ଆଜିର ରାଶିଫଳ, 25 ଏପ୍ରିଲ 2022, ସୋମବାର, ମହାଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ଏପ୍ରିଲ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଅଧକାଂଶ ଯୋଜନା ସଫଳ ହେବ । ଆପଣଙ୍କ ଧ୍ୟାନ କାର୍ଯ୍ୟରେ କେନ୍ଦ୍ରିତ ରହିବ । ଯୋଜନାରେ ସଫଳତା ହାସଲ କରିବା ପାଇଁ ଆପଣ ନିଜର ସହକର୍ମୀ ମାନଙ୍କ ସାହାର୍ଯ୍ୟ ନିଅନ୍ତୁ । ଆପଣ ନିଜର ଚିନ୍ତାଧାରା ପାଇଁ ପ୍ରଶଂସିତ ଓ ସମ୍ମାନର ପାତ୍ର ହେବେ । ଆର୍ଥିକ ରୂପରେ ଆପଣ ସୁରକ୍ଷିତ ଅନୁଭବ କରିବେ ଓ ଆପଣ ସମ୍ପତି କିମ୍ବା ଶେୟାର ମାର୍କେଟରେ ନିବେଶ କରି ପାରିବେ । ପାରିବାରିକ ଛୁଟି ପାଇଁ ଏହା ଏକ ଭଲ ସମୟ ଅଟେ । ପରିବାର ସହିତ ବିତାଇଥିବା ସମୟ ଆପଣଙ୍କ ପାଇଁ ଅଧିକ ଆନନ୍ଦମୟ ହେବ । ସାମାଜିକ କାର୍ଯ୍ୟରେ ଆପଣ ସକ୍ରିୟ ରହିବେ । ଯଦି ଆପଣ ଅବିବାହିତ ଅଛନ୍ତି, ତେବେ ଆପଣ ବିବାହ କରିବାର ବିଚାର କରି ପାରିବେ ।

ବୃଷ

ବ୍ୟବସାୟିକ ମାମଲାରେ ଆଜି ଆପଣଙ୍କୁ କିଛି କଷ୍ଟର ସାମ୍ନା କରିବାକୁ ପଡିପାରେ । ସମୟ ମଧ୍ୟରେ ସମସ୍ତ କାର୍ଯ୍ୟକୁ ସମ୍ପୂର୍ଣ କରିବାକୁ ଚେଷ୍ଟା କରନ୍ତୁ । ଅତିଶୀଘ୍ର କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ ଓ ଜୋଖିମ ଭରା କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ସେଥିପାଇଁ ସ୍ୱାସ୍ଥ୍ୟ ଉପରେ ପୁରା ଧ୍ୟାନ ଦିଅନ୍ତୁ ଓ ବ୍ୟାୟାମ କରନ୍ତୁ । ଏହା ସହିତ ଆପଣ ନିଜର କୌଣସି ସମ୍ପର୍କୀୟ କାରଣରୁ ଚିନ୍ତିତ ରହି ପାରନ୍ତି । ଯାତ୍ରା ବହୁତ ସାର୍ଥକ ରହିବ । ମିତ୍ର ଓ ଶୁଭ ଚିନ୍ତକ ଲୋକମାନେ ଆପଣଙ୍କ ସମର୍ଥନ କରିବେ ।

ମିଥୁନ

ଆଜି ଭାଗ୍ୟ ଆପଣଙ୍କ ସାଥ ଦେବ । ଆପଣ ପ୍ରଭାବଶାଳି ଲୋକମାନଙ୍କ ସହିତ ସମ୍ପର୍କ ସ୍ଥାପିତ କରିବେ । ଆପଣ ଏକ ନୂଆ ଯୋଜନାରେ ଟଙ୍କା ନିବେଶ କରିବେ, ଯାହା ଆସନ୍ତା ସମୟରେ ଆପଣଙ୍କୁ ଲାଭ ଦେବ । ଯଦି ଆପଣ କାମ କରିବା ପାଇଁ ଯିବାକୁ ଚାହୁଁଛନ୍ତି, ତେବେ ଆପଣ ନିଜର ପ୍ରୟାସରେ ଆଗକୁ ବଢନ୍ତୁ । ଅର୍ଥନୀତି ମାମଲାରେ ସହଜରେ ଆଗକୁ ବଢିବେ । ପ୍ରତିଦ୍ଵନ୍ଦୀ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ । ପାରିବାରିକ ଜୀବନ ଆନନ୍ଦମୟ ରହିବ ଓ ଆପଣ ପରିଜନଙ୍କ ସହିତ ତୀର୍ଥ ଯାତ୍ରା କରି ପାରନ୍ତି । ଏହା ଏକ ମନୋରଞ୍ଜକ ଯାତ୍ରା ହେବ ଓ ଏହା ଦ୍ଵାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ ।

କର୍କଟ

ଏହି ସମୟରେ ନିଜକୁ ପ୍ରମାଣିତ କରିବାର ଭଲ ସମୟ ଅଟେ । ବାଧା ଓ କଷ୍ଟ ବି ବର୍ତ୍ତମାନ ଦୂର ହୋଇଯିବ । ଚିନ୍ତା କରିବା ପରିବର୍ତ୍ତେ ନିଜ କାମ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରନ୍ତୁ । ସ୍ଥିତି ଧୀରେ ଧୀରେ ଆପଣଙ୍କ ପକ୍ଷରେ ଆସିବ । ଆପଣ ନିଜର ବୁଦ୍ଧି ଓ କୌଶଳ ଦ୍ଵାରା ନିଜର ପ୍ରତିଦ୍ଵନ୍ଦୀଙ୍କ ଠାରୁ ଆଗକୁ ବାହାରି ଯିବେ । ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ଆପଣ ରାଜନୈତିକ ଗତିବିଧି ପ୍ରତି ଆକର୍ଷିତ ହେବେ ଓ ଆପଣଙ୍କୁ କିଛି ନୂଆ ଦାୟିତ୍ଵ ବି ମିଳିପାରେ । ବ୍ୟବସାୟ ବିସ୍ତାର ପାଇଁ ଏହା ଏକ ଭଲ ସମୟ ଅଟେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ, କିନ୍ତୁ ଅନବଶ୍ୟକ ଖର୍ଚ ବି ବଢିଯିବ । ଆପଣଙ୍କୁ ପରିବାର ଓ ବନ୍ଧୁମାନଙ୍କ ସମର୍ଥନ ମିଳିବ ।

ସିଂହ

ଆପଣଙ୍କୁ ଜଲ୍ଦି ହିଁ ଘରେ କୌଣସି ନୂଆ ସଦସ୍ୟ ଆସିବାର ଭଲ ଶୁଭ ସମାଚାର ମିଳିବ । ଜୀବନସାଥିଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ । ସେ ଆପଣଙ୍କୁ ଭରପୁର ସହଯୋଗ କରିବେ । ଘରେ କୌଣସି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ଯଦି ଆପଣ ବିଦେଶ ଯାତ୍ରା ବିଷୟରେ ଚିନ୍ତା କରୁଛନ୍ତି, ତେବେ ଏହା ସଠିକ ସମୟ ନୁହେଁ । ଖର୍ଚରେ ଉନ୍ନତି ହେବ କିନ୍ତୁ ଆପଣ ଟଙ୍କାର ବର୍ବାଦି କରିବା ଠାରୁ ବଞ୍ଚି ରହିବେ । ପ୍ରେମ ସମ୍ବନ୍ଧରେ କଥା ଖରାପ ହୋଇପାରେ ଓ ଅହଂକାର ଠାରୁ ବଞ୍ଚି ପାରିବେ । ଆପଣଙ୍କ ସ୍ୱାସ୍ଥ୍ୟ କିଛି ଖାସ ଭଲ ରହିବ ନାହିଁ ।

କନ୍ୟା

ପ୍ରେମ ସମ୍ବନ୍ଧ ପାଇଁ ଏହି ସମୟ ଉପଯୁକ୍ତ ଅଟେ । କାହା ଉପରେ ଏତେ ବି ବିଶ୍ଵାସ କରନ୍ତୁ ନାହିଁ କି ସେ ଆସନ୍ତା ସମୟରେ ଆପଣଙ୍କ ପାଇଁ ସମସ୍ୟା ହୋଇପାରେ । ଧର୍ଯ୍ୟ ଓ ସଂଯମତାର ସହ କାମ କରନ୍ତୁ । ନୂଆ ଓ ବଡ ଯୋଜନା ଉପରେ ଟଙ୍କା ନିବେଶ କରିବା ଠାରୁ ଦୂରେଇ ରୁହନ୍ତୁ । ବୈବାହିକ ଜୀବନରେ କିଛି ସମସ୍ୟା ଉତ୍ପନ୍ନ ହୋଇପାରେ । ଶାନ୍ତିର ସହ କାମ କରନ୍ତୁ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜର ସମ୍ପର୍କକୁ ଖରାପ ହେବାକୁ ଦିଅନ୍ତୁ ନାହିଁ । ପିତାଙ୍କ ସହିତ ଯଦି ପୂର୍ବରୁ ବିବାଦ ଅଛି, ତେବେ ତାହାକୁ ସମଧାନ କରି ନିଅନ୍ତୁ ।

ତୁଳା

ଆଜି ଆପଣ ନିଜର ଜୀବନସାଥି କିମ୍ବା ସହଯୋଗୀମାନଙ୍କ ସହିତ ମିଶି କାମ କରି ପାରନ୍ତି। ଆପଣ କୌଣସି ନିଷ୍କର୍ଷ ଉପରେ ପହଞ୍ଚି ପାରିବେ ନାହିଁ । ଏହା ଦ୍ଵାରା ଆପଣ ମାନସିକ ଚିନ୍ତାରେ ରହିବେ । ନିଜର କମଜୋରି ବିଷୟରେ କାହାକୁ ବି କୁହନ୍ତୁ ନାହିଁ । ଏହା ସହିତ ଏହି କଥାର ବି ଧ୍ୟାନ ରଖନ୍ତୁ କି ଆପଣ ବାଧ୍ୟ ଅଛନ୍ତି କିମ୍ବା ଚିନ୍ତିତ ଅଛନ୍ତି ଏହା ବିଷୟରେ କାହାକୁ ବି କିଛି ନ ଜଣା ପଡୁ । ଚାକିରିର ଧ୍ୟାନ ବର୍ତ୍ତମାନ ଛାଡି ଦିଅନ୍ତୁ । ଆର୍ଥିକ ପକ୍ଷ ସେହିଭଳି ଖାସ ରହିବ ନାହିଁ । ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ କିଛି ସମସ୍ୟା ରହିପାରେ ।

ବିଚ୍ଛା

ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ । କିନ୍ତୁ ବ୍ୟାପକ ସ୍ତର ଉପରେ ଜିନିଷ ଆପଣଙ୍କ ପାଖରେ ରହିବ । କାର୍ଯ୍ୟସ୍ଥଳ ଉପେରେ ବାଧା ଓ କଷ୍ଟର ସାମ୍ନା କରିବାକୁ ପଡିବ । ଖର୍ଚ ବଢିବ । ଆପଣଙ୍କୁ ଏକ ନୂଆ ଦୃଷ୍ଟିକୋଣ ଆପଣାଇ ବାକୁ ହେବ ଓ କେତେକ ପରିଣାମ ପାଇଁ କଠିନ ପରିଶ୍ରମ କରିବାକୁ ହେବ । ଯଦି ଯାତ୍ରା ଆବଶ୍ୟକ ଅଛି, ତେବେ ବାହାରକୁ ଯାଆନ୍ତୁ ଓ ନିଜ ଜିନିଷ ଓ ନିଜ ପ୍ରତି ସଜାଗ ରୁହନ୍ତୁ । କାରଣ କିଛି ଅସୁବିଧା ହେବାର ସମ୍ଭାବନା ଅଛି । ଯଦି ଆପଣ ନିଜର ପିଲାମାନଙ୍କ ଚାକିରି କିମ୍ବା ବିବାହକୁ ନେଇ ଚିନ୍ତିତ ଅଛନ୍ତି, ତେବେ ବର୍ତ୍ତମାନ ସମୟ ଆପଣଙ୍କ ସାଥ ଦେବ । ଆପଣଙ୍କୁ ସମୟ ସମୟ ବନ୍ଧୁମାନଙ୍କ ସାହାର୍ଯ୍ୟ ମିଳିବ ।

ଧନୁ

ଆଜି ସମସ୍ତ ପରିଣାମ ଆପଣଙ୍କ ପାଖରେ ରହିବ । ଆପଣ ଭାବନାତ୍ମକ ରୂପରେ କିଛି ଅଲଗା ଅନୁଭବ କରିବେ । ଆର୍ଥିକ ରୂପରେ ଆପଣ ସୁରକ୍ଷିତ ରହିବେ । କିନ୍ତୁ ଖର୍ଚର ପ୍ରେସର ଅଧିକ ରହିବ । ଆତ୍ମବିଶ୍ଵାସର ସହିତ କାମ କରନ୍ତୁ । ପରିବାରରେ ଶାନ୍ତି ରହିବ ଓ ପିଲାମାନଙ୍କ ଉପରେ ଗର୍ବ କରିବେ । କିଛି ଲୋକମାନଙ୍କ ପାଇଁ ଯାତ୍ରା ସମ୍ଭବ ଅଟେ ।

ମକର

ଆଜି ବ୍ୟବସାୟିକ ମାମଲାରେ କିଛି ଅସୁବିଧା ଆସିପାରେ । କିନ୍ତୁ ଆମଦାନୀରେ ଉନ୍ନତି ହୋଇପାରେ । ବୈବାହିକ ଜୀବନ ସୁଖମୟ ରହିବ । ପାରିବାରିକ ଜୀବନରେ ବି ଖୁସି ରହିବ । ସନ୍ତାନ କିମ୍ବା ପ୍ରେମ ସମ୍ବନ୍ଧକୁ ନେଇ ଚାଲି ଆସୁଥିବା ସମସ୍ୟା ଦୂର ହେବ । ମାତା – ପିତା ଓ ଗୁରୁଜନଙ୍କ ସହ ସମ୍ବନ୍ଧ ମଧୁର ରହିବ । ଆପଣ ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ ।

କୁମ୍ଭ

ବ୍ୟବସାୟିକ କ୍ଷେତ୍ରରେ ବହୁତ ପରିଶ୍ରମର ଆବଶ୍ୟକତା ହୋଇପାରେ । ବରିଷ୍ଠ ବ୍ୟକ୍ତିମାନଙ୍କୁ ଖୁସି କରିବା ଅଳ୍ପ କଷ୍ଟ ହୋଇପାରେ । ଏହି ସମୟରେ କଠିନ ପରିଶ୍ରମ ଓ ବିନମ୍ର ସ୍ଵଭାବରେ ହିଁ ସଫଳତା ମିଳିବ । ସୁନିଶ୍ଚିତ କରନ୍ତୁ କେହି ଆପଣଙ୍କୁ ବିରୋଧ ନ କରି ପାରନ୍ତୁ । ଜୀବନସାଥିଙ୍କ ଖରାପ ବ୍ୟବହାର କାରଣରୁ ପାରିବାରିକ ଜୀବନରେ ଅଶାନ୍ତି ଆସିପାରେ । ଭାଇ – ଭଉଣୀଙ୍କ ସହିତ ବିବାଦ ଆପଣଙ୍କ ମନକୁ ଆଘାତ କରିପାରେ , ଥଣ୍ଡା କିମ୍ବା କିଛି ଅନ୍ୟ କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ମୀନ

ଆଜି ଆପଣଙ୍କ ସମୂହ ସହ ଜଡିତ ସହକର୍ମୀଙ୍କ ମଧ୍ୟରେ ଲୋକପ୍ରିୟତା ବୁଦ୍ଧି ସମ୍ଭବ ଅଟେ । ବ୍ୟବସାୟିକ ରୂପରେ ସମସ୍ତ ଜିନିଷକୁ ସୂଚାରୁ କରନ୍ତୁ ଓ ଆପଣଙ୍କୁ ଭଲ ପ୍ରଗତି ପ୍ରାପ୍ତ ହେବ । ଆପଣଙ୍କ ଆମଦାନୀ ବଢିବ ଓ ଆପଣଙ୍କୁ ଆର୍ଥିକ ଲାଭ ବି ପ୍ରାପ୍ତ ହେବ । ନୂତନ ରାସ୍ତା ବି ନଜର ଆସିବ । ଭାଇ ଭଉଣୀଙ୍କ ସହିତ ସମ୍ପର୍କ ସୌହାର୍ଦପୂର୍ଣ ଓ ପ୍ରେମପୂର୍ଣ ରହିବ । ପରିବାର ସଦସ୍ୟଙ୍କ ସହିତ ଛୋଟ ଛୋଟ କଥାକୁ ନେଇ ବିବାଦ ହୋଇପାରେ ସେଥିପାଇଁ ବିବାଦ ଠାରୁ ନିଜକୁ ଦୂରେଇ ରକହନ୍ତୁ । ଆପଣଙ୍କ ପାରିବାରିକ ଜୀବନ ଆନନ୍ଦମୟ ଓ ସୁଖମୟ ରହିବ । ଆଜି ଆପଣଙ୍କୁ ନିଜର କିମ୍ବା ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଚିନ୍ତା କରିବା ଉଚିତ । ଦୁର୍ଘଟଣା ହୋଇପାରେ ସେଥିପାଇଁ ସାବଧାନ ରୁହନ୍ତୁ ।