ଆଜିର ରାଶିଫଳ, 28 ସେପ୍ଟେମ୍ବର 2020, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୪ ରାଶି ଉପରେ, ବ୍ୟବସାୟରେ ମିଳିବ ଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କର ଦିନଟି ଭଲ ରହିବ । ଏହି ରାଶିର ଲୋକମାନେ ବ୍ୟାପାରରେ ଉନ୍ନତି କରିବେ । ଆପଣ ପରିବାରର ସଦସ୍ୟଙ୍କ ସହିତ କିଛି ସମୟ ବିତେଇବେ । ଆପଣ କୌଣସି ତୀର୍ଥ ସ୍ଥାନକୁ ଯାଇ ପାରନ୍ତି । ଅଟକିଥିବା କାର୍ଯ୍ୟ ଆପଣଙ୍କର ପୁରା ହେବ । ଯାହା ଦ୍ଵାରା ଆପଣଙ୍କର ମନୋବଳ ବଢିବ । ଆପଣଙ୍କର ବହୁତ ବିଷୟ ପ୍ରତି ରୁଚି ରଖିବେ । ଉଚ୍ଚ ଶିକ୍ଷା ପ୍ରାପ୍ତ କରିବାରେ ବାଧା ଉପୁଜିପାରେ । ଆଜି ହନୁମାନ ଚାଳିସା ପାଠ କରନ୍ତୁ, ଆପଣଙ୍କର ଦିନଟି ଭଲରେ ଯିବ ।

ବୃଷ

ଯଦି ଆପଣ ଜୀବନସାଥିର ସେହ୍ନ ପାଇବାକୁ ଆଶା ରଖିଛନ୍ତି ତେବେ ଆପଣଙ୍କର ଆଶା ନିଶ୍ଚୟ ପୁରୁଣ ହେବ । ଆଜି ଆପଣ ଜୀବନସାଥିଙ୍କ ସହିତ ବୁଲିବାକୁ ଯାଇପାରନ୍ତି । ଶିକ୍ଷା କ୍ଷେତ୍ରରେ ବିଦେଶକୁ ଯାତ୍ରା କରି ପାରିବେ ନାହିଁ । ଇଞ୍ଜିନିରିଙ୍ଗ, ମେଡିକାଲ, ଆଇନ କ୍ଷେତ୍ରରେ ପଢୁଥିବା ଛାତ୍ରଙ୍କୁ ଏହି ବର୍ଷ ସଫଳତା ମିଳିବ । କଳାତ୍ମକ କ୍ଷେତ୍ରରେ ଅଧିକ ସମୟ ବିତାଇବେ । ଆପଣ ଆପଣଙ୍କର ଶିକ୍ଷକଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ନଚେତ ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଆଜି ଆପଣ ଆପଣଙ୍କ ପିତା ମାତାଙ୍କ ଆଶୀର୍ବାଦ ନେଇ ଘରୁ ବାହାରକୁ ଯାଆନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମିଥୁନ

ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଖୁସିର କଟିବ । ଜୀବନସାଥିଙ୍କ ସହ ସମ୍ପର୍କ ଭଲ ରହିବ । ପରିବାର ସଦସ୍ୟଙ୍କ ସହ ସାମଞ୍ଜସ୍ୟ ରହିବା ସହ ପରିବାରରେ ଭାଇଚାରା ଭାବନା ବିକଶିତ ହେବ । ଏହି ସମୟରେ ପରିବାରର ଲୋକଙ୍କ ସହ ମିଶି ସମାଜର କୌଣସି ହିତ କାର୍ଯ୍ୟ କରିବେ ଯାହା ଦ୍ଵାରା ସମାଜରେ ଆପଣଙ୍କ ପରିବାରର ପ୍ରତିଷ୍ଠା ବଢିବ । କାର୍ଯ୍ୟରେ ସଫଳତା ମିଳିବା ପାଇବା ପାଇଁ ପୂର୍ଣ ମନରେ ପ୍ରୟାସ କରନ୍ତୁ । ନିଜ ପେସା ଓ ନିଜ ଜୀବନ ମଧ୍ୟରେ ସାମଞ୍ଜସ୍ୟ ରଖିବା ପାଇଁ ଚେଷ୍ଟା କରନ୍ତୁ । ଆମଦାନୀ ଅଧିକ ହେଲେ ମଧ୍ୟ ଯଦି ଖର୍ଚକୁ ନିୟନ୍ତ୍ରଣ ନ କରନ୍ତି ତେବେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ । ଆଜି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ, ଆପଣଙ୍କର ପାରିବାରିକ ସମ୍ପର୍କ ମଜବୁତ ହେବ ।

କର୍କଟ

ଏହି ରାଶିର ଯେଉଁ ଲୋକମାନେ ବେରୋଜଗାର ଅଛନ୍ତି ତାଙ୍କୁ ଆଜି ଭଲ କମ୍ପାନୀରୁ ଚାକିରିର ଭଲ ଅଫର ମିଳିବ । ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ଅଛି । କ୍ୟାରିୟରରେ ଛୋଟ ଛୋଟ ସମସ୍ୟା ଲାଗି ରହିପାରେ । କିନ୍ତୁ ପରେ ସ୍ଥିତି ସୁଧୁରି ଯିବ । ଆପଣଙ୍କର ପାରିବାରିକ ଜୀବନ ଅନୁକୂଳ ରହିବ । ପରିବାରର କିଛି ସଦସ୍ୟଙ୍କର ବ୍ୟବହାର ଅଧିକ ଭଲ ରହିବ ନାହିଁ । ଆଜି ଦିନରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ, ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ

ଯେଉଁ ଲୋକ ରାଜନୀତି କ୍ଷେତ୍ରରେ ଜଡିତ ଅଛନ୍ତି ସେମାନଙ୍କୁ ସଫଳତା ମିଳିବ । ଏହି ରାଶିର ଲୋକମାନେ ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବେ ।  ଆଜି ଆପଣ ନିଜର କଥା ମାଧ୍ୟମରେ ଲୋକମାନଙ୍କ ମନ ଜିତି ପାରିବେ ଓ ତାଙ୍କର ମନ ମଇଳାକୁ ମଧ୍ୟ ଦୂର କରି ଶାନ୍ତି ଓ ସଦଭାବ ସ୍ଥାପିତ କରିବେ । ଆପଣଙ୍କୁ ସମୟ ସମୟରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ । ବ୍ୟପାରରେ କ୍ଷେତ୍ରରେ ଏହି ରାଶିର ଲୋକମାନଙ୍କୁ ଲାଭ ମିଳିପାରେ । ଯଦି ଆପଣ ଧନ ପଛରେ ଅଧିକ ଭାଗ ନେବେ ପରିବାରରେ ଚିନ୍ତା ବଢିଯିବ । ଆଜି ଆପଣ ଅଳ୍ପ ଗଙ୍ଗଜଳ ମିଶେଇକି ଗାଧାନ୍ତୁ ଆପଣଙ୍କର ସବୁ ଦୁଖ ଦୂର ହୋଇଯିବ ।

କନ୍ୟା

ଆଜି ଆପଣଙ୍କ ଦିନ ବହୁତ ଖୁସିରେ ବିତିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ପୁରା ବର୍ଷଯାକ ଆପଣଙ୍କୁ ସାହାସ ଓ ଶକ୍ତି ବଢ଼ିବ ଯାହାଫଳରେ କି ଆପଣ ସବୁ କାର୍ଯ୍ୟରେ ସଫଳତା ପାଇବେ । ଆପଣ କେବଳ ଭଲ ଅର୍ଥ ପ୍ରାପ୍ତି କରିବେ ତାହା ନୁହେଁ ଆପଣ କ୍ୟାରିୟରରେ ମଧ୍ୟ ପ୍ରଗତି କରିବେ । ଆପଣ ମିତ୍ରଙ୍କ ସହ ଭଲ ବ୍ୟବହାର କରନ୍ତୁ ଯାହାଫଳରେ ବିପରୀତ ପରିସ୍ଥିତିରେ ଆପଣଙ୍କୁ କୌଣସି ଆର୍ଥିକ ସମସ୍ୟା ନ ଆସୁ । ବିବାଦ ଠାରୁ ଦୁରେଇ ରୁହନ୍ତୁ । କୌଣସି ବଡ଼ ବିମାରି ହୋଇପାରେ ଯାହା ଫଳରେ କି ଆପଣଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ହୋଇପାରେ । ଆଜି ମନ୍ଦିରରେ ଫଳ ଦାନ କରନ୍ତୁ ଘରର ପରିବେଶ ଖୁସିରେ ଭରି ରହିବ ।

ତୁଳା

ଆଜି ଆପଣ ବହୁତ ଫୁର୍ତୀଲା ଅନୁଭବ କରିବେ । ଆପଣଙ୍କ ବୈବାହିକ ଜୀବନରେ ଖୁସି ଆସିବ କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଉନ୍ନତିରେ ବାଧା ସୃଷ୍ଟି ହେବ । ଏଥିପାଇଁ ଆପଣଙ୍କୁ ଧାର୍ଯ୍ୟ ଧରିବାକୁ ପଡିବ । ଆପଣଙ୍କୁ ବିଦେଶୀ ସମ୍ପର୍କରୁ ଲାଭ ମିଳିବ ଏଥିପାଇଁ ପ୍ରୟାସ କରନ୍ତୁ କି ଆପଣ ବିଦେଶୀ ଲୋକଙ୍କ ସହ ବ୍ୟବସାୟ କରନ୍ତୁ ଏଥିରେ ଆପଣଙ୍କର ଆର୍ଥିକ ପ୍ରଗତି ସୁଦୃଢ ହେବ । ଯଦି କୌଣସି କ୍ଷେତ୍ରରେ ବିବାଦ ଚାଲୁଛି ତେବେ ସେଥିରେ ସଫଳତା ମିଳିବା ସହ ଆର୍ଥିକ ଲାଭ ମିଳିବ । ଖର୍ଚ୍ଚ ବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ଉପୁଜିପାରେ । କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ , କାର୍ଯ୍ୟରେ ଆସୁଥିବା ସବୁ ସମସ୍ୟା ଦୂର ହେବ ।

ବିଚ୍ଛା

ଆଜି ଆପଣ ପରିବାର ସହ ସମୟ ବିତାଇବେ । ଛାତ୍ର ମାନଙ୍କ ପରୀକ୍ଷାରେ ଭଲ ସଫଳତା ମିଳିବ । ଆପଣ ମିତ୍ର ମାନଙ୍କ ସହ ସମୟ ବିତାଇବେ । ଆପଣଙ୍କୁ ପୈତୃକ ଶମ୍ପତି ପ୍ରାପ୍ତ ହୋଇପରେ ତଥା ଆର୍ଥିକ ଲାଭ ମିଳିପାରେ । ସମାଜିକ କର୍ଯ୍ୟରେ ଯାତ୍ରା କରିବାକୁ ପଡିପାରେ । ଆପଣଙ୍କୁ ଆର୍ଥିକ କ୍ଷେତ୍ରଟି ଅସୁବିଧା ହୋଇପାରେ । ଆପଣଙ୍କର ଆକସ୍ମିକ ଭାବେ ଧନ ଲାଭ ବା କ୍ଷତି ହୋଇପାରେ । ଆଜି ମନ୍ଦିରରେ ଘିଅର ଦୀପ ଜଳନ୍ତୁ କାରବାରରେ ଲାଭ ମିଳିବ ।

ଧନୁ

ଆଜି ଆପଣଙ୍କ ବ୍ୟବହାରରେ ଅନ୍ୟ ମାନେ ପ୍ରଭାବିତ ହେବେ । ଦାମ୍ପତ୍ୟ ଜୀବନରେ ଖୁସି ଆସିବ । ପରିବାରରେ ଖୁସିର ବାତାବରଣ ରହିବ । ଯଦି ଆପଣ ଚାକିରୀ କରିଛନ୍ତି ତେବେ ବହୁତ ଭଲ ସମୟ ରହିବ । ଅଫିସରେ ଆପଣଙ୍କୁ ପ୍ରଶଂସା ମିଳିବ ଏବଂ ପ୍ରମୋସନ ମିଳିବାର ସମ୍ଭାବନା ଅଛି । ଆର୍ଥିକ କ୍ଷେତ୍ରରେ ଭାବି ଚିନ୍ତି ନିବେଶ କରନ୍ତୁ । ଆପଣଙ୍କୁ ଲାଗିବକି ଆପଣ ଅଯଥାରେ ଅର୍ଥ ବ୍ୟୟ କରିଦେଇଛନ୍ତି । କହିଁକି ନା ଧନର କାରକ ଗ୍ରହ ବୃହସ୍ପତି ଆପଣଙ୍କର ଅଷ୍ଟମ ଭାଗରେ ରହିବ ଯେଉଁ କାରଣରୁ ଆପଣଙ୍କୁ କିଛି ଆର୍ଥିକ ନିର୍ଣ୍ଣୟ ନେବାରେ କ୍ଷତି ହୋଇପାରେ । ଆଜି ଆପଣ ଇଷ୍ଟଦେବଙ୍କୁ  ସ୍ମରଣ ଜରନ୍ତୁ ସବୁକାର୍ଯ୍ୟରେ ସଫଳତା ପାଇବେ ।

ମକର

ଆଜି ଅଫିସରେ ଆଗରୁ ଅଟକି ରହିଥିବା କାର୍ଯ୍ୟ ପୂର୍ଣ ହେବ । ଆଜି ଛାତ୍ରମାନଙ୍କୁ ପାଠପଢ଼ାରେ ମନ ଲାଗିବ । ଆପଣ ଭଲ ଧନ ଅର୍ଜନ କରିବେ । ଏହି ସମୟରେ ଆପଣଙ୍କ ଭାଗ୍ୟ ଉଦୟ ହେବ ଓ କିଛି ଲୋକଙ୍କୁ ପୈତୃକ ସମ୍ମାନ ମିଳିବାର ସମ୍ଭାବନା ଅଛି । ଆପଣଙ୍କ ଖର୍ଚ ବଢ଼ିବା ସହ ଧନ ମଧ୍ୟ ମିଲିବ । ଆର୍ଥିକ ନିବେଶରେ ଲାଭ ମିଳିବ । ଆପଣ ନିଜର କମଜୋରିକୁ ଖୋଜି ସେଥିରେ ସୁଧାର ଆଣନ୍ତୁ ଆପଣ ସବୁ କାମରେ ସଫଳତା ପାଇବେ । ଆପଣଙ୍କ ମାନସିକ ବିଚାରରକୁ ନିୟନ୍ତ୍ରଣ କରନ୍ତୁ କାହିଁକିନା ଆପଣଙ୍କ ମାନଦଶା ଖରାପ ହୋଇପାରେ । ଆଜି ଆପଣ ଗଛ ଲତ ଲଗାନ୍ତୁ ଆପଣଙ୍କୁ ଖୁସି ଲାଗିବ ।

କୁମ୍ବ

ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ସମ୍ପର୍କୀୟ ମାନଙ୍କ ସହ ଆପଣଙ୍କର ସବନ୍ଧ ଭଲ  ହେବ । ଆପଣ ନିଜ କାର୍ଯ୍ୟ ପାଇଁ ଯାତ୍ରା ମଧ୍ୟ କରିପାରନ୍ତି । କିନ୍ତୁ କିଛି ଯାତ୍ରାରେ ଆପଣଙ୍କର ସମସ୍ୟା ଉପୁଜିପାରେ । ସେଥିପାଇଁ ଆପଣ ସମୟ ରହିବା ଆଗରୁ ବିଚାର କରି ପୁରା ପ୍ଲାନିଗ ସହ ଯାତ୍ରା କରନ୍ତୁ । ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ । ଆଜି ଆପଣ ମା ବାପାଙ୍କ ଆଶୀର୍ବାଦ ନିଅନ୍ତୁ , ଆପଣଙ୍କର ସବୁ କାମ ସଫଳ ହେବ ।

ମୀନ

ଆଜି ଆପଣଙ୍କର ଧ୍ୟାନ ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ । ଆପଣ କାହା ସହିତ ମିଶିକରି ନୂଆ ରଚନା ଲେଖିବା ଆରମ୍ଭ କରନ୍ତୁ । ଆପଣଙ୍କର ସାମାଜିକ କାର୍ଯ୍ୟରେ ଆକ୍ରଷିତ ହେବେ । ଆପଣ ଜମି ଓ ବାଡି କିଣି ପାରନ୍ତି । ଚାକିରି ଖୋଜିବା ପାଇଁ ପ୍ରୟାସ କରୁଛନ୍ତି ସେହି ପ୍ରୟାସ ଅବଶ୍ୟ ପୁରା ହେବ । ଧ୍ୟାନ ରଖନ୍ତୁ ଏହି ସମୟରେ କୌଣସି ବି କାର୍ଯ୍ୟ ସ୍ଥଳରେ ଆପଣଙ୍କର ଯୋଗ୍ୟତା ପରଖା ଯିବ । ନିଜର ବରିଷ୍ଠ ଅଧିକାରୀଙ୍କ ସହ ସମ୍ବନ୍ଧ ସାମନ୍ୟ ରଖନ୍ତୁ । ଆଜି ଦିନରେ ଅନାଥାଳୟ ପିଲାମାନଙ୍କୁ କିଛି ଖାଇବା ଜିନିଷ ଦିଅନ୍ତୁ , ଆପଣଙ୍କର ଦିନଟି ଶୁଭ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।