ଆଜିର ରାଶିଫଳ, 6 ମାର୍ଚ୍ଚ 2021, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୬ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ପିତା ମାତାଙ୍କ ସାହାର୍ଯ୍ୟ ମିଳିବ ପରିବାରରେ ସମସ୍ତଙ୍କର ସହୋଯୋଗ ମିଳିବ । ଆଜି କୌଣସି ଦିଗରୁ କିଛି ନିରାଶ ପୂର୍ଣ୍ଣ ଉତ୍ତର ଆସିବ ଯାହା ଫଳରେ ବହୁତ ଦୁଖୀ ରହିବେ । ଧାର୍ମିକ ସ୍ଥଳରେ ଆଜି ଖୁବ ମନ ଲାଗିବ ଓ ପୁରା ଦିନ ମନ୍ଦିରରେ  କଟିବ ଯେଉଁ କାମରେ ଆଜି ହାତ ଦେବେ ସେହି କାର୍ଯ୍ୟ ପୂର୍ଣ ହେବ । ଦାମ୍ପଦ୍ୟ ଜୀବନ ଭଲରେ କଟିବ ଓ ତାଙ୍କ ସହ ମିଶି ବାହାରକୁ ଯାଇ ନୂଆ ନୂଆ ଜିନିଷ ଖାଇବା ଖାଇପାରନ୍ତି । ପୂର୍ବରୁ ଦେଇଥିବା ପରୀକ୍ଷା ସେଥିରେ ଏବେ ଉତ୍ତିର୍ଣ ହେବେ । ଆଜି ଆପଣ ଯେଉଁ ନିସ୍ପତି ନେବେ ସେଥିରେ ସମସ୍ତଙ୍କର ଭଲ ହେବ ଓ ଆଗକୁ ଲାଭବାନ ମଧ୍ୟ କରାଇ ପାରେ ।

ବୃଷ

ମାତା ଓ ପିତାଙ୍କ ସାଙ୍ଗରେ ଭଲରେ ଦିନ କଟିବ । ଏଥିପାଇଁ ପୁରା ଦିନ ଖୁସିରେ କାଟିବ ଓ ଆପଣଙ୍କ ସମ୍ପର୍କ ଦୃଢ ରହିବ ।  ଆପଣ ଛୋଟ ପିଲାଙ୍କୁ ବହୁତ ଭଲ ଭାବରେ ବୁଝୁ ପାରନ୍ତି ଓ ତାଙ୍କର ଉପଚାର ମଧ୍ୟ କରିପାରନ୍ତି । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ । ପୁରା ମାସ ଭଲରେ କାଟିବା ସହିତ ଧାର୍ମିକ ଅନୁଷ୍ଠାନରେ ନିଜର ଓ ଭଲ କର୍ମ ଫଳ ମିଳିବା ସହିତ କିଛି ନୂଆ ଖୁସି ଖବର ମିଳିପାରେ ।

ମିଥୁନ

ପରିବାରର ସହୋଯୋଗ ଫଳରେ ଆଜି ଯେକୌଣସି କାମ କଲେ ସେଥିରେ ଆପଣ ସଫଳତା ହାସଲ କରିବେ । କୌଣସି ଏକ ସାଙ୍ଗ ସହ ଭେଟ ହେଲା ପରେ ବହୁତ ଖୁସି ରହିବେ ଓ ତାଙ୍କ ସହ ମିଶି ବାହରକୁ ଯିବା ପାଇଁ କିଛି ଯୋଜନା କରିପାରନ୍ତି । ରାଗ ଉପରେ ନିୟତ୍ରଣ ରଖନ୍ତୁ ନଚେତ ସବୁ ନଷ୍ଟ ହୋଇଯିବାର ଅଧିକ ସମ୍ଭାବନା ଅଛି । ନିଜର ଆତ୍ମବିଶ୍ଵାସ ବଢିବା ସହିତ କର୍ମରେ ଊର୍ଣ୍ଣତି ହେବ । ଯଦି ଆପଣ କୌଣସି ଏକ ବଡ ହୋଟେଲ ବା ପର୍ଯ୍ୟଟନ ଭଳି କିଛି ବ୍ୟବସାୟ ଥାଏ ତେବେ ସେଥିରେ ଆପଣ ଖୁବ ଲାଭ ବାନ ହେବେ । ଆର୍ଥିକ ସ୍ଥିତି ଦୃଢ ରହିବ ।

କର୍କଟ

ମାତା ପିତାଙ୍କ ଧ୍ୟାନ ରଖନ୍ତୁ ନଚେତ ତାଙ୍କର ଆଜି ସ୍ୱାସ୍ଥ୍ୟ ବିଗାଡି ଯାଇପାରେ । ଜୀବନ ସାଥିକୁ ବୁଝିବାକୁ ଚେଷ୍ଟା କରନ୍ତୁ ସେ ଆଜି ଆପଣଙ୍କୁ ଯେଉଁ ଉପଦେଶ ଦେବେ ସେଇଟା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହୋଇପାରେ । କାର୍ଯ୍ୟ ସଫଳ ହେବା ଫଳରେ ଆଜି ବହୁତ ଆତ୍ମବିଶ୍ଵାସ ବଢିବ କିନ୍ତୁ କାମ ଅଧିକା ଭାରି ରହିବ, ଯେଉଁଥିପାଇଁ ଶାରୀରିକ କଷ୍ଟ ଓ ମାନସିକ କଷ୍ଟ ଉଭୟ ଦେଖା ଦେବ । କିଛି ପୁରୁଣା ସାଙ୍ଗ ସହ ଭେଟ ହୋଇପାରେ । ଧର୍ମ ସ୍ଥାନ ରେ କିଛି ଖର୍ଚ ହୋଇପାରେ । ଯାହା ଦ୍ଵାରା ସମାଜରେ ମାନ ସଂମ୍ମାନ ମିଳିବ ଓ ଗୁରୁଙ୍କର ଆଶ୍ରିବାଦ ମିଳିବ ।

ସିଂହ

ଯାତ୍ରା ଆପଣଙ୍କର ଲାଭ ଦାୟକ ହେବ । ଆଜି ଯିଏ ଯେତେବୀ ଚାହିଁଲେ କିଛି କ୍ଷତି କରିପାରିବେ ନାହିଁ । ମାତା ଓ ପିତାଙ୍କ ସାଙ୍ଗରେ ଭଲରେ ଦିନ କଟିବ । ଏଥିପାଇଁ ପୁରା ମାସ ଖୁସିରେ କାଟିବେ ଓ ଆପଣଙ୍କ ସମ୍ପର୍କ ଦୃଢ ରହିବ । ଆଜି କୌଣସି ନିସ୍ପତି ନେବା ପୂର୍ବରୁ ଟିକେ ଭାବିକରି ନେବା ପାଇଁ ଚେଷ୍ଟା କରନ୍ତୁ ଅଥବା ବଡ ଲୋକଙ୍କର ପରାମର୍ଶ କ୍ରମେ କାମ ଆରମ୍ଭ କରନ୍ତୁ । ବହୁ ପୂର୍ବରୁ ରହିଯାଇଥିବା କାର୍ଯ୍ୟ ପୂର୍ଣ ହେବ । ଆର୍ଥିକ ସମସ୍ୟା ଦୂରେଇ ଯିବ।

ବିଚ୍ଛା

ମହିଳା ମାନେ ଆଜି ଟିକେ ସଜାଗ ହୋଇ ରୁହନ୍ତୁ ଯାହା ଦ୍ଵାରା କିଛି ଅସୁକିଧା ଦେଖାଦେବା ନାହିଁ । ବିଭାହୀତ ଜୀବନରେ କିଛି ହାତରୁ ଖସି ଯିବା ପରି ଲାଗିବ । ସବୁବେଳେ ଆପଣ ଯେ ଠିକ କେବେହେଲେ ଭାବନ୍ତୁ ନାହିଁ ସଦାବେଳେ ଗୁରୁ ଓ ମାତା ପିତାଙ୍କ କଥା ମାଣିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ ଭଲ ଲାଭ ହେବ ଓ ଯେକୌଣସି କାମ ଆଜି କରିବେ ଲୋକଙ୍କର ସହଯୋଗ ଫଳରେ କାର୍ଯ୍ୟ ବହୁତ ଶୀଘ୍ର ସଫଳ ହୋଇବ । ସରକାରୀ ଚାକିରିରେ ଆପଣଙ୍କୁ କାମ କରିବାକୁ ପୁରା ସାହାର୍ଯ୍ୟ ମିଳିବ ଓ ସମର୍ଥନ ମଧ୍ୟ ମିଳିବ ।

ତୁଳା

ପାଖ ଜାଗାକୁ ଯାଇ ପୁରା ମଜା କରି ଆସିବେ ଯାହାକି ପୁରା ଦିନ ଆପଣଙ୍କର ଭଲରେ କଟିବ ଓ ଖୁସିରେ ରହିବେ । ନିଜର ନଜର ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ନଚେତ ଆପଣଙ୍କ ସାଙ୍ଗରେ କେହି ମିଶି ନପାରନ୍ତି । ଏହିପରି କରିବା ଦ୍ଵାରା ଆପଣଙ୍କର କିଛି ଫାଇଦା ହେବ ନାହିଁ ଓ ଆପଣଙ୍କୁ କେହି ପସନ୍ଦ କରିବେ ନାହିଁ । ଆଜି କାହା ଉପରେ ରାଗନ୍ତୁ ନାହିଁ ନଚେତ ଯେଉଁ କାର୍ଯ୍ୟ ହେବାକୁ ଥିବ ସେହି କାର୍ଯ୍ୟରେ ବାଧା ସୃଷ୍ଟି ହେବ ଯାହାଫଳରେ ନିରାଶ ହେବେ ତେଣୁ କରି ନିଜ ବାଣୀ ଉପରେ ନିୟତ୍ରଣ ରଖନ୍ତୁ । ପରିବାରକୁ କେହି ଜଣେ ନୂଆ ବ୍ୟକ୍ତି ଆସିବା ଫଳରେ ବହୁତ ଶାନ୍ତି ଓ ଖୁସି ଅନୁଭୂତ ହେବ ।

କନ୍ୟା

ଆପଣଙ୍କର ମଧ୍ୟମ ଧରଣର କଟିବ ଓ ଆର୍ଥିକ ସମସ୍ୟା ଦେଖା ଦେଇପାରେ । ସକରାତ୍ମକ ଶକ୍ତି ବଳ ଅଧିକା ରହିବା ଫଳରେ କାମ କାର୍ଯ୍ୟରେ ସଫଳତା ମିଳିବ । ଆଜି ଯେକୌଣସି କାମ ଆରମ୍ଭ କରିଥିବେ ସେହି କାମ ଆଜି ନିର୍ଭୁଲ ଭାବରେ ଓ ବହୁତ ଭଲ ଭାବରେ ଖୁବ ଶୀଘ୍ର ସରିଯିବ । ଯେଉଁ ଅନୁସାରେ ପରିଶ୍ରମ କରିବେ ସେତିକି ଫଳ ପାଇବେ । ଘରେ କିଛି ଭଲ ଖୁସି ଖବର ମିଳିପାରେ । ଆଜି ଦିନକୁ ରୋମାଞ୍ଚକରେ ଚଳିବାକୁ ଚାହୁଁଥିଲେ ଆପଣ ନିଜ ପରିବାର ଓ ସାଙ୍ଗ ସହ ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ ।

ଧନୁ

ଏହି ଲୋକଙ୍କର ଆଜି କିଛି ବାହରୁ ବଡ ଲୋକ ନୂଆ ସମାଧାନ ମିଳିପାରେ ଯାହାଫଳରେ ଆପଣ ସେହି ଉକ୍ତିକୁ ନେଇ କାମ କରିବା ଦ୍ଵାରା ସେହି କାର୍ଯ୍ୟ ସଫଳ ହେବ । ଆର୍ଥିକ ସ୍ଥିତି ସୁଦୃଢ ରହିବ ଆଜି କିଛି ଖର୍ଚ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ କିଛି ଅସୁବିଧା ଦେଖା ଦେଇପାରେ । ତରତର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ନଚେତ ବଡ ଅସୁବିଧାର ସମୁଖୀନ ହୋଇପାରନ୍ତି । କଥାବାର୍ତା ଓ ସ୍ଵଭାବରେ କିଛି ପରିବର୍ତନ ଆଣିବାକୁ ଚେଷ୍ଟା କରନ୍ତୁ ନଚେତ ବଡ ବିବାଦ ମଧ୍ୟରେ ଫଶୀ ପାରନ୍ତି । ଭାଗ୍ୟ ପୁରା ଆଜି ଆପଣଙ୍କର ହିଁ ସାଥ ଦେବ । କାମ ପୁରା କରିବା ପାଇଁ ହୁଅତ ଆଜି ବେଶି ସମୟ ମିଳିପାରେ ।

ମକର

ଜୀବନ ସାଥି ସହ ଭଲରେ ଦିନ କଟିବ ଓ ତାଙ୍କ ସହ ମିଶି ଅଧିକ ସମୟ କାଟିବେ । ଯେ କୌଣସି କାର୍ଯ୍ୟ କରିବେ ସେ କାର୍ଯ୍ୟ ସଫଳ ହେବ। ମନ ମୁତାବକ କାମ ମିଳିବା ଦ୍ଵାରା ବହୁତ ଖୁସି ରହିବା ସହିତ କାମ ମଧ୍ୟ ସଫଳ ହେବ । ସାଙ୍ଗମାନଙ୍କର ପୁରା ସାଥ ମିଳିବ କିନ୍ତୁ ଆପଣଙ୍କର କିଛି ଏମିତି ସାଙ୍ଗ ଥାନ୍ତି ଯେଉଁ ମାନେ କି ହଇରାଣ କରନ୍ତି । ସେମାନେ କେବେହେଲେ ଆପଣଙ୍କର ଭଲ ଚାହାନ୍ତି  ନାହିଁ । ସେମାନେ ଆଜି ଆପଣଙ୍କୁ ଖାଲରେ ପକାଇପାରନ୍ତି । ଯଥା ସମ୍ଭବ ତାଙ୍କ ଠାରୁ ଦୂରେଇ ରୁହନ୍ତୁ । କାରବାରରେ ଭଲ ଲାଭ ହେବ ।

କୁମ୍ଭ

ପାଠ ପଢା ପିଲାଙ୍କ ପାଇଁ ଆଜି ଦିନ ବହୁତ ଭଲ ଅଟେ । ବ୍ୟବସାୟରେ ଆଜି ଭଲ ଲାଭ ହେତୁ ମନ ଆଜି ବହୁତ ଖୁସି ରହିବ । କାର୍ଯ୍ୟରେ କିଛି ଛୋଟ ମୋଟ ବାଧା ଆସିବା କିନ୍ତୁ କିଛି ବଡ ଅସୁବିଧା ହେବ ନାହିଁ । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ । ପିଲା ମାନଙ୍କ ସହିତ ପାଟିତୁଣ୍ଡ ହୋଇପାରେ ଯାହାକି ଆଜି ଆପଣଙ୍କୁ ବହୁତ ଚିନ୍ତା ଲାଗିବ । ଆଜି କୌଣସି ବିପଦପୂର୍ଣ କାର୍ଯ୍ୟ କରନ୍ତୁ ନାହିଁ । ଆଜି କିଛି ମାନସିକ ଚାପରେ ଆସିପାରନ୍ତି । ଘରେ ଅସାନ୍ତି ଦେଖାଦେବ । କେହି ଆପଣଙ୍କୁ ଆଜି କୌଣସି କାର୍ଯ୍ୟରେ ହରାଇ ପାରିବେ ନାହିଁ ।

 ମୀନ

କାମରେ ମନ ଲଗାଇ କରିବା ଫଳରେ ସବୁ କାମରେ ସୁଫଳ ମିଳିବ କିନ୍ତୁ ପରିଶ୍ରମ ଅନୁଯାଇ ଫଳ କମ ମିଳିବ ସେଥିପାଇଁ ଆପଣ ଜମା ଚିନ୍ତା କରନ୍ତୁ ନାହିଁ କାରଣ ସମୟ ଚକ୍ର ସବୁବେଳେ ବଦଳୁଥାଏ ତେଣୁ କରି କର୍ମ କରିଚାଳନ୍ତୁ । ବିଭାହୀତ ଜୀବନ ବହତ ଭଲରେ କଟିବ । ଯଦି କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଞ୍ଚନ୍ତି ତେବେ ବହୁତ ଭଲ ସମୟ ଅଛି ଏବେ ଆପଣ ନିର୍ଭୟରେ ଆରମ୍ଭ କରି ପାରିବେ । କୌଣସି ଏକ କାମ ସଂପୂର୍ଣ୍ଣ ହୋଇଯିବା ଫଳରେ ଆଜି ବହୁତ ଖୁସି ରହିବେ । କାର୍ଯ୍ୟ କ୍ଷେତ୍ରରେ ହଠାତ କିଛି ଆସୁବିଧା ଆସିପାରେ ଯାହାକି ଆପଣଙ୍କ ଉପରେ କିଛି ଚାପ ପଡିପାରେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।