ଆଜିର ରାଶିଫଳ, 26 ଅକ୍ଟୋବର 2020, ସୋମବାର, ଭୋଳାନାଥ ଏହି ୫ଟି ରାଶି ଉପରେ କରିବେ ଅସିମ କୃପା, ଅଚାନକ ଧନ ଲାଭ ମିଳିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଅଫିସ କାମରେ ବାହାରକୁ ଯାଇପାରନ୍ତି । ଘର ପରିବାର ସହ ଭଲ ସମ୍ପର୍କ ଥିବାରୁ ସବୁ ପ୍ରକାର ସମସ୍ୟା ସହ ଲଢିବାକୁ ସାହାସ ହୋଇଥାଏ । ସନ୍ତାନ ପକ୍ଷରୁ ଖୁସି ମିଳିବ । କାର୍ଯ୍ୟକ୍ଷେତ୍ରରେ ସବୁ କାର୍ଯ୍ୟ ସହଜରେ ହୋଇଯିବାରୁ ମନ ପ୍ରଫୁଲିତ ରହିବା ଦ୍ଵାରା ସବୁ କାର୍ଯ୍ୟ ରେ ସଫଳତା ପାଇବେ । ବ୍ୟବସାୟ କରବାରକୁ ବିସ୍ତାର କରିପାରିବେ । ଆପଣଙ୍କ ଆର୍ଥିକ ପରିସ୍ଥିତି ସୁଦୃଢ ରହିବ । ଅନାବଶ୍ୟକ ଧନ ଦେବା ନେବା କରନ୍ତୁ ନାହିଁ । ନିଜ କାର୍ଯ୍ୟରେ ସମ୍ପର୍କୀୟଙ୍କ ସହଯୋଗ ମିଳିବ ।

ବୃଷ

ଅଫିସରେ ମନମୁତାବକ କାମ ମିଳିବ । ଆପଣଙ୍କ ଦ୍ଵାରା କରାଯାଇ ଥିବା କୌଣସି ବ୍ୟବସାୟରେ ଭଲ ଲାଭ ମିଳିବ । ଛାତ୍ର ଙ୍କୁ ସଫଳତା ମିଳିବ । ଆପଣ ଆପଣଙ୍କ ଅର୍ଥ ବ୍ୟବସ୍ଥାକୁ ସଜାଡି ନେବେ । ଅଚାନକ ଧନ ଲାଭ ମିଳିବ । ଚାକିରି ଓ ବ୍ୟବସାୟରେ ଭଲ ଲାଭ ମିଳିବାରୁ ମନ ଖୁସି ରହିବ । ଆଯଥା ଯାତ୍ରା କରନ୍ତୁ ନାହିଁ ଅର୍ଥ ହାନି ହୋଇପାରେ ।

ମିଥୁନ

କୋଣସି ଜରୁରୀ ଜିନିଷ କିଣିବାରେ ସଫଳ ହେବେ । ମିତ୍ରଙ୍କ ଦ୍ଵାରା ଲାଭ ବାନ ହେବେ । ପରିବାରରେ ପରିବେଶ ଭଲ ରହିବ । ଛାତ୍ରଙ୍କୁ ପଢାରେ ସଫଳତା ମିଳିବ । ଆପଣ ଆପଣଙ୍କ ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିବେ । କାର୍ଯ୍ୟ କ୍ଷେତ୍ରରେ ଅଚାନକ ଧନ ମିଳିବାର ସମ୍ଭାବନା ଅଛି । ଚାକିରି ଓ ବ୍ୟବସାୟରେ ଊନ୍ନତି କରିବେ । ନିଜ ବ୍ୟବସାୟକୁ ଆର୍ଥିକ ରୂପେ ସଚେଟ ରୁହନ୍ତୁ । ଖରାପ ସାଙ୍ଗଙ୍କୁ ଠାରୁ ଦୂରେଇ ରୁହନ୍ତୁ ।

କର୍କଟ

ଆପଣ ପରିବାର ସହ ସମୟ ବିତାଇବା ପାଇଁ ବୁଲିବାକୁ ଯାଇପାରନ୍ତି । ଘର ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ କ୍ରମ ହୋଇପାରେ । ଏଠି ପାଇଁ ସବୁ ସମସ୍ୟାକୁ ଦୂର କରି ଘରେ ସୁଖ ସମୃଦ୍ଧି ପ୍ରତିଷ୍ଠା କରିବାକୁ ଚେଷ୍ଟା କରନ୍ତୁ । ପାରିବାରିକ ଜୀବନ ଖୁସିରେ ରହିଲେ ସବୁ ସମସ୍ୟାର ସାମ୍ନା କରିବାରେ କ୍ଷମତା ବଢିଥାଏ । ଏହାଦ୍ଵାରା ସବୁ କ୍ଷେତ୍ର ରେ ସଫଳତା ମିଳିଥାଏ । ବ୍ୟବସାୟରେ ଭଲ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଅଧିକ କାମ ଥିବାରୁ ମିତ୍ର ଓ ପରଜନଙ୍କ ସହଯୋଗରୁ ସେଥିରେ ସଫଳତା ମିଳିବ । ନିଜ ଉପରେ ସବୁ କାର୍ଯ୍ୟ ରେ ବିଶ୍ଵାସ ରଖନ୍ତୁ ।

ସିଂହ

ଆପଣ ଆଗରୁ କରିଥିବା କୌଣସି କାମରେ ଲାଭ ମିଳିବ । ସାହସ ଓ ପରାକ୍ରମ ସହ ଭଲ ପୋଜିସନ ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ । ସହକର୍ମୀଙ୍କ ସହଯୋଗ ମିଳିବ । ବ୍ୟବସାୟରେ ନିବେଶ କରନ୍ତୁ ନାହିଁ ଯାହା ଫଳରେକି ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସମ୍ପର୍କ ଓ ବ୍ୟବସାୟକୁ ଆଲଗା ଅଲଗା ବିଚାରକୁ ଆଗକୁ ବଢନ୍ତୁ । କୌଣସି ବି ଅନଈତିକ କାର୍ଯ୍ୟ କରନ୍ତୁ ନାହିଁ ନଚେତ ଅସୁବିଧାରେ ପଡିବେ ।

କନ୍ୟା

ଆପଣ କୌଣସି ଧାର୍ମିକ କାର୍ଯ୍ୟ କ୍ରମର ଆୟୋଜନ କରିପାରନ୍ତି । ସାମାଜିକ କାର୍ଯ୍ୟ ଓ ପର ଉପକାର ଦ୍ଵାରା ସମାଜରେ ପ୍ରତିଷ୍ଠା ବଢିବ । ବ୍ୟବସାୟିକ କାରବାର ଭଲ ଚାଲିବ ଯାହାଫଳରେ ଭଲ ଧାନ ମିଳିବ । ଅନାବଶ୍ୟକ ଧନକୁ ନେଇ ବିବାଦ ଉପୁଜି ପରେ । ଆପଣଙ୍କ ଜୀବନ ଶୈଳୀ ରେ ସୁଧାର ଆସିବ ଏହା ଦ୍ଵାରା ଜୀବନ ରେ ଖୁସି ଅନୁଭବ କରିବେ ।

ତୁଳା

ଆପଣଙ୍କୁ ଆପଣଙ୍କ କ୍ୟରିୟର କୁ ନେଇ କୌଣସି ବଡ ନିଷ୍ପତି ନେବାକୁ ପଡି ପାରେ । ବୈଦିକ ବା ସାହିତ୍ଯ ଲେଖନୀ ଭଳି କାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ପରିବାର ସହ ବୁଲିବାକୁ ଯାଇପାରନ୍ତି । ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତି ଆସିପାରେ କିନ୍ତୁ କଠିନ ପରିଶ୍ରମ କରିବା ଦ୍ଵାରା ଭଲ ଲାଭ ସହ ଧାନ ମିଳିବ । ଅନାବଶ୍ୟକ ବିବାଦ ଉପୁଜିପାରେ ତଥା ଆର୍ଥିକ କ୍ଷେତ୍ର ପ୍ରତି ସଜାଗ ରୁହନ୍ତୁ । ପାରିବାରିକ ସମସ୍ଯା ଦେଖା ଯାଇପାରେ । ମାତା ପିତାଙ୍କ ସହ ସମ୍ପର୍କ ଖରାପ ହୋଇପାରେ । ମାତା ପିତାଙ୍କ ସ୍ଵାସ୍ଥ୍ୟକୁ ଆର୍ଥିକ ରୂପେ ଖରଚାନ୍ତ ହୋଇପାରନ୍ତି ।

ବିଚ୍ଛା

ଅଫିସ ରେ ସହକର୍ମୀଙ୍କ ସହଯୋଗ ମିଳିବ । ଆର୍ଥିକ ଲାଭ ମିଳିବାର ଭଲ ଅବସର ମିଳିବ। କୌଣସି ମିତ୍ରଙ୍କ ସହଯୋଗରୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଭାଗ୍ୟର ସାଥ ଯୋଗୁଁ ବାହାର କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟରେ ଲାଭ ବାନ ହେବେ । ପରିବାର ସହ ଭଲ ସମ୍ପର୍କ ରଖନ୍ତୁ ଯାହାକି ଆଗକୁ ଯାଇ ଆପଣଙ୍କୁ ସଫଳତା ଦେବ । ବିବାଦ ଠାରୁ ଦୂରେଇ ରୁହନ୍ତୁ ।

ଧନୁ

ଆଜି ଆପଣଙ୍କ କଥାକୁ ଲୋକମାନେ ଧ୍ୟାନ ଦେଇ ଶୁଣିବେ । କୌଣସି କାମରେ ବାହାରକୁ ଯାତ୍ରା କରିପାରିବେ । ଭୂମି ବାହାନ ଆଦିର ଯୋଗ ଅଛି ପ୍ରୟାସ କରନ୍ତୁ ଏଥିରେ ସଫଳତା ମିଳିବ ।କୌଣସି ବ୍ୟବସାୟକୁ ଆଗକୁ ବଢାଇବାକୁ ଚାହୁଛନ୍ତି ତ ସେଥିରେ ସଫଳତା ପାଇବେ ପ୍ରଥମରୁ ମୁସ୍କିଲ ଆସିବ କିନ୍ତୁ ପରେ ସବୁ ଠିକ ହୋଇଯିବ । ଅନାବଶ୍ୟକ ଘରୋଇ ବିବାଦ ବା ଅଚଳ ସମ୍ପତିକୁ ନେଇ ବିବାଦ ଉପୁଜି ପରେ ସେଥିପାଇଁ ଆପଣ ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ ଭଲ ସମ୍ପର୍କ ରଖି ଚଳିବାକୁ ଚେଷ୍ଟା କରନ୍ତୁ ।

ମକର

ଆପଣ ଯେ କୌଣସି କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ । ଧନ ସମ୍ପତି ପାଇବାର ଯୋଗ ଅଛି ତଥା ପଦ ପୋଜିସନ ପାଇବାର ଯୋଗ ଅଛି । କାର୍ଯ୍ୟ କ୍ଷେତ୍ର ରେ ସବୁ କାର୍ଯ୍ୟରେ ସଫଳତା ପାଇବେ । ଆପଣଙ୍କ ଆଳସ୍ୟ ଯୋଗୁଁ କୌଣସି ଅସୁବିଧାରେ ପଡ଼ିପାରନ୍ତି । ଏଥିରେ ଆପଣଙ୍କ ମାନ ସମ୍ମାନରେ ଆଞ୍ଚ ଆସି ପାରେ ।

କୁମ୍ଭ

ଆପଣଙ୍କ ଜୀବନ ସାଥି ଆପଣଙ୍କୁ କୌଣସି ବଡ ଖୁସି ଖବର ଦେବେ । ପରିବାରେ ଖୁସି ରହିବ । ଆପଣଙ୍କ ଜୀବନର ଭଲ ଉପଲବ୍ଧିକୁ ନେଇ ଆଗକୁ ବଢିବେ । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ ଏବଂ ଧନ ମିଳିବ । କିନ୍ତୁ ଅନାବଶ୍ୟକ ଖର୍ଚ ଯୋଗୁଁ ଆର୍ଥିକ କ୍ଷେତ୍ର ରେ କମାଜୋର ଆସିପାରେ । ସବୁ ପ୍ରକାରର ସମସ୍ୟାକୁ ଦୂର କରିବା ଫଳରେ ଆପଣ ଲାଭ ବାନ ହେବେ । ଘର ପରିବାର କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ହୋଇଥାଏ ଏଥିପାଇଁ ପରିବାର ସଦସ୍ୟଙ୍କ ସହ ମିଳିମିଶି ଚଳିବାକୁ ଚେଷ୍ଟା କରନ୍ତୁ ।

ମୀନ

ଆପଣ ନିଜ ଜୀବନସାଥିଙ୍କ ସହ କୌଣସି ମାମଲା ବିଷୟରେ କଥା ହୋଇ ମନକୁ ହାଲୁକା କରିବେ । ଆପଣ କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ତାକୁ ଭଲ ଭ ବାରେ ତନ୍ନ ତନ୍ନ କରି ପରଖୀ କାର୍ଯ୍ୟ କରନ୍ତୁ । ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ମିଳିବ । କାର୍ଯ୍ୟ ର ବୋଝ ଅଧିକ ରହିବ କିନ୍ତୁ ପରିଶ୍ରମ କରିବା ଫଳରେ ସେଥିରେ ସଫଳତା ପାଇବେ । ସନ୍ତାନ ସନ୍ତତି ପକ୍ଷରୁ କୌଣସି ଖୁସି ଖବର ପାଇବେ । ସମୟ ଓ ପରିସ୍ଥିତି ନେଇ ସବୁ କାର୍ଯ୍ୟ କରନ୍ତୁ । ସବୁ କାର୍ଯ୍ୟ ଭାବି ଚିନ୍ତି ବା ଘର ପରିବାର ସହ ମିଶି କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।