ଆଜିର ରାଶିଫଳ, 28 ଅକ୍ଟୋବର 2020, ବୁଧବାର, ଗଣେଶଙ୍କ କୃପାରୁ ବଦଳିଯିବ ଏହି ୫ଟି ରାଶିର ଭାଗ୍ୟ, ଆର୍ଥିକ ସ୍ଥିତି ହେବ ସୁଦୃଢ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କୁ କୌଣସି ସମ୍ପର୍କୀୟଙ୍କ ଠାରୁ କୌଣସି ଖୁସି ଖବର ମିଳିବ । ଆପଣ ଯଦି କୌଣସି ଜମି, ଘର, ବାହାନ ଆଦି କିଣିବାକୁ ଚାହୁଁଛନ୍ତି ତେବେ ଏଥିରେ ସଫଳତା ପାଇବେ । ସମୟ ଅନୁସାରେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣଙ୍କ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଆକସ୍ମିକ ରୂପରେ କୌଣସି କ୍ଷେତ୍ରରୁ ଧନ ଲାଭ ମିଳିବ । ଅନାବଶ୍ୟକ ଟଙ୍କା ଖର୍ଚ ଉପରେ ଧ୍ୟାନ ଦିଅନ୍ତୁ । ଆପଣ ଯଦି ନିବେଶ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ଭଲ ଧନ ଲାଭ ମିଳିବ । ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ସେଥିରେ ନିପୁଣ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ।

ବୃଷ

ଆପଣଙ୍କ ଲେଖନି ଦ୍ୱାରା ଜନସମାଜରେ ଖାସ ପ୍ରଭାବ ପଡିବ । ଆପଣଙ୍କର ଆଜି ପୁରୁଣା ସମସ୍ୟା ଦୂର ହୋଇଯିବ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ବ୍ୟବସାୟରେ ଭଲ ଲାଭ ମିଳିବ । ଚାକିରୀ କ୍ଷେତ୍ରରେ ଉନ୍ନତି ମିଳିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବା ସହ ସହଯୋଗୀ ଅଫିସ କାମରେ ସାହାର୍ଯ୍ୟ କରିବେ । ଆପଣ କ୍ରୋଧ କରନ୍ତୁ ନାହିଁ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ଭବିଷ୍ୟତରେ ଭଲ କାମ ମିଳିବ ।

ମିଥୁନ

ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଭଲ ଅଛି । ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ଭଲ ସଫଳତା ମିଳିବ । ପରିବାରରେ ସମସ୍ତଙ୍କ ସହ ଭଲ ସଂପର୍କ ରଖନ୍ତୁ । ପାରିବାରିକ କାର୍ଯ୍ୟରେ ଆପଣଙ୍କୁ ସମସ୍ତଙ୍କ ସହଯୋଗ ମିଳିବ । ଦାୟିତ୍ୱ ସହ କାର୍ଯ୍ୟ କ୍ଷେତ୍ରରେ ମନ ଦେଇ କାମ କରନ୍ତୁ । କାର୍ଯ୍ୟରେ ସଫଳତା ମିଳିବା ସହ ଉପରିସ୍ଥ ଅଫିସରଙ୍କ ପ୍ରଶଂସା ମିଳିବ । ଆପଣଙ୍କୁ ଆପଣଙ୍କ ଆର୍ଥିକ ସ୍ଥିତିକୁ ଦେଖି ଟଙ୍କା ଖର୍ଚ୍ଚ କରନ୍ତୁ ନଚେତ ଭବିଷ୍ୟତରେ ଆବଶ୍ୟକ ବେଳେ ଆର୍ଥିକ ସମସ୍ୟା ଦେଖା ଦେଇପାରେ ।

କର୍କଟ

ଆପଣଙ୍କୁ ଆଜି ଆପଣଙ୍କ ସାଙ୍ଗମାନଙ୍କର ସହଯୋଗ ମିଳିବ । କାହା ସହ ବିନା କାରଣରେ ଝଗଡା କରନ୍ତୁ ନାହିଁ । ଛାତ୍ରଙ୍କ କ୍ୟରୀୟରରେ ଉନ୍ନତି ହେବ । ଭୂମି, ବାହାନ ଆଦି କିଣିବାର ସୁଯୋଗ ମିଳିପାରେ । ଆପଣ ନିଜ ଉପରେ ବିଶ୍ଵାସ ରଖି ସବୁ କାର୍ଯ୍ୟ କରନ୍ତୁ କାର୍ଯ୍ୟରେ ସଫଳରା ମିଳିବ । ରାଜନୈତିକ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଛୋଟ ମୋଟ ସମସ୍ୟା ଆସିପାରେ । କିନ୍ତୁ ଏହା ସମୟ ଅନୁସାରେ ସମାଧାନ ହୋଇଯିବ । ଘର ପରିବାରରେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇପାରେ । କିନ୍ତୁ ନିଜ ଅର୍ଥ ବ୍ୟବସ୍ଥା ଉପରେ ଧ୍ୟାନ ରଖନ୍ତୁ । ଆପଣଙ୍କ ଆର୍ଥିକ କ୍ଷେତ୍ରରରେ ମଜବୁତ ଆସିବ ।

ସିଂହ

ଆଜି ଆପଣଙ୍କ ପାଇଁ ଦିଅନଟି ବହୁତ ଭଲ ଅଛି । ଛାତ୍ରମାନଙ୍କ କ୍ୟାରିୟର ଭଲ ଅଛି । ଆଜି ଛାତ୍ରମାନଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ । ଆପଣ ବିନା ଭାବି ଚିନ୍ତି କାହା ଉପରେ ବି ବିଶ୍ଵାସ କରନ୍ତୁ ନାହିଁ । ଆପଣଙ୍କୁ ରାଜନୈତିକ କ୍ଷେତ୍ରରେ ସଫଳତା ମିଳିବ । ଆପଣଙ୍କୁ ପଦ ପୋଜିସନ ମିଳିବ । ଆପଣଙ୍କୁ ଆଜି କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ସହଯୋଗ ମିଳିବ । ତାଙ୍କ କିମ୍ବା ଅଚଳ ସମ୍ପତି ମିଳିବାର ସମ୍ଭାବନା ଅଛି । ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ପ୍ରଶଂସା ମିଳିବ । ଆପଣ ନିଜ ଆବଶ୍ୟକ ଅନୁସାରେ ଟଙ୍କା ଖର୍ଚ କରନ୍ତୁ ନଚେତ ଭବିଷ୍ୟତରେ ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ସମସ୍ୟା ଆସିପାରେ ।

କନ୍ୟା

ଆପଣଙ୍କୁ ଆଜି ସମାଜରେ ପ୍ରତିଷ୍ଠା ମିଳିବ । ଆଜି ବୈବାହିକ ଜୀବନରେ ଖୁସି ମିଳିବ । ଆଜି ଆପଣ ସବୁ କ୍ଷେତ୍ରରେ ପ୍ରଗତି କରିବେ । ଆପଣ ନିରନ୍ତର ସଫଳତା ପାଇବା ପାଇଁ ପ୍ରୟାସ କରନ୍ତୁ ସେଥିରେ ସଫଳତା ମିଳିବ । ଆପଣ ସବୁ କାର୍ଯ୍ୟକୁ ଭଲ ଭାବେରେ ଭାବି ଚିନ୍ତି କରନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ଭବିଷ୍ୟତରେ କୌଣସି ଅସୁବିଧା ହେବ ନାହିଁ । ଆପଣଙ୍କ ସନ୍ତାନଙ୍କ ତରଫରୁ ଖୁସି ଖବର ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବ ।

ତୁଳା

ଆଜି ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ । ଆଜି ସ୍ୱାସ୍ଥ୍ୟରେ କିଛି ଅବନ୍ନତି ଆସିପାରେ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ଆର୍ଥିକ ସ୍ଥିତି ସୁଦୃଢ ରହିବ । ଯଦି ଆପଣ କାର୍ଯ୍ୟ ବ୍ୟବସାୟରେ ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଚାହୁଞ୍ଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଉଚ ପଦଧିକାରୀଙ୍କ ପ୍ରଶଂସା ମିଳିବ । ଖର୍ଚ ପରିମାଣ ଅଧିକ ରହିବା ଦ୍ଵାରା ଆପଣ ଆପଣଙ୍କ ଆର୍ଥିକ କ୍ଷେତ୍ର ପ୍ରତି ସତର୍କ ରୁହନ୍ତୁ ।

ବିଚ୍ଛା

ଆଜି ପୁରୁଣା ସାଙ୍ଗ ସହ ଦେଖା ହୋଇପାରେ । ସାଙ୍ଗ ସହିତ ବୁଲିବାକୁ ଯାଇପାରନ୍ତି । ଆଜି ଆପଣଙ୍କୁ କୌଣସି ବ୍ୟକ୍ତିଙ୍କ ଠାରୁ କିଛି ନୂଆ ପ୍ରେରଣା ମିଳିପାରେ । ଆର୍ଥିକ ସ୍ଥିତି ସୁଦୃଢ ରହିପାରେ । ଧନ ପ୍ରାପ୍ତିର ଭଲ ଅବସର ମିଳିପାରେ । ସେଥିପାଇଁ ଆପଣ ଅଳ୍ପ ସଜାଗ ହୋଇବେ କାର୍ଯ୍ୟ କରନ୍ତୁ । ଆପଣଙ୍କର ବ୍ୟବସାୟିକ ଗତିବିଧିରେ ଛୋଟ ଛୋଟ ସମସ୍ୟା ଆସିପାରେ । କିନ୍ତୁ କଠିନ ପରିଶ୍ରମ ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ବିବାଦରୁ ବଞ୍ଚିବା ପାଇଁ ପ୍ରୟାସ କରନ୍ତୁ । ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ମା ବାପାଙ୍କ ଧ୍ୟାନ ରଖନ୍ତୁ ତାଙ୍କର କିଛି ବି ସମସ୍ୟା ଆସିଲେ ସମାଧାନ କରନ୍ତୁ ।

ଧନୁ

ଆପଣ ଆଜି କୋଟ କଚେରୀ ମାମଲାରେ ବିଜୟୀ ମିଳିବ । ଯଦି ଆପାଣ ବ୍ୟବସାୟ କରୁଛନ୍ତି ତେବେ ଆପଣାକୁ ବ୍ୟବସାୟରେ ଭଲ ଲାଭ ମିଳିବ । ଯାହା ଦ୍ଵାରା ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ପ୍ରଗତି ମିଳିବ । ଆପଣଙ୍କୁ କାମ କାର୍ଯ୍ୟ କ୍ଷେତ୍ରର ସଫଳତା ମିଳିବ । ସମ୍ପତ୍ତି ଓ ଶେୟାର ବଜାରରେ ନିବେଶ ଲାଭ ଦାୟକ ରହିବ । କାରୋବାରରେ ଅଚାନକ କୌଣସି କ୍ଷେତ୍ରରୁ ଧନ ଲାଭ ମିଳିବ । ଅନାବଶ୍ୟକ ଖର୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ଘରୋଇ ସମାସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରନ୍ତୁ । ଘର ପରିବାର ସଦସ୍ୟଙ୍କ ମଧ୍ୟରେ ସାମଞ୍ଜସ୍ୟ ରହିବ । ନିଜ ଉପରେ ବିଶ୍ଵାସ କରନ୍ତୁ । ଅନ୍ୟ କାହା କଥାରେ ପଡି କୌଣସି ବି କାମ କରନ୍ତୁ ନାହିଁ ।

ମକର

ଆଜି ଆପଣଙ୍କୁ ଅଫିସରେ ସହକ୍ରମୀଙ୍କ ସହଯୋଗ ମିଳିବ । ଜୁନିୟରମାନେ ଆପଣଙ୍କ ପାଖରେ କାମ ଶିଖିବା ପାଇଁ ଆସିବେ । ପ୍ରେମ ଜୀବନରେ ପ୍ରେମ ସମ୍ପର୍କରେ ସୁଧାର ଆସିପାରେ । ଚଳ ଅଚଳ ସମ୍ପତ୍ତିରେ ନିବେଶ କରିବା ଦ୍ଵାରା ଆପଣଙ୍କର ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । କାରୋବାର ବହୁତ ଭଲ ଚାଲିବ ଓ କାର୍ଯ୍ୟରେ ସଫଳତା ମିଳିବ ଦ୍ଵାରା ଧନ ପ୍ରାପ୍ତିର ସୁଯୋଗ ମିଳିବ । ବ୍ୟବସାୟିକ କୌଣସି ଯାତ୍ରା କରିପାରନ୍ତି । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ପାରିବାରିକ ସମ୍ପର୍କ ଭଲ ରହିବା ଦ୍ଵାରା ପରିବାରରେ ଖୁସିର ପରିବେଶ ଦେଖାଯିବ ।

କୁମ୍ଭ

ଆଜି ଆପଣଙ୍କ ଦିନଟି ବହୁତ ଭଲରେ କଟିବ । ଆଜି ବ୍ୟବସାୟରେ ଆପଣ କୌଣସି ବଡ ଗ୍ରୁପ ସହ ବ୍ୟବସାୟିକ ଡିଲ କରିବେ । ଆନନ୍ଦ ପ୍ରମୋଦରେ ଦିନଟି ବିତିବ । ଘରର ସାଜ ସଜାରେ ଆଜି ସମୟ ବିତିବ । ବାହାନ, ଜମି, ଘର ଆଦି କିଣିବାର ସୁଯୋଗ ମିଳିବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ । ଆପଣ ବାହାରକୁ ବୁଲିବାକୁ ଯାଇପାରନ୍ତି । ଆପଣ କାର୍ଯ୍ୟ କ୍ଷେତ୍ରରେ କାହା ଉପରେ ବିଶ୍ବାସ କରନ୍ତୁ ନାହିଁ । ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ । ଯାହା ଫଳରେ ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ ରହିବ ।

ମୀନ

ଆଜି ଆପଣ ଦିନଟି ବହୁତ ଖୁସିରେ ବିତିବ । ବହି ବିକ୍ରେତାଙ୍କୁ ବ୍ୟବସାୟରେ ଲାଭ ମିଳିବ । ମା ବାପାଙ୍କ ଆଶୀର୍ବାଦ ମିଳିବ ସହ ଭାଇ ବନ୍ଧୁଙ୍କ ସହଯୋଗ ମିଳିବା ଦ୍ଵାରା ଧନ ପ୍ରାପ୍ତିର ସମ୍ଭାବନା ଅଛି । ସନ୍ତାନ ପକ୍ଷରୁ ଚିନ୍ତା ମୁକ୍ତି ହେବେ । ଯାହା ଦ୍ଵାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । କାରୋବାର ଭଲ ଚାଲିବା ଦ୍ଵାରା ଧାନ ପ୍ରାପ୍ତିର ସହଯୋଗ ମିଳିବ । ବ୍ୟବସାୟ ବିସ୍ତାର ପାଇଁ ଯୋଜନା କରିବେ ଏବଂ ଏଥିରେ ସଫଳତା ପାଇବେ । ଅନାବଶ୍ୟକ ଧନର ଦେବା ନେବା କରନ୍ତୁ ନାହିଁ । ନଚେତ ଆପଣ କ୍ଷତିରେ ପଡିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।