ଆଜିର ରାଶିଫଳ, 3 ଅକ୍ଟୋବର 2020, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଧନପ୍ରାପ୍ତିର ଯୋଗ ରହିଛି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ଅକ୍ଟୋବରର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ଅଛି । ପାରିବାରିକ ସମ୍ପର୍କ ଭଲ ରହିବ । ଅଳ୍ପ ପରିଶ୍ରମ କରି ବହୁତ ଲାଭ ପାଇବେ । ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ଆପଣ ପରିବାର ସହ ବୁଲିବାକୁ ଯାଇପାରନ୍ତି  । ଆଧ୍ୟାତ୍ମିକ କ୍ଷେତ୍ରରେ ମନ ଲାଗିବ । କାରୋବାର ମଧ୍ୟମ ରହିବ । କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ କରିବା ଦ୍ଵାରା ନିଶ୍ଚିତ ରୂପରେ ସଫଳତା ମିଳିବ । ଆପଣ ଆପଣଙ୍କ କୌଣସି ଗୁପ୍ତ କଥା ନିଜର ସହଯୋଗୀକୁ କୁହନ୍ତୁ ନାହିଁ । ଶିବଲିଙ୍ଗକୁ ଦର୍ଶନ କରନ୍ତୁ ଆପଣଙ୍କର ସବୁ ମନୋକାମନା ପୂର୍ଣ ହେବ ।

ବୃଷ

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । ଆପଣଙ୍କ କାମ କାର୍ଯ୍ୟରେ ଥିବା ସବୁ ସମସ୍ୟାର ସମାଧାନ ହୋଇଯିବ । ଘର ପରିବାରରେ ଖୁସିର ପରିବେଶ ରହିବ ଓ ସନ୍ତାନ ସୁଖ ମିଳିବ । ଆପଣଙ୍କର ବିଗିଡିଥିବା କାର୍ଯ୍ୟ ସବୁ ସୂଚାରୁ ରୂପେ ହୋଇଯିବ । ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ । ବ୍ୟବସାୟରେ ସହୋଯୋଗ ମିଳିବା ଦ୍ଵାରା ଭଲ ଲାଭ ମିଳିବ । ଆପଣ ଆପଣଙ୍କ ବ୍ୟବସାୟକୁ ବୃଦ୍ଧି କରିପାରିବେ । ଆପଣ ନିଜ କାମ ନିଜେ କରନ୍ତୁ । ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମିଥୁନ

ଆଜିର ଦିନ ଆପଣଙ୍କ ପାଇଁ ସାମାନ୍ୟ ରହିବ । ପାରିବାରିକ କାର୍ଯ୍ୟରେ ବହୁତ ବ୍ୟସ୍ତ ରହିବେ । ଅଫିସ କାର୍ଯ୍ୟ ଧିମା ହେବାରୁ ବହୁତ ସମସ୍ୟା ଉପୁଜିପାରେ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ । ପ୍ରୋମୋଶନ ବି ମିଳିବ । ଆପଣ ବିଦେଶ ଯାତ୍ରା କରିପାରିବେ ନାହିଁ । ଆକସ୍ମିକ ଭାବେ ଧନ ଲାଭ ହେବ । ଖର୍ଚ ବଢିପାରେ । ନିଜ ଦାୟିତ୍ଵ ତୁଲାଇବାକୁ ଚେଷ୍ଟା କରନ୍ତୁ । ଘର ମନ୍ଦିରରେ ଦୀପ ଜଳାନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କର୍କଟ

ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । ଅଫିସରେ ଆପଣ ବ୍ୟସ୍ତ ରହିବେ । ସମାଜରେ ଆପଣ ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିବେ । ଆପଣଙ୍କୁ ପୈତୃକ ସମ୍ପତ୍ତି ମିଳିବ । ଆପଣ ଆଧ୍ୟାତ୍ମିକ ଦିଗ ଆଡକୁ ମନ ବଳାଇବେ । କୌଣସି ନିବେଶରୁ ଧନ ଲାଭ ହେବ । ବ୍ୟବସାୟୀ ପାର୍ଟନରଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ଲାଭ ମିଳିବ । କୋର୍ଟ କଚେରୀ ମାମଲାରେ ପଡନ୍ତୁ ନାହିଁ । ଶିବଲିଙ୍ଗରେ ବେଲପତ୍ର ଚଢାନ୍ତୁ ସବୁ ସମସ୍ୟାରୁ ମୁକ୍ତି ପାଇବେ ।

ସିଂହ

ଆଜି ଆପଣଙ୍କ ଦିନ ଭଲରେ କଟିବ । କୌଣସି କାମରେ ଲାଭ ମିଳିବ । ଭାଇ ଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ । ଜୀବନ ସାଥି ଆପଣଙ୍କ କଥାରେ ପ୍ରଭାବିତ ହେବେ । ବ୍ୟବସାୟରେ ବୃଦ୍ଧି ହେବ । ଆମଦାନୀ ବୃଦ୍ଧି ହେବ । ଆପଣଙ୍କୁ ଆପଣଙ୍କ ସମ୍ପର୍କୀୟଙ୍କ ଠାରୁ ସହଯୋଗ ମିଳିବ । ବ୍ୟବସାୟିକ କ୍ଷେତ୍ରରେ ପରିଶ୍ରମ କରିବା ଦ୍ଵାରା ସଫଲତା ମିଳିବ । ଟଙ୍କା ଦେବା ନେବା କରନ୍ତୁ ନାହିଁ ନଚେତ କ୍ଷତିରେ ପଡିବେ । ଆପଣ କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ସାଙ୍ଗମାନଙ୍କ ସହ ସମ୍ପର୍କ ଭଲ ରହିବ ।

କନ୍ୟା

ଆଜି ଆପଣଙ୍କ ଦିନ ଭଲ ରହିବ । ଅଫିସରେ ସମସ୍ତଙ୍କ ସହ ଭଲ ସମ୍ପର୍କ ରହିବ । ନୂଆ ଯୋଜନାରୁ ଆର୍ଥିକ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ମିଳିବ । କାର୍ଯ୍ୟ ସ୍ଥଳରେ ଭଲ ପ୍ରଦର୍ଶନ କରନ୍ତୁ । ଆପଣଙ୍କୁ ନିବେଶରେ ଭଲ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ରହିବ । କିନ୍ତୁ କାର୍ଯ୍ୟ ଭାର ଅଧିକ ରହିବା ଦ୍ଵାରା ପରିଶ୍ରମ କରିବାକୁ ପଡିବ । ଆପଣ ଖୁସିରେ ରହିବେ । ଚାକିରିରେ ଉନ୍ନତି ହେବ । ଘରେ ଉତ୍ସବ ହେବାର ସମ୍ଭାବନା ଅଛି । ଅଯଥା କଥାରେ ସମସ୍ୟା ଉପୁଜି ପାରେ । ମିଠା କ୍ଷୀରି ପ୍ରସାଦ ବାଣ୍ଟନ୍ତୁ ସବୁ କାର୍ଯ୍ୟରେ ସଫଳ ମିଳିବ ।

ତୁଳା

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ସ୍ୱାସ୍ଥ୍ୟ ଠିକ ଠାକ ରହିବ । ନିଜର ଚିନ୍ତାଧାରାକୁ ସନ୍ତୁଳିତ ରଖନ୍ତୁ । କାହା ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ  । ସନ୍ତାନର ପ୍ରଗତିରେ ଆପଣ ଖୁସି ହେବେ । ଛାତ୍ରଙ୍କୁ ପରିଶ୍ରମର ଫଳ ମିଳିବ । ବ୍ୟବସାୟରେ କଠିନ ପରିଶ୍ରମ କରିବା ଦ୍ଵାରା ଭଲ ଲାଭ ମିଳିବ । ଯାହା ଦ୍ଵାରା କି ମନରେ ଖୁସି ରହିବ । କୌଣସି ବି ନିଷ୍ପତି ନେବା ପୂର୍ବରୁ ବହୁତ ଭାବି ଚିନ୍ତି ନିଅନ୍ତୁ । ନଚେତ କାମ କାର୍ଯ୍ୟରେ ସମସ୍ୟା ଆସିପାରେ । ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ ସବୁ ସମସ୍ୟାର ସମାଧାନ ହୋଇଯିବ ।

ବିଚ୍ଛା

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । ଲକ୍ଷ ନିର୍ଧାରଣ ଯୋଜନାରେ ସଫଳ ହେବେ । ଭଲ ଖବର ମିଳିବ । ଆକସ୍ମିକ ଧନ ଲାଭ ହେବ । ଧାର୍ମିକ କ୍ଷେତ୍ରରେ ମନ ଦେବେ । ବିଦେଶ ଯାତ୍ରା କରିବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମର ଭଲ ଫଳ ମିଳିବ । କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ସମସ୍ୟା ଉପୁଜି ପାରେ । ପରିବାରରେ କାହାକୁ ବି କଟୁକଥା କହନ୍ତୁ ନାହିଁ । ଓଁ ନମଃ ଶିବାୟ ମନ୍ତ୍ର ଏଗାର ଥର ଜପ କରନ୍ତୁ ଆପଣଙ୍କ ସବୁ ଯୋଜନା ସଫଳ ହେବ ।

ଧନୁ

ଆଜି ଆପଣଙ୍କ ଦିନ ଭଲରେ କଟିବ । ଆର୍ଥିକ ସ୍ଥିତି ସନ୍ତୁଳନ ରହିବ । ଛାତ୍ରଙ୍କୁ ନିଜର ଶିକ୍ଷକମାନଙ୍କ ପୁରା ସହଯୋଗ ମିଳିବ । ଏହା ଦ୍ଵାରା କ୍ୟାରିୟରରେ ଆଗକୁ ବଢିବାର ସୁଯୋଗ ମିଳିବ । ଆପଣଙ୍କୁ ଜ୍ଞାନୀ ଲୋକଙ୍କ ଠାରୁ ଉଚିତ ମାର୍ଗଦର୍ଶନ ମିଳିବ । କାରୋବାର ଓ ସବୁ କାର୍ଯ୍ୟରେ ସଫଳତା ମିଳିବା ଦ୍ଵାରା ଧନ ପ୍ରାପ୍ତି ହେବ । ଅଧିକ ପରିଶ୍ରମ ଦ୍ଵାରା କ୍ଳାନ୍ତ ଅନୁଭବ କରିପାରନ୍ତି । ସଂଯମତା ଆଚରଣ କରନ୍ତୁ । ଧନ ସଞ୍ଚୟ କରନ୍ତୁ । କିନ୍ତୁ ଖର୍ଚ ବଢିବ । ଗାଈକୁ ଘାସ ଖାଇବାକୁ ଦିଅନ୍ତୁ ସବୁ ସମସ୍ୟାର ସମାଧାନ ହୋଇଯିବ ।

ମକର

ଆଜି ଆପଣଙ୍କ ଦିନ ଆଗ ଅପେକ୍ଷା ଭଲ ରହିବ । ସାମାଜିକ କାର୍ଯ୍ୟରେ ସାମିଲ ହେବେ । ସବୁ କାର୍ଯ୍ୟରେ ସକରାତ୍ମକ ପରିଣାମ ମିଳିବ । ପରିବାରର ପୁରୁଣା ସମସ୍ୟା ଦୂର କରି ପରିବାରରେ ଖୁସି ଆଣିବେ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ ଓ ବହୁତ ଖୁସି ଅନୁଭବ କରିବେ । ବ୍ୟବସାୟରେ ଭଲ ଧନ ଲାଭ ହେବ, କାର୍ଯ୍ୟ କ୍ଷେତ୍ରରେ ସବୁ ଭଲ ହେବ । ନିବେଶରେ ଭଲ ଲାଭ ମିଳିବ । ଖରାପ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ନଚେତ ଅସୁବିଧାରେ ପଡ଼ି ପାରନ୍ତି । ମାନସିକ ଚିନ୍ତା ସହିତ ବ୍ୟବସାୟରେ ବ୍ୟବଧାନ ଆସିପାରେ । ନିଜ ଗୁରୁଙ୍କୁ ପ୍ରଣାମ କରନ୍ତୁ ସଫଳତା ମିଳିବ ।

କୁମ୍ଭ

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । ଆପଣ ଭାବିଥିବା ସମସ୍ତ କାମ ସୁରୁଖୁରୁରେ ହୋଇଯିବ । ଛାତ୍ରମାନେ ନିଜ କ୍ୟାରିୟରରେ ଭଲ କରିବେ । ପରିବାରରେ ବହୁତ ଖୁସିର ପରିବେଶ ରହିବ । ଏହି ସମୟରେ ଆପଣ କୌଣସି ସମ୍ପତ୍ତି କିଣିପାରିବେ । ଧନ ସମ୍ପତି ମିଳିବାର ସୁଯୋଗ ଅଛି । ବ୍ୟବସାୟରେ ଛୋଟ ଛୋଟ ସମସ୍ୟା ଆସିପାରେ । କିନ୍ତୁ ନିଜ ଚେଷ୍ଟା ଦ୍ଵାରା ବହୁତ ଧନ ଲାଭ ପାଇବାର ଯୋଗ ଅଛି । ମନରେ କିଛି ଚିଡ ଚିଡ଼ା ପଣ ରହିପାରେ । କୌଣସି ଯାତ୍ରା କରିପାରନ୍ତି ଏବଂ ଏଥିରେ ଖର୍ଚାନ୍ତ ବି ହୋଇପାରନ୍ତି । ସମ୍ପର୍କୀୟଙ୍କ ସହ ମିଶି କୌଣସି କାମ କରିପାରନ୍ତି । ଆପଣଙ୍କ ମସ୍ତକରେ ଚନ୍ଦନର ଟୀକା ଲଗାନ୍ତୁ । ସବୁ ସମସ୍ୟାର ସମାଧାନ ହୋଇଯିବ ।

ମୀନ

ଆଜି ଆପଣଙ୍କ ଦିନ ମିଳା ମିଶା ରହିବ । ଆପଣଙ୍କୁ କୌଣସି କାର୍ଯ୍ୟରେ ଅନୁଭବି ଲୋକଙ୍କର ସାହାର୍ଯ୍ୟ ମିଳିବ । ପରିବାର ସହ ବୁଲିବାକୁ ଯାଇ ପାରନ୍ତି । ଧନର ଦେବା ନେବା କରନ୍ତୁ ନାହିଁ । ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ । ଆପଣଙ୍କର ସମାଜରେ ପ୍ରଶଂସା ମିଳିବ । କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ଆସିପାରେ । ଦିନ ସାରା ଆପଣ ବ୍ୟସ୍ତ ରହିବେ ଏହା ଦ୍ଵାରା କ୍ଳାନ୍ତ ଅନୁଭବ ବି କରିବେ । ଶିବଲିଙ୍ଗରେ ନଡିଆ ଅର୍ପଣ କରନ୍ତୁ ପାରିବାରିକ ସମ୍ପର୍କ ମଜବୁତ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।