ଆଜିର ରାଶିଫଳ, 31 ଅଗଷ୍ଟ 2020, ସୋମବାର, ମହାଦେବଙ୍କ କୃପାରୁ ଏହି ୭ଟି ରାଶିରେ ହେବ ବଡ ପରିବର୍ତ୍ତନ, ବାକି ରାଶି ମାନଙ୍କୁ ରହିବାକୁ ହେବ ସତର୍କ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୧ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କର ଦିନ ଭଲରେ କଟିବ । କିଛି ମହତ୍ଵ ପୂର୍ଣ ଲୋକଙ୍କ ସହିତ ଦେଖା ହୋଇପାରେ । ପାରିବାରିକ ଜୀବନ ଭଲରେ କଟିବ । ଆପଣଙ୍କର ଅଧା କାମ ପୁରା ହେବ । ବାହାରକୁ ଯାତ୍ରା କରିବା ପାଇଁ ସୁଯୋଗ ମିଳିପାରେ । ବୈବାହିକ ଜୀବନ ଭଲରେ କଟିବ । ଅଚାନକ ବ୍ୟବସାୟ କାର୍ଯ୍ୟରେ ଉନ୍ନତି ପ୍ରାପ୍ତି ହେବ । ଚାକିରି କ୍ଷେତ୍ରରେ ଉଚ୍ଚ ପଦ ପ୍ରାପ୍ତ ହେବାର ଯୋଗ ମଧ୍ୟ ଅଛି । ମନ୍ଦିରରେ କପୁର ଦାନ କରନ୍ତୁ ଆପଣଙ୍କର ଯାତ୍ରା ସୁଖମୟ ହେବ ।

ବୃଷ

ଆଜି ଆପଣ କିଛି ନୂଆ ଚିନ୍ତା କରିବେ । ଆପଣ ଯଦି ବୁଝି ବିଚାରୀ କାମ କରିବେ ତେବେ ବହୁତ ଧନ ପ୍ରାପ୍ତ କରିବେ । ଚାକିରି କ୍ଷେତ୍ରରେ ଉଚ୍ଚ ପଦ ସହ ଆର୍ଥିକ ଲାଭ ବି ପ୍ରାପ୍ତ ହେବ । ଯଦି କେଉଁଥିରେ ଆପଣ ଟଙ୍କା ନିବେଶ କରିବାକୁ ଚାହୁଁଞ୍ଚନ୍ତି ତେବେ ଏହି ସମୟ ଭଲ ଅଟେ । ଆପଣ ଯାହା କରିବାକୁ ଇଚ୍ଛା କରିବେ ସେଥିରେ ସଫଳ ହେବ । କିନ୍ତୁ ଆପଣ ସାବଧାନୀର ସହ ଶୁଭ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । ଅନ୍ୟର ଚିନ୍ତାରେ ଆପଣ ପଡ଼ିପାରନ୍ତି । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ସଫଳତା ପ୍ରାପ୍ତି ହେବ ।

ମିଥୁନ

ଆଜି ଆପଣ ସାମାଜିକ କାର୍ଯ୍ୟରେ ମନ ଲଗାଇ ପାରିବେ । ବନ୍ଧୁ ଗଣଙ୍କ ସହ ସହଯୋଗ ମିଳିପାରେ । ଭାଇ ଭଉଣୀଙ୍କ ଠାରୁ ସହଯୋଗ ମଧ୍ୟ ମିଳିପାରିବ । ଆପଣ ରାଜନୀତି କ୍ଷେତ୍ରରେ ନିଜର ଜାଗା ବନେଇ ପାରିବେ । ମାନସିକ ଓ ଶାରୀରିକ ଆଶାନ୍ତି ଲାଗି ରହିବ । ପରନ୍ତୁ ଆପଣ ଯାତ୍ରା ମଧ୍ୟ କରିବେ । ଶତ୍ରୁମାନଙ୍କ ନଜର ଆପଣଙ୍କ ଉପରେ ରହିବ । ଯାହା ଦ୍ଵାରା ଅନାବଶ୍ୟକ ବାଦ ବିବାଦ ଲାଗି ରହିବ । ଆପଣ ଗାଈର ଚରଣ ସ୍ପର୍ଶ କରନ୍ତୁ ଆପଣଙ୍କର ମନସ୍କାମନା ପୂର୍ଣ ହେବ ।

କର୍କଟ

ଆଜି ଆପଣଙ୍କର ଦିନଟି ସାମାନ୍ୟ ରହିବ । ଘରର କୌଣସି ବଡଙ୍କ କଥାକୁ ମାନି କାର୍ଯ୍ୟକୁ କରନ୍ତୁ । କାର୍ଯ୍ୟରେ ଆପଣଙ୍କର ଚିନ୍ତା ବଢିପାରେ । ଘରେ ସବୁ ସ୍ତରର ବ୍ୟକ୍ତିମାନେ ତାଙ୍କ ଅନୁସାରେ ସହଯୋଗ କରିବେ ଆଉ ସମୟ ଅନୁସାରେ ସହଯୋଗ ପ୍ରଦାନ କରିବାର ଦେଖା ଯିବ । କୌଣସି ପ୍ରକାରର ବିବାଦରୁ ଆପଣ ବଞ୍ଚିବା ପାଇଁ ପ୍ରୟାସ କରନ୍ତୁ ।  ସମ୍ପତ୍ତି ପ୍ରାପ୍ତି ପାଇଁ ସ୍ଥିତି ଅନୁକୂଳ ରହିବ । କିନ୍ତୁ ଧନ ପାଇଁ ସବୁ କିଛି କରିବା ଭୁଲ ହୋଇପାରେ । ଗାଈକୁ ଆପଣ ଚାରା ଦିଅନ୍ତୁ, ଆପଣଙ୍କର ସବୁ ଦୁଃଖ ଦୂର ହୋଇଯିବ ।

ସିଂହ

ଆପଣ ବର୍ତ୍ତମାନର ସ୍ଥିତିକୁ ନେଇ ସନ୍ତୁଷ୍ଟ ରହିବେ । ଆପଣଙ୍କ ସମୟ ଭଲରେ କଟିବ । ଧନ ସମ୍ବନ୍ଧିତ ନିଷ୍ପତିକୁ ଆପଣ ବୁଝି ବିଚାରି ନିଅନ୍ତୁ । ଆପଣ ବୁଝିବାର ଲୋକ ଅଟନ୍ତି ଆଉ ସବୁ ପରିସ୍ଥିତିକୁ ଦେଖୁଛନ୍ତି । ତେବେ ଆପଣ ସବୁ କାର୍ଯ୍ୟର ସମସ୍ୟାକୁ ସମାଧାନ କରିପାରିବେ । ରାଜନୀତିକ ଲାଭ ପ୍ରାପ୍ତ ହେବାର ଅଛି ଓ ଭଲ ସମୟ ଆସି ଯାଇଛି । ପରିବାରର ସ୍ଥିତି ଅଳ୍ପ ଖରାପ ହେବାର ସମ୍ଭାବନା ଅଛି । ବ୍ୟପାରରେ ଆପଣଙ୍କୁ ଲାଭ ହେବାର ସମ୍ଭାବନା ଅଛି । ସବୁଜ ରଙ୍ଗର ବସ୍ତ୍ର ଦାନ କରନ୍ତୁ , ଦାମ୍ପତ୍ୟ ଜୀବନ ମଜବୁତ ରହିବ ।

କନ୍ୟା

ଏହି ରାଶିର ଲୋକମାନେ ଊର୍ଜାବାନ ଭଳି ପ୍ରତୀତ କରିବେ । ଆପଣଙ୍କ ଚିନ୍ତା କମ ହେବ । ଆପଣ ଟଙ୍କା ରୋଜଗାର କରିବାରର ନୂଆ ମଉକା ମିଳିପାରେ । ସାମାଜିକ ମାନ ସମ୍ମାନ ପଦ ପ୍ରତିଷ୍ଠା ମିଳିବ ଓ ସ୍ଥିତି ଅନୁକୂଳ ରହିବ ।ବ୍ୟବସାୟ କରିବାର ପାଇଁ ଏହି ସମୟ ଭଲ ଅଟେ ଯାହା ଆପଣଙ୍କୁ ଲାଭ ହିଁ ଲାଭ ହେବ । ଆପଣ ଅନାବଶ୍ୟକ କଥାରେ ମନ ଦିଅନ୍ତୁ ନାହିଁ । ଆପଣ ନିଜ ଉପରେ ବିଶ୍ବାସ ରଖନ୍ତୁ ଘର ପରିବାରର ପ୍ରତି ଭଲ ବ୍ୟବହାର କରନ୍ତୁ । ମାତା ଲକ୍ଷ୍ମୀଙ୍କୁ ନାଲି ଓଢଣି ଚଢନ୍ତୁ, ଧନରେ ବୃଦ୍ଧି ହେବ ।

ତୁଳା

ଆଜି ଆପଣଙ୍କର ଦିନ ଭଲରେ କଟିବ । ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିପାରେ । ଅଫିସରେ ଆପଣଙ୍କୁ  ଜୁନିୟର ସହଯୋଗ ମିଳିପାରେ ।  ନୂଆ ଲୋକ ସହିତ ଆପଣଙ୍କର ଦେଖା ହୋଇପାରେ । ମା ଓ ବାପାଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଗୃହ, ଗାଡିରେ ଇତ୍ୟାଦି ସୁଖ ସୁବିଧା ପ୍ରାପ୍ତ କରିବାରେ ସଫଳ ହେବେ । ଯଦି ଆପଣ ବ୍ୟବସାୟରେ ଟଙ୍କା ନିବେଶ କରିବାକୁ ଚାହୁଞ୍ଚନ୍ତି ତେବେ ଏହି ସମୟ ଭଲ ସମୟ ଅଟେ । ଆପଣ ଟଙ୍କା ନିବେଶ କରିପାରିବେ । ଭାଇ ଓ ଭଉଣୀ ଇତ୍ୟାଦି ସମସ୍ତଙ୍କୁ ଭଲ ବ୍ୟବହାର କରନ୍ତୁ ।

ବିଚ୍ଛା

ଏହି ରାଶିର ବ୍ୟକ୍ତିମାନଙ୍କୁ ସନ୍ଧ୍ୟା ସମୟରେ ଭଲ ଖବର ମିଳିବ । ଆପଣଙ୍କ ବହୁତ ଜିନିଷ ସହଜ ଉପାୟରେ ବୁଝିଯିବ । ପାରିବାରିକ ତାଳମେଳର ସବୁ ସମସ୍ୟାର ସମାଧାନ କରିପାରିବେ । ସନ୍ତାନ ପକ୍ଷକୁ ନେଇ ଆପଣ ବହୁତ ଚିନ୍ତିତ ରହିବେ ତଥା ପାଠ ପଢା ପ୍ରତି ଆପଣ ସହଯୋଗ କରିବେ । ସ୍ଵାସ୍ଥ୍ୟକୁ ନେଇ ଆପଣ ଅଳ୍ପ ଚିନ୍ତିତ ରହିବେ । ମନ୍ଦିରରେ କିଛି ସମୟ ବିତାନ୍ତୁ ଆପଣଙ୍କର କାମରେ ସ୍ଥିରତା ରହିବ ।

ଧନୁ

ଆଜି ଆପଣଙ୍କର ବ୍ୟବହାର ଭଲ ରହିବ । ସନ୍ତାନ ପକ୍ଷରୁ ଆପଣଙ୍କୁ କିଛି ଖୁସି ଖବର ମିଳିପାରେ । କ୍ୟାରିୟରେ ଆପଣଙ୍କୁ ସଫଳତା ମିଳିପାରେ । ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହେବାର ଅଛି । ଆପଣ ବ୍ୟବସାୟ ପ୍ରତି ମନ ବଲେଇ ପାରିବେ  । ଖାଇବା ଓ ପିଇବା ବ୍ୟବସାୟ କରିଲେ ଆପଣଙ୍କର ଲାଭ ଭଲ ହେବ । ଭାଗ୍ୟ ଆପଣଙ୍କର ସାଥ ଦେବେ । ସେଥିପାଇଁ ଆପଣ ଯେଉଁ କାର୍ଯ୍ୟକୁ କରୁଛନ୍ତି ତାକୁ ପରିଶ୍ରମ ସହିତ କରନ୍ତୁ ଆପଣଙ୍କୁ ସଫଳତା ମିଳିବ । ସେଥିପାଇଁ ଆପଣ ପରସ୍ଥିତିକୁ ଦେଖି କାର୍ଯ୍ୟ କରନ୍ତୁ । କୁକୁରଙ୍କୁ ରୁଟି ଖଦିଅନ୍ତୁ, ଜୀବନରେ ସାଙ୍ଗମାନଙ୍କର ସହଯୋଗ ମିଳିପାରିବ ।

ମକର

ଆଜି ଆପଣଙ୍କର ଦିନଟି ଧାର୍ମିକ କାର୍ଯ୍ୟରେ ଅତିବାହିତ କରିବେ । ଆପଣ କିଛି ଜିନିଷ ପ୍ରତି ଧ୍ୟାନ ରଖନ୍ତୁ ନ ହେଲେ ହଜିବାର ସମ୍ଭାବନା ଅଛି । ଆପଣ ନିଜର ଜିନିଷକୁ ସମ୍ଭାଳି ରଖନ୍ତୁ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ସେଥିପାଇଁ ଆପଣ ପରସ୍ଥିତିକୁ ଦେଖି କାର୍ଯ୍ୟ କରନ୍ତୁ । କାମ କାର୍ଯ୍ୟ ସମ୍ବନ୍ଧିତ କୌଣସି କାର୍ଯ୍ୟରେ ବିଦେଶ ଯାତ୍ରା କରନ୍ତୁ ନାହିଁ । ଭାଗ୍ୟ ଆପଣଙ୍କର ସାମାନ୍ୟ ରହିବ । ଆର୍ଥିକ ନେଣ ଦେଣ ସାବଧାନି ରଖିବାର ଆପଣଙ୍କର ପାଇଁ ଭଲ ଅଟେ ।

କୁମ୍ଭ

ଆଜି ଆପଣଙ୍କର ଦିନଟି ଉତ୍ତମ ରହିବ । ଆପଣଙ୍କର ଚିନ୍ତା ଓ ବୁଝିବାର ଶକ୍ତି ସହିତ ନିର୍ଣୟ ନେବାର କ୍ଷମତା ଭଲ ରହିବ । ଆପଣଙ୍କ କୌଣସି କାର୍ଯ୍ୟକୁ ସ୍ଥିରତା ଓ ଗଭୀରତା ପୂର୍ବକ ନେଇ ଚେଷ୍ଟା କରିବେ । ଆପଣ ବିଦେଶ ଯାତ୍ରା ରେ ଟିକେ ବଧ ବିଘ୍ନ ଆସିପାରେ । ସେଥିପାଇଁ ଆପଣ ଦେଖି ଚାହିଁ ଯାତ୍ରା କରନ୍ତୁ । ରାଜନୈତିକ କ୍ଷେତ୍ରକୁ ଧରିବା ପାଇଁ ପ୍ରୟାସ କରନ୍ତୁ କିନ୍ତୁ ଏହି ସମୟରେ ଅଧିକ ଚେଷ୍ଟା କରନ୍ତୁ ନାହିଁ । ଆପଣଙ୍କର ସନମାନ ମଧ୍ୟ ହାନି ହୋଇପାରେ । ମା ଓ ବାପାଙ୍କ ଆଶୀର୍ବାଦ ନିଅନ୍ତୁ ସମଯରେ ମାନ ଓ ସନମାନ ବଢିପାରେ ।

ମୀନ

ଆଜି ଆପଣଙ୍କର ଦିନଟି ଅନୁକୂଳ ରହିବ । ସକାଳୁ ଆପଣ ଯୋଗ କରିବା ଦ୍ଵାରା ମନରେ ଶାନ୍ତି ଅନୁଭବ କରିବେ । ଘର ଓ ପରିବାର ସହିତ ସାମଞ୍ଜୟସ ଭଲ ରଖିବା ପାଇଁ ପ୍ରୟାସ କରନ୍ତୁ । ଯାହାଫଳରେ ଘରର ବାସବିକ ବିକାଶ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ସହଯୋଗ ପ୍ରାପ୍ତ ହେବ । ପ୍ରେମ ସମ୍ବନ୍ଧରେ ଆପଣ ସନ୍ତୁଷ୍ଟ ରହିବେ । କୌଣସି ଜମି ବିବାଦକୁ ନେଇ ଝଗଡା ସୃଷ୍ଟି ହୋଇପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।