ଆଜିର ରାଶିଫଳ, 24 ସେପ୍ଟେମ୍ବର 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆକସ୍ମିକ ଧନ ମିଳିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନ ବୁଲା ବୁଲିରେ କଟିବ । ଆପଣ ଆପଣଙ୍କ ପରିବାରର ସହିତ ବୁଲିବାକୁ ଯାଇପାରନ୍ତି । ବ୍ୟବସାୟୀଙ୍କ ପାଇଁ ଆଜିର ଦିନ ଭଲ ଅଛି । ଜୀବନ ସାଥୀଙ୍କ ସହଯୋଗ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଚାକିରୀ କ୍ଷେତ୍ରରେ ଉତ୍ସାହ ବଢ଼ିବ । କାରୋବାରରେ ଆରମ୍ଭରୁ ହିଁ ଲାଭ ମିଳିବ । ଅଟକି ଥିବା କାମ ସମ୍ପୂର୍ଣ ହେବ । ଚାକିରୀରେ ପ୍ରମୋସନ ମିଳିବ । ବ୍ୟବସାୟରେ ପୁରୁଣା ନିବେଶରୁ ଲାଭ ମିଳିବ । ମନ୍ଦିରରେ ଦୀପ ଜଲାନ୍ତୁ, ସମ୍ପର୍କରେ ତାଳମେଳ ରହିବ ।

ବୃଷ

ଆଜି ଆପଣଙ୍କୁ ଆପଣଙ୍କ ଯୋଜନାରୁ ଲାଭ ମିଳିବ, ଭାଗ୍ୟ ଆପଣଙ୍କ ପୁରା ସାଥ ଦେବ । ପୁରୁଣା ପଡିଥିବା କାମ ଶେଷ ହୋଇଯିବ । ପରିବାରେ ଖୁସିର ପରିବେଶ ରହିବ । ଜୀବନସାଥିଙ୍କ ସହଯୋଗ ଦ୍ଵାରା ମନ ଖୁସି ରହିବ । କାରୋବାରରେ ଭଲ ଲାଭ ମିଳିବ ଓ ଚାକିରି କ୍ଷେତ୍ରରେ ଉନ୍ନତି ହେବ । ଆକସ୍ମିକ ଧନ ଲାଭ ମିଳିବ । ପୁରୁଣା ବନ୍ଧୁଙ୍କ ସହ ଦେଖା ହେବ । ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଆପଣଙ୍କୁ ବିଭିନ୍ନ ସ୍ତରରରୁ ଧନ ମିଳିବ । ପରିଶ୍ରମର ଭଲ ମିଳିବ । ଅନାବଶ୍ୟକ ଚିନ୍ତା କରିବା ଦ୍ଵାରା ମାନସିକ ଅଶାନ୍ତି ବଢିବ । ଆପଣ ଆପଣଙ୍କ ଲକ୍ଷକୁ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରନ୍ତୁ । ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମିଥୁନ

ଆଜି ଆପଣଙ୍କ କୌଣସି ଜରୁରୀ କାର୍ଯ୍ୟ ପୂରଣ ହେବ । ଯଦି ଆପଣ କୌଣସି ଛୋଟ ମୋଟ କାର୍ଯ୍ୟ ଆରମ୍ଭ କରୁଛନ୍ତି ତେବେ ସେଥିରେ ଆଗକୁ ବହୁତ ଲାଭ ମିଳିବ । ଲମ୍ବା ସମୟରୁ କରୁଥିବା କାର୍ଯ୍ୟରେ ଲାଭ ମିଳିବ । ଆମଦାନୀ ବୃଦ୍ଧି ଯୋଗୁଁ ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ । ପାରିବାରିକ ଖୁସି ପାଇଁ ଖର୍ଚ ବଢିପାରେ । ବ୍ୟବସାୟଙ୍କୁ କିଛି ଅସୁବିଧା ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ କାମ ଭାର ବଢିବା ଯୋଗୁଁ ଓ ଖର୍ଚ ବଢିବା ଯୋଗୁଁ ଆର୍ଥିକ ସ୍ଥିତି କମଜୋର ହୋଇପାରେ । କୌଣସି କାମକୁ ପୂରଣ କରିବା ପାଇଁ ସହଯୋଗୀଙ୍କର ସାହାଯ୍ୟ ନେଇପାରନ୍ତି । ସଫଳତା ମିଳିବା ସହିତ ମାନସିକ ଚିନ୍ତା ବଢିପାରେ । ମନ ବିଚଳିତ ଯୋଗୁଁ ଲକ୍ଷ କ୍ଷେତ୍ରରୁ ଓହରି ଯିବେ । ମନ୍ଦିରରେ ଦହି ଦାନ କରନ୍ତୁ ବ୍ୟବସାୟରେ ଲାଭ ମିଳିବ ।

କର୍କଟ

ଆଜି ଛୋଟ ଛୋଟ କାମରେ ଧ୍ୟାନ ଦେବାରୁ କାମରେ ସଫଳତା ମିଳିବ । ଅଧିକାରୀଙ୍କ ସହ ଭଲ ବ୍ୟବହାର ରଖନ୍ତୁ । ପାରିବାରିକ ଦାୟିତ୍ଵ ପୂରଣ କରିବେ । ପ୍ରଭାବଶାଳି ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ । ସେୟାର ବଜାରରୁ ସଫଳତା ମିଳିବ । ପରିଶ୍ରମର ଫଳ ମିଳିବ । ଛାତ୍ରଙ୍କୁ ସଫଳତା ମିଳିବ । ଆକସ୍ମିକ ଧନ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଅସୁବିଧା ଉପୁଜିପାରେ କିନ୍ତୁ ଆପଣ ପରିଶ୍ରମ ଫଳରେ ତାହାର ସମାଧାନ କରିବେ । ନିବେଶ କରିବାରୁ ଦୂରେଇ ରୁହନ୍ତୁ । ପୁରୁଣା ନିବେଶରୁ ଲାଭ ମିଳିବ । ଧନ ସମ୍ପତିକୁ ନେଇ ସତର୍କ ରୁହନ୍ତୁ  । ଗଣେଶଙ୍କୁ ପ୍ରଣାମ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ସିଂହ

ଆପଣଙ୍କୁ ଧନ ମିଳିବାର କେତେକ ମାର୍ଗ ମିଳିବ । ପରିବାରର ସହଯୋଗରେ ସବୁ କାର୍ଯ୍ୟରେ ସଫଳତା ପାଇବେ କିନ୍ତୁ ଅଯଥା କଥାରେ ମୁଣ୍ଡ ଖେଳାନ୍ତୁ ନାହିଁ । ଆକସ୍ମିକ ଧନ ମିଳିବ । ପୁରୁଣା ନିବେଶ , ପୁରୁଣା ସାଙ୍ଗ ବା ବନ୍ଧୁଙ୍କ ଠାରୁ ଲାଭ ମିଳିବ । ସେୟାର ଓ ପ୍ରୋପଟି ମାମଲାରୁ ଭଲ ଲାଭ ମିଳିବ । ଚାକିରି କ୍ଷେତ୍ରରେ ସ୍ଥିତି ଭଲ ରହିବ ନାହିଁ । ପରିବାରରେ ବି ସମସ୍ୟା ଦେଖାଯିବ । ଭାଗୀଦାରୀ ବ୍ୟବସାୟରେ ଲାଭ ମିଳିବ । ଆପଣ କଠିନ ପରିଶ୍ରମ ଦ୍ଵାରା ଆପଣଙ୍କ ସ୍ଵପ୍ନକୁ ପୂରଣ କରି ପାରିବେ । ପରିବାର ସହିତ ସନ୍ତୁଳନ ରକ୍ଷା କରନ୍ତୁ ଓ ସମୟର ସଦୁପଯୋଗ କରନ୍ତୁ । ସକାଳୁ ଉଠି ଧରିତ୍ରି ମା କୁ ଛୁଇଁ ପ୍ରଣାମ କରନ୍ତୁ । ସବୁ କାର୍ଯ୍ୟରେ ସଫଳତା ପାଇବେ ।

କନ୍ୟା

ଆଜି ଅଧିକାରୀଙ୍କ କୌଣସି ଖାସ ବିଷୟରେ କଥାବାର୍ତ୍ତା କରିବେ । ଏହି ରାଶିର ଇଲେକ୍ଟ୍ରୋନିକ ଇଞ୍ଜିନିୟରମାନେ ନିଜ ଅନୁଭବରୁ ସଫଳତା ପାଇବେ । କାରୋବାରରେ ଗୁରୁଜନଙ୍କ ସାହାଯ୍ୟ ମିଳିବ । ବୁଝି ବିଚାରୀ କାମ କରନ୍ତୁ । ଆପଣ ଏହି ମାସରେ ଭାବନାତ୍ମକ ଓ ବ୍ୟକ୍ତିଗତ ମାମଲାରେ ଧ୍ୟାନ କେନ୍ଦ୍ରିତ କରିପାରିବେ ନାହିଁ । ଆପଣ ସ୍ଵତନ୍ତ୍ର ଭାବେ କାମ କରିବେ କାହାର ସାହାଯ୍ୟ ନେବେ ନାହିଁ । ମନେ ରଖନ୍ତୁ କୌଣସି କାର୍ଯ୍ୟକୁ ବ୍ୟବସାୟରେ ବିଶ୍ବାସ ସହିତ କରନ୍ତୁ ନିଶ୍ଚୟ ହିଁ ସଫଳତା ମିଳିବ । ଆପଣ ଇଷ୍ଟଦେବଙ୍କୁ ପ୍ରଣାମ କରନ୍ତୁ, ଲାଭ ସହିତ ବହୁତ ଚାନ୍ସ ମିଳିବ ।

ତୁଳା

ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ । ଅଫିସର ପରିବେଶ ବି ଠିକ ଠାକ ରହିବ । ସିନିୟର୍ସ ସହିତ କୌଣସି ବିଷୟ ଉପରେ କଥା ହୋଇ ପାରନ୍ତି । ଆପଣ ନିଜର କ୍ୟାରିୟରରେ ବହୁତ ଉଚ୍ଚରେ ପହଞ୍ଚିବେ । ଥରେ ଯେତେବେଳେ ଆପଣ ନିଜର ଲକ୍ଷକୁ ଠିକ କରି ନେବେ ତେବେ ଆପଣ ତାକୁ ହାସଲ କରିବାକୁ ଚେଷ୍ଟା ଆରମ୍ଭ କରିବେ । ଆପଣ କିଛି ଉଚ୍ଚ ଶ୍ରେଣୀର ଲୋକମାନଙ୍କ ସହ ସାକ୍ଷାତ କରି ପାରନ୍ତି ।

ବିଚ୍ଛା

ଆପଣ ନିଜ ଭାଇ ଭଉଣୀଙ୍କ ସହ ମିଶି କାମ କରନ୍ତୁ । ଆପଣଙ୍କର ଶୀଘ୍ର କାମ ପୁରୁଣ ହୋଇଯିବ । ଯଦି ଆପଣ କୌଣସି କ୍ଷେତ୍ରରେ ଜଡିତ ଅଛିନ୍ତି । ତେବେ ତାହା ଉନ୍ନତି ପାଇଁ ବହୁତ ରାସ୍ତା ଖୋଲି ଯାଇପାରେ । ଆପଣ ନିଜର ପସନ୍ଦ ବିଶ୍ବବିଦ୍ୟାଳୟରେ ଆଡମିସନ କରିପାରିବେ । ଆପଣଙ୍କ ମାନସିକ ଚିନ୍ତା ଉତ୍ପନ୍ନ ହୋଇପାରେ  । ସେଥିପାଇଁ କୌଣସି କାର୍ଯ୍ୟକୁ ବୁଝିବିଚାରୀ କରନ୍ତୁ । ଯାହା ଦ୍ଵାରା ଶୁଭ ଫଳ ମିଳିପାରେ । ମନ୍ଦିରରେ ସୁଗନ୍ଦିତ ଅତର ଦାନ କରନ୍ତୁ , ଆପଣଙ୍କ ସହିତ ସବୁ କିଛି ଭଲ ହେବ।

ଧନୁ

ଆଜି ଆପଣ କୌର୍ଟ ମାମଲାରେ କିଛି ଲୋକଙ୍କ ସାହାଯ୍ୟ ନେଇପାରନ୍ତି । ପରିବାରେ ସମସ୍ତଙ୍କ ଇଚ୍ଛା ପୁରୁଣ କରିବାରେ ଆପଣ ସଫଳ ହେବେ । ଚାକିରି କ୍ଷେତ୍ରରେ ଆପଣଙ୍କୁ ଭଲ ବେତନ ବୃଦ୍ଧି ଓ ପଦୋଉନ୍ନତି ମିଳିପାରେ । ଆପଣଙ୍କୁ ଉଚ୍ଚ ସ୍ଥାନ ପ୍ରାପ୍ତି ପାଇଁ ବହୁତ ପରିଶ୍ରମ କରିବାକୁ ପାଡିପାରେ । ଆପଣଙ୍କ ସମ୍ପର୍କ କ୍ଷେତ୍ରରେ ଆପଣ ମହତ୍ଵପୂର୍ଣ ଭୂମିକା ନେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅନାବଶ୍ୟକ ଯାତ୍ରାରୁ ଆପଣ ବଚନ୍ତୁ । ଖରାପ ସାଙ୍ଗ ସହ ଅଳ୍ପ ମିଳାମିଶା କରନ୍ତୁ । ମା ବାପଙ୍କର ଆଶୀର୍ବାଦ ନିଅନ୍ତୁ । ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ ।

ମକର

ଆଜି ନିବେଶରେ ଶୁଭ ରହିବ । ଦିନସାରା କାମ ପରେ ଆପଣ ସନ୍ଧ୍ୟା ସମୟରେ ଅସୁସ୍ଥତା ଅନୁଭବ କରିବେ । ଆଜି ବିସମ ପରିସ୍ଥିରେ ନିଜର ଆତ୍ମବିଶ୍ଵାସ ହରାନ୍ତୁ ନାହିଁ । ସବୁ କାର୍ଯ୍ୟ ସମ୍ପନ୍ନ ହେବା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଧନ ସଞ୍ଚୟ ନ କରିବା ଦ୍ଵରା ଚିନ୍ତା ଉତ୍ପନ୍ନ ହୋଇପାରେ । ସ୍ଥାୟୀ ସମ୍ପତି ବିକ୍ରି କରିବା ପାଇଁ  କୌଣସି ବିଶେଷଜ୍ଞ କିମ୍ବା ଅନୁଭବିଙ୍କ ଠାରୁ ମତାମତ ନିଅନ୍ତୁ । ବାହନ ଓ ଅଗ୍ନି ପ୍ରତି ସାବଧାନ ରୁହନ୍ତୁ । ମନ୍ଦିରରେ କିଛି ସମୟ ବିତାନ୍ତୁ । ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ।

କୁମ୍ଭ

ଆଜି ଆପଣଙ୍କର ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ ହେବ । ନିଜର ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରନ୍ତୁ ସବୁ ସମସ୍ୟାର ନିବାରଣ ହୋଇଯିବ । ଦାମ୍ପତ୍ୟ ଜୀବନ ପାଇଁ ଆଜିର ଦିନଟି ବହୁତ ଅନୁକୂଳ ଅଛି । କାର୍ଯ୍ୟ ମାମଲାରେ ଦିନଟି ଅନୁକୁଲ ରହିଛି । ଶୀଘ୍ରରେ କୌଣସି ନିଷ୍ପତି ନିଅନ୍ତୁ ନାହିଁ କୌଣସି ସମସ୍ୟାre ଆପଣ ପଡ଼ିପାରନ୍ତି । ପଣ୍ଡିତଙ୍କୁ କିଛି ବସ୍ତ୍ର ଦାନ କରନ୍ତୁ , ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ ।

ମୀନ

ଆଜି ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ । ଜୀବନସାଥିଙ୍କ ସହ ଆପଣ ଧନର ମାର୍ଗ ପ୍ରଶସ୍ଥ କରିବେ । ଧନ ପ୍ରାପ୍ତି କରିବେ । କୌଣସି ନୂଆ କାମ ଆରମ୍ଭ କରନ୍ତୁ ସଫଳତା ମିଳିପାରେ । ପରିସ୍ଥିତି ଅଚାନକ ପ୍ରତିକୂଳ ହୋଇପାରେ । ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ ହେବ । ପାରିବାରିକ ଜୀବନ ସୁଖମୟ ହେବ । ଜରୁରୀ କାଳିନ ଲୋକମାନଙ୍କୁ ଭୋଜନ କରାନ୍ତୁ , ଘରର ବାତାବରଣ ଭଲ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।