ଆଜିର ରାଶିଫଳ, 4 ଅଗଷ୍ଟ 2020, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦରୁ ଚମକିବ ଏହି ୬ଟି ରାଶିର ଭାଗ୍ୟ, ମିଳିବ ଅପାର ସଫଳତା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଖର୍ଚ ବଢିବା ସହିତ ଆପଣଙ୍କ ଆୟରେ ବି ବୁଦ୍ଧି ଆସିବ । ଚାକିରି କରୁଥିବା ଲୋକମାନଙ୍କ କିଛି ଖାସ କାମ ବି ଆଜି ପୁରା କରିବାକୁ ପଡିପାରେ । ନିଜର ଯୋଜନା ଓ ବିଚାର ମଧ୍ୟରେ ତାଳମେଳ ରଖିବାକୁ ଚେଷ୍ଟା କରନ୍ତୁ । କାହାକୁ କରିଥିବା ସାହାର୍ଯ୍ୟ ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟି ହୋଇପାରେ । ଆଜି ଅଳ୍ପ ଚିନ୍ତିତ ବି ରହି ପାରନ୍ତି । କୌଣସି ଛୋଟ ମୋଟ କଥାରେ ଜୀବନସାଥିଙ୍କ ସହ ବିବାଦ ହୋଇପାରେ ।

ବୃଷ

ଆଜି ଆପଣଙ୍କ ଉପରେ ସୂର୍ଯ୍ୟଦେବଙ୍କ କୃପା ଦ୍ରୁଷ୍ଟି ଅଧିକ ରହିବ । ଆର୍ଥିକ ସ୍ଥିତି ଦିଗରେ ଆପଣଙ୍କ ଦିନ ଭଲ ଅଛି । ଆୟର ଏକ ଅତିରିକ୍ତ ସ୍ରୋତ ବିକସିତ ହୋଇପାରେ । ବିବାହରେ ଆସୁଥିବା ବାଧା ଦୂର ହୋଇଯିବ । ଆପଣଙ୍କୁ ନିଜର ପ୍ରୟାସରେ କିଛି ମିଶ୍ରିତ ପରିଣାମ ମିଳିପାରେ । ଅଫିସର କାମକୁ ନେଇ ଅଳ୍ପ ଚିନ୍ତିତ ରହି ପାରନ୍ତି । ବିଜନେସରେ କୌଣସି ବଡ ନିଷ୍ପତି ନେଇ ପାରନ୍ତି । ଚାକିରି କରୁଥିବା ଲୋକମାନଙ୍କ ଆଜିର ଦିନ ସଫଳତା ମିଳିବ ।

ମିଥୁନ

ଆଜି ଟଙ୍କା ନେବା ଦେବା ସମୟରେ ନିଜର ଭାବନାକୁ କାବୁ ରଖନ୍ତୁ । ବୁଦ୍ଧିମାନର ସହ କାମ କରନ୍ତୁ । ଆପଣଙ୍କ ବୈଚାରିକ କ୍ରୋଧ ବାଣୀ ଯୋଗୁ ଆଜି ଆପଣଙ୍କୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡିପାରେ । ଆପଣଙ୍କ ମୁହଁଋ ଅବାଞ୍ଛିତ ଶବ୍ଦ ବାହାରି ପାରେ । ଅଫିସରେ ଅଧିକ ପରିଶ୍ରମ କରିବା ଦ୍ଵାରା ଆପଣଙ୍କୁ ହିଁ ଲାଭ ମିଳିବ । ଆପଣଙ୍କ କିଛି କଥା ଆଜି ସାର୍ବଜନୀକ ହୋଇପାରେ । ଆପଣଙ୍କ ଟଙ୍କା ମାମଲାରେ ନ ଚାହିଁବା ସତ୍ବେ ବି ଆଜି ଫସି ପାରନ୍ତି । ଆଜି କୌଣସି ବ୍ୟକ୍ତିଙ୍କ ସହ ବନ୍ଧୁତା ହୋଇପାରେ । ଯାହା ଆସନ୍ତା ସମୟ ପାଇଁ ଆପଣଙ୍କ ପାଇଁ ଲାଭଦାୟକ ହେବ ।

କର୍କଟ

ଆଜି ଆପଣଙ୍କୁ ସମ୍ମାନ ଓ ପରିଚୟ ମିଳିବ । ଯାହାକୁ ଆପଣ ବହୁତ ସମୟ ହେବ ଖୋଜୁ ଥିଲେ । ଆଜି ଆପଣ ନିଜର ଜୀବନସାଥିଙ୍କ ସହ ସନ୍ତୋଷପ୍ରଦ ଜୀବନର ଲାଭ ଉଠାଇବେ । ଖାଦ୍ୟପାନ ଉପରେ ଧ୍ୟାନ ଦିଅନ୍ତୁ । ନଚେତ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଟଙ୍କା ଓ ଅନ୍ୟ ମାମଲାରେ ଲାଭ ମିଳିବାର ଯୋଗ ଅଛି । ଆଜି ଆପଣ କାମ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆଜି ଆପଣଙ୍କ ମସ୍ତିଷ୍କରେ କିଛି ଦୁଶ୍ଚିନ୍ତା ରହିପାରେ ।

ସିଂହ

ଆଜି ନୂଆ ଗାଡି କିମ୍ବା ସମ୍ପତ୍ତି କ୍ରୟ କରିବାର ଯୋଜନା କରି ପାରନ୍ତି । ପାରିବାରିକ ସ୍ଥିତି ଭଲ ରହିବ । ଚିନ୍ତା ବଢିବ । କାହା ସହିତ ସାକ୍ଷାତ କରି ପାରନ୍ତି । ଦୂର ଯାତ୍ରାକୁ ଯାଇ ପାରିବେ ନାହିଁ । ପୌଷ୍ଟିକ ଖାଦ୍ୟର ସେବନ କରି ଆପଣ ନିଜକୁ ସୁସ୍ଥ ରଖି ପାରିବେ । ଆଜି ଆପଣ ସେହି ଲୋକମାନଙ୍କ ସହ ସମୟ ବ୍ୟତୀତ କରିବେ ଯାହା ଦ୍ଵାରା ଆପଣ ପ୍ରସନ୍ନ ହେବେ । ପୁରୁଣା କାମ ଗତି ଧରି ପାରେ । କୌଣସି ବି ଖବର ମିଳିପାରେ ।

କନ୍ୟା

ଆଜି ଆପଣ ନିଜର ହିତ ପାଇଁ କାମ କରିବେ । ଉଚ୍ଚ ଅଧ୍ୟାନ ପାଇଁ ପ୍ରୟାସ କରିବେ । ଯେଉଁଥିରେ ଆପଣଙ୍କୁ ସଫଳତା ବି ମିଳିବ । ବ୍ୟବସାୟୀ ବର୍ଗର ଲୋକମାନେ ନିଜର ବ୍ୟବସାୟକୁ ବିସ୍ତାର କରିବା ପାଇଁ ଯୋଜନା କରିବେ । ଅନ୍ୟ ଲୋକମାନଙ୍କ ସାହାର୍ଯ୍ୟ ବି ନେବେ । ଯଦି ଆପଣ କୌଣସି ଜରୁରୀ କାମ କରୁଛନ୍ତି ତେବେ ସେଥିରେ ବାଧା ଆସିବାକୁ ଦିଅନ୍ତୁ ନାହିଁ ।

ତୁଳା

ଆଜି ଆପଣ କାମ ପାଇଁ ବାହାରକୁ ଯାଇ ପାରନ୍ତି । ଏହା ସହିତ ଆଜି ଆପଣଙ୍କ ଉପରେ କାମର ପ୍ରେସର ରହିବ । ଆପଣ ସାବଧାନ ହୋଇ ସମସ୍ତ କାମ କରନ୍ତୁ । କିଛି ନୂଆ ଯୋଜନା ଉପରେ କାର୍ଯ୍ୟ କରିବେ । ପାରିବାରିକ ଜୀବନରେ ସାମଞ୍ଜସ୍ୟ ରହିବ । ଆପଣଙ୍କ ଚାକିରି ଜୀବନରେ ନୂତନ ସମସ୍ୟାର ଆଗମନ ହେବ । ସନ୍ତାନ ତରଫରୁ କୌଣସି ପ୍ରକାରର ଶୁଭ ସମାଚାର ମିଳିପାରେ । ବଡ ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ପ୍ରଥମେ ଭଲ ଭାବରେ ବିଚାର କରି ନିଅନ୍ତୁ । କୌଣସି ଅନୁଭବି ଲୋକମାନଙ୍କ ଉପଦେଶ ନିଅନ୍ତୁ । ଆଜି ଆପଣ କୌଣସି ଦରକାରୀ ଲୋକମାନଙ୍କ ସାହାର୍ଯ୍ୟ କରିବେ । ଆପଣଙ୍କୁ ଅଧିକାରୀମାନଙ୍କ ସହଯୋଗ ମିଳିବ ।

ବିଚ୍ଛା

ବିଚ୍ଛା ରାଶିର ଲୋକମାନେ ଆଜି ଜବରଦସ୍ତ ଊର୍ଜା ଓ ଉତ୍ସାହରେ ଭରପୁର ରହିବେ । ସମ୍ପତ୍ତି ଓ ଗାଡି ବିକ୍ରି କରିବା ଦ୍ଵାରା ଆପଣ ଲାଭଦାୟକ ରହିବେ । ଆପଣଙ୍କୁ ଆଜି ଶତ୍ରୁମାନଙ୍କ ଠାରୁ ସାବଧାନ ରହିବାକୁ ହେବ । ଆଜି ଆପଣଙ୍କୁ ନିଜର ସନ୍ତାନମାନଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ମନରେ ଛୋଟ ଛୋଟ କଥାକୁ ନେଇ ଆପଣ ସ୍ଵାର୍ଥୀ ରହିବେ । ଆପଣଙ୍କ ଶତ୍ରୁ ଆପଣଙ୍କ କାମରେ ବାଧା ଦେବାକୁ ଚେଷ୍ଟା କରି ପାରନ୍ତି ।

ଧନୁ

ଆଜିର ଦିନ ପାଇଁ ଆଜିର ଖୁସି ଓ ସନ୍ତୁଷ୍ଟି ରହିବ । ସନ୍ତାନ କାରଣରୁ ଆଜି ମାନସିକ ଚିନ୍ତାରେ ରହିବେ । ଆପଣଙ୍କ ଜୀବନସାଥିଙ୍କକୁ ନେଇ ଆପଣ ବ୍ୟସ୍ତ ରହିବେ । ଆଜି ଆପଣଙ୍କ ସମସ୍ତ ଧ୍ୟାନ ନିଜ ଉପରେ ରହିବ । ଆଜି ଏମିତି କାମ କରୁନ୍ତୁ ଯେଉଁଥିରେ ଆପଣଙ୍କୁ ଗର୍ବ ହେବ । ଯାହାକୁ ନେଇ ଆପଣ ଗତ କିଛି ମାସ ହେବ ପ୍ଲାନିଂ କରୁଥିଲେ । ଆପଣଙ୍କ ବନ୍ଧୁର ଲିସ୍ଟ ବୁଦ୍ଧି ହେବ । ଦରକାରୀ ଲୋକମାନଙ୍କୁ ବସ୍ତ୍ର ଦାନ କରିବେ ।

ମକର

ଅଧିକ ବିବାଦ ଠାରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ । ଲକ୍ଷ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ଆଜି ଆପଣଙ୍କୁ ପରିବାର ଲୋକମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଧ୍ୟାନ ରଖିବାକୁ ହେବ । କାରଣ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆଜି ଆପଣ ବହୁତ କଥାବାର୍ତ୍ତା କରିବେ । ନିଜର ଆଖପାଖର ଲୋକମାନଙ୍କୁ ହସିବାକୁ ଦିଅନ୍ତୁ ନାହିଁ । ଯାହା ବି କାମ କରିବେ ଓ କଥା କହିବେ ସେଥିରେ ବାଧା ଉତ୍ପନ୍ନ ହୋଇପାରେ । ଚାକିରିରେ କୌଣସି ଅଧିକ ଦାୟିତ୍ଵ ମିଳିପାରେ ।

କୁମ୍ଭ

ଆଜି ଆପଣ ମାଂସ ଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । କିଛି କାମ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆର୍ଥିକ ନିଷ୍ପତି ନେବା ସମୟରେ ଆପଣ ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜିର ସମୟ ଅନୁକୂଳ ଅଟେ । କୌଣସି ସମ୍ପତ୍ତିକୁ ନେଇ ବିବାଦ ସ୍ଥିତି ସାମ୍ନାକୁ ଆସିପାରେ । ଆପଣଙ୍କୁ ଆଜି ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । ସାହାସ ଓ ବୁଦ୍ଧି ଦ୍ଵାରା ଆପଣ ସ୍ଥିତିକୁ ସମ୍ଭାଳି ନେବେ । ଏଥିରେ ଆପଣ ସଫଳ ବି ହେବେ ।

ମୀନ

ଆଜି ଆପଣଙ୍କ ଇଚ୍ଛା ବିରୁଦ୍ଧ କିଛି ଅତିରିକ୍ତ ଦାୟିତ୍ଵ ମିଳିପାରେ । ବ୍ୟାପାରରେ ଉନ୍ନତି ହେବ । ଆପଣଙ୍କୁ କୌଣସି ନୂଆ ଡିଲ ମିଳିପାରେ । ଆଜି ଆପଣ କିଛି ମାମଲାର ଶେଷ ପର୍ଯ୍ୟନ୍ତ ପହଞ୍ଚିବେ । କାମ କାର୍ଯ୍ୟକୁ ନେଇ ଆପଣ ବ୍ୟସ୍ତ ରହିବେ । ଅତିରିକ୍ତ କାମ ବି କରିବାକୁ ପଡିବ । ଧର୍ଯ୍ୟ ରଖିବାକୁ ଚେଷ୍ଟା କରନ୍ତୁ । କଥାବାର୍ତ୍ତାରେ ସଂଯମତା ରଖନ୍ତୁ । ନିଜର ଭାବନାକୁ କଣ୍ଟ୍ରୋଲ କରିବା ଦ୍ଵାରା ଆପଣଙ୍କୁ ହିଁ ଲାଭ ମିଳିବ । ପ୍ରେମ ଜୀବନ ପାଇଁ ଏହି ସମୟ ଉଚିତ ଅଟେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।