗ ମିଳିବ । ଆଜି ଆପଣ ପତ୍ର ଉପରେ ମନସ୍କାମନା ଲେଖି କରି ଜଳରେ ବୁହାଇ ଦିଅନ୍ତୁ  । ଯାହା ଦ୍ଵାରା ଆପଣଙ୍କର ସବୁ ମନସ୍କମାନା ପୁରୁଣା ହୋଇଯିବ ।

ମକର

ଆପଣଙ୍କୁ ଆଜି ସମାଜରେ ପ୍ରତିଷ୍ଠା ମିଳିବ । ଆଜି ବୈବାହିକ ଜୀବନରେ ଖୁସି ମିଳିବ । ଆଜି ଆପଣଙ୍କୁ ସବୁ କ୍ଷେତ୍ରରେ ପ୍ରଗତି ମିଳିବ । ଆପଣ ନିରନ୍ତର ସଫଳତା ପାଇବା ପାଇଁ ପ୍ରୟାସ କରନ୍ତୁ । ଆପଣ ସବୁ କାର୍ଯ୍ୟକୁ ଭଲ ଭାବେ ପରଖୀ ଭାବି ଚିନ୍ତି କରନ୍ତୁ । ଯାହା ଫଳରେ କି ଆପଣଙ୍କୁ ଭବିଷ୍ୟତରେ କୌଣସି ଅସୁବିଧା ନ ହୁଏ । ଆପଣଙ୍କ ସନ୍ତାନଙ୍କ କ୍ଷେତ୍ରରୁ ଶୁଖ ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବ । ଜରୁରୀକାଳିନ ଲୋକମାନଙ୍କୁ ବସ୍ତ୍ର ଦାନ କରନ୍ତୁ ଆପଣଙ୍କର ସବୁ ଇଚ୍ଛା ପୁରୁଣା ହୋଇଯିବ ।

କୁମ୍ଭ

ଆପଣଙ୍କୁ କୌଣସି ସମ୍ପର୍କୀୟଙ୍କ ଠାରୁ କୌଣସି ଖୁସି ଖବର ମିଳିବ । ଆପଣ ଯଦି କୌଣସି ଜମି ବା ଘର , ବାହାନ ଆଦି କିଣିବାକୁ ଚାହୁଁଛନ୍ତି ତେବେ ଏଥିରେ ସଫଳତା ପାଇବେ । ସନ୍ତାନ ପକ୍ଷରୁ ଆପଣଙ୍କୁ ଖୁସି ଖବର ମିଳିବ । ସମୟ ଅନୁସାରେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣଙ୍କ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ସେଥିରେ ନିପୁଣ ଅବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ସୂର୍ଯ୍ୟ ଦେବ ମନ୍ତ୍ର ୧୦୮ ଥର ଜପ କରନ୍ତୁ ଯାହା ଦ୍ଵାରା ଧାନ ଧାନ୍ୟ ବୃଦ୍ଧି ହେବ ।

ମୀନ

ଆଜି ଆପଣଙ୍କ ପାଇଁ ଦିଅଟି ବହୁତ ଭଲ  ଅଛି । ଛାତ୍ର ମାନେ କ୍ୟାରିୟରରେ ଭଲ କରିବେ । ଆଜି ଛାତ୍ରମାନଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ । ଆପଣ ନ ସୁଝି ବୁଝି କାହା ଉପରେ ବିଶ୍ଵାସ କରନ୍ତୁ ନାହିଁ । ଆପଣଙ୍କୁ ରାଜନୈତିକ କ୍ଷେତ୍ରରେ ସଫଳତା ମିଳିବ । ଆପଣଙ୍କୁ ପଦ ପୋଜିସନ ମିଳିବ । ଆପଣଙ୍କୁ ଆଜି କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ସହଯୋଗ ମିଳିବ । ଧନ ଅଚଳ ସମ୍ପତି ମିଳିବାର ସୁଯୋଗ ଅଛି । କନ୍ୟାମାନଙ୍କୁ କିଛି ଉପହାର ପ୍ରଦାନ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।