ଆଜିର ରାଶିଫଳ, 29 ଅଗଷ୍ଟ 2020, ଶନିବାର, ଆଜି ଶନିଦେବଙ୍କ କୃପା ରହିବ ଏହି ୫ଟି ରାଶ ଉପରେ, ହେବ ଅଚାନକ ଧନପ୍ରାପ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ କୌଣସି ମିତ୍ରଙ୍କ ସହ ବୁଲିବାକୁ ଯାଇପାରନ୍ତି । ଆପଣଙ୍କ ବାପାଙ୍କ ସହଯୋଗରେ କୌଣସି କାର୍ଯ୍ୟ ସଫଳ ହେବ । ଅଫିସରେ ପରିଶ୍ରମ କରି କିଛି ଉପଲବ୍ଧି ହାସଲ କରିବେ । ମାନସିକ ସ୍ତରରେ ମଜବୁତ ରହିବେ । ଧନ ସମ୍ପତ୍ତି ମିଳିବାର ଯୋଗ ଅଛି । ବ୍ୟବସାୟ ପାଇଁ କରୁଥିବା ଯୋଜନାରେ ସଫଳ ହେବେ । କ୍ରୋଧ ଦ୍ୱାରା କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଘର ପରିବାର ସଦସ୍ୟଙ୍କ ସହ କୌଣସି କାର୍ଯ୍ୟ କରିବାରେ ସଫଳ ହେବେ । ସମସ୍ତଙ୍କ ସହ ମିଳିମିଶି କାମ କରନ୍ତୁ । ହନୁମାନ ଚାଲିଶା ପାଠ କରନ୍ତୁ ଜୀବନରେ ସମସ୍ତଙ୍କ ସହଯୋଗ ମିଳିବ ।

ବୃଷ

ଆଜି କାର୍ଯ୍ୟ କ୍ଷେତ୍ରରେ ପ୍ରମୋସନ ମିଳିବ । କୋଟ କଚେରୀ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣ ଆପଣଙ୍କ କାର୍ଯ ସ୍ଥଳରେ ସଂଯମତା ଆଚରଣ କରନ୍ତୁ । ନଚେତ ଅସୁବିଧାରେ ପଡି ପାରନ୍ତି । ଏହି ସମୟରେ କୌଣସି ନୂଆ କାର୍ଯ୍ୟ କରନ୍ତୁ ନାହିଁ । ସମୟ ଓ ପରିସ୍ଥିତିକୁ ଦେଖି ସବୁ କାର୍ଯ୍ୟ କରନ୍ତୁ । ତେବେ ସବୁଥିରେ ସଫଳ ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ଆପଣ କିଛି ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ ।

ମିଥୁନ

ଆଜି ଆପଣ ପୁରା ଫୁର୍ତିରେ ସବୁ କାର୍ଯ୍ୟ କରିବେ । ଖାସ କରି ଶିକ୍ଷକଙ୍କ ପାଇଁ ଆଜି ଦିନଟି ବହୁତ ଭଲ ରହିବ । ପରିଶ୍ରମର ଫଳ ମିଳିବ । ଜୀବନ ସାଥୀଙ୍କ ସହ ସମ୍ପର୍କ ଭଲ ରହିବ । ବ୍ୟବସାୟ ଦ୍ୱାରା ଆର୍ଥିକ ସ୍ଥିତି ଠିକ ରହିବ । ଜମିବାଡ଼ିରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ସମୟ ସୁବିଧା ଦେଖି କରନ୍ତୁ । ଚାକିରୀ କରିବା ସହ ଯଦି ବ୍ୟବସାୟ କରିବା ପାଇଁ ଚାହୁଁଛନ୍ତି ତେବେ ସେଥିରେ ସଫଳତା ପାଇବେ । ଘର ପରିବାର ସହିତ ଭଲ ବ୍ୟବହାର କରନ୍ତୁ । ଯେଉଁଥିରେ ଆପଣଙ୍କୁ ସବୁଥିରେ ସଫଳତା ମିଳିବ । ଅନ୍ୟଥା ଆପଣ ଅସୁବିଧାରେ ପଡ଼ିପାରନ୍ତି । ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କର୍କଟ

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇପାରେ । ଆପଣ କଥାବାର୍ତ୍ତାରେ ସଂଯମ ରଖନ୍ତୁ ନଚେତ କାହା ସହ ଝଗଡ଼ା ହୋଇପାରେ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକମାନେ ଆଜି ପ୍ରସିଦ୍ଧି ପାଇବେ । ଆର୍ଥିକ ଗତିବିଧି ସାମାନ୍ୟ ରହିବ । ଆଜି ଭାବି ଚିନ୍ତି ବ୍ୟବସାୟ କରନ୍ତୁ ସେଥିରେ ସଫଳତା ପାଇବେ । ଅନାବଶ୍ୟକ ମାନସିକ ଅଶାନ୍ତି ଦ୍ୱାରା ବିବାଦ ସୃଷ୍ଟି ହୋଇପାରେ । ତ୍ୱଚା ସମ୍ବନ୍ଧିତ କିଛି ସଂକ୍ରମଣ ହୋଇପାରେ । ଖାସ କରି ତେଲ ଦ୍ଵାରା ତିଆରି ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ । ହନୁମାନଙ୍କୁ ପ୍ରସାଦରେ ଲଡୁ ଭୋଗ ଦିଅନ୍ତୁ ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ

ଆଜି ପରିବାର ସହିତ ସମୟ ବିତେଇବାକୁ ଅବସର ମିଳିବ । ଏହି ରାଶିର ବ୍ୟକ୍ତିଙ୍କୁ ବହି ବିକ୍ରୟ ସମ୍ବନ୍ଧିତ ବ୍ୟବସାୟରେ ଲାଭ ମିଳିବ । ରାଜନୀତି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତଙ୍କୁ ଆଜି ସମାଜରେ ପ୍ରତିଷ୍ଠା ମିଳିବ । ଚାକିରୀ କରୁଥିବା ଲୋକଙ୍କୁ ପ୍ରମୋସନ ମିଳିପାରେ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିପାରେ । ଆପଣ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରନ୍ତୁ ସେଥିରେ ସଫଳତା ମିଳିବ । ଅନାବଶ୍ୟକ ଧନ ଦେବା ନେବା କରନ୍ତୁ ନାହିଁ କ୍ଷତିରେ ପଡିବେ । ଆପଣ ନିଜ କାର୍ଯ୍ୟରେ ଆର୍ଥିକ ଲାଭ ପାଇଁ ପ୍ରୟାସ କରନ୍ତୁ । ମାତା ପିତାଙ୍କ ଆଶୀର୍ବାଦ ନିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କନ୍ୟା

ଆଜି ଆପଣ ବହୁତ ଫୁର୍ତୀ ରହିବେ । ଆଜି ଆପଣ ଯାହା ବି କାର୍ଯ୍ୟ କରିବେ ତାହା ସମୟ ପୂର୍ବରୁ ସରିଯିବ । ଏହି ରାଶିର ଇଞ୍ଜିନିୟର ମାନେ ନିଜର ପ୍ରତିଭା ଦେଖେଇବେ । ଆକସ୍ମିକ ଭାବେ ଅର୍ଥ ଲାଭ ହେବ । ଏହି ଅବସରର ସଦୁପଯୋଗ କରନ୍ତୁ ଯଦି ଆପଣ କିଛି ନିବେଶ କରିବା ପାଇଁ ଚାହୁଁଛନ୍ତି ତେବେ ସେଥିରେ ସଫଳତା ପାଇବେ । ଖାସ କରି ସମ୍ପତ୍ତିରେ ନିବେଶ କରନ୍ତୁ ଭଲ ରହିବ । ଘରେ ମଧୁର ସମ୍ପର୍କ ରଖନ୍ତୁ ଯାହା ଫଳରେ କି ଘରେ କୌଣସି ବିବାଦ ନ ହେଉ । ଘରର ଦାୟିତ୍ଵ ଠିକସେ ତୁଲାନ୍ତୁ ଯାହା ଫଳରେ କି ଘରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଘରର ସମସ୍ତଙ୍କର ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ ।

ତୁଳା

ଆଜି ଆପଣଙ୍କ ଉଚ୍ଚ ଅଧିକାରୀଙ୍କ ସହ ଭଲ ବ୍ୟବହାର କରନ୍ତୁ ନଚେତ ଅସୁବିଧାରେ ପଡିବେ । ଧନ ଲାଭର ନୂଆ ଅବସର ମିଳିବ । ଘର କାମରେ ବାହାରକୁ ଯିବାକୁ ପଡିପାରେ । ଭୂମି, ବାହନ କ୍ରୟ କରିବାର ଯୋଗ ଅଛି । ପରିବାରରେ କିଛି ଭଲ କାର୍ଯ୍ୟ ହେବାର ଅଛି । ରାଜନୀତିରେ ସଫଳତା ମିଳିବ । ଆପଣଙ୍କୁ ସବୁ ଉଦ୍ଧେଶ୍ୟରେ ସଫଳତା ମିଳିବ । ବ୍ୟବସାୟରେ ଲାଭ ମିଳିବ । ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଘର ପରିବାର ସହ ମିଶି କାର୍ଯ୍ୟ କରନ୍ତୁ ସେଥିରେ ପରିବାରର ଭଲ ହେବା ସହ ଆପଣଙ୍କ ବି ଭଲ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଅଯଥା ବିବାଦରେ ପଡନ୍ତୁ ନାହିଁ । ସୂର୍ଯ୍ୟ ଦେବତାଙ୍କୁ ନମସ୍କାର କରନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

ବିଚ୍ଛା

ଆଜି ଅଫିସରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ଆଜି ସବୁ କାର୍ଯ୍ୟ ଫୁର୍ତୀରେ କରିବେ । ଆମଦାନିରେ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ନିବେଶ କଲେ ସେଥିରେ ଲାଭ ମିଳିବ । ଆପଣଙ୍କ ସବୁ ସମସ୍ୟା ସମାଧାନ ହୋଇଯିବ ସବୁ କାର୍ଯ୍ୟରେ ବୁଝି ବିଚାରି କାମ କରନ୍ତୁ । ଅତି ଉତ୍ସାହ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଏହି ସମୟରେ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ କି କୌଣସି ମାଙ୍ଗଳିକ କାର୍ଯ୍ୟ କରନ୍ତୁ ନାହିଁ । ପରିବାରରେ କୌଣସି ଅଯଥା ଚର୍ଚ୍ଚା କରନ୍ତୁ ନାହିଁ ନଚେତ ବିବାଦ ସୃଷ୍ଟି ହୋଇପାରେ ଯାହାଦ୍ୱାରା ମାନସିକ ଚିନ୍ତା ବଢ଼ିପାରେ । ସ୍ୱାସ୍ଥ୍ୟ ପାଇଁ ଆର୍ଥିକ ପରିସ୍ଥିତିରେ ଅବନତି ଘଟିପାରେ । ଗରିବଙ୍କୁ ବସ୍ତ୍ର ଦାନ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ଧନୁ

ଆଜି ଆପଣ ପରିବାର ସହ ଖୁସିରେ ସମୟ ବିତାଇବେ । ମାର୍କେଟିଙ୍ଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସଫଳତା ମିଳିବ । ବଡ ଗୁରୁଜନଙ୍କ ସାହାଯ୍ୟ କରିବା ଯୋଗୁଁ ମନରେ ଶାନ୍ତି ମିଳିବ । ଆଜି ଆପଣ ଦାଇତ୍ୱ ସହକାରେ ସବୁ କାର୍ଯ୍ୟ କରିବେ ଯାହା ଫଳରେ ସବୁଥିରେ ସଫଳତା ମିଳିବ । ଆପଣ ସାହାସର ସହିତ ସବୁ କାର୍ଯ୍ୟରେ ଆପଣଙ୍କ ସ୍ଥିତି ମଜବୁତ କରିବେ । ବ୍ୟବସାୟ ଦୃଷ୍ଟିକୋଣରୁ ଆପଣଙ୍କୁ ସଫଳତା ମିଳିବ ଯାହା ଫଳରେ ମାନସିକ ସ୍ଥିତି ଠିକ ରହିବ ପରିବାରରେ ସମସ୍ତଙ୍କ ସହ ତାଳମେଳ ରଖିଲେ ପରିବାରରେ ଶାନ୍ତି ରହିବ । ମନ୍ଦିରରେ ଘିଅ ର ଦୀପ ଜାଳନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମକର

ଆଜି କୌଣସି ମିତ୍ରଙ୍କ ସହ ଦେଖା ହୋଇପାରେ । ଛାତ୍ର ମାନଙ୍କୁ ପରିଶ୍ରମ କରିବା ପାଇଁ ପଡିବ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଜୀବନସାଥୀଙ୍କ ପରାମର୍ଶ ନେବା ଉଚିତ । ଆପଣ ନିଜର କର୍ମନିଷ୍ଠା ପାଇଁ ସବୁଥିରେ ସଫଳତା ପାଇବେ । ଯାହାଫଳରେ ଆର୍ଥିକ ସ୍ଥିତି ମଜବୁତ ରହିବ । ମାତା ପିତାଙ୍କ ସହ ଭଲ ସଂପର୍କ ରଖନ୍ତୁ ଓ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କୁମ୍ଭ

ଆଜି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ପୁରୁଣା ପରିଚିତ ଲୋକଙ୍କ ପାଇଁ କାର୍ଯ୍ୟରେ ଲାଭ ମିଳିବ । ସବୁ କାର୍ଯ୍ୟ ସହଜରେ ହୋଇଯିବ । ଆପଣ ନିଜର ଭାଇ ଭଉଣୀଙ୍କ ସହ ମିଶି ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ । ସାମାଜିକ ପ୍ରତିଷ୍ଠା ବଢିବ । ନିଜ କାମ କାର୍ଯ୍ୟ ପାଇଁ ବିଦେଶ ଯିବାକୁ ହେଲେ ଯାଆନ୍ତୁ ସେଥିରେ ସଫଳତା ମିଳିବ । ଭୂମି , ବାହାନ ଆଦି କୁ ନେଇ କିଛି ଅସମଞ୍ଜସ୍ୟରେ ପଡିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ଶୁର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ସବୁ କାର୍ଯ୍ୟରେ ସଫଳ ହେବେ ।

ମୀନ

ଆଜି ଆପଣଙ୍କୁ ସମସ୍ତଙ୍କ ସହଯୋଗ ମିଳିବ । ଚାକିରୀ କ୍ଷେତ୍ରରେ ଭଲ ଅବସର ମିଳିବ । ପରିବାରରେ ଖୁସିର ପରିବେଶ ରହିବ ଆପଣଙ୍କ ଭାଗ୍ୟ ସାଥ ଦେବ । ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ମିଳିବ । ଆପଣ ନିଜ କାର୍ଯ୍ୟ ପ୍ରତି ସଚେତନ ରହିଲେ ସେଥିରେ ଉନ୍ନତି ମିଳିବ । ଆପଣ ସବୁ କାର୍ଯ୍ୟକୁ ବୁଦ୍ଧି ବିବେକ ସହ କରନ୍ତୁ ସଫଳତା ମିଳିବ । କ୍ରୋଧ ଯୋଗୁଁ ଆପଣ ଅସୁବିଧାରେ ପଡିପାରନ୍ତି ସେଥିପାଇଁ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ହନୁମାନଙ୍କୁ ଲଡୁର ଭୋଗ ଲଗାନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।