ଆଜିର ରାଶିଫଳ, 31 ଜାନୁଆରୀ 2021, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୧ ଜାନୁଆରୀ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି କୌଣସି କାମ ପାଇଁ ଭାବିବେ କିନ୍ତୁ କାର୍ଯ୍ୟରେ ମନ ଲାଗିବା ନାହିଁ । ବ୍ୟବସାୟରେ ଊଥାନ ଓ ପତନ ରହିବ ସେଥିରେ କିଛି ସନ୍ଦେହ ନାହିଁ କିନ୍ତୁ ଆପଣ ପରିଶ୍ରମ ଜାରି ରଖନ୍ତୁ । ଆଜି କିଛି କୁଆ ଜିନିଷ ମଧ୍ୟ ଖୋଲି ପାରନ୍ତି । କୌଣସି ଏକ ବାହାର କମ୍ପାନୀ ରୁ ଭଲ ଲାଭ ମିଳିବ ଓ ଯଦି ଆପଣଙ୍କର ଆପଣଙ୍କର ବାହାର କମ୍ପାନୀରେ ନିବେଶ କରିଥିବା ଟଙ୍କା ଦୁଇ ଗୁଣ ପରି ଫେରି ପାଇବେ । ଆର୍ଥିକ ଅବସ୍ଥା ସମ୍ପୂର୍ଣ ସୁଦୃଢ ରହିବ । କେହି ଜଣେ ନୂଆ ଅତିଥି ଆସିପାରନ୍ତି ଯାହା ଦ୍ଵାରା ଆଜି ମନ ଆପଣଙ୍କର ମନ ପ୍ରଫୁଲିତ ରହିବ । ପୁରୁଣା ସାଙ୍ଗ ଦେଖା ଦେଇପାରେ ।

ବୃଷ

ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ । କାର୍ଯ୍ୟରେ ସୁଧାର ଆସିପାରେ କେହି ଜଣେ ଆପଣଙ୍କୁ ଏକ ଭଲ ଉପାୟ କହିବା ଫଳରେ ଆପଣଙ୍କୁ ଏହି ଉପାୟ ଭଲ ଲାଗିବା ଯାହା ଆପଣ କରିବେ ଓ ଉପକୃତ ମଧ୍ୟ ହେବେ । ଆଜି କିଛି ନୂଆ ଜିନିଷ କିଣିବା ଓ କିଛି ସୌକିନ ଖାଦ୍ୟ ମଧ୍ୟ ଖାଇ ପାରନ୍ତି । ଆଜି କାହା ସାଙ୍ଗରେ ବାଦ ବିବାଦ ବଢିପାରେ । ପରିବାରରେ କାହା ସାଙ୍ଗରେ ମତ ଭେଦ ହୋଇପାରେ । ଆଜି କିଛି ନୂଆ ଦାଇତ୍ୟ ବଢିପାରେ । ଆପଣଙ୍କର ସାମନ୍ନାରେ ଆଜି ବହୁତ ଆସୁବିଧା ଆସିବା କିନ୍ତୁ ନିଜର ଦକ୍ଷ ଓ ସହନ ଶିଳ ଯୋଗୁ ସବୁ ଜିନିଷରୁ ଆଜି ମୁକ୍ତି ମିଳିବ ।

ମିଥୁନ

ଆଜି କୌଣସି ସେମିନାର ଅଛି ଯଦି ବହୁତ ଭଲରେ ଚେଷ୍ଟା କଲେ ସେଥିରେ ସୁଫଳ ମିଳିବ । କିନ୍ତୁ କଠିନ ପରିଶ୍ରମ କରିବା ଫଳରେ ଯାଇ ସଫଳତା ହାସଲ କରିବେ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ଲୋକଙ୍କର ଆଶୀବାଦ ନେବା ସହ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । ବିଭାହୀତ ଜୀବନରେ ବହୁତ ଖୁସି ରହିବ ଓ ଯେଉଁ ମାନେ ନୂଆ ବିଭା ହୋଇଥିବେ ସେମାନେ ଯେଉଁ ଖୁସି ପାଇଁ ଅପେକ୍ଷା କରିଥିଲେ ସେହି ଖୁସି ଖବର ପାଇବେ । ଆର୍ଥିକ ସମସ୍ୟା ଦୂରେଇ ଯିବ । ମହିଳା ମାନଙ୍କ ପାଇଁ ଦିନ ବହୁତ ଭଲ ରହିବ ।

କର୍କଟ

ଯେଉଁ କାର୍ଯ୍ୟ କରିବାକୁ ଚାହୁଛନ୍ତି ସେହି କାର୍ଯ୍ୟ ଖୁବ ସହଜରେ ଆପଣ ପାଇପାରିବେ । ସ୍ଵାସ୍ଥ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ । କାହା ଉପରେ ଅଧିକ ବିଶ୍ଵାସ ରଖନ୍ତୁ ନାହିଁ କାରଣ ଆଜି ସେଥିରେ ଆପଣ ବିଶ୍ଵାସ ଭାଙ୍ଗି ଯିବ ଓ ଆପଣ ମନ ଖରାପ ରହିବ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ ।  ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି ।

ସିଂହ

ଅଫିସର କେଉଁ କାମରେ ବହୁତ ବାଧା ଆସିବା ସହିତ ବହୁତ କଷ୍ଟ ଅନୁଭବ କରିବେ । ଗୁରୁଜନଙ୍କର ଶୁଭ ଦୃଷ୍ଟି ରଖିଥିବା ହେତୁ ମାନ ଓ ସଂମ୍ମାନ ବଢିବ ତାସହିତ ଯଦି ନିଜର କିଛି ବ୍ୟବସାୟ ଥାଏ ତେବେ ସେଥିରେ ମଧ୍ୟ ଊର୍ଣ୍ଣତି ହେବ । ଆପଣଙ୍କର ଏବେ ବହୁଦିନ ଧରି ଭଲରେ ଦିନ କତିବେ କିନ୍ତୁ ଆପଣ ଯଦି କାହାର କ୍ଷତି କରିବାକୁ ଚାହିଁବେ ତେବେ ଆପଣ କରିଥିବା ବା ଭାବିଥିବା ଉପାୟରେ ଆପଣ ହିଁ ଫଶୀ ଯିବେ  । ଆପଣ ବହୁତ ଖୁସି ରହିବେ ଓ ଘରେ କୌଣସି ଏକ ଖୁସି ଖବର ପାଇ ପାରନ୍ତି ।

କନ୍ୟା

ବ୍ୟବସାୟରେ ଭଲ ଊର୍ଣ୍ଣତି କରିବେ । କାର୍ଯ୍ୟ ଭାର ଅଧିକ ହେବ । ଆଜି ଆପଣଙ୍କୁ କାହାର ସାହାର୍ଯ୍ୟ ମାଗିପାରନ୍ତି । ନକରାତ୍ମକ ଶକ୍ତି ରୁ ଦୂରେଇ ରୁହନ୍ତୁ । ଖୁସି ଖବର ପାଇ ଘରେ ହସର୍ ଲହରୀ ଖେଳିଯିବ ଓ ବହୁତ ଶାନ୍ତି ଅନୁଭବ କରିବେ । ଯେକୌଣସି କାମ କରନ୍ତୁ ନା କାହିଁକି ସେଥିରେ ଆପଣ ସଫଳତା ପାଇବେ । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ । ଆଜି କୌଣସି କଥାକୁ ନେଇ କିଛି ସମସ୍ୟାରେ ପଡ଼ିପାରନ୍ତି । ବିଭାହୀତ ଜୀବନ ବହୁତ ଭଲରେ କଟିବ ।

ତୁଳା

ବ୍ୟବସାୟ କରୁଥିବା ଲୋକଙ୍କର ଲାଭ ହେବ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆଜି ଟିକେ ବିଳମ୍ବରେ ଘରକୁ ଫେରି ପାରନ୍ତି ।ଆପଣଙ୍କର ମାନ ସଂମ୍ମାନ ବଢିବ । ଆଜି ଆପଣଙ୍କର ଦିନ ପୁରା ମନୋରଞ୍ଜନରେ କଟିବ । ଜୀବନସାଥି ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି । କାର୍ଯ୍ୟଭାର ବଢିବା ହେତୁ ମନ ଚିନ୍ତା ରହିବା ସହିତ ଦେହ ପୀଡା ମଧ୍ୟ ରହିବ । ଗୁରୁଜନଙ୍କ କଥା ମାନନ୍ତୁ ଆଶ୍ରିବାର୍ଦ ସହ କାମ ଶୀଘ୍ର ପୂର୍ଣ୍ଣ ହୋଇଯିବ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ ।

ବିଚ୍ଛା

ଆପଣଙ୍କର କିଛି ବହୁତ ବଡ ଖୁସି ଖବର ମିଳିପାରେ । ଚାକିରିଆ ଲୋକେ ବହୁତ ଭଲରେ ଦିନ କଟିବ ଓ ଉପର ଅଫିସରଙ୍କର ସହୋଯୋଗ ଫଳରେ କାର୍ଯ୍ୟର ଭାର କମିଯିବ । ଆଜି ଦିନ ଭଲରେ କଟିବ ।ପୂର୍ବରୁ କରିଥିବା ଉପାୟରେ ଏବେ ଆପଣଙ୍କୁ ସଫଳତା ହେବ । ବ୍ୟବସାୟ ଆରମ୍ଭ କରିବାକୁ ଥିଲେ ଆଜି ଆରମ୍ଭ କରିପାରିବେ ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଟେ । ଘରେ କିଛି ଛୋଟ ମୋଟ ଅସୁବିଧା ଦେଖା ଦେଇପାରେ । ଛୋଟ କଥାରେ ରାଗନ୍ତୁ ନାହିଁ ଧର୍ଯ୍ୟ ଧରି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ନଚେତ୍ ସବୁ କାମ ଭୁଲ ହୋଇଯିବ ।

ଧନୁ

ମାତା ଓ ପିତା ଦୁହେଁ ପିଲା ମାଙ୍କର ଧ୍ୟାନ ରଖିବା ଉଚିତ । ଆଜି ଆପଣ ପିଲାଙ୍କର ଉପରେ ଟିକେ ନଜର ରଖିବା ଦରକାର । ବ୍ୟବସାୟରେ ନିଜର ଥିବା ସାଙ୍ଗ ପାଖରୁ ସହାୟତା ମିଳିପାରେ । ପରିବାରରେ ସମସ୍ତଙ୍କର ମନ ଆପଣ କୌଣସି ଏକ କାମ କରି ଜିତୀ ନେବେ ଓ ଖୁସି ରହିବେ । ଯଦି ସରକାରୀ ଚାକିରି କେଉଁ ଠାରେ କରିବା ପାଇଁ ଚାହୁଁଥାନ୍ତି ତେବେ ସେଥିରେ ଆଜି ସେଠାରୁ କିଛି ଖୁସି ଖବର ଆସିପାରେ । ଅଚାନକ ଧନ ମିଳିବାର ସମ୍ଭାବନା ଅଛି । ସରକାରୀ ଚାକିରି କରିଥିବା ଲୋକେ ବହୁତ୍ ଭଲ ରେ ଦିନ କଟିବ । ବ୍ୟବସାୟ ରେ ବହୁତ ଭଲ ଲାଭ ହେବା ।

ମକର

ନିଜ ପିଲାଙ୍କ ସହ ସମୟ ପୁରା କଟିବ । ଆଜି ସବୁ କାମ ଆପଣଙ୍କର ମନ ମୁତାବକ ହେବ । ପିଲା ମାଙ୍କର ସହ ଖୁସିରେ ଦିନ କଟିବ । ନିଜେ କରିଥିବା ପରିଶ୍ରମ ଦ୍ଵାରା ଯେଉଁ କାର୍ଯ୍ୟ କରିବେ ସେହତିରେ ସଫଳତା ହାସଲ କରିବେ । ବ୍ୟବସାୟ ରେ ଭଲ ଲାଭ ହେବ । କାର୍ଯ୍ୟରେ ବହୁତ୍ ଉନ୍ନତି ହେବ । କୌଣସି ଏକ ଗୁରୁଙ୍କ ଠାରୁ ଭଲ ଶିକ୍ଷା ଓ କିଛି ଛୋଟ ସମାଧାନ ମିଳିଯିବ ହେତୁ ଆପଣଙ୍କର କାମ ସହଜରେ ପୂର୍ଣ୍ଣ ହୋଇଯିବ ସେଥିରେ ସନ୍ଦେହ ନାହିଁ କିନ୍ତୁ ମନ ଦେଇ କାମ କରିବାକୁ ପଡ଼ିବ । ନିଜେ ବହୁ ପୁର୍ବ ରୁ କରିଥିବା କାମରେ ଆଜି ଫାଶୀ ଯାଇପାରନ୍ତି ସେଥିପାଇଁ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ

ଆଜି ଆପଣଙ୍କୁ ବହୁତ ସମୟ ମିଳିବ କିନ୍ତୁ ଆପଣ ସମୟକୁ ଠିକ ଭାବରେ ଉପଯୋଗ କରିପାରିବେ ନାହିଁ । କେହି ଜଣେ ଆଜି ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି ଏହି ସୁଯୋଗ ଆପଣ ତାକୁ ହାତ ଛଡା କରିବେ ନାହିଁ ସେଥିରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ । କାର୍ଯ୍ୟଭାର ବଢିବା ହେତୁ ମନରେ ଚିନ୍ତା ରହିବ । ଟଙ୍କା ଦେବା ଓ ନେବା ରେ ସତର୍କ ରୁହନ୍ତୁ । ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି ।

ମୀନ

ଆଜି କୌଣସି କାମ ସରିଯିବା ଫଳରେ ଆଜି ଆପଣଙ୍କୁ ବହୁତ ଆରମ ଲାଭ କରିପାରିବେ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଗାଡି ଓ ଜମି ଭଳି ଜିନିଷ ଆଜି କିଣି ପାରନ୍ତି ଏଥିରେ କୌଣସି ବାଧା ଆସିବ ନାହିଁ । ନିଜର ଥିବା କୌଣସି ଏକ ବଡ କଷ୍ଟକୁ ମହତ୍ୟ ପୂର୍ଣ ବ୍ୟକ୍ତି ସହ ଆଲଚନା କରନ୍ତୁ ଯାହାକି ସେହି ବ୍ୟକ୍ତି ଆପଣଙ୍କର କିଛି ସହାୟତା କରିପାରନ୍ତି । ପରିବାର ରେ କେହି ଲୋକ ଆଜି କଷ୍ଟ ଦେଇ ପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।