ଆଜିର ରାଶିଫଳ, 5 ଅଗଷ୍ଟ 2021, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ଅଗଷ୍ଟ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ପାରିବାରିକ ସ୍ତରରେ ବିବାଦୀୟ ପରିସ୍ଥିତି ର ସମାଧାନ କରି ପ୍ରଶଂସା ପାଇବେ । ଛାତ୍ରଛାତ୍ରୀ ମାନେ ପାଠ ପଢ଼ାରେ ମନ ଯୋଗ ଦେବେ । ମାନସିକ ଦୁଶ୍ଚିନ୍ତା, ଶତ୍ରୁ ବାଧା ଦୁରେଇଯିବ । କାରବାରର ସ୍ଥିତି ଠିକ ରହିବ । ଆପଣ ନିଜ ଜୀବନ ବିଷୟରେ ଭାବି କାହା ଜୀବନ ନଷ୍ଟ କରିବା ଉଚ୍ଚିତ ନୁହେଁ । ଆପଣ ନିଜ ରାଗକୁ ସାନ୍ତ କରି ସବୁ ପରିସ୍ଥିତି କୁ ସାମ୍ମାନା କରିବା ପାଇଁ ଚେଷ୍ଟା କରନ୍ତୁ । ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ ରାଶି –

ପିତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ପାରିବାରିକ ସ୍ନେହ ସହାନୁଭୂତି ମିଳିବା ସହ ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ । ପ୍ରେମ କ୍ଷେତ୍ରରେ କଥା ବାର୍ତା ରେ ନିୟନ୍ତ୍ରଣ ନ ରଖିଲେ ବିପଦରେ ପଡିବେ । ଯେଉଁ ମାନେ ବିଦେଶ କୁ ଯାଇ ନିଜର ବ୍ୟାପାର କରିବା ପାଇଁ ଚେଷ୍ଟା କରୁଛନ୍ତି ସେମାନେ ଏବେ କିଛି ସୁଯୋଗ ପାଇ ପାରନ୍ତି ନିଜ ସ୍ଵପ୍ନ ପୂରଣ ପାଈଁ । ପ୍ରତିକାର – ଷଣ୍ଢ କୁ କିଛି ଖାଇବାକୁ ଦେଇ ଦିଅନ୍ତୁ ।

ମିଥୁନ ରାଶି –

ଶତ୍ରୁମାନେ ଦୁର୍ବଳ ହେବେ ଓ ପରିଶ୍ରମ ଦ୍ୱାରା ବ୍ୟବସାୟରେ ଆୟର ପନ୍ଥା ସହଜ ହେବ । ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହୋଇ ପାରେ । ଆପଣଙ୍କ ପରିବାର ରେ କିଛି ଲୋକମାନେ ଆଜି ଆପଣଙ୍କୁ ଧୋକା ଦେଇ ପାରନ୍ତି ଦେଖନ୍ତୁ ଖୁସି ବେଳେ ଜଣା ପଡ଼େନି କିଏ ନିଜର କିଏ ପର କିନ୍ତୁ ଆପଣ ଦୁଃଖ ବେଳେ ଏହାକୁ ଜାଣି ପାରିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ ରାଶି –

ଶୁଭ କାମ କରି ପ୍ରଶଂସିତ ହେବେ ଓ ଇର୍ଷା ପରାୟଣ ବ୍ୟକ୍ତିମାନେ ଦୁରେଇ ଯିବ । କାର୍ଯ୍ୟ କ୍ଷେତ୍ରରେ ସମସ୍ତ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳ ହେବେ । ନିର୍ମାଣ, ଯୋଗା ଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ । ଆପଣ ଆଜି ଖୁବ ଭଲ ଭାବେ ନିଜ ବନ୍ଧୁ ମାନଙ୍କ ସହ ଏହି ସମୟକୁ ବିତାଇବେ ଯାହା ଆପଣଙ୍କୁ ଆଗାମୀ ଦିଆନରେ ଖୁବ ଭଲ ପରିଣାମ ଦେବ । ପ୍ରତିକାର – କ୍ରିମରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ସିଂହ ରାଶି –

ବ୍ୟବସାୟାରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଯେଉଁ ମାନେ ବିଦ୍ୟାର୍ଥୀ ଅଛନ୍ତି ସେମାନେ ନିଶ୍ଚିତ ଭାବେ ଭଲ ଫଳା ଫଳ ପାଇବେ । ଯେଉଁ ମାନେ ମାର୍କେଟିଙ୍ଗ ଲାଇନ ରେ ଅଛନ୍ତି ତାଙ୍କ ପାଇଁ ଆଜିର ଦିନ ଖୁବ ଭଲ ଅଟେ । ପ୍ରତିକାର – କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କନ୍ୟା ରାଶି –

ନ୍ୟାୟ ମାର୍ଗ ଓ ମିଷ୍ଟ ଵଚନକୁ ନିଜର ଭୂଷଣ ଭାବି କର୍ମ କରିଲେ ଲାଭବାନ ହେବେ । ପ୍ରତିଯୋଗିତା ପରୀକ୍ଷାରେ ଯଶରସହ ଉର୍ତ୍ତୀର୍ଣ ହୋଇ ପ୍ରଶଂସିତ ହେବେ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା ରାଶି –

ଆପଣା ଲୋକଙ୍କ ସାହାର୍ଯ୍ୟ ପାଇ ପାରିବାରିକ ଜୀବନ ସୁଧାରି ନେବେ । ଶିକ୍ଷାର୍ଥୀମାନେ ଲକ୍ଷପୂରଣ ଆଡ଼କୁ ଆଗେଇ ପାରିବେ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳୀୟମାନ ହେବେ । ଆପଣ ଖୋଜୁଥିବା କାମ ଆଜି ଆପଣ ପାଇ ଯିବେ ନିଜ ଉପରେ ବିଶ୍ଵାଶ ରଖନ୍ତୁ ବୀତି ଥିବା ସମୟ କୁ ଭୁଲି ଆପଣ ଏବେ ଆଗକୁ ଆସୁଥିବା ସମୟ ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ । ପ୍ରତିକାର – ଆମ୍ବଗଛ ମୂଳରେ ଗୁଡିଟିକେ ଥୋଇ ଦିଅନ୍ତୁ ।

ବିଛା ରାଶି –

ସୁସ୍ଥ ମାନସିକତା ରକ୍ଷାକରି ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ଶିକ୍ଷାର୍ଥୀ ମାନେ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇବେ । ପ୍ରତ୍ୟକ୍ଷ ଓ ପରୋକ୍ଷ ଶତ୍ରୁତା ଓ ଇର୍ଷା ପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପୁରସ୍କୃତ ହେବେ । ପ୍ରତିକାର – ଲାଲ ଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗାନ୍ତୁ ।

ଧନୁ ରାଶି –

କାରବାର ଓ କାମକାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । କଥାବର୍ତା ଓ ଚତୁରତା ହେତୁ ବିଗିଡିଥିବା କର୍ମଟିକୁ ସଜାଡି ପାରିବେ । ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ପ୍ରାପ୍ତ ହେବ । ଆଜି ଆପଣ କିଛି ଭଲ ଖାଦ୍ଯ ଖାଇବା ପାଇଁ ଯାଉଛନ୍ତି । ଆପଣଙ୍କ ଗହରେ ଆଜି କିଛି ଲୋକମାନଙ୍କ ଭିଡ ହୋଇ ପାରେ । ପ୍ରତିକାର- ଗୋମାତା କୁ କିଛି ଖାଇବାକୁ ଦିଅନ୍ତୁ ।

ମକର ରାଶି –

ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ ମନ ଚିତ୍ତ ପ୍ରସନ୍ନ ରହିବ । ସଠିକ ଚିନ୍ତା ଓ ସାହସ ଦ୍ୱାରା ହୋଇପାରୁ ନଥିବା କାମକୁ ସହଜ ସରଳରେ କରି ପାରିବେ । କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ପରା ମର୍ଶରେ ରୋଜଗାରରେ ଉନ୍ନତି ହେବ । ଯେଉଁ ମାନେ ନୂଆ କରି ବ୍ୟାପାର ଆରମ୍ଭ କରିବା ଅପାଇନ ଯାଉଛନ୍ତି ସେମାନେ ନିଜର କେହି ଘର ଲୋକଙ୍କୁ ସାଙ୍ଗରେ କଥା ହୋଇକି ନୂଆ ବ୍ୟାପାର ଆରମ୍ଭ କରନ୍ତୁ । ପ୍ରତିକାର – ମହୁ ଟିକେ ଖାଇ ଘରୁ ବାହାରନ୍ତୁ ।

କୁମ୍ଭ ରାଶି –

ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢ଼ି ପାରିବେ । ପରିଶ୍ରମ ଓ ମେହନତର ପରିଣାମ ମିଳିବା ସହ ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ । କଷ୍ଟ ରୁ ଅତିକଷ୍ଟରେ କାର୍ଯ୍ୟ ହାସଲ କରିବାକୁ ଚେଷ୍ଟା କରିବେ । ପ୍ରତିକାର- ଅସହାୟଙ୍କୁ ସାହାର୍ଯ୍ୟ କରନ୍ତୁ ।

ମୀନ ରାଶି –

ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ ଓ ଧନର ଆଗମନ ହୋଇ ପାରେ । ଶତ୍ରୁ ଓ ବିରୋଧୀ ମାନେ ଆପଣଙ୍କ ସାମ୍ନା କରି ପାରିବେ ନାହିଁ । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟଶ୍ରୀ ମିଳିବ । ଯେଉଁ ମାନେ ନିଜ ଜୀବନରେ ଅକହକୁ ଧାର ଉଧାର ଦେଇ ଛନ୍ତି ସେମାନେ ଏହାକୁ ଫେରି ପାଇବେ ଓ କିଛି ଅଲଗା ସ୍ରୋତ ରୁ ମଧ୍ୟ ଖୁବ ଧାନ କମେଇବେ ଆପଣ । ଆମ ସହ ଆଗକୁ ବଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।