ଆଜିର ରାଶିଫଳ, 24 ଅକ୍ଟୋବର 2020, ଶନିବାର, ଏହି ୫ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କୁ ଜୀବନରେ ଭୌତିକ ସୁଖ ମିଳିବ । ବୈବାହିକ ଜୀବନରେ ବି ଖୁସି ଆସିବ । ପରିବାରର ସଦସ୍ୟଙ୍କ ସହଯୋଗରେ କୌଣସି ମହତ୍ଵ ପୂର୍ଣ କାର୍ଯ୍ୟ ଆପଣଙ୍କର ପୂର୍ଣ ହୋଇଯିବ । ଆପଣଙ୍କୁ ଆଜି କୌଣସି ନୂଆ କାର୍ଯ୍ୟ ମିଳିପାରେ । ଅଫିସରେ ଉପରିସ୍ଥ ଅଫିସରଙ୍କ ପ୍ରଶଂସାର ପାତ୍ର ହେବେ । ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ । ଚାକିରିରେ ପଦୋନ୍ନତି ମିଳିବ ।

ବୃଷ

ଆଜି ଦିନଟି  ଆପଣଙ୍କର ସାମାନ୍ୟ ରହିବ । ଆପଣଙ୍କୁ କୌଣସି ବଡ ଚିନ୍ତା ହଇରାଣ କରିପାରେ । ଆପଣ ଆଜି ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଘର ପରିବାରରେ କୌଣସି ବଡ ଲୋକଙ୍କର ସ୍ୱାସ୍ଥ୍ୟରେ ଖର୍ଚାନ୍ତ ହୋଇପାରନ୍ତି । ଆପଣଙ୍କୁ ମାନ ସମ୍ମାନ ମିଳିବ । ଆଜି ଆପଣଙ୍କ ମନ ଧାର୍ମିକ କ୍ଷେତ୍ରରେ ଲାଗିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ବିରୋଧରେ କିଛି ଷଡଯନ୍ତ୍ର ହୋଇପାରେ । ଏଥିପ୍ରତି ସତର୍କ ରହନ୍ତୁ ।

ମିଥୁନ

ଆଜି ଆପଣଙ୍କ ଦିନଟି ଭଲରେ ଯିବ । ଜୀବନସାଥିଙ୍କ ସହ ଭଲ ସମୟ ବିତାଇବେ । ବୈବାହିକ ଜୀବନରେ ଖୁସି ଭରିଯିବ । ଶାସନ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଆପଣ ଯଦି ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ସଫଳତା ପାଇବେ । ଚାକିରିରେ ପଦୋନ୍ନତି ମିଳିବ ।

କର୍କଟ

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ । ଆଜି କାମରେ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ଜମି ବାଡିକୁ ନେଇ କୌଣସି ବିବାଦରେ ଫସି ପାରନ୍ତି । ବ୍ୟବସାୟେରେ ଆୟର ପନ୍ଥା ସାମାନ୍ୟ ରହିବ । ଆପଣଙ୍କ ଶତ୍ରୁ ପରାସ୍ତ ହେବେ । ମାତା ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ଆର୍ଥିକ ଭାବେ କମଜୋର ପଡ଼ିପାରନ୍ତି ।

ସିଂହ

ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଭଲ ଅଛି । ଆପଣଙ୍କୁ ବିଭିନ୍ନ ସ୍ରୋତରୁ ଆୟର ମାର୍ଗ ଖୋଲିଯିବ । ଆପଣଙ୍କ ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ । ପରିବାରରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ । ଆପଣ ଆଜି କିଛି ବଡ ଲୋକଙ୍କ ସମ୍ପର୍କରେ ଆସିବା ଦ୍ଵାରା ତାଙ୍କ ସାହାଯ୍ୟରେ ଅଟକି ଥିବା କିଛି କାର୍ଯ୍ୟ ପୁରା ହୋଇଯିବ । ଛାତ୍ର ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ଉନ୍ନତି କରିବେ । ନବ ଦମ୍ପତିଙ୍କ ପାଇଁ ସନ୍ତାନ ସୁଖ ଅଛି । ଆପଣଙ୍କ ନିଷ୍ପତ୍ତି ଯୋଗୁଁ ଆପଣ ପ୍ରଶଂସା ପାଇବେ ।

କନ୍ୟା

ଆଜି ଆପଣଙ୍କ ପାଇଁ ଦିନଟି ଅନୁକୂଳ ଅଛି । ଆପଣଙ୍କ ପରିବାରରେ ଖୁସିର ପରିବେଶ ରହିବ । ଭାଇ ଭଉଣୀ ଓ ପିତା ମାତାଙ୍କ ସହ ସମ୍ପର୍କ ଭଲ ରହିବା ଦ୍ଵାରା ସବୁ କାର୍ଯ୍ୟରେ ପାରିବାରିକ ସହଯୋଗ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଆପଣଙ୍କୁ ଜମି କିମ୍ବା ବାହାନ ଆଦି କିଣିବାର ସୁଯୋଗ ମିଳିବ । ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ କୌଣସି ଯୋଜନାକୁ ପୁରା କରିବା ପୂର୍ବରୁ କାହାକୁ ଜଣାନ୍ତୁ ନାହିଁ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଚାକିରରେ ପଦୋନ୍ନତି ହେବ ।

ତୁଳା

ଆଜି ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଛି । ପରିବାରରେ ଖୁସିର ପରିବେଶ ରହିବ । ଚାକିରି କ୍ଷେତ୍ରରେ କର୍ମଚାରୀଙ୍କ ସହଯୋଗ ମିଳିବ । ବ୍ୟବସାୟରେ କୌଣସି ନୂଆ ଡିଲ କରିବାରେ ସଫଳ ହେବେ । ଆପଣଙ୍କ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । କିନ୍ତୁ ଘରର ବୟଜେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖନ୍ତୁ । ସରକାରୀ ପ୍ରତିଷ୍ଠାନରେ କାର୍ଯ୍ୟ ମିଳିପାରେ ।

ବିଚ୍ଛା

ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଭଲରେ ଯିବ । ଆଜି ଆପଣ ନିଜ ପରିବାରରେ ହସ ଖୁସିରେ ସମୟ ବିତାଇବେ ନଚେତ ଆପଣ ନିଜ ପରିବାର ସହ ବୁଲିବାକୁ ଯାଇପାରନ୍ତି । କାର୍ଯ୍ୟ କ୍ଷେତ୍ର ରେ ସଫଳତା ମିଳିବ ।ବ୍ୟବସାୟରେ ଭଲ ଲାଭ ମିଳିବ । ଅଚାନକ କୌଣସି କ୍ଷେତ୍ର ରୁ ଭଲ ଧନ ଲାଭ ମିଳିବ । ଚାକିରି କ୍ଷେତ୍ରରେ ଉପରିସ୍ଥଙ୍କ ପ୍ରଶଂସା ମିଳିବ ଯାହା ଫଳରେ ଆପଣଙ୍କ ମନ ଖୁସି ରହିବ । ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି କରନ୍ତୁ । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ ।

ଧନୁ

ଆଜି ଆପଣଙ୍କ ଦିନଟି ମିଳା ମିଶା ରହିବ । ବୈବାହିକ ଜୀବନ ଠିକ ଠାକ ରହିବ । ଘର ପରିବାର ରେ କୌଣସି କଥାକୁ ନେଇ କଥା କଟା କଟି ହୋଇପାରେ। କାର୍ଯ୍ୟ ସ୍ଥଳରେ କଠିନ ପରିଶ୍ରମ କରିବା ଦ୍ଵାରା ସଫଳତା ମିଳିବ । ଅଫିସରେ ଉପରିସ୍ଥ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି କିନ୍ତୁ ପରେ ସବୁ ଠିକ ଠାକ ହୋଇଯିବ । ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା ବଢିପାରେ । ଆର୍ଥିକ କ୍ଷେତ୍ର ରେ ସୁଧାର ଆସିବ କିନ୍ତୁ ଖର୍ଚାନ୍ତ ହୋଇପାରନ୍ତି ସମାଜରେ ମାନ ସମ୍ମାନ ବଢିବ । ଛାତ୍ର ମାନଙ୍କୁ ପାଠ ପଢାରେ କୃତ କାର୍ଯ୍ୟ ମିଳିବ ।

ମକର

ଆଜି ଆପଣଙ୍କ ପାଇଁ ଦିନଟି ଭଲରେ ଯିବ । ଆଜି ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ କ୍ରମ ହୋଇପାରେ । ଛାତ୍ରମାନେ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯିବାପାଇଁ ଚାହୁଁ ଥିଲେ ତାଙ୍କ ପାଇଁ ଭଲ ସୁଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରି ସବୁ କାର୍ଯ୍ୟ ରେ ସଫଳତା ପାଇବେ । ଆଜି ଆପଣ କିଛି ସୌଖୀନ ଦ୍ରବ୍ୟ କିଣା କିଣି ରେ ଧନ ଖର୍ଚ କରିବେ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବାରୁ ଆପଣଙ୍କୁ ଖୁସି ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଆପଣ ପରିବାର ସହ ବୁଲିବାକୁ ଯାଇପାରନ୍ତି ।

କୁମ୍ଭ

ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ ଅଛି । ଆପଣଙ୍କୁ କୌଣସି କ୍ଷେତ୍ରରୁ ଭଲ ଧନ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । କାର୍ଯ୍ୟ କ୍ଷେତ୍ରରେ ସବୁ ଠିକ ଠାକ ରହିବ । ଅଫିସରେ ସହଯୋଗୀଙ୍କ ଭରପୁର ସହଯୋଗ ମିଳିବ । ଆପଣ ଆଜି ନିଜ ବ୍ୟବସାୟକୁ ବିସ୍ତାର କରିବାରେ ସଫଳ ହେବେ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ ଏଥିପାଇଁ ଘରକୁ ସମ୍ପର୍କୀୟଙ୍କ ଯିବା ଆସିବା ଲାଗିରହିବ ଯାହା ଫଳରେ କି ଘରେ ଏକ ଖୁସିର ପରିବେଶ ରହିବ ।

ମୀନ

ଆଜି ଆପଣଙ୍କୁ ମିଳାମିଶା ପରିଣାମ ମିଳିବ । ପରିବାରରେ ଦାୟିତ୍ଵ ବଢିବ। ପାରିବାରିକ କାର୍ଯ୍ୟରେ ଭାଇ ବନ୍ଧୁଙ୍କ ସହଯୋଗ ମିଳିବ । କାର୍ଯ୍ୟ ସ୍ଥଳରେ ଆଜି ଆପଣଙ୍କୁ କୌଣସି ନୂଆ କାର୍ଯ୍ୟ ମିଳିପାରେ । ଆପଣଙ୍କ ବ୍ୟବସାୟରେ ଭଲ ଲାଭ ମିଳିବା ସହ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କ ମନ ଧାର୍ମିକ କ୍ଷେତ୍ରରେ ଲାଗିବ । ସମାଜରେ ପ୍ରତିଷ୍ଠା ମିଳିବ । କୋଟ କଚେରୀ ମାମଲା ରେ ବିଜୟୀ ହେବେ । ସରକାରୀ ଚାକିରି ରେ ଆବେଦନ କରିଥିବା କାର୍ଯ୍ୟରେ ସଫଳତା ମିଳିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।