ଆଜିର ରାଶିଫଳ, 3 ଏପ୍ରିଲ 2021, ଶନିବାର, ଶାଣିଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ଏପ୍ରିଲ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକମାନେ ଅଫିସରେ ନିଜକୁ ବ୍ୟସ୍ତ ରଖିବେ । ବ୍ୟବସାୟ କରୁଥିବା ଲୋକମାନେ ସଫଳ ହେବେ । ମହିଳା ମାନେ ନିଜ ଘର କାମରେ ବ୍ୟସ୍ତ ରହିବେ । ଆଜି ସମାଜରେ ଆପଣଙ୍କ ମାନ ସମାନର ବିକାଶ ହେବ । ନିଜ ପଡୋଶୀ ଓ ସହପାଠୀଙ୍କ ସହ ଯୋଗ ମିଳିବ । ପରିବାର ଲୋକଙ୍କ ସହ ଦୂର ଜାକାକୁ ଯାତ୍ରା କରିବାର ସମ୍ଭାବନା ରହିଛି । ନିଜ ଠାରୁ ବଡ ଲୋକଙ୍କ ଆଶୀର୍ବାଦ ମିଳିବ । ଯାହା ପାଇଁ ଆପଣ ନିଜ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ । ଆପଣଙ୍କ ମନରେ ନୂଆ ଚିନ୍ତାଧାରା ଆସିପାରେ । କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଥିଲେ ସେଥିରେ ସଫଳ ହେବେ ।

ବୃଷ ରାଶି : ଏହି ରାଶିର ଲୋକମାନେ ବ୍ୟବସାୟର ନୂଆ ଯୋଜନାରେ ସଫଳ ହେବେ । କୌଣସି କାମ କରିବା ପୂର୍ବରୁ ଚିନ୍ତା କରି କରିବେ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଯାହା ଦ୍ଵାରା ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ସମୟ ରହିବ ଓ ଆପଣଙ୍କ ସମ୍ପର୍କ ମଜବୁତ ହେବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠାର ମାନ ବଢିବ । ଆପଣଙ୍କ ସହ କର୍ମୀ ମାନଙ୍କର ସହ ଯୋଗ ମିଳିବ । ଅଫିସରେ କୌଣସି ନୂଆ ପଦ ମିଳିପାରେ । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ ।

ମିଥୁନ ରାଶି : ଏହି ରାଶିର ଲୋକମାନେ କୌଣସି ନୂଆ କାମକୁ କରିବାକୁ ଚେଷ୍ଟା କରୁଥିଲେ ସେଥିରେ ଅସଫଳ ହେବେ । ଆପଣଙ୍କ ଘରର ବାତାବରଣରେ ନୂଆ ପରିବର୍ତ୍ତନ ଆସିପାରେ । ମାତା ପିତାଙ୍କର ସହ ଯୋଗ ମିଳିବ । ଏହି ସମୟରେ ଆପଣଙ୍କ ଚେଷ୍ଟାର ଫଳ ମିଳିବ । ଯାହା ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବ । ନିଜ ସାଥିମାନଙ୍କ ସହ ଭଲ ସମୟ ଅତିବାହିତ କରିବେ । ଧନ ଲାଭର ଆଶଙ୍କା ରହିଛି । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । କୌଣସି ଦୂର ଜାଗାକୁ ଯାତ୍ରା କରିବାର ଆଶଙ୍କା ରହିଛି । ନିଜ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ ।

କର୍କଟ ରାଶି : ଏହି ରାଶିର ଲୋକମାନେ ନିଜ ବଚନର ସଠିକ ଉପଯୋଗ କରନ୍ତୁ । ନଚେତ କିଛି ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ । ସେଥି ପ୍ରତି ଧ୍ୟାନ ରଖନ୍ତୁ । ସମାଜରେ ଆପଣଙ୍କ ମାନ ସମାନ ବଢିବ । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ଦୃଢ ସମ୍ପର୍କ ରହିବ । ଦୁହେଁ ପରସ୍ପର ସହ ଅଧିକ ସମୟ ଅତିବାହିତ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ପରିବାର ଲୋକଙ୍କୁ ଅଧିକ ସମୟ ଦେବାକୁ ଚେଷ୍ଟା କରନ୍ତୁ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । କୌଣସି ଅନୁଭବି ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ ।

ସିଂହ ରାଶି : ଏହି ରାଶିର ଲୋକମାନଙ୍କର ଚେଷ୍ଟାରେ ସଫଳତା ମିଳିପାରେ । ବିଦେଶରେ କାମ କରିବାକୁ ଆଜି ଆପଣଙ୍କୁ ସୁଯୋଗ ମିଳିବ । ଧନ ଲାଭର ଯୋଗ ରହିଛି । ବ୍ୟବସାୟରେ ଜଡିତ ଲୋକମାନେ ନିଜ କାମଉ ଆଗକୁ ବଢେଇବାକୁ ଚେଷ୍ଟା କରିବେ ଓ ସେଥିରେ ସଫଳ ମଧ୍ୟ ହେବେ । ଆଜି ଆପଣ କୌଣସି କାରଣରୁ ମାନସିକ ଚିନ୍ତାରେ ରହିବେ ଯାହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡିପାରେ । ସେଥି ପ୍ରତି ଧ୍ୟାନ ଦେବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର କୌଣସି କଥାକୁ ନେଇ ଆପଣ ପ୍ରଶଂସା ପାଇବେ ।

କନ୍ୟା ରାଶି : ଏହି ରାଶିର ଲୋକମାନଙ୍କର ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ । କର୍ମ କ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପରୀକ୍ଷା କରାଯିବ । ସେହି ପରୀକ୍ଷାରେ ଆପଣ ସଫଳ ମଧ୍ୟ ହେବେ । ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେବେ । ବ୍ୟବସାୟ କରୁଥିବା ଲୋକମାନଙ୍କର ଭଲ ଲାଭ ମିଳିବ । ନିଜ ଲକ୍ଷ ଉପରେ କେନ୍ଦ୍ରିତ କରି ଜୀବନରେ ଆଗକୁ ବଢିବାକୁ ପ୍ରୟାସ କରନ୍ତୁ । ଆପଣ ନିଜ ପ୍ରିୟଜନ ମାନଙ୍କ ସହ ଅଧିକ ସମୟ ବିତାଇବେ । ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ । ଛାତ୍ରମାନେ ଆଜି ଦିନରେ ସତର୍କ ରୁହନ୍ତୁ । କାରଣ ଆଜି ଆପଣଙ୍କ ଦିନଟି ଅନୁକୂଳ ନୁହେ ।

ତୁଳା ରାଶି : ଏହି ରାଶିର ଲୋକମାନଙ୍କର ବ୍ୟବସାୟରେ କୌଣସି କାରଣରୁ ସମସ୍ଯା ହୋଇପାରେ । ସେଥି ପ୍ରତି ସତର୍କ ରୁହନ୍ତୁ । ନିଜ ଠାରୁ ବଡ ଭାଇ ଓ ଭଉଣୀଙ୍କର ସହ ଯୋଗ ଆପଣଙ୍କୁ ଜୀବନରେ ଆଗକୁ ବଢିବାକୁ ପ୍ରେରଣା ଦେବ । ନିଜ ଆୟ ଉପରେ ନିୟନ୍ତ୍ରଣ ରଖି ଖର୍ଚ୍ଚ କରନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧାର ସାମନା କରି ପାରନ୍ତି । କୌଣସି ଧାର୍ମିକ କାର୍ଯ୍ୟରେ ଆପଣ ନିଜକୁ ବ୍ୟସ୍ତ ରଖିବେ । ମହିଳାମାନେ ନିଜ ଘରର କୌଣସି ନୂଆ ଜିନିଷ କିଣିବାରେ ଓ ଘରକୁ ସଜାଇବାରେ ବ୍ୟସ୍ତ ରହିବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ସମୟ ଅତିବାହିତ ହେବ । କୌଣସି ସ୍ଥାନକୁ ଯାତ୍ରା କରିବାର ଆଶଙ୍କା ରହିଛି ।

ବିଛା ରାଶି : ଏହି ରାଶିର ଲୋକମାନେ ଯଦି ନୂଆ କାମ କରିବାକୁ ଚାହୁଞ୍ଚନ୍ତି ତେବେ ଆଜି ଦିନଟି ଶୁଭ ଅଟେ । ଆପଣଙ୍କୁ ନିଜ କାମକୁ ଆଗକୁ ବଢେଇବା ପାଇଁ ନୂଆ ସୁଯୋଗ ମିଳିବ । ସେଥି ପ୍ରତି ଧ୍ୟାନ ଦେଇ ଭବିଷ୍ୟତରେ ଆଗକୁ ବଢନ୍ତୁ । ଚାକିରି କରିଥିବା ଲୋକମାନଙ୍କର ନିଜ ସହ କର୍ମୀ ଓ ଅଧିକାରୀଙ୍କ ସହ ଭଲ ସମ୍ପର୍କ ରହିବ । ସନ୍ତାନ ମାନଙ୍କ ଯୋଗୁ ଆପଣ କୌଣସି ଖୁସି ଖବର ପାଇ ପାରିବେ । ଆଜି ଆପଣଙ୍କ ଦିନଟି ପୂଜା ପାଠରେ ରହିବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ବିଶ୍ଵସ୍ତ ହେବାକୁ ପ୍ରୟାସ କରନ୍ତୁ ।

ଧନୁ ରାଶି : ଏହି ରାଶିର ଲୋକମାନେ ନିଜ ବ୍ୟବସାୟକୁ ନେଇ ବ୍ୟସ୍ତ ରହିବେ । ପରିବାର ଲୋକମାନଙ୍କ ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ଦାଂପତ୍ଯ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିପାରେ । ଧନ ଲାଭର ଆଶଙ୍କା ରହିଛି । ଆପଣଙ୍କ ସହଯୋଗୀ ମାନଙ୍କଠୁ ଆର୍ଥିକ ସାହାଜ୍ଯ ମିଳିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ ସମାନ ବଢିବ । କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ ସଠିକ ପରାମର୍ଶ ନିଅନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଛାତ୍ରମାନେ ସ୍କୁଲରେ ନିଜ ଦକ୍ଷତାର ଭଲ ପ୍ରଦର୍ଶନ କରିବେ । ଯାହା ତାଙ୍କ ଭବିଷ୍ୟତ ପାଇଁ ନୂଆ ଦିଗର ଆରମ୍ଭ ହେବ । ଆପଣ ଆଜି ନୂଆ କାମ ଆରମ୍ଭ କରିବାକୁ ଚାହୁଥିଲେ କରି ପାରିବେ ।

ମକର ରାଶି : ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ନିଜ ନିଷ୍ପତି ଉପରେ ଭଲ ଭାବରେ ଚିନ୍ତା କରନ୍ତୁ । ଆପଣଙ୍କୁ କୌଣସି କାରଣରୁ ଶୁଭ ଖବର ମିଳିପାରେ । ଦାଂପତ୍ଯ ଜୀବନରେ ସୁଖ ସମୃଦ୍ଧି ଆସିପାରେ । ସମାଜରେ ଆପଣଙ୍କ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । କୌଣସି ଧାର୍ମିକ କାର୍ଯ୍ୟରେ ଆପଣ ଯୋଗ ଦେବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।

କୁମ୍ଭ ରାଶି : ଏହି ରାଶିର ଲୋକମାନେ ଅଫିସରେ ନିଜର ଦଖ୍ୟାତା ପାଇଁ ପ୍ରଶଂସା ପାଇବେ । ସାଙ୍ଗ ସାଥିଙ୍କ ସହ ଅଧିକ ସମୟ ବିତାଇବେ । ଆର୍ଥିକ ଖର୍ଚ୍ଚରୁ ନିଜକୁ ବଞ୍ଚାଇ ରଖନ୍ତୁ । ଦୁଖୀ ଗରିବଙ୍କୁ ସାହାଜ୍ଯ କରନ୍ତୁ । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ । ଆଜି ଆପଣଙ୍କ କୌଣସି ଜିନିଷ ଚୋରି ହୋଇପାରେ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ବିଦେଶକୁ ଯାତ୍ରା କରିବାର ଆଶଙ୍କା ରହିଛି । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମୀନ ରାଶି : ଏହି ରାଶିର ଲୋକମାନେ ନିଜ କାମରେ ବ୍ୟସ୍ତ ରହିବେ । ଆପଣ ନିଜ ସମ୍ପତି ଜଡିତ କୌଣସି କାମରେ ମାନସିକ ଚିନ୍ତାରେ ରହିବେ । ନିଜ ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେବେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ମହିଳାମାନେ ନିଜ ଘରର କୌଣସି କାମକୁ ନେଇ ବ୍ୟସ୍ତ ରହିବେ । ଆପଣଙ୍କ ଘରେ ଅତିଥିର ଆଗମନ ଯୋଗୁ ଘରର ବାତାବରଣରେ ନୂଆ ପରିବର୍ତ୍ତନ ଆସିପାରେ । ସନ୍ତାନମାନଙ୍କ କାରଣରୁ ଆପଣ କୌଣସି ଖୁସି ଖବର ପାଇ ପାରନ୍ତି । ଆପଣଙ୍କ ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧିର ଆଗମନ ହେବ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।