ଆଜିର ରାଶିଫଳ, 23 ଜୁନ 2020, ମଙ୍ଗଳବାର, ବଦଳିଲା ରାହୁ କେତୁଙ୍କ ଚାଲ, ଏହି ୫ଟି ରାଶି ଉପରେ ପଡିବ ଅଧିକ ପ୍ରଭାବ, ରହିଛି ଧନହାନିର ଆଶଙ୍କା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୩ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ବିବାଦକୁ ବଢାନ୍ତୁ ନାହିଁ । ଫାଲତୁ ଖର୍ଚ କରନ୍ତୁ ନାହିଁ । ସାବଧାନ ହୋଇ ଯାତ୍ରା କରନ୍ତୁ । ଦାମୀ ବସ୍ତୁ ସମ୍ଭାଳି ରଖନ୍ତୁ । କ୍ଳାନ୍ତ ଅନୁଭବ ହୋଇପାରେ । ସନ୍ତାନ ସମ୍ବନ୍ଧିତ ଚିନ୍ତା ଦୂର ହେବ । ଲମ୍ବା ଯାତ୍ରାକୁ ଯାଆନ୍ତୁ ନାହିଁ । ବୟସ୍କ ଲୋକମାନଙ୍କ ଠାରୁ ନିବେଶ ପାଇଁ ଉପଦେଶ ନିଅନ୍ତୁ । ବିଦ୍ୟାର୍ଥୀ ପରିଶ୍ରମ କରନ୍ତୁ । ଜଲ୍ଦି ଜଲ୍ଦି ନିବେଶ କରନ୍ତୁ ନାହିଁ । ପାରିବାରିକ ଚିନ୍ତା ଆପଣଙ୍କ ଏକାଗ୍ରତାକୁ ଭଙ୍ଗ କରିବ ।

ବୃଷ

ବୁଡି ଯାଇ ଥିବା ଟଙ୍କା ମିଳିଯିବ । ମିତ୍ର ଓ ସମ୍ପର୍କୀୟଙ୍କ ସାହାର୍ଯ୍ୟ ମିଳିବ । ଯାତ୍ରା ଲାଭଦାୟକ ରହିବ । ଆଘାତ ଓ ରୋଗରୁ ବଞ୍ଚି ପାରିବେ । ନୂତନ କାମ ମିଳିବ । ବ୍ୟପାର ବ୍ୟବସାୟରେ ଅନୁକୂଳ ପରିସ୍ଥିତି ଆସିବ । ଯୁବକମାନଙ୍କ ପୁରା ଧ୍ୟାନ ନିଜର କ୍ୟାରିୟର ଉପରେ ପଡିବ । ମାତା ପିତାଙ୍କ ପାଇଁ କୌଣସି ଉପାହାର ନେଇ ଯାଅନ୍ତୁ, ସେ ଅତ୍ୟନ୍ତ ଖୁସି ହେବେ । ସମାଜରେ ଉଚ୍ଚ ପଦ ପ୍ରାପ୍ତି ହୋଇପାରେ । ପୁରୁଣା ନିବେଶ ଦ୍ଵାରା ଆୟରେ ଉନ୍ନତି ଆସିବ ।

ମିଥୁନ

ଦ୍ଵିତୀୟର ସଫଳତାକୁ ଦେଖି ଆପଣ ବି ଆଚମ୍ବିତ ହେବେ । ଅନ୍ୟ ବ୍ୟକ୍ତିଙ୍କ ପ୍ରଭାବିତ କରିବା ପାଇଁ ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ । ନିଜ ଜୀବନସାଥିଙ୍କ ସହିତ ନିଜର ଗୋପନୀୟ ସୂଚନାକୁ ଶେୟାର କରନ୍ତୁ । ଆର୍ଥିକ ଉନ୍ନତି ପାଇଁ ନୂତନ ନୀତି କରନ୍ତୁ । କାର୍ଯ୍ୟ ପ୍ରଣାଳୀରେ ସୁଧାର ଆସିବ । ନୂତନ ଅନୁବନ୍ଧ ହୋଇପାରେ । ଲାଭ ବୁଦ୍ଧି ହେବ । ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ।

କର୍କଟ

ନୂତନ ସମ୍ପର୍କ କରନ୍ତୁ । ଘରେଲୁ ଖର୍ଚ ବୁଦ୍ଧି ହେବ । ପୂଜା ପାଠରେ ମନ ଲାଗିବ । ସରକାରୀ କାର୍ଯ୍ୟରେ ଗତିରୋଧ ହୋଇ ସ୍ଥିତି ଲାଭଦାୟକ ହେବ । ବ୍ୟପାର ବ୍ୟବସାୟ ଭଲ ଚାଲିବ । କୌଣସି ସହକର୍ମୀ ସାହାର୍ଯ୍ୟ କରିବେ । ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ବିଦ୍ୟାର୍ଥୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । କେବଳ ବୁଦ୍ଧିମାନ ଦ୍ଵାରା ନିବେଶ କରାଯାଇଥିବା ନିବେଶ ହିଁ ଲାଭଦାୟି ହେବ ।

ସିଂହ

ସ୍ଥାୟୀ ସମ୍ପତ୍ତିରୁ ଭଲ ଲାଭ ମିଳିପାରେ । ବିବାଦ ଠାରୁ ଦୂରେଇ ରୁହନ୍ତୁ । ବେରୋଜଗାରି ଦୂର କରିବାକୁ ପ୍ରୟାସ କରନ୍ତୁ । ବ୍ୟାପାର ବ୍ୟବସାୟ ଠିକ ଚାଲିବ । ଚାକିରିର ପ୍ରଭାବ ପଡିବ । ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ । ମିତ୍ରଙ୍କ ସହ ମନୋରଞ୍ଜନ କରିବେ । ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିବ । ଶେୟାର ମାର୍କେଟରେ ଅନୁକୂଳ ସ୍ଥିତି ରହିବ । ଘର ବାହାରରେ ସ୍ଥିତି ଭଲ ରହିବ । ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା

ଦୁଖଦ ସମାଚାର ମିଳିପାରେ । ସ୍ୱାସ୍ଥ୍ୟର ଚକ କମଜୋର ରହିବ । କ୍ରୋଧ ଓ ଉତ୍ତେଜନା ଉପରେ ନିୟନ୍ତ୍ରଣ ରଖନ୍ତୁ । ଭାବନାରେ ବହି କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଚିନ୍ତିତ ରହିବେ । କିଛି କାମରେ ବାଧା ଆସିପାରେ । ଆପଣଙ୍କ ମନ କିଛି ଖରାପ କାମ ଆଡକୁ ଯାଇ ପାରେ । ପରିବାରରେ ସୁଖମୟ ପରିସ୍ଥିତି ରହିବ । ନୂତନ ମିତ୍ର ହେବେ । ପ୍ରେମ ସମ୍ବନ୍ଧରେ ଭୟ ରହିବ । ନିଜର ଖରାପ ମୁଡକୁ ବିବାହିତ ଜୀବନ ଠାରୁ ଦୂରେଇ ରଖନ୍ତୁ ।

ତୁଳା

ମାନସିକ ରୂପରେ ସୁସ୍ଥ ରହିବେ । ନୂତନ ଆର୍ଥିକ ଯୋଜନା ଉପରେ କାର୍ଯ୍ୟ କରିବେ । ଦୁର୍ଘଟଣା ଦ୍ଵାରା ଆଘାତ ଲାଗି ପାରେ । ସାବଧାନ ରୁହନ୍ତୁ । କୌଣସି ନୂତନ କିମ୍ବା ପୁରୁଣା ରୋଗ ଆପଣଙ୍କ ଚିନ୍ତାର କାରଣ ହୋଇପାରେ । କ୍ରୋଧ ଓ ଉତ୍ତେଜନା ଉପରେ ନିୟନ୍ତ୍ରଣ ରଖନ୍ତୁ । ଦାମୀ ବସ୍ତୁକୁ ସମ୍ଭାଳି ରଖନ୍ତୁ । ଜଣ କଲ୍ୟାଣ କାର୍ଯ୍ୟରେ ରୁଚି ବଢିବ । ଘର ପରିବାରରେ କୌଣସି ମଙ୍ଗଲମୟ ଅବସର ଆସିପାରେ ।

ବିଚ୍ଛା

ବ୍ୟାଙ୍କ ସହ ଜଡିତ ସମସ୍ୟା ସମାଧାନ ହୋଇଯିବ । ଘରେ ଶାନ୍ତିର ପରିବେଶ ରଖିବା ପାଇଁ ବୁଝି ସୁଝି କାମ କରନ୍ତୁ । ଆପଣଙ୍କ ପ୍ରିୟ ଆପଣଙ୍କୁ ଖୁସି କରିବା ପାଇଁ କିଛି ଖାସ କାମ କରିବେ । କୌଣସି ମଙ୍ଗଳମୟ କାର୍ଯ୍ୟକ୍ରମ ହୋଇପାରେ । ବିଦ୍ୟାର୍ଥୀ ବର୍ଗ ନିଜର କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ସଙ୍ଗୀତ ଇତ୍ୟାଦିରେ ରୁଚି ବଢିବ । ବ୍ୟାପାର ବ୍ୟବସାୟରେ ଲାଭଦାୟକ ରହିବ । ବିଦ୍ୟା ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ମିଳିବ ।

ଧନୁ

ଖରାପ ସମୟ ଅଧିକ ଦିନ ରହିବ ନାହିଁ । ଚିନ୍ତାରେ ରହି ନିଜର ସମୟକୁ ବ୍ୟର୍ଥ କରନ୍ତୁ ନାହିଁ । କୌଣସି ଦୁଖ ଖବର ମିଳିପାରେ । ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ । ଆଜି ଆପଣଙ୍କୁ ଲାଭ ମିଳିବ । କୌଣସି ପରିବାର ସଦସ୍ୟଙ୍କ ସହ ଆପଣଙ୍କ ବିବାଦ ହୋଇପାରେ । ଆଜି ଅଚାନକ କୌଣସି ରୋମାଣ୍ଟିକ ସାକ୍ଷାତ ହୋଇପାରେ । ନୂତନ ପ୍ରସ୍ତାବ ଆକର୍ଷକ କରିବ । କିନ୍ତୁ ଜଲ୍ଦି ଜଲ୍ଦି କୌଣସି ନିଷ୍ପତି ନିଅନ୍ତୁ ନାହିଁ । ପ୍ରସନ୍ନ ରହିବେ ।

ମକର

ଆର୍ଥିକ ମାମଲାରେ ସ୍ଥିତି ଆପଣଙ୍କ ପକ୍ଷରେ ରହିବ । ରୋଜଗାରରେ ଶୁଭ ଅବସର ଆସିପାରେ । ବ୍ୟାପାରରେ ଉନ୍ନତି ଦ୍ଵାରା ଲାଭ ମିଳିବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ଆଜି ହୋଇପାରେ ଆପଣ ପ୍ରଥମ ନଜରରେ କାହାକୁ ପସନ୍ଦ କରି ପାରନ୍ତି । ଆପଣଙ୍କୁ ଆର୍ଥିକ ଲାଭ ମିଳିବ । କାରୋବାରରେ ବୁଦ୍ଧି ହେବ । ସେଥିପାଇଁ ଆପଣ ନିଜର ପରିଶ୍ରମର ଟଙ୍କା ବୁଝି ସୁଝି ନିବେଶ କରନ୍ତୁ । ବିବାଦ ମତଭେଦ ଠାରୁ ଦୂରେଇ ରହିବାକୁ ଚେଷ୍ଟା ଜରନ୍ତୁ ।

କୁମ୍ଭ

ଆପଣ ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆର୍ଥିକ ରୂପରେ ଆପଣ ଉନ୍ନତି କରିବେ । ଆପଣଙ୍କୁ ଏକ ନୂତନ ସ୍ରୋତ ହାସଲ ହେବ । ନିଜର ପରିବାର ଲୋକମାନଙ୍କ ଭଲ ପାଇଁ ପରିଶ୍ରମ କରନ୍ତୁ । ଭୌତିକ ସୁଖ ସୁବିଧା ବୁଦ୍ଧି ହୋଇପାରେ । ଯାତ୍ରା କରିବା ଆପଣଙ୍କ ପାଇଁ ମହଙ୍ଗା ପ୍ରମାଣିତ ହୋଇପାରେ । ଜୀବନସାଥିଙ୍କ ସହ ସନ୍ଧ୍ୟା ସମୟରେ କିଛି ଖାସ ସମୟ ବ୍ୟତୀତ କରିବେ ।

ମୀନ

ଟଙ୍କା ଅଚାନକ ଆପଣଙ୍କ ପାଖକୁ ଆସିବ । ବ୍ୟପାର ବ୍ୟବସାୟ ଭଲ ଚାଲିବ । ଚାକିରିରେ କାର୍ଯ୍ୟ ଭାର ବଢିବ । ପୁରୁଣା ନିବେଶ ଦ୍ଵାରା ଲାଭ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । କିଛି କାମରେ ଡେରି ହେବ । ଚିନ୍ତା ଦୂର ହେବ । ଆୟରେ ଉନ୍ନତି ଆସିବ । ଜୋଖିମ ନିଅନ୍ତୁ ନାହିଁ । ବ୍ୟସାୟରେ ନୂତନ ବିଚାର ଆସିବ । ଓକିଲଙ୍କ ପାଖକୁ ଯାଇ ଆଇନ ମାମଲାରେ ଉପଦେଶ ନେଇ ପାରନ୍ତି । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।