ଆଜିର ରାଶିଫଳ, 5 ଜୁଲାଇ 2020, ରବିବାର, ସୂର୍ଯ୍ୟଦେବଙ୍କ କୃପାରୁ ବନୁଛି ଶୁଭ ଯୋଗ, ଏହି ୫ଟି ରାଶିର ଚମକିବ ଭାଗ୍ୟ, ହେବ ଧନାର୍ଜନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜିର ଦିନ ଭଲ ରହିବାର ଅଛି । କେଉଁଠି ବାହାରକୁ ଯିବାର ଯୋଗ ହୋଇପାରେ । ପରିବାରର କୌଣସି ସଦସ୍ୟଙ୍କ ସହିତ ମନ୍ଦିର ଦର୍ଶନ ପାଇଁ ଆପଣ ଯାଇ ପାରନ୍ତି । ଏହି ସମୟ ନିବେଶ ପାଇଁ ଭଲ ଅଟେ । ଏହି ସମୟରେ ଆପଣଙ୍କୁ ମିଶ୍ରିତ ପରିଣାମ ପ୍ରାପ୍ତ ହେବ । ଆପଣଙ୍କ ଆମଦାନୀ ବଢିବ । କିନ୍ତୁ ଏହା ସହିତ ଆପଣଙ୍କ ଖର୍ଚ ବି ଅଧିକ ହେବ । ଆପଣ ପରିବାରର ସଦସ୍ୟଙ୍କ ଉପରେ ଅଧିକ ଟଙ୍କା ଖର୍ଚ କରିବେ । ଆପଣ ନିଜର ବ୍ୟବସାୟକୁ ବିସ୍ତାର କରିବା ପାଇଁ ଯୋଜନା କରି ପାରନ୍ତି ।

ବୃଷ

ଆଜିର ଦିନ ଭଲ ରହିବାର ଅଛି । ଯେଉଁ ଲୋକମାନେ ଚାକିରି କରୁଛନ୍ତି, ତାଙ୍କ ଆୟରେ ବୁଦ୍ଧି ଆସିବ । ଯେଉଁ ଲୋକମାନେ କାମ ଖୋଜୁଛନ୍ତି ସେମାନଙ୍କୁ କାମ ମିଳିଯିବ । ବ୍ୟାପାରରେ ସମସ୍ତ କାର୍ଯ୍ୟରେ ବାଧା ଦୂର ହେବ । ରଚନାତ୍ମକ କ୍ଷେତ୍ରରେ ଲୋକମାନଙ୍କ କଠିନ ପରିଶ୍ରମ କରିବା ଦ୍ଵାରା ସଫଳତା ମିଳିପାରେ । ଆପଣଙ୍କ ପ୍ରତିଭା ଦ୍ଵିତୀୟଙ୍କ କାମରେ ଆସିବ । ଆପଣଙ୍କୁ ଆପଣଙ୍କ କାମର ମାନ୍ୟତା ଦିଆଯିବ । ଆପଣଙ୍କୁ ଆର୍ଥିକ ସ୍ଥିତି ଭଲ ରହିବ ।

ମିଥୁନ

ଆଜି ଆପଣ ବିଜନେସରେ କିଛି ନୂତନତା ଦେଖିବେ । ଅଟକିଥିବା କାର୍ଯ୍ୟ ପୁରା ହୋଇଯିବ । ଟାଇମ ଟେବୁଲ କରିବା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିବ । ଆପଣଙ୍କ ପରିବାରରେ କିଛି ଭୁଲ ବୁଝାମଣା ହୋଇପାରେ । ପରିବାରର ସଦସ୍ୟଙ୍କ ସହ ସାମଞ୍ଜସ୍ୟ ରହିବ । ଆପଣ ସୁଖୀ ଜୀବନ ବ୍ୟତୀତ କରିବେ । କ୍ୟାରିୟର ପାଇଁ ବହୁତ ଭଲ ସମୟ ଅଛି । ଚାକିରିରେ କିଛି ପରିବର୍ତ୍ତନ ନଜର ଆସିପାରେ । ଆପଣଙ୍କୁ ଉଚିତ ସମୟର ଅପେକ୍ଷା କରିବାର ଅଛି ।

କର୍କଟ

ଆଜି ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସାବଧାନ ରହିବାକୁ ହେବ । କୌଣସି ଦୂର ଯାତ୍ରା ଦ୍ଵାରା ଆପଣଙ୍କୁ କ୍ଷତି ହୋଇପାରେ । ଆପଣ ଆଜି ବିବାଦ କରନ୍ତୁ ନାହିଁ । ଆଳସ୍ୟ ଆପଣଙ୍କୁ ଘେରି ରହିବ । କିନ୍ତୁ ଗଣେଶଙ୍କ କୃପାରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣଙ୍କୁ ଆଜି କଠିନ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ରୂପରେ ଏହି ସମୟରେ ମିଶ୍ରିତ ପରିଣାମ ମିଳିବ । ଆପଣଙ୍କ ଆୟ ବଢିବ ଏହା ସହିତ ଆପଣଙ୍କ ଖର୍ଚ ବି ଅଧିକ ହେବ ।

ସିଂହ

ଆଜି ବିଜନେସର କାମ ପାଇଁ ଦୂର ସ୍ଥାନକୁ ଯିବାକୁ ପଡିପାରେ । ମହିଳାମାନେ ନିଜର ସ୍ଵାସ୍ଥ୍ୟର ଧ୍ୟାନ ରଖିବେ । । ଆପଣଙ୍କୁ ପେଟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିଯିବ । ଆପଣଙ୍କୁ ସଫଲାତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ଆପଣଙ୍କ ସାମ୍ନାରେ ବାଧା ଉତ୍ପନ୍ନ ହେବ । କିନ୍ତୁ ଆପଣ ସେହି ସମସ୍ତ ବାଧାକୁ ପାର କରି ଦେବେ । ଅଧିକ କାମ କରିବା ଦ୍ଵାରା ଆପଣ କ୍ଳାନ୍ତ ଅନୁଭବ କରିବେ ।

କନ୍ୟା

ଆଜି ଆପଣଙ୍କ ଭାଗ୍ୟ ଭଲ ଅଛି । ଆପଣଙ୍କୁ କେଉଁଠି ଅଚାନକ ଧନଲାଭ ହୋଇପାରେ । ଆଜି ଆପଣଙ୍କ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କୁ ସନ୍ତାନଙ୍କ ପୁରା ସାହାର୍ଯ୍ୟ ବି ମିଳିବ । ଆପଣଙ୍କ ପ୍ରତିଷ୍ଠା ବି ବଢିବ । ଆପଣ ନିଜର ଲକ୍ଷକୁ ହାସଲ କରିବାରେ ସଫଳ ହେବେ । ଆପଣଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ପିତା ଏହି ସମୟରେ ଅନ୍ୟ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ମାମଲାରେ ସାହାର୍ଯ୍ୟ କରିବେ ।

ତୁଳା

ଆଜି ଆପଣଙ୍କ ଦିନ ଅନୁକୂଳ ରହିବାର ଅଛି । ବ୍ୟବସାୟିକ କାର୍ଯ୍ୟରେ ପ୍ରଗତି ମିଳିବ । ଆଜି ଆପଣଙ୍କ ଘରେ କୌଣସି ବି ପ୍ରକାରର ସୁଧାର ଆସିବ । ଘର ପାଇଁ କିଛି ଜରୁରୀ କାର୍ଯ୍ୟ କରିବେ । ନିଜର ପ୍ରିୟଜନଙ୍କ କ୍ଷତି ସହିବାକୁ ପଡିପାରେ । ଆପଣଙ୍କୁ ନିଜ ଉପରେ ନିୟନ୍ତ୍ରଣ ରଖିବାବା ଜରୁରୀ ଅଟେ । ହାତ ଓ କାନ ସମ୍ବନ୍ଧିତ ସମସ୍ୟା ହୋଇପାରେ । ଆପଣ ନିଜର ଉଚ୍ଚ ଅଧିକାରୀଙ୍କ ସହ ଭଲ ଭାବରେ କଥାବାର୍ତ୍ତା ହୁଅନ୍ତୁ ।

ବିଚ୍ଛା

ବ୍ୟବସାୟମାନେ ଅଧିକ ଲାଭ କରିବେ । ଚାକିରୀ କରୁଥିବା ବ୍ୟକ୍ତିମାନେ ନିଜ କ୍ଷେତ୍ରରେ ଆଗକୁ ବଧିବେ । କର୍ମକୁ ଅଧିକ ମହତ୍ତ୍ୱ ଦିଅନ୍ତୁ । ମାନ୍ୟତା ଅର୍ଜ୍ଜନ କରିବେ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ବ୍ୟବସାୟୀମାନଙ୍କ କାରୋବାର ବଢ଼ିବ । ଲୋକ ସମ୍ପର୍କ ବୃଦ୍ଧି ହେବ ।

ଧନୁ

ବ୍ୟବସାୟ ସମ୍ବନ୍ଧିତ କିଛି ନୂତନ ଯୋଜନା ସାମ୍ନାକୁ ଆସିବ । ଯଦି ଆପଣ କୌଣସି ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ସେହି ବିଜନେସ ସମ୍ବନ୍ଧିତ ଲୋକମାନଙ୍କ ଠାରୁ ନିଶ୍ଚିତ ରୂପରେ ଉପଦେଶ ନିଅନ୍ତୁ । ନିବେଶ ଦ୍ଵାରା ଆପଣଙ୍କ ରିଟର୍ନ ଭଲ ହେବ । ଏହା ସହିତ ଭଲ ରିଟର୍ନ ପାଇଁ ସଠିକ ସମୟର ଅପେକ୍ଷା କରନ୍ତୁ । ଗଣେଶଙ୍କ କୃପାରେ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ଭଲ ପରିଣାମ ମିଳିବ । ମାନସିକ ଶାନ୍ତି ଅନୁଭବ କରିବେ ।

ମକର

ଭଲ ପରିଣାମ ପାଇବା ପାଇଁ ଗଣେଶଙ୍କ ଆରାଧନା କରନ୍ତୁ । ଆପଣଙ୍କୁ ନିଜର ବ୍ୟକ୍ତିଗତ ଓ ପ୍ରୋଫେଶନଲ ଲାଇଫ ମଧ୍ୟରେ ସନ୍ତୁଳନ ରଖିବାର ଅଛି । ମାନସିକ ଚିନ୍ତା ରହିବ । ବହି ପଢିବାକୁ ରୁଚି ହେବ । ଆପଣ କାହାକୁ ଉପହାର ଦେଇ ପାରନ୍ତି । ଛାତ୍ରମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ । ଏହି ସମୟରେ ଆପଣଙ୍କୁ କିଛି କାର୍ଯ୍ୟକୁ ସ୍ଥଗିତ କରି ଦେବା ଉଚିତ । ପରିଶ୍ରମ ଦ୍ଵାରା ସବୁ ଜିନିଷ ହାସଲ କରି ପାରିବେ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ ।

କୁମ୍ଭ

ଆପଣ ଏହି ସମୟରେ ଗାଡି, ଘର ଓ ସମ୍ପତ୍ତି କ୍ରୟ କରି ପାରନ୍ତି । ଆପଣ ଆର୍ଥିକ ସମ୍ବନ୍ଧିତ ବିବାଦରେ ପଡନ୍ତୁ ନାହିଁ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇପାରେ । ଯେଉଁ ଲୋକମାନେ ଟଙ୍କା ନିବେଶ କରିବାକୁ ଚେଷ୍ଟା କରୁଛନ୍ତି, ତାଙ୍କ ପାଇଁ ଏହି ବର୍ଷ ନିବେଶ କରିବା ସବୁଠୁ ଭଲ ଅଟେ । ଆପଣଙ୍କୁ ଅଧିକ ଲା ଭ ମିଳିବ । ଦାମ୍ପତ୍ୟ ଜୀବନରେ ଖୁସି ଆସିବ । ଆପଣଙ୍କୁ ଭୁଲ ବୁଝାମଣାରୁ ବଞ୍ଚିବାର ଅଛି ।

ମୀନ

ରାଜନୀତିରେ ଭଲ ସମୟ ବିତିବ । ଛାତ୍ର ଛାତ୍ରୀମାନେ କଠିନ ପରିଶ୍ରମ କରିବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । କୋର୍ଟ କଚେରୀ ମାମଲାରେ ଅସ୍ୱସ୍ତି ମିଳିବ । ସହକର୍ମୀ ଇର୍ଷା କରିବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଅପ୍ରତ୍ୟାଶିତ ଧନ ପ୍ରାପ୍ତ ହେବାର ସମ୍ଭାବନା ଅଛି । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।