ଆଜିର ରାଶିଫଳ, 24 ନଭେମ୍ବର 2020, ମଙ୍ଗଳବାର, ବଜରଙ୍ଗବାଲିଙ୍କ କୃପାରୁ ବନୁଛି ୨ଟି ଶୁଭ ଯୋଗ, ଏହି ୪ ରାଶିର ଆର୍ଥିକ ସମସ୍ଯା ହେବ ଦୂର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ରାଶିର ବିଲିଡର୍ଶ ମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ ଅଛି । ପ୍ରେମ ପାଇଁ ସମୟ ଅନୁକୂଳ ଅଛି । ଜୀବନସାଥିଙ୍କ ତରଫରୁ କୌଣସି ଖୁସି ଖବର ମିଳିପାରେ  । ଅଯଥା କାର୍ଯ୍ୟରେ ସମୟ ନଷ୍ଟ କରନ୍ତୁ ନାହିଁ । ସମୟର ସଦୁପଯୋଗ କରନ୍ତୁ । ଅଫିସରେ ସହକ୍ରମୀଙ୍କ ସହଯୋଗ ମିଳିବ । ତଥା ବରିଷ୍ଠ ଅଧିକାରୀଙ୍କର ବି ସମର୍ଥନ ମିଳିବ । ଯାହା ଦ୍ଵାରା କି ଆପଣ ସଫଳତାର ସିଢି ଚଢି ପାରିବେ । ନିଜର ଅହଂକାରକୁ ନିୟନ୍ତ୍ରଣରେ ରଖନ୍ତୁ । ନଚେତ ଅନ୍ୟମାନଙ୍କ ଦ୍ଵାରା ଆପମାନିତ ହୋଇପାରନ୍ତି । ଆଜିର ସମୟ ପରିବାରରେ ବହୁତ ଖୁସିରେ ବିତିବ ।

ବୃଷ

ଆଜିର ଦିନଟି ବହୁତ ଖୁସିରେ ବିତିବ । କୌଣସି ଅଟକିଥିବା କାର୍ଯ୍ୟ ପୁରା ହୋଇଯିବ । ଅଫିସରେ ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶଂସା ମିଳିବ । ଆପଣଙ୍କ ବ୍ୟବହାର ଦେଖି ଲୋକମାନେ ପ୍ରଭାବିତ ହୋଇପାରନ୍ତି । ପରିବାର ସବୁ ସଦସ୍ୟଙ୍କ ସହ ଭଲ ସମ୍ପର୍କ ରହିବ । ଆଜି ଆପଣ ନିଜର ମହତ୍ଵ ପୂର୍ଣ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ ଅସୁବିଧାରେ ପଡ଼ିପାରନ୍ତି । ଭାଗ୍ୟର ସାଥ ଯୋଗୁ ଆପଣଙ୍କର ସବୁ ସ୍ଵପ୍ନ ପୁରା ହୋଇପାରେ । କିନ୍ତୁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିପାରେ । ପରିବାରରେ କୌଣସି ସଦସ୍ୟଙ୍କ ସହ ମନମାଳିନ ହୋଇପାରେ ।

ମିଥୁନ

ଆପଣଙ୍କୁ ନିଜ ଜୀବନସାଥିଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ । ଆଜିର ଦିନ ଅଧିକ କାର୍ଯ୍ୟ ଭାର ରହିବ । କୌଣସି ଅଟକି ଥିବା ଧନ ମିଳିଯିବ । ଜୀବନସାଥିଙ୍କ ସହ ଦିନଟି ଭଲରେ ବିତିବ । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ । ଆପଣ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଧନ ଲାଭ କରିବେ । ନିଜର ପ୍ରୟାସ ଦ୍ଵାରା ସବୁ କାର୍ଯ୍ୟରେ ସଫଳତା ପାଇବେ । ଆପଣ କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନିବେଶ କରନ୍ତୁ । ଆଜି ସମସ୍ତ କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରୁହନ୍ତୁ ।

କର୍କଟ

ଘରର ବଡ ଗୁରୁଜନମାନଙ୍କର ଆଶୀର୍ବାଦ ନିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଆଜି ଆପଣଙ୍କର କୌଣସି ନୂଆ ଲୋକ ସହିତ ବନ୍ଧୁତା ବଢିପାରେ । ଆପଣଙ୍କ ଜୀବନରେ ପରିବାର ସଦସ୍ୟଙ୍କ ବହୁତ ମହତ୍ଵ ଅଛି । ଅଚାନକ ଭାବରେ କୌଣସି ଖର୍ଚ ବଢିପାରେ । ଯାହା ଦ୍ଵାରା କି ଆର୍ଥିକ ମାନ୍ଦା ଅବସ୍ତା ଦେଖା ଯାଇପାରେ । କୌଣସି କାର୍ଯ୍ୟକୁ ନେଇ ଯାତ୍ରା କରିପାରନ୍ତି । ଯାହା ଦ୍ଵାରା କି ଆର୍ଥିକ ଲାଭ ମିଳିବ । କାହାକୁ ଟଙ୍କା ଦେବା ପୂର୍ବରୁ ବହୁତ ବାର ଚିନ୍ତା କରି ଦିଅନ୍ତୁ । ପରିଚିତ ଲୋକଙ୍କୁ ଟଙ୍କା ଦେବା ନେବା କରିପାରିବେ ।

ସିଂହ

ଏହି ରାଶିର ଓକିଲମାନଙ୍କ ପାଇଁ ଆଜି ବହୁତ ଭଲ ସମୟ ଅଛି । କୌଣସି ଜରୁରୀ କେସ ଆପଣଙ୍କ ସପକ୍ଷରେ ଯିବ । ଜୀବନସାଥିଙ୍କ ସହ ବୁଲିବାକୁ ଯାଇପାରନ୍ତି । ଆଜିର ଦିନ ନିବେଶ ପାଇଁ ବହୁତ ଲାଭଦାୟକ ରହିବ । ପୈତୃକ ସମ୍ପତି ପ୍ରାପ୍ତ ହୋଇପାରେ । ବ୍ୟବସାୟରେ ଲାଭ ମିଳିବ । ଚାକିରି କ୍ଷେତ୍ରରେ ଉନ୍ନତି ମିଳିବ । କୌଣସି ନୂଆ କାମ ଆରମ୍ଭ କରିପାରନ୍ତି । କୌଣସି ବଡ ବ୍ୟକ୍ତିଙ୍କ ସହ ମାନମାଳିନ ହୋଇପାରେ । ଅନ୍ୟ ଅପେକ୍ଷା ନିଜ ଉପରେ ବିଶ୍ଵାସ ରଖନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କନ୍ୟା

ଏହି ରାଶିର ବ୍ୟବସାୟୀଙ୍କୁ ପ୍ରଚୁର ମାତ୍ରାରେ ଧନ ଲାଭ ହେବ । କାରୋବାରକୁ ନେଇ କୌଣସି ନୂଆ ଲୋକ ସହ ସାକ୍ଷାତ ହୋଇପାରେ । ଧନ ସଞ୍ଚୟ କରିବାରେ ଏହା ଆପଣଙ୍କ ପାଇଁ ଉପଯୁକ୍ତ ସମୟ ଅଟେ । ଆପଣ କୌଣସି ସ୍ୱଳ୍ପ କାଳୀନ ନିବେଶ କରିବାକୁ ଚାହୁଞ୍ଚନ୍ତି ତେବେ ସେଥିରେ ଭଲ ଲାଭ ମିଳିବ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଟଙ୍କା ଖର୍ଚ କରିପାରନ୍ତି । ବ୍ୟବସାୟରେ କିଛି ନୂଆ କରି ଦେଖାଇବେ । ଅନାବଶ୍ୟକ ଖର୍ଚ ବୃଦ୍ଧି ହୋଇପାରେ । ନିଜର ଜୀବନ ଶୈଳୀ ଓ ଟଙ୍କାକୁ ନେଇ କୌଣସି ନୂଆ ନିଷ୍ପତି ନିଅନ୍ତୁ ନାହିଁ ।

ତୁଳା

ଆଜି ଛାତ୍ରମାନଙ୍କୁ ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ମିଳିବ । ପରିବାରରେ କୌଣସି କଥାକୁ ନେଇ ପରିବାର ସଦସ୍ୟଙ୍କ ସହ ମନମାଳିନ୍ୟ ହୋଇପାରେ । ଆଜି କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି । ଯଦି ପୈତୃକ ସମ୍ପତ୍ତିକୁ ନେଇ କୌଣସି ମାମଲା ଅଛି ତେବେ ସେଥିରେ ଆପଣଙ୍କୁ ସଫଳତା ମିଳିବ । ଆଜି ଆପଣ ଲୁଗା ପଟା ଓ ଗହଣାକୁ ନେଇ ଖର୍ଚାନ୍ତ ହୋଇପାରନ୍ତି । ବ୍ୟବସାୟରେ ନିବେଶ ଲାଭ ଦାୟକ ରହିବ ।

ବିଚ୍ଛା

ଆଜି ପାରିବାଋକ ସମ୍ପର୍କ ମଜବୁତ ରହିବ । ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପରନ୍ତି । ସମସ୍ତ କାର୍ଯ୍ୟ ମାତ ପିତାଙ୍କ ପରାମର୍ଶ ନେଇ କରନ୍ତୁ ପରିବାରରେ ପିଲାମାନଙ୍କ ସହ ସମୟ ବିତାଇବେ । ପାର୍ଟନରଶିପ ବ୍ୟବସାୟରେ ପାର୍ଟନରଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । ଯାହା ଦ୍ଵାର କି ଆପଣଙ୍କୁ ବ୍ୟବସାୟରେ ଭଲ ଲାଭ ମିଳିବ । ଜମି ଓ ବାହନ କିଣିବାରେ ସୁଯୋଗ ମିଳିପାରେ । କୌଣସି କ୍ଷେତ୍ରରେ  ନିବେଶ କରିବା ପୂର୍ବରୁ ସେଥିରେ ଅନୁଭବ ଥିବା ବ୍ୟକ୍ତିମାନଙ୍କ ଠାରୁ ପରାମର୍ଶ ନିଅନ୍ତୁ । ପରିବାରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ ।

ଧନୁ

ଆଜି ପିଲାମାନଙ୍କ ସହ ଭଲ ସମୟ ବିତାଇବେ । ଏହା ଦ୍ଵାରା ସେମାନଙ୍କ ସହ ଭଲ ସମ୍ପର୍କ ରହିବ । ଧନ ରୋଜଗାର କରିବାର ନୂଆ ଉପାୟ ମିଳିବ । କୌଣସି ମିତ୍ରଙ୍କ ଘରକୁ ଯାଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ବାତାବରଣ ଆପଣଙ୍କ ସପକ୍ଷରେ ଯିବ । ଆପଣଙ୍କ ବ୍ୟବହାର ନ୍ୟାୟ ପୂର୍ଣ ରହିବ । ନିର୍ଧାରିତ କରିଥିବା କାର୍ଯ୍ୟ କରିବାରେ ପ୍ରେରଣା ପାଇବେ । ପରିବାର ଓ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ଦିନଟି ବହୁତ ଭଲରେ କଟିବ । ଆପଣ ଟଙ୍କା ସଞ୍ଚୟ କରିବାକୁ ଚେଷ୍ଟା କରନ୍ତୁ ଯାହା ଦ୍ଵାରା ଆପଣଙ୍କୁ ଭବିଷ୍ୟତରେ କୌଣସି ବି ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ ନାହିଁ ।

ମକର

ଘରକୁ କୌଣସି ଅତିଥି ଆସିପାରନ୍ତି । ଆଜି କୌଣସି ପୁରୁଣା ମିତ୍ରଙ୍କ ସହ ଦେଖା ହୋଇପାରେ । ଆଜିର ଦିନଟି ମୌଜ ମଜଲିସରେ ବିତିପାରେ । ଆପଣଙ୍କୁ କୌଣସି ଉପହାର ମିଳିପାରେ । ଆଜି ଆପଣ ଆବଶ୍ୟକ ନିଷ୍ପତି ନିଅନ୍ତୁ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୁଳ ଅଛି । କ୍ୟାରିୟରରେ ଉନ୍ନତି କରିବେ । ବ୍ୟବସାୟରେ କୌଣସି ନୂଆ ଯୋଜନା କରିବେ । ନିଜର କୌଣସି ଗୁପ୍ତା କଥା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । ଆଜି ସବୁ କାର୍ଯ୍ୟକୁ ଭଲ ଭାବରେ ଭାବି ଚିନ୍ତି କରନ୍ତୁ ।

କୁମ୍ଭ

ଅଫିସରେ ଆପଣଙ୍କୁ ସହଯୋଗୀଙ୍କ ସହଯୋଗ ମିଳିବ । ଆପଣଙ୍କୁ ଧନ ରୋଜଗାର କରିବାର ସୁବର୍ନ ସୁଯୋଗ ମିଳିବ । ଆଜି ଆପଣ ଅଧିକ ପରିଶ୍ରମ କରିବେ ଯାହାଦ୍ୱାରା କି ଆପଣ କ୍ଳାନ୍ତ ଅନୁଭବ କରିବେ । ଘର ପରିବାରରେ ଖୁସିର ବାତାବରଣ ରହିବ । ଆଜି କୌଣସି କ୍ଷେତ୍ରରେ ଟଙ୍କା ଖର୍ଚ କରିବେ । ଆପଣଙ୍କୁ ଆଜି କୌଣସି ଖୁସି ଖବର ମିଳିପାରେ । ଆଜି ଆପଣଙ୍କୁ ଅଫିସ ଓ ବ୍ୟବସାୟରେ କୌଣସି କଠିନ ନିଷ୍ପତି ନେବାକୁ ପଡିପାରେ । ଆପଣ କୌଣସି କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ କିନ୍ତୁ ଏଥିରେ ଆପଣଙ୍କୁ ଧନ ପ୍ରାପ୍ତି ହେବ ।

ମୀନ

ଆଜିର ଦିନଟି ଠିକ ଠାକ ରହିବ । ଯଦି କୌଣସି ବ୍ୟକ୍ତି ଆପଣଙ୍କର ବହୁତ ପ୍ରସଂଶା କରୁଛି ତେବେ ଆପଣ ସତର୍କ ରହନ୍ତୁ । କୌଣସି ବିଷୟରେ ବିଚାର କରିପାରନ୍ତି । ଘର, କୁଟୁମ୍ବ, ବ୍ୟବସାୟରେ ବାତାବରଣ ଭଲ ରହିବ । ବାଣୀ ଉପରେ ନିୟନ୍ତ୍ରଣର ରଖନ୍ତୁ । ନଚେତ କୌଣସି ବିବାଦରେ ପଡ଼ିପାରନ୍ତି । ଆଜି ଆପଣ କୌଣସି କାମ ଆରମ୍ଭ କରିପାରିବେ ସେଥିରେ ସଫଳତା ପାଇବେ । ଜଳରେ କିଛି ଚାଉଳ ପକାଇ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ, ସବୁ କାର୍ଯ୍ୟରେ ସଫଳତା ମିଳିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।