ଆଜିର ରାଶିଫଳ, 29 ଅକ୍ଟୋବର 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନଟି ଭଲରେ କଟିବ । ଆଜି ଆପଣଙ୍କୁ ଆପଣଙ୍କ ସମ୍ପର୍କୀୟଙ୍କ ଠାରୁ କୌଣସି ଭଲ ଖବର ମିଳି ପାରେ । ଆପଣଙ୍କୁ କୌଣସି ଘର କିମ୍ବା ବାହାନ ଇତ୍ୟାଦି କିଣିବାର ସୁଯୋଗ ମିଳି ପାରେ । ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ମିଳିବ । ବ୍ୟବସାୟରେ ଭଲ ଉନ୍ନତି ହେବ । ଅନାବଶ୍ୟକ ଧନ ଖର୍ଚ ହୋଇପାରେ ।  ଆପଣ କୌଣସି କ୍ଷେତ୍ରରେ ନିବେଶ କରିବା ପାଇଁ ଚାହୁଁଛନ୍ତି ତେବେ ବହୁତ ଭାବି ଚିନ୍ତି କରନ୍ତୁ । ନଚେତ ଏହି କ୍ଷେତ୍ରରେ ଅନୁଭବୀ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେଇ ନିବେଶ କରନ୍ତୁ । ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ବୃଷ

ଆପଣଙ୍କ ଲେଖନୀ ଦ୍ଵାରା ଜନ ସମାଜରେ ଭଲ ପ୍ରଭାବ ପଡିବ । ଆପଣଙ୍କ କୌଣସି ପୁରୁଣା ସମସ୍ୟା ସମାଧାନ ହୋଇଯିବ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣ ବ୍ୟବସାୟିକ ଦ୍ରୁଷ୍ଟିରୁ ବହୁତ ଭଲ ଲାଭ ପ୍ରାପ୍ତ କରିବେ । କାର୍ଯ୍ୟ କ୍ଷେତ୍ରରେ ଭଲ ଲାଭ ମିଳିବ । ଆପଣ ଆପଣଙ୍କ କଥା ଦ୍ଵାରା ବହୁତ ଲୋକଙ୍କୁ ଆକ୍ରୁଷ୍ଟ କରିବେ । ଆପଣ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଟଙ୍କା ନିବେଶ କରି ପାରିବେ । ସବୁ କ୍ଷେତ୍ରରେ ସଫଳତା ମିଳିବ । ଶିକ୍ଷା କ୍ଷେତ୍ରରେ ଭଲ ଲାଭ ମିଳିବ । ବ୍ରାହ୍ମଣଙ୍କୁ ବସ୍ତ୍ର ଦାନ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମିଥୁନ

ଆପଣଙ୍କ ଦିନଟି ଆଜି ବହୁତ ଭଲ ରହିବ । ଆପଣ ନିଜର ଫାଲତୁ ଖର୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ଘର ପରିବାରର ସଦସ୍ୟଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ ଯାହା ଫଳରେ କି ଆପଣଙ୍କର ପରିବାର ତଥା ସମାଜରେ ମାନ ସମ୍ମାନ ବଢିବ । ଆପଣ ଦାୟିତ୍ଵର ସହ ନିଜ କାମକୁ କରନ୍ତୁ । ତେବେ ସବୁ କାର୍ଯ୍ୟରେ ସଫଳତା ନିଶ୍ଚିତ ପାଇବେ । କୌଣସି କ୍ଷେତ୍ରରୁ ଆପଣଙ୍କୁ ଅଚାନକ ଧନ ଲାଭ ହୋଇପାରେ । ଆପଣ ନିଜ ଅର୍ଥ ବ୍ୟବସ୍ଥାକୁ ଦେଖି ସାବଧାନର ସହ ଟଙ୍କା ଖର୍ଚ କରନ୍ତୁ । ନଚେତ ଆପଣ ଭବିଷ୍ୟତରେ ଆର୍ଥିକ ଅସୁବିଧାରେ ପଡ଼ିପାରନ୍ତି ।

କର୍କଟ

ଆପଣଙ୍କ ଆଜି ଦିନଟି ମିଳା ମିଶା ରହିବ । ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ମିତ୍ରଙ୍କ ସହଯୋଗ ମିଳିବ । କାହା ସହ ବିନା କାରଣରେ ବିବାଦ କରନ୍ତୁ ନାହିଁ । ଛାତ୍ରମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳା ମିଳିବ । ଆଜି ଆପଣ ଭୂମି, ବାହାନ ଆଦି କିଣିବାର ସମ୍ଭାବନା ଅଛି । ଆପଣଙ୍କୁ ଆଜି ରାଜନୈତିକ କ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଛୋଟ ମୋଟ ସମସ୍ୟା ଆସିପାରେ । କିନ୍ତୁ ସମୟ ଅନୁସାରେ ଏହା ଆପେ ଆପେ ଠିକ ହୋଇ ଯିବା ସହ ଆପଣ ଲାଭବାନ ବୀ ହେବେ ।

ସିଂହ

ଆଜି ଆପଣଙ୍କ ଦିନଟି ସାମାନ୍ୟ ରହିବ । ଏହି ରାଶିର ଛାତ୍ରମାନଙ୍କୁ ଶିକ୍ଷାରେ ସଫଳତା ମିଳିବା ସହ ଶିକ୍ଷଙ୍କ ସହଯୋଗ ମିଳିବ । ଆପଣ କୌଣସି ଲୋକ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ଆପଣଙ୍କୁ ଚାକିରିରେ ପଦୋନ୍ନତି ମିଳିବ । କିଛି ପ୍ରୟାସରେ ଆପଣ ସଫଳତା ପାଇବେ । ଆଜି ଆପଣ ଆର୍ଥିକ କ୍ଷେତ୍ରରେ ଭଲ ଲାଭ କରିବେ । ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ । ଆପଣ ନିଜର ଜୀବନ ଶୈଳୀକୁ ନେଇ ଚିନ୍ତିତ ରହିପାରନ୍ତି । ଘରୁ ବାହାରକୁ ଯିବାବେଳେ ଚନ୍ଦନ ଟୀକା ଲଗାଇ ଯାଅନ୍ତୁ ସବୁ ସମସ୍ୟାରୁ ମୁକ୍ତି ପାଇବେ ।

କନ୍ୟା

ଆଜି ଆପଣଙ୍କ ଦିନଟି ଭଲରେ ଯିବ । ଆଜି ଆପଣଙ୍କ ପ୍ରତିଷ୍ଠା ବଢିବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ବହୁତ ଖୁସି ଆସିବ । ଆଜି ଆପଣଙ୍କୁ ଅଫିସରେ ଲାଭ ମିଳିବ । ଆପଣ ସବୁ କାର୍ଯ୍ୟକୁ ସମୟ ଭିତରେ ପୁରା କରିବାକୁ ଚେଷ୍ଟା କରନ୍ତୁ । କାରୋବାର ଭଲ ଚଳିବାରୁ ଭଲ ଧନ ଲାଭ ମିଳିବ । କାର୍ଯ୍ୟ ସ୍ଥଳରେ କାର୍ଯ୍ୟ ଭାର ଅଧିକ ରହିବା ଦ୍ଵାରା ଆପଣ କ୍ଳାନ୍ତ ଅନୁଭବ କରିବେ । ଆପଣଙ୍କୁ ସନ୍ତାନ ସୁଖ ମିଳିବ । ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ତୁଳା

ଆଜି ଆପଣଙ୍କ ପାଇଁ ଦିନଟି ସାମାନ୍ୟ ରହିବ । ଆଜି ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ । ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଆପଣଙ୍କର ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ଆର୍ଥିକ ସ୍ଥିତି ଭଲ ରହିବ ଏବଂ ଲାଭ ପାଇଁ କରିଥିବା ପ୍ରୟାସରେ ସଫଳତା ମିଳିବ । ଆଜି ଆପଣ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ । କାର୍ଯ୍ୟ କ୍ଷେତ୍ରରେ ଉପରିସ୍ଥଙ୍କ ପ୍ରଶଂସା ମିଳିବ । ଅନାବଶ୍ୟକ ଖର୍ଚ ବଢିବ । ମାନସିକ ଭାବେ ଚିନ୍ତିତ ରହିବେ । କିନ୍ତୁ ଏହି ଚିନ୍ତା ସମାପ୍ତ ହୋଇଯିବ । ଆଜି ଭଗବାନ ଶିବଙ୍କୁ ୧୧ଟି ବେଲ ପତ୍ର ଅର୍ପଣ କରନ୍ତୁ ସବୁ ସମସ୍ୟାର ସମାଧାନ ହୋଇଯିବ ।

ବିଚ୍ଛା

ଆଜି ଆପଣଙ୍କୁ କୌଣସି ସାଙ୍ଗର ସାହାର୍ଯ୍ୟ ମିଳିବ । ଆଜି ପରିବାର ସହିତ ବୁଲିବାକୁ ଯାଇପାରନ୍ତି । ଆଜି ଆପଣଙ୍କୁ କୌଣସି ବ୍ୟକ୍ତିଙ୍କ ଠାରୁ ପ୍ରେରଣା ମିଳିବ । କାମ କାର୍ଯ୍ୟରେ ଭଲ କରିବାକୁ ଚେଷ୍ଟା କରନ୍ତୁ ଯାହା ଫଳରେ କି ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ବ୍ୟବସାୟରେ ସାମାନ୍ୟ ସମସ୍ୟା ଦେଖାଯାଇ ପାରେ । କିନ୍ତୁ କଠିନ ପରିଶ୍ରମ କରିବା ଦ୍ଵାରା ଏଥିରେ ସଫଳତା ବି ମିଳିବ । ପାରିବାରିକ ବିବାଦ ଠାରୁ ଦୂରେଇ ରହନ୍ତୁ । ଘର ପରିବାରରେ ସୁଖର ପରିବେଶ ରହିବ । ମାତା ପିତାଙ୍କ ଯତ୍ନ ନିଅନ୍ତୁ । ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ବ୍ୟବସାୟରେ ସଫଳତା ମିଳିବ ।

ଧନୁ

ଆଜି ଆପଣଙ୍କ ଦିନଟି ବହୁତ ଭଲରେ କଟିବ । ଦାମ୍ପତ୍ୟ ଜୀବନ ବହୁତ ଖୁସିରେ ବିତିବ । ପରିବାରରେ କୌଣସି ଗୁରୁତ୍ବପୂର୍ଣ ଦାୟିତ୍ଵ ମିଳିପାରେ । ଏହାକୁ ପୁରୁଣ କରିବାରେ ପାରିବାରିକ ସହଯୋଗ ମିଳିବ । ଆଜି କୌର୍ଟ କଚେରୀ ମାମଲାରେ ବିଜୟୀ ହେବେ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ବ୍ୟବସାୟରେ ଆର୍ଥିକ ଲାଭ ମିଳିବ । ଚାକିରିରେ ପଦୋନ୍ନତି ମିଳିବା ସହ ଉପରିସ୍ଥ ଅଫିସର ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ପ୍ରପଟି ଓ ସେୟାର ବଜାରରେ ନିବେଶ କରିବାରେ ଲାଭ ମିଳିବ । ଆନାବଶ୍ୟକ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ଉପରେ ବିଶ୍ଵାସ ରଖିବା ସହ ପରିବାରର ସଦସ୍ୟଙ୍କ ଉପରେ ବି ବିଶ୍ଵାସ ରଖନ୍ତୁ ଯାହା ଫଳରେ କି କାର୍ଯ୍ୟରେ ସଫଳତା ମିଳିବ । ଆଜି ମନ୍ଦିରରେ କପୁର ଓ ଶୁଦ୍ଧ ଘିଅ ଅର୍ପଣ କରନ୍ତୁ । ପରିବାରେ ସୁଖ ଶାନ୍ତି ରହିବ ।

ମକର

ଆଜି ଦିନଟି ଆପଣଙ୍କର ବହୁତ ଭଲରେ ବିତିବ । ଅଫିସରେ ସହକ୍ରମୀଙ୍କ ସହଯୋଗ ମିଳିବ । କର୍ମଚାରୀମାନେ ଆପଣଙ୍କ ଠାରୁ କାର୍ଯ୍ୟ ଶିଖିବେ । ପ୍ରେମ ଜୀବନରେ ଉନ୍ନତି ଆସିବ । ଚଳ ଅଚଳ ସମ୍ପତିରେ ଲାଭ ମିଳିବ । କାରୋବାର ଭଲ ଚାଲିବ ଦ୍ଵାରା ଆର୍ଥିସ୍ଥିତିରେ ବୃଦ୍ଧି ହେବ । ବ୍ୟବସାୟକୁ ନେଇ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପରିବାରରେ ଥିବା ସବୁ ସମସ୍ୟା ଦୂର ହୋଇ ପରିବାରରେ ଖୁସିର ପରିବେଶ ଆସିବ । ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ସବୁ ସମସ୍ୟା ଦୂର ହୋଇଯିବ ।

କୁମ୍ଭ

ଏହି ରାଶିର ବ୍ୟକ୍ତିଙ୍କ ଦିନଟି ବହୁତ ଖୁସିରେ ବିତିବ । ଆଜି ବିଜନେସକୁ ନେଇ କୌଣସି ବଡ ଗ୍ରୁପ ସହ ଡିଲ ହେବାର ସମ୍ଭାବନା ଅଛି । ଆଜି ପ୍ରଚୁର ଧନ ଲାଭ ହେବ । ଆଜି ଆମୋଦ ପ୍ରମୋଦ ମନୋରଞ୍ଜନ ଦିନଟି ବିତିବ । ଘରର ସାଜସଜ୍ଜାରେ ମନ ନିବେଶ କରିବେ । ତଥା ନୂଆ ଘର ଓ ବାହନ କିଣିବାର ସୁଯୋଗ ମିଳିବ । ଆପଣ ପରିବାର ସହ ବୁଲିବାକୁ ଯାଇପାରନ୍ତି । କୌଣସି ଘନିଷ୍ଠ ମିତ୍ର ଆପଣଙ୍କୁ କାର୍ଯ୍ୟରେ ସହଯୋଗ କରିପାରନ୍ତି । ଯାହା ଦ୍ଵାରା ଆପଣଙ୍କ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଆପଣ ଅନ୍ୟ କାହା ଉପରେ ବିଶ୍ଵାସ କରିବା ଅପେକ୍ଷା ନିଜ ପରିବାରର ସଦସ୍ୟଙ୍କ ଉପରେ ବିଶ୍ଵାସ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ କାର୍ଯ୍ୟରେ ପରିବାର ଲୋକ ସହଯୋଗ କରିବେ । ଆଜି ମନ୍ଦିରରେ ମିଠା ପ୍ରଦାନ କରନ୍ତୁ । ଦିନଟି ମଙ୍ଗଳମୟ ହେବ ।

ମୀନ

ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁତ ଖୁସି ଆସିବ । ବିକ୍ରେତାମାନଙ୍କୁ ବହୁତ ଲାଭ ମିଳିବ । ମା ବାପାଙ୍କ ଆଶୀର୍ବାଦ ମିଳିବ ତଥା ପରିବାବରରେ ଭାଇ ବନ୍ଧୁଙ୍କ ସହଯୋଗ ମିଳିବ । ସନ୍ତାନ ପକ୍ଷରୁ  ଖୁସି ଖବର ମିଳିବ ଯାହା ଦ୍ଵାରା ଘରେ ଖୁସିର ପରିବେଶ ସୃଷ୍ଟି ହେବ । କାରୋବାର ଭଲ ଚାଲିବ ଓ ଧନ ଲାଭର ସ୍ଥିତି ରହିବ । ବ୍ୟବସୟ ବୃଦ୍ଧି କରିବାରେ ସଫଳ ହେବେ । ଟଙ୍କା ଦେବା ନେବା କରନ୍ତୁ ନାହିଁ । ନଚେତ କ୍ଷତିରେ ପଡିବେ ଆପଣ ଯେ କୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ଭଲ ଭାବରେ ବୁଝି ବିଚାରୀ କାମ କରନ୍ତୁ । ଆପଣ ନିଜ ଗୁରୁଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ କ୍ୟାରିୟରରେ ସଫଳତା ମିଳିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।