ଆଜିର ରାଶିଫଳ, 29 ମେ 2021, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ ।

ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ମେ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆପଣ ନିଜ ମାନଶୀକ ଚୀନ୍ତାରୁ ନିଜକୁ ମୁକ୍ତି କରିବେ । ଆପଣଙ୍କ ଜୀବନ ସାଥି ଓ ଆପଣଙ୍କ ଭିତରେ ଭଲ ପାଇବା ବଢିବ । ଆପଣଙ୍କ ଘରେ କିଛି ଅନୁଷ୍ଠାନ କିମ୍ବା କିଛି ଫଙ୍କସନ ହେବ ଯାହା ପାଇଁ ଆପଣଙ୍କ ପରିବାର ର ପ୍ରତେକ ବ୍ୟକ୍ତି ଏକତ୍ରିତ ହୋଇ ରହିବେ । ଏହା ଦ୍ଵାରା ଆପଣଙ୍କ ପରିବାରରେ ଭଲ ପାଇବା ବଢିବ । ଆପଣ ନିଜ ପରିବାର କିମ୍ବା ନିଜ ସାଙ୍ଗ ସାଥି ମାନଙ୍କ ଠାରୁ ଆର୍ଥିକ ସାହାଜ୍ଯ ପାଇବେ । ଆପଣ ନିଜ ବ୍ୟବସାୟ କୁ ନେଇ କିଛି ଦାଇତ୍ଵ ନେବେ ଯାହା ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ । ଆପଣଙ୍କ ପରିବାର ଲୋକମାନେ ଆପଣଙ୍କୁ କହି ପାରନ୍ତି କି ଆପଣ ତାଙ୍କୁ ସମୟ ଦେଉ ନାହାନ୍ତି ।

ବୃଷ ରାଶି –

ଯଦି ଆପଣ ନିଜ କ୍ଯାରିୟର କୁ ନେଇ ଆଗକୁ ନେବା ପାଇଁ ଚାହାଁନ୍ତି ତେବେ ଆପଣଙ୍କୁ ଖୁବ ସାରା ସୁଯୋଗ ମିଳିବାକୁ ଯାଉଛି । ଆପଣଙ୍କୁ ନିଜ ବ୍ୟାପାର ପାଇଁ କିଛି ଆର୍ଥିକ ସହାୟତା ମିଳିବ । ଆପଣଙ୍କ ଜୀବନରେ କିଛି ବିପଦ ଆସିବ । ଆପଣ ଖୁବ ଚତୁରାତ ସହ ନିଜକୁ ବଞ୍ଚାଇ ପାରିବେ । ଆପଣ କିଛି ଭଲ ବନ୍ଧୁ କରିବା ପାଇଁ ଚେଷ୍ଟା କରନ୍ତୁ । ଆଜିର ଦିନ ମାଧ୍ୟମ ଧରଣର ଜୀବ ଆପଣଙ୍କର ।

ମିଥୁନ ରାଶି –

ଆପଣଙ୍କ ପାଇଁ ଏହି ସମୟ ଖୁବ ଭଲ ରହିବ କାରଣ ଶୁକ୍ର ଓ ବୁଧ ଭଲ ସ୍ଥିତିରେ ରହିବ । ଆପଣଙ୍କ ଜୀବନରେ କିଛି ମାଙ୍ଗାଳିକ କାମ କରିବା ପାଇଁ ଯାଉଛନ୍ତି । କିଛି ପରିବାର ଲୋକ କିମ୍ବା ସମ୍ପର୍କୀୟ ଲୋକ ମାନେ ଆପଣଙ୍କ ଘରକୁ ଆସି ପାରନ୍ତି । ଆପଣ ନିଜ ବ୍ୟାପାରରେ ଅଧିକ ଭଲ ଉର୍ନତି କରିବେ । ଆପଣଙ୍କ ବିବାହ ପାଇଁ କିଛି ପ୍ରସ୍ତାବ ଆସିପାରେ ଯଦି ଆପଣ ଅବିବାହିତ ଅଟନ୍ତି ।

କର୍କଟ ରାଶି –

ଆପଣଙ୍କ ଭାଇ ଭଉଣୀ ସହ ଆପଣଙ୍କ ସମ୍ପର୍କ ଭଲ ରହିବ ଆପଣ ଯଦି ଚାହିଁବେ କିଛି ଭଲ ଆୟୋଜନ କରି ପରିବାର ଲୋକଙ୍କୁ ଖୁସି ଦେଇ ପାରିବେ । ଏହି ସମୟ ମଧ୍ୟରେ ଆପଣଙ୍କୁ କିଛି ଧନ ପ୍ରାପ୍ତି ହେବାର ଯୋଗ ଅଛି । ଆପଣ କିଛି ଭଲ ଡିଲ କରି ପାରନ୍ତି । ଆପଣଙ୍କୁ ନିଜକୁ ଉପରକୁ ଉଠାଇବା ପାଇଁ ଅନେକ କଠିନ ପରିଶ୍ରମ କରିବାକୁ ପଡିବ । ଏହି ସମୟରେ ଆପଣ ଯଦି କେଉଁ ଜାଗାକୁ ଯାତ୍ରା କରିବା ପାଇଁ ଚିନ୍ତା କରୁଛନ୍ତି ଏହାକୁ କିଛି ସମୟ ପାଇଁ ସ୍ଥଗିତ ରଖନ୍ତୁ ।

ସିଂହ ରାଶି –

ଆପଣ ଯାହାକୁ ବିବାହ କରିବା ପାଇଁ ଚାହୁଁଛନ୍ତି ଆପଣ ତାଙ୍କୁ ବିବାହ କରି ପାରିବେ । ଆଜି ଦିନ ଆପଣଙ୍କ ପାଇଁ ଖୁବ ଶୁଭ ଅଟେ । ଆପଣ ନିଜ ପରିବାର ଠାରୁ କିଛି ଦିନ ପାଇଁ ଦୁରରେ ରହି ପାରନ୍ତି ଯାହା ପାଇଁ ପରିବାର ଲୋକମାନେ ସାମାନ୍ଯ ରାଗି ପାରନ୍ତି ଆପଣଙ୍କ ଉପରେ । ଆପଣ ଆଜି କିଛି ନିସ୍ପତି ନେଇ ପାରନ୍ତି ନିଜ ପିଲାଙ୍କୁ ନେଇକି ଯାହା ଆପଣଙ୍କୁ ପରିସ୍ଥିତି କୁ ଦେଖିକି ନେବାକୁ ପଡି ପାରେ । ଆପଣଙ୍କୁ ଅନେକ ଲୋକ ଆପଣଙ୍କ ନିସ୍ପତି ପାଇଁ ପ୍ରଶଂସା କରି ପାରନ୍ତି । ଆପଣ ପରିଶ୍ରମ କରି ଚାଳନ୍ତୁ ଆପଣଙ୍କୁ ସମୟ ଆସିଲେ ଏହାର ଶୁଭ ଫଳ ମିଳିବ ।

କନ୍ୟା ରାଶି –

ଏହି ରାଶିର ଲୋକମାନେ ନିଜ ପରିବାର ପାଇଁ ଯାହା କରିବେ ସେଥିରେ ଯେତିକି ଖୁସି ନ ହେବେ । ତାହା ଅପେକ୍ଷା ସେମାନେ ନିଜ ସାମାଜିକ କାମରେ ନିଜକୁ ଖୁବ ଶାନ୍ତି ଦେଇ ପାରିବେ । ଯଦି ଆପଣ କିଛି କଥା କୁ ମନରେ ରଖିଛନ୍ତି ତେବେ ଆପଣ ଏହାକୁ ନିଜ ପରିବାର ସହ କଥା ହେଇକି ଏହାର ବାଟ କାଢି ପାରିବେ । ଜଦି ଆପଣ ଚୁପ ରହିବେ ତାହେଲେ ଆପଣ ନିଶ୍ଚିତ ଭାବେ ନିଜକୁ ଚିନ୍ତାରେ ପକେଇବେ । ଆପଣଙ୍କ ପ୍ରଶଂସା ଶୁଣିକି କିଛି ଲୋକମାନେ ଆପଣଙ୍କ ନାମରେ ଅନେକ କଥା କହିବେ ଆପଣ ଏହାକୁ ଧ୍ୟାନ ଦିଅନ୍ତୁନି । ନିଜ କାମରେ ନିଜକୁ ବ୍ୟସ୍ତ ରଖନ୍ତୁ ଓ ନିଜକୁ ଖୁସି କରୁଥିବା କାମ କରନ୍ତୁ ।

ତୁଳା ରାଶି –

ଆପଣଙ୍କ ଆଜିର ଦିନ ଖୁବ ଭଲ ଜୀବ । ଆପଣ ନିଜ ପରିବାର ସହ କିଛି ମାଙ୍ଗଳିକ କାମରେ ନିଜକୁ ବ୍ୟସ୍ତ କରି ପାରିବେ । ଆପଣ ଟିକେ ଧର୍ଯ୍ୟ ରଖନ୍ତୁ କି ଆପଣ ଜିନିଷ କୁ ସମ୍ଭାଳି ପାରିବେ । ଆପାଣ ମାନେ ରଖନ୍ତୁ କି କିଛି ଜିନସ ସମ୍ଭାଳିବା ପାଇଁ ସମୟ ନିଏ । ଆପଣ କିଛି ଦିନ ପାଇଁ ନିଜକୁ ଏକ ବିରତି ଦିଅନ୍ତୁ ଓ କିଛି ସମୟ ପାଇଁ ଏକା ରହିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ସଫଳତା ମିଳି ପାରିବ । କିଛି ଏଭଳି ଘଟଣା ହୋଇ ପାରେ ଯାହା ଆପଣଙ୍କ ଜୀବନରେ ପ୍ରାଥମିକତାକୁ ବଦଳାଇ ଦେଇ ପାରେ । ଆପଣ ନିଜକୁ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ କରି ପାରିବେ । ନିଜ ଉପରେ ଭରସା ରଖନ୍ତୁ ଓ ସବୁ ଦିନ କିଛି ଖାଇବା କୁ ଦିଅନ୍ତୁ ପାରା ମାନଙ୍କୁ ।

ବିଛା ରାଶି –

ଆପଣଙ୍କ ଆମଦାନୀ ଖୁବ ବଢିବାରେ ଲାଗିବ । ଆପଣ ନିଜ ଉପରେ ଅଙ୍କୁଶ ଲଗାନ୍ତୁ । ଆପଣ ପ୍ରେମରେ ସଫଳତା ପାଇ ପାରିବେ । ପରିବାର ସହ ଆପଣ କିଛି ଖାସ କରିବେ ଯାହା ପାଇଁ ସେମାନଙ୍କ ପାଖେ ଆପଣଙ୍କ ମହତ୍ଵ ବଢି ଜୀବ । ଆପଣ ଖୁବ ପରିଶ୍ରମୀ ହୋଇ ପାରିବେ ଓ ନିଜ ପରିସ୍ଥିତି କୁ ବଦଳାଇ ପାରିବେ । ଆଜି ଆପଣ କିଛି ଗରିବ ଲୋକଙ୍କୁ ଖାଇବାକୁ ଦେଇ ନିଜ ଗ୍ରହକୁ ଶାନ୍ତ କରି ପାରିବେ । ଆପଣଙ୍କ ଶରୀର ଭଲ ରହିବ । ଆପଣଙ୍କ ମାନସିକ ସ୍ଥିତି ଟିକେ ଖରାପ ଓ ଟିକେ ଭଲ ରହିବ । ଆପଣ ଚାହୁଁଥିବା କାମ ଏତେ ସହଜ ନୁହେଁ ମାତ୍ର ଏହା କଷ୍ଟ ମଧ୍ୟ ନୁହେଁ ।

ଧନୁ ରାଶି –

ଆପଣ ନିଜ ଶୁଭକାଙ୍ଖି ଙ୍କ ସାହାଜ୍ଯ ପାଇବେ । ଆଜି ଆପଣ ଖୁବ ଭଲରେ ଦିନକୁ ବିତାଇବେ । କିଛି ଚିନ୍ତା ଆସିପାରେ ନିଜ ପିତା ମାତାଙ୍କ ସ୍ଵାସ୍ଥକୁ ନେଇକି । ଆପଣ ଏହାର ସାମନା କରି ପାରିବେ ଆଜି କାଲିର ପରିବେଶକୁ ଦେଖିକି କିଛି ଖରାପ ଚିନ୍ତା କରନ୍ତୁ ନି । ନିଜେ ଟିକେ ଖାଇବା ପିବା ର ଧ୍ୟାନ ରଖନ୍ତୁ । ଆଜି ଆପଣଙ୍କୁ କିଛି ଭଲ ଅନୁଭବ ରହିବ । କିଛି ଭଲ ସଙ୍କେତ ଆସିପାରେ ଆପଣଙ୍କ ପରିବାର ପାଇଁ । ଆପଣ ସମୟ ହାତରେ ସବୁ କିଛି ଛାଡି ଦିଅନ୍ତୁ ଏହା ସବୁ ଠାରୁ ବଡ ଔଷଧ ଅଟେ ।

ମକର ରାଶି –

ନିଜ ପରିବାର ପାଇଁ ଥିବା କର୍ତ୍ତବ୍ୟ ଆପଣ କରିବେ । ଏହା ପାଇଁ ଆପଣ କେବେବି ପଛକୁ ହଟିବେନି । ଆପଣ ନିଜ ପରିବାର ପାଇଁ କିଛି ତ୍ୟାଗ ଆଜି କରି ପାରନ୍ତି । ଆପଣଙ୍କ ଶତ୍ରୁ ପାଇଁ ଆପଣ ସବୁବେଳେ ଏକ କଣ୍ଟା ହୋଇ ରହିବେ । ଆପଣ ଆଜି କିଛି ଭଲ ବହି ପଢୀ ପାରନ୍ତି କିମ୍ବା ଆପଣ କିଛି ଶିକ୍ଷଣୀୟ ଜିନିଷ ଜାଣି ପାରିବେ । ଆପଣ ନିଜ ଜୀବନରେ ଏହି ଶିକ୍ଷା କୁ ନିଶ୍ଚିତ ଭାବେ ଲଗାନ୍ତୁ ।

କୁମ୍ଭ ରାଶି –

ଏହି ସମୟ ଆପଣଙ୍କ ପାଇଁ ଖୁବ ଖୁସି ଦାୟକ ରହିବ । କିଛି ଭଲ ସମୟ ଆପଣ ବିତାଇବେ ନିଜ ସାଙ୍ଗ କିମ୍ବା ସହ ପାଠୀଙ୍କ ସହ ଯାହା ଦ୍ଵାରା ଆପଣ ଯେବେ ପରସ୍ପର ଠାରୁ ଦୂରେଇ ଥିବେ ତାହେଲେ ଆପଣ ଏହାକୁ ମନେ ପକେଇବେ । ଆପଣଙ୍କ ପରିବାରର ବାତାବରଣ ଭଲ ହେବା ପାଇଁ ଟିକେ ସମୟ ଲାଗି ପାରେ । ଆପଣଙ୍କ ସାନ ଭାଇ ଭଉଣୀ ଙ୍କ ବିବାହ ଠିକ ହୋଇ ପାରେ ଏହି ସମୟରେ । କିଛି ଆର୍ଥିକ ସ୍ଥିତି ଏପାଖ ସେପାଖ ହୋଇ ପାରିବ ।

ମିନ ରାଶି –

ଆପଣଙ୍କ ପାଇଁ ଆଜି ଭଲ ଦିନ ଅଟେ ଆପଣ ଭଲ ସମୟ ବିତାଇବେ । ଯେଉଁ ମାନେ ନିଜ ଘର ପରିବାର ଠାରୁ ଦୂରରେ ରହିଥିଲେ ସେମାନେ ଆଜି ଘରକୁ ଆସିବା ଯୋଗ ଅଛି । ଆପଣ ନିଜକୁ ଟିକେ ଆଗକୁ ନେବାକୁ ଚେଷ୍ଟା କରନ୍ତୁ । ଆପଣ ନିଜର ଅଳସୁଆ ଗୁଣ ଛାଡି ଟିକେ ନିଜର ଯେଉଁ କାମ ଯେଉଁ ସମୟରେ କରିବା କଥା ସେ କାମକୁ ଶେଷ କରନ୍ତୁ । ଯେଉଁ ମାନେ ନିଜର କାମ ଛାଡି ଘରେ ବସିଥିଲେ ସେମାନଙ୍କୁ ଖୁବ ଭଲ ଜାଗାରେ ଚାକିରି ମିଳିବାର ଯୋଗ ଅଛି । ଆମ ସହ ଆଗକୁ ବଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।