ଆଜିର ରାଶିଫଳ, 26 ମେ 2020, ମଙ୍ଗଳବାର, ମହାବଳୀ ହନୁମାନଙ୍କ ଆଶୀର୍ବାଦରୁ ଏହି ୫ଟି ରାଶିର ସବୁ ଦୁଃଖ କଷ୍ଟ ହେବ ଦୁର, ମିଳୁଛି ଧନଲାଭର ସଂକେତ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ନିଷ୍ପତି ନେବା ପାଇଁ ଆଜିର ଦିନ ଭଲ ଅଟେ । ନିଜର କନିଷ୍ଠ ସହକର୍ମୀଙ୍କ ସାହାର୍ଯ୍ୟ କରିବେ । ସମସ୍ତ କାର୍ଯ୍ୟ ଠିକ ଚାଲିବ । କୌଣସି ବି ପ୍ରକାରର ବିବାଦରେ ଅଂସ ହୁଅନ୍ତୁ ନାହିଁ । ଆଜି କିଛି ଜିନିଷ କ୍ରୟ କରି ପାରନ୍ତି । ବିଦ୍ୟାର୍ଥୀମାନେ ଅଧିକ ରୁ ଅଧିକ ପରିଶ୍ରମ କରନ୍ତୁ । ନୂଆ ନିବେଶ ବୁଝି ସୁଝି କରନ୍ତୁ । ପାରିବାରିକ ପରିବେଶ ସୁଖମୟ ରହିବ । ଆୟରେ ବୁଦ୍ଧିର ଯୋଗ ଅଛି । ପିଲାମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ । ନିଜକୁ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ ।

ବୃଷ

ପ୍ରିୟଜନ ଆପଣଙ୍କୁ ଖୁସି ପ୍ରଦାନ କରିବେ । ଦ୍ଵିତୀୟ ବ୍ୟକ୍ତିଙ୍କ ସହଯୋଗ ଦ୍ଵାରା ସଫଳତା ପ୍ରାପ୍ତ ହେବ । ନିଜର ଗୁପ୍ତ ସୂଚନାକୁ ସାର୍ବଜନିକ କରନ୍ତୁ ନାହିଁ । ବିବାହର ପ୍ରସ୍ତାବ ମିଳିପାରେ । ପରିବାରରେ ପ୍ରସନ୍ନତାର ବାତାବରଣ ରହିବ । କାରୋବାରରେ ବୁଦ୍ଧିର ଯୋଗ ଅଛି । ଟଙ୍କା ନେବା ଦେବାରେ ସାବଧାନ ରୁହନ୍ତୁ । ଅଫିସରେ ସହକର୍ମୀ ସାଥ ଦେବେ । ଆପଣ ଓ ଆପଣଙ୍କ ଜୀବନସାଥିଙ୍କ ମଧ୍ୟରେ କୌଣସି ବାହାର ବ୍ୟକ୍ତି କାରଣରୁ ବିବାଦ ହୋଇପାରେ ।

ମିଥୁନ

ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ମୁଣ୍ଡ ବ୍ୟଥାରୁ ମୁକ୍ତି ମିଳିବ । ଚିନ୍ତା ଦୂର ହେବ । କାର୍ଯ୍ୟ ପ୍ରତି ଇଚ୍ଛା ଜାଗ୍ରତ ହେବ । ନୂଆ ଯୋଜନା କରି ପାରନ୍ତି । ତତ୍କାଳ ଲାଭ ମିଳିବ । ସମ୍ପତ୍ତି ସମବନ୍ଧିତ ବିବାଦ ସମାଧାନ ହୋଇଯିବ । କିଛି ଲୋକମାନେ କାର୍ଯ୍ୟରେ ସାହାର୍ଯ୍ୟ କରିବେ । ମିତ୍ରଙ୍କ ସହଯୋଗ ମିଳିପାରେ । ନଜିର ସୁରକ୍ଷା ପ୍ରତି ଚିନ୍ତା କରନ୍ତୁ । ଆୟରେ ବୁଦ୍ଧିର ଯୋଗ ଅଛି । ଅଟକିଥିବା ଟଙ୍କା ମିଳିପାରେ । ସେଥିପାଇଁ ଆପଣ ସମ୍ଭାଳି ରୁହନ୍ତୁ ।

କର୍କଟ

ଶାରୀରିକ କଷ୍ଟରୁ ମୁକ୍ତି ମିଳିବ । ଶତ୍ରୁ ପରାସ୍ତ ହେବେ । ଧର୍ମ କାର୍ଯ୍ୟରେ ରୁଚି ବଢିବ । ସମସ୍ତ ବାଧା ଦୂର ହେବ । ବ୍ୟାପାର ବ୍ୟବସାୟରେ ପାର୍ଟନରଶୀପ ଦ୍ଵାରା ଲାଭ ହେବ । ସମ୍ପର୍କୀୟମାନଙ୍କ ସାମ୍ନାରେ ଆପଣଙ୍କ ସମ୍ମାନ ବଢିବ । କାମ କାର୍ଯ୍ୟର ଅଧିକ ହେବ । ପରିବାର ସହିତ ଅଧିକ ସମୟ ରହି ପାରିବେ ନାହିଁ । ମାନସିକ ଚିନ୍ତାରେ ରହିବେ । ବାହନର ଉପଯୋଗ ସାବଧାନ ପୂର୍ବକ କରନ୍ତୁ ।

ସିଂହ

କୌଣସି ବିବାଦରେ ପଡନ୍ତୁ ନାହିଁ । ମାନହାନି ହୋଇପାରେ । ନକାରାତ୍ମକତା ଠାରୁ ଦୂରେଇ ରୁହନ୍ତୁ । ପୁରୁଣା ମିତ୍ର ସହ ସାକ୍ଷାତ ହୋଇପାରେ । ପଡୋଶୀଙ୍କ ସହଯୋଗ ମିଳିବ । ଆଜି ଆପଣ ନୂତନ ଆର୍ଥିକ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିବେ । ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ । ବାଧା ଦୂର ହେବ । ଧନାର୍ଜନ ହେବ । ଚାକିରିରେ ଭଲ ଅବସର ପ୍ରାପ୍ତ ହୋଇପାରେ । ପାରିବାରିକ ଅଶାନ୍ତି ଦୂର ହେବ । ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

କନ୍ୟା

ପ୍ରେମ ପ୍ରସଙ୍ଗ ଅନୁକୂଳ ରହିବ । ଆଇନଗତ ସମସ୍ୟା ଦୂର ହେବ । ଆୟରେ ବୁଦ୍ଧି ଆସିପାରେ । ଘର ବାହାରେ ପ୍ରସନ୍ନତାର ବାତାବରଣ ରହିବ । କୌଣସି ମାଙ୍ଗଳିକ କାର୍ଯ୍ୟରୁ ଲାଭ ମିଳିପାରେ । ସମ୍ପତ୍ତି କାର୍ଯ୍ୟରେ ସାବଧାନ ରୁହନ୍ତୁ । ଘନିଷ୍ଠ ମିତ୍ରଙ୍କ ସହଯୋଗ ମିଳିବ । ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ଉପଦେଶ ମିଳିବ । ନିବେଶ କରିବା ପୂର୍ବରୁ ବନ୍ଧୁମାନଙ୍କ ଠାରୁ ଉପଦେଶ ନିଅନ୍ତୁ । ବ୍ୟାପାର ଭଲ ଚାଲିବ । ସମ୍ପତ୍ତି ସହ ଜଡିତ ସମସ୍ୟା ଦୂର ହେବ ।

ତୁଳା

କାମକାର୍ଯ୍ୟ ପ୍ରତି ଆଳସ୍ୟ ଅନୁଭବ କରନ୍ତୁ ନାହିଁ । ଆଜିର ଦିନ ଭଲ ରହିବ । ସରକାରୀ କାର୍ଯ୍ୟ ପୁରା ହୋଇପାରେ । କୌଣସି ରୋଗ ଦୂର ହୋଇଯିବ । ଭୂମି ଭବନ ଇତ୍ୟାଦି ସହ ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିପାରେ । ରୋଜଗାର ପ୍ରାପ୍ତି ପ୍ରୟାସରେ ସଫଳ ରହିବେ । ଆଜି ଆପଣଙ୍କ ଆତ୍ମବିଶ୍ଵାସ ଓ ଊର୍ଜାର ସ୍ତର ଉଚ୍ଚ ରହିବ । କହିବା ସମୟରେ ସାବଧାନ ହୋଇ ରୁହନ୍ତୁ । ନିବେଶ ଶୁଭ ରହିବ ।

ବିଚ୍ଛା

ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ରହିବ । ବିଦ୍ୟାର୍ଥୀମାନଙ୍କ ମନ ପଢାରେ ଲାଗିବ । ନବୀନ ବସ୍ତ୍ର, ଆଭୁଷଣ କ୍ରୟ କରିବାର ଯୋଜନା କରିବେ । ଆପଣ କୌଣସି ବ୍ୟକ୍ତି ଉପରେ କ୍ରୋଧିତ ହୋଇ ପାରନ୍ତି । କୌଣସି ବଡ ଯୋଜନା ଓ ବିଚାର ଉପରେ ଆପଣଙ୍କ ଧ୍ୟାନ ଆକର୍ଷିତ ହୋଇପାରେ । କ୍ଳାନ୍ତ ଓ କମଜୋରି ରହିପାରେ । ଟଙ୍କା ନେବା ଦେବାରେ ସାବଧାନ ରୁହନ୍ତୁ । ନିଜ କାର୍ଯ୍ୟରେ ସଫଳ ରହିବେ ।

ଧନୁ

କୌଣସି କାର୍ଯ୍ୟରେ ବାଧା ଆସିପାରେ କିନ୍ତୁ ଆପଣ ସେହି ସମସ୍ତ ବାଧାକୁ ପାର କରି ଯିବେ । ସୁଖ ସମାଚାର ମିଳିବାର ଆଶଙ୍କା ଅଛି । ଶାରୀରିକ କଷ୍ଟରୁ ମୁକ୍ତି ମିଳିବ । ଚିନ୍ତା କମ ହେବ । ନୂତନ ପ୍ରେମ ସମ୍ବନ୍ଧ ମିଳିପାରେ । ବୟସ୍କ ଲୋକମାନଙ୍କ ଉପଦେଶକୁ ନେଇ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । କୌଣସି ପୁରୁଣା ମିତ୍ର ସହ ସାକ୍ଷାତ ହେବାର ସମ୍ଭାବନା ଅଛି । ଦ୍ଵିତୀୟ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରି ନିଜର ସମୟକୁ ବ୍ୟର୍ଥ କରନ୍ତୁ ନାହିଁ ।

ମକର

ସନ୍ତାନ ତରଫରୁ କିଛି ଖୁସି ଖବର ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ପ୍ରଭାବ ବଢିବ । ପ୍ରୟାସରେ ସଫଳ ହେବେ ।କୌଣସି ବ୍ୟକ୍ତିର ସାହାର୍ଯ୍ୟ ମିଳିପାରେ । ବ୍ୟବସାୟଜ ଭଲ ହେବ । ଚାକିରିରେ କିଛି ନୂତନତା ଆସିପାରେ । ଭାଇ ଭଉଣୀଙ୍କ ମଧ୍ୟରେ ଭଲ ସମ୍ବନ୍ଧ ଆସିବ । କୌଣସି ପ୍ରଭାବଶାଳି ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ । ଆପଣଙ୍କ ଜୀବନସାଥିଙ୍କ ସହ ସୁନ୍ଦର ମୁହୂର୍ତ ଆପଣଙ୍କ ଦିନ କରି ଦେବ ।

କୁମ୍ଭ

କିଛି ଦୂର ବନ୍ଧୁଙ୍କ ଫୋନ ଆସିପାରେ । ନୂଆ ମିତ୍ର ହେବେ । ଆତ୍ମବିଶ୍ଵାସ ବଢିବ । କାରୋବାରରେ ବୁଦ୍ଧି ଆସିବ। ଆର୍ଥିକ ସ୍ଥିତି ଭଲ ରହିବ । ନିଜ ସାଥିଙ୍କ ସହ ସାକ୍ଷାତ କରିବାକୁ ଇଚ୍ଛା ଜାଗ୍ରତ ହେବ । ବ୍ୟାପାରରେ କିଛି ନୂତନ ବିଶେଷ ବ୍ୟକ୍ତିଙ୍କ ଉପଦେଶ ମିଳିବ । ପ୍ରେମୀମାନଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣା ଦୂର ହେବ । ଶେୟାର ମାର୍କେଟରୁ ଲାଭ ମିଳିବ । ଆଜି ଆପଣ ଖେଳିବାକୁ ବାହାରକୁ ଯାଇ ପାରନ୍ତି ।

ମୀନ

ଆର୍ଥିକ ସ୍ଥିତି ଭଲ ରହିବ । ସବୁ ଚିନ୍ତାକୁ ମୁଣ୍ଡରୁ ବାହାରେ ରଖନ୍ତୁ । ଦାମ୍ପତ୍ୟ ସୁଖ ପ୍ରାପ୍ତ ହେବ । ସଙ୍ଗୀତ ଇତ୍ୟାଦିରେ ରୁଚି ବଢିବ । ମନରେ ନୂତନ ବିଚାର ଆସିବ । କୌଣସି ନୂଆ କାର୍ଯ୍ୟ କରିବାର ଇଚ୍ଛ ଜାଗୃତ ହେବ । ନିଜ ବିଷୟରେ ଆଜି କିଛି ମିଛ କଥା ଶୁଣି ପାରନ୍ତି । ଯେଉଁ ବ୍ୟକ୍ତି ଆପଣଙ୍କ ଠାରୁ ଟଙ୍କା ଧାର ନେଇଛି ସେ ଆଜି ଆପଣଙ୍କୁ ଟଙ୍କା ଫେରାଇ ଦେଇ ପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।