ଆଜିର ରାଶିଫଳ, 29 ଏପ୍ରିଲ 2020, ବୁଧବାର, ଗଣେଶଙ୍କ କୃପାରୁ ଆଜି ଏହି ୬ଟି ରାଶି ଖୋଲିଯିବ ଭାଗ୍ୟ, ବ୍ୟବହାରରେ ଲୋକମାନେ ବହୁତ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ଏପ୍ରିଲ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ନିଜକୁ ପରିବର୍ତ୍ତନ କରିବା ପାଇଁ ଏହି ଦିନଟି ଉତ୍ତମ ଅଟେ । ଆପଣଙ୍କ ବ୍ୟବହାରରେ ଲୋକମାନେ ବହୁତ ପ୍ରଭାବିତ ହେବେ । ନୂତନ ଚାକିରି ପାଇବାର ସମ୍ଭବନା ଅଛି । ଭବିଷ୍ୟତରେ କିଛି ଅର୍ଥ ସଞ୍ଚୟ କରି ରଖିବା ପାଇଁ ପ୍ଳାନ କରିବେ । ଜୀବନ ସାଥିଙ୍କ ସହିତ ଭଲରେ ସମୟ ବିତାଇବେ । ରୋଜଗାର କରିବାର ନୂତନ ପନ୍ଥା ଦେଖାଦେବ । ଅଫିସ କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିବାକୁ ପଡିପାରେ । ଧନ ଲାଭରେ ବୃଦ୍ଧି ହେବ । ଯେ କୌଣସି ମନ୍ଦିରରେ ମୁଗ ଡାଲି ଦାନ କରନ୍ତୁ ଆର୍ଥିକ କ୍ଷେତ୍ର ମଜବୁତ ରହିବ ।

ବୃଷ

ଅକସ୍ମାତ ଧନ ଲାଭ ହୋଇପାରେ । ଆର୍ଥିକ କ୍ଷେତ୍ର ମଜବୁତ ରହିବ । ସାହାଯ୍ୟ କରିବା ପାଇଁ ମନ ବଳାଇବେ । ପାରିବାରିକ ସୁଖ ପ୍ରାପ୍ତି ହେବ । ନୂତନ ବ୍ୟକ୍ତିଙ୍କ ସହିତ ସାଙ୍ଗ ହୋଇ ଲାଭପ୍ରଦ ହେବେ । ଛାତ୍ର ଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବା ହେତୁ ପଢାରେ ମନ ଲାଗିବ ଓ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ହେବ ସହିତ ଧନ ଲାଭ ହେବ । ଗାଇକୁ କିଛି ଖାଇବାକୁ ଦେଇ ଦିଅନ୍ତୁ, ଧନ ବୃଦ୍ଧି ହେବ ।

ମିଥୁନ

ପରିଶ୍ରମ କରିଥିବା କର୍ମର ଉଚିତ୍ ପରିଣାମ ମିଳିବ । ସୋସାଇଟିରେ ନିଜ ବିଚାରକୁ ପ୍ରଶଂସା କରିବେ । ଧନ ଲାଭ କରିବାର ରାସ୍ତା ଦେଖାଦେବ । ନୂତନ ଜମି ମଧ୍ୟ କ୍ରୟ କରିପାରନ୍ତି । ମେକାନିକ ଇଞ୍ଜିନିୟର ମାନଙ୍କୁ କରୁଥିବା କାର୍ଯ୍ୟରେ ଆଜି ବଡ ସଫଳତା ମିଳିବ । ସ୍ୱାସ୍ଥ୍ୟ ଭଲ ରହିବା ହେତୁ ମନବି ବହୁତ ଭଲ ରହିବ । ଦେବୀ ଦୂର୍ଗାଙ୍କୁ ଲାଲ ଫୁଲ ଅର୍ପିତ କରନ୍ତୁ, ସଫଳତା ସୁନିଶ୍ଚିତ ହେବ ।

କର୍କଟ

କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୁରୁଜନ ମାନଙ୍କ କଥାକୁ ମାନି ଆଗକୁ ବଢନ୍ତୁ । କୋଣସି ଛୋଟ କଥାକୁ ନେଇ ଜୀବନ ସାଥିଙ୍କ ସହିତ ଯୁକ୍ତି ତର୍କ ହୋଇପାରେ । ସେଥିପାଇଁ ବାଣୀ ଉପରେ ସଂଯମତା ରଖନ୍ତୁ । ମିତ୍ରଙ୍କ ସାହାଯ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସ୍ୱାସ୍ଥ୍ୟ ଭଲ ରହିବ । ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିଲେ ଭଲ ହେବ । ଦେବୀ ଦୂର୍ଗାଙ୍କୁ ଇତର ଚଢାନ୍ତୁ, ସବୁ ଚିନ୍ତା ଦୂର ହେବ ।

ସିଂହ

ଆଜି ଆପଣ ପରିବାର ସହିତ ଅଧିକ ସମୟ ବିତାଇବେ । ଘରର ଏକ ବଡ ଦାୟିତ୍ଵ ମିଳିପାରେ । ଯାହାକୁ ନେଇ ଆପଣଙ୍କ ମନରେ ଅଳ୍ପ ଚିନ୍ତା ଆସିପାରେ । ଚାକିରିରେ ବରିଷ୍ଠ ବ୍ୟକ୍ତିମାନେ କର୍ମକୁ ନେଇ ଖୁସି ହେବେ । ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ । ଛାତ୍ର ଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଭିକାରୀଙ୍କୁ ବସ୍ତ୍ର ଦାନ କରନ୍ତୁ, ଦେଖିବେ ସବୁ ଶୁଭ ହେବ ।

କନ୍ୟା

ଚିନ୍ତା କରୁଥିବା କାର୍ଯ୍ୟ ପୂରଣ ହେବ । ଛାତ୍ର ଛାତ୍ରୀମାନଙ୍କର ପଢାରେ ରୁଚି ବୃଦ୍ଧି ହେବ । ମାତା ପିତା ଆଜି ଆପଣଙ୍କ ଉପରେ ଖୁସି ରହିବେ । ଅବିବାହିତ ମାନେ ବିବାହ କରିବାର ଯୋଜନା କରି ପାରନ୍ତି । ପରିବାରଙ୍କ ସହିତ ପିକନିକ ଯିବା ପାଇଁ ପୂର୍ବ ଯୋଜନା କରିପାରନ୍ତି । ଘରର ପରିସ୍ଥିତି ଆନନ୍ଦମୟ ହେବ । ପୂର୍ବ ଅପେକ୍ଷା ସ୍ୱାସ୍ଥ୍ୟ ଭଲ ରହିବ । ଭଗବାନ ଗଣେଶଙ୍କୁ ଦୁବ ଚଢାନ୍ତୁ, ଦିନଟି ଖୁସିରେ ବିତିବ ।

ତୁଳା

ମନରେ ଏମିତି ବିଚାର ଆସିବ ଯାହା କାର୍ଯ୍ୟ ପୂରଣ କରିବାରେ ସାହାଯ୍ୟ କରିବ । କର୍ମକ୍ଷେତ୍ରରେ ସଜାଗ ରହିବା ଉଚିତ୍ । ଦୂରେଇ ଯାଇଥିବା ମିତ୍ରମାନେ ପୁଣି ମିତ୍ର ହେବା ପାଇଁ ହାତ ବଢାଇବେ । ଆର୍ଥିକ କ୍ଷେତ୍ରରେ ସାମାନ୍ୟ ସ୍ୱାସ୍ଥ୍ୟ ବିଗିଡି ପାରେ । କ୍ରୀଡାରେ ଆପଣଙ୍କୁ ଅଧିକ ସଫଳତା ମିଳିବ ଆଜି । ଗୁରୁଜନ ମାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ । ଅସହାୟଙ୍କୁ ଖାଦ୍ଯ ବାଣ୍ଟନ୍ତୁ, ସବୁ ସମସ୍ୟା ସମାଧାନ ହେବ ।

ବିଛା

ଭୌତିକ ସୁଖ ସାଧନରେ ବୃଦ୍ଧି ହେବ । ଧନ ବୃଦ୍ଧି ପାଇଁ ରାସ୍ତା ଦେଖାଦେବ । ଜୀବନ ସାଥୀଙ୍କୁ ଖୁସି କରିବା ପାଇଁ ଭଲ ଗିଫ୍ଟ ଦେବେ । ପରିବାରେ ସମସ୍ତଙ୍କ ସହିତ ଖୁସିରେ ରହିବେ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ନୂଆ କବିତା ରଚନା କରିବେ । ଲେଖନ କଳାରେ ଲୋକମାନେ ପ୍ରଭାବିତ ହେବେ । କୌଣସି କାର୍ଯ୍ୟ ହେତୁ ଅନ୍ୟ ସହରକୁ ଯାଇ ପାରନ୍ତି । ଗାଈକୁ କଞ୍ଚା ଘାସ ଖାଇବାକୁ ଦିଅନ୍ତୁ, ପାର୍ଟନରଙ୍କ ସହ ସମ୍ପର୍କ ମଜବୁତ ରହିବ ।

ଧନୁ

ଆଜି ଆପଣ ଜରୁରୀ କାର୍ଯ୍ୟ ପୂରଣ କରିବା ପାଇଁ ଆଗରୁ ପ୍ଳାନ କରିବେ । ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆଜି ସନ୍ଧ୍ୟାରେ ଆପଣ ପୁରୁଣା ବନ୍ଧୁଙ୍କ ଘରକୁ ଯାଇ ଜରୁରୀ କଥା ବାର୍ତ୍ତା ହେବେ । ତାଙ୍କ ସହିତ କିଛି ମୁଖ୍ୟ କଥାକୁ ନେଇ ଆଲୋଚନା ହେଇ ପାରେ । ଆର୍ଥିକ କ୍ଷେତ୍ର ମଜବୁତ ରହିବ । ସନ୍ତାନ ସୁଖ ପ୍ରାପ୍ତି ହେବ । ପାର୍ଟନରଙ୍କ ସହିତ ଆଜି ଦିନଟି ବହୁତ ଭଲରେ ବିତିବ । କୁକୁରକୁ କିଛି ଖାଇବାକୁ ଦିଅନ୍ତୁ, କର୍ମ କ୍ଷେତ୍ରରେ ବୃଦ୍ଧି ହେବ ।

ମକର

ଆଜି ଆପଣଙ୍କ ମନ ଓ ଧ୍ୟାନ ଆଧ୍ୟାତ୍ମ ପ୍ରତି ରୁଚି ରହିବ । ଜୀବନ ସାଥିଙ୍କ ସହିତ ଧାର୍ମିକ ସ୍ଥାନ ଦର୍ଶନ କରିବାକୁ ଯିବେ । ପରିବାରର ସୁଖ ସୌଭାଗ୍ୟରେ ବୃଦ୍ଧି ହେବ । ଅଫିସରେ ଆଜି ଖା ସହିତ ଯୁକ୍ତି-ତର୍କ ହେବାର ସମ୍ଭାବନା ଅଛି । ଆଜି ଆପଣଙ୍କୁ ଏଥିରୁ ବଞ୍ଚି ରହିବା ଆବଶ୍ୟକ ଅଟେ । କୋର୍ଟ-କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ । ଧନ ଲାଭ ହେବାର ସମ୍ଭାବନା । ଘରୁ ବାହରିବା ସମୟରେ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ, କର୍ମ କ୍ଷେତ୍ରରେ ବୃଦ୍ଧି ହେବ ।

କୁମ୍ଭ

ଆଜି କୌଣସି ବି କାମ ପାଇଁ ମାତା ପିତାଙ୍କ କଥାକୁ ବିଚାରକୁ ନିଅନ୍ତୁ । ଏହି କଥା ଆପଣଙ୍କ ପାଇଁ ଲାଭକାରୀ ହେବେ । ସାମାଜିକ କାର୍ଯ୍ୟ କରିବା ପାଇଁ କେତେ ନୂଆ ବିଚାର ଆସିବ । ସୋସାଇଟି ଲୋକମାନେ ଆପଣଙ୍କ ବ୍ୟବହାରରେ ଖୁସି ରହିବେ । ଅଫିସରେ ସହକର୍ମୀମାନେ ସାହାଯ୍ୟ କରିବେ । ବୈବାହିକ ଜୀବନ ମଧୁରତା ପରିପୂର୍ଣ୍ଣ ରହିବ । ଅନେକ ଦିନରୁ ଅଟକି ରହିଥିବା ଧନ ଆଜି ମିଳିବ । ଦେବୀ ଦୂର୍ଗାଙ୍କୁ ଲାଲ ରଙ୍ଗର ଓଢଣୀ ଚଢାନ୍ତୁ, ସମାଜରେ ମାନ ସମ୍ମାନ ବୃଦ୍ଧି ହେବ ।

ମୀନ

ପରିବାରରେ ଅନେକ ଦିନରୁ ଥିବା ମନ ମନାନ୍ତର ଆଜି ଦୂର ହୋଇଜୀବ । ଯାହା ଫଳରେ ଆପଣ ଆଜି ଖୁସିରେ ରହିବେ । ସାଙ୍ଗଙ୍କ ଠାରୁ ସାହାଯ୍ୟ ମିଳିବ । ଆଜି ଆପଣଙ୍କୁ ଜୀବନରେ କିଛି ପରିବର୍ତ୍ତନ ଆଣିବା ପାଇଁ କିଛି ଅବସର ମିଳିବ । ସଠିକ ସୁଯୋଗର ଉପଯୋଗ କରି ପାରିଲେ ଆପଣ ଲାଭରେ ରହିବେ । ଗୃହ କାର୍ଯ୍ୟରେ ଲିପ୍ତ ରହିବେ । ଜୀବନ ସାଥିଙ୍କ ସହଯୋଗ ମିଳିବ । ମସ୍ତକରେ ଚନ୍ଦନ ତିଳକ ଲଗାନ୍ତୁ, ସମ୍ପର୍କରେ ମଧୁରତା ଆସିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।