ଆଜିର ରାଶିଫଳ, 21 ଅକ୍ଟୋବର 2020, ବୁଧବାର, ଏହି ୫ଟି ରାଶି ଉପରେ ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ପଡିବାରୁ ଧନ ବୃଦ୍ଧି ଓ ମିଳିବ ସଫଳତା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ସାଙ୍ଗମାନଙ୍କ ସହ ସମୟ ବିତାଇବେ । ଆଜି ଅପରିଚିତ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଆପଣ ଆପଣଙ୍କ ସବୁ ଇଛାକୁ ପୂରଣ କରିବେ । ଆପଣ କୌଣସି ଜମି କିମ୍ବା ବାହନ କିଣିବାରେ ସଫଳ ହେବେ । ବ୍ୟବସାୟୀଙ୍କୁ କୌଣସି ସରକାରୀ କଣ୍ଟ୍ରାକ୍ଟ ମିଳିବ । ଚାକିରି କ୍ଷେତ୍ରରେ ଉନ୍ନତି ହେବ । କାର୍ଯ୍ୟ କ୍ଷେତ୍ରରେ ଯତ୍ନବାନ ସହକାରେ କାମ କରନ୍ତୁ । କ୍ୟାରିୟରରେ ସଫଳତା ମିଳିବ । କୌଣସି କାମରେ ଗଲାବେଳେ ମାତା ପିତାଙ୍କ ଆଶୀର୍ବାଦ ନେଇ ଯାଅନ୍ତୁ କାର୍ଯ୍ୟରେ ସଫଳତା ମିଳିବ ।

ବୃଷ

ଆଜି ଛାତ୍ରଙ୍କ ପାଇଁ ଦିନଟି ବହୁତ ଭଲ ଅଛି । ବ୍ୟବସାୟିଙ୍କୁ ଭଲ ଲାଭ ମିଳିବ । ଆପଣଙ୍କ ଯାତ୍ରା ସଫଳ ରହିବ । ଆପଣ ବାହାରକୁ ତଥା ତୀର୍ଥ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ସରକାରୀ କ୍ଷେତ୍ରରେ ଲାଭ ମିଳିବ । ବ୍ୟବସାୟରେ ଆର୍ଥିକ ଲାଭ ମିଳିବ ଓ ଚାକିରିରେ ସମ୍ମାନ ମିଳିବ । ଆକସ୍ମିକ ଧନ ଲାଭ ହେବ । ସାମାଜିକ କ୍ଷେତ୍ରରେ ମନ ଲାଗିବ । ଖରାପ ସାଙ୍ଗମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଚାକିରି ବଦଳେଇବାକୁ ଚାହୁଁଛନ୍ତି ତେବେ ସମୟ ଅନୁକୂଳ ନାହିଁ ଧର୍ଯ୍ୟ ରଖନ୍ତୁ ସମୟ ଆସିବ ।

ମିଥୁନ

ଆଜି ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ବ୍ୟବସାୟରେ ଅଟକିଥିବା ଟଙ୍କା ମିଳିଯିବ । କ୍ୟାରିୟରରେ ଶୁଭ ଫଳ ମିଳିବ । ଆପଣଙ୍କ ବୁଦ୍ଧି ଓ କାର୍ଯ୍ୟ ଶୈଳୀକୁ ପ୍ରଶଂସା ମିଳିବ । ଆୟର ବିଭିନ୍ଣ ପ୍ରକାରର ରାସ୍ତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଶୁଭ ଫଳ ମିଳିବ । କିନ୍ତୁ କାର୍ଯ୍ୟ ଭାର ଅଧିକ ରହିବ । ଆପଣଙ୍କ ସ୍ଵଭାବରେ ଗମ୍ଭୀରତା ରହିବ । ଆପଣ କାହାକୁ ବି ଧାର ଉଧାର ଦିଅନ୍ତୁ ନାହିଁ ।

କର୍କଟ

ଆପଣ ନିଜର ସବୁ କାର୍ଯ୍ୟ ପରିଶ୍ରମ ଦ୍ଵାରା ସମ୍ପୂର୍ଣ କରିବେ । ଅଫିସରେ ସମ୍ମାନିତ ହେବେ । ପାରିବାରିକ ସୁଖ ଶାନ୍ତି ମିଳିବ । କୌଣସି ମିତ୍ରଙ୍କ ସହ ଦେଖା ହୋଇ ଖୁସି ହେବେ । ଚାକିରି ଓ ବ୍ୟବସାୟରେ ଲାଭ ମିଳିବାରୁ ଆର୍ଥିକ କ୍ଷେତ୍ରରେ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ କରି ସବୁ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କ ଜୀବନରେ  ଖୁସି ରହିବ ।

ସିଂହ

ଆଜି ଆପଣ ପରିବାରକୁ ନେଇ କୌଣସି ବଡ ନିଷ୍ପତି ନେଇ ପାରନ୍ତି । ଆଜି କୌଣସି କାର୍ଯ୍ୟକୁ ପୁରା କରିବାକୁ କୌଣସି ମିତ୍ରଙ୍କ ସହଯୋଗ ମିଳିବ । ଆଜି ଆପଣ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ । ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ବ୍ୟବସାୟ ବୃଦ୍ଧି କରିବା ପାଇଁ ଏହା ଭଲ ସମୟ ଅଟେ । ଆପଣ ସେୟାର ବଜାର ଠାରୁ ଦୂରେଇ ରୁହନ୍ତୁ ନଚେତ କ୍ଷତିରେ ପଡିବେ । ଅଫିସରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ପିଲାମାନେ ପଢାରେ ଭଲ କରିବେ । ଧାର ଉଧାର ଦିଅନ୍ତୁ ନା ହିଁ କି କରନ୍ତୁ ନାହିଁ ନଚେତ ଅସୁବିଧାରେ ପଡ଼ିପାରନ୍ତି।

କନ୍ୟା

ଆଜି ମାତା ପିତାଙ୍କ ସହ ବୁଲିବାକୁ ଯାଇପାରନ୍ତି । ଅଫିସ କାର୍ଯ୍ୟରେ ବାହାରକୁ ଯାଇପାରନ୍ତି । ଚାକିରି କ୍ଷେତ୍ରରେ ସଫଳତା ମିଳିବ । ଜୀବନ ସାଥିଙ୍କ ସହ ଭଲ ସମ୍ପର୍କ ରହିବ । ସନ୍ତାନଙ୍କ ପକ୍ଷରୁ ସୁଖ ଖବର ମିଳିବ  । ମନୋରଞ୍ଜନରେ ସମୟ ବିତିବ । କାରୋବାର ମଧ୍ୟମ ଧରଣର ରହିବାରୁ ଆର୍ଥିକ କ୍ଷେତ୍ରରେ ସାମାନ୍ୟ ପରିସ୍ଥିତି ରହିବ । ନକରାତ୍ମକ ପ୍ରଭାବ ରହିବା କାରଣରୁ ନୂଆ କାର୍ଯ୍ୟ କରନ୍ତୁ ନାହିଁ ନଚେତ କ୍ଷତିରେ ପଡିବେ । ଭାଗିଦାରି ବ୍ୟବସାୟରେ ସମ୍ପର୍କ ଭଲ ରଖନ୍ତୁ ନଚେତ ସରକାରୀ କିମ୍ବା ଆଇନ ସମସ୍ୟା ଆସିପାରେ ।

ତୁଳା

ଆଜି ଆପଣଙ୍କର ଅଧିକ ସମୟ ପରିବାର ସହ ବିତିବ । ଅଫିସରେ ଆପଣଙ୍କୁ ପ୍ରଶଂସା ମିଳିବ । ଚାକିରି କ୍ଷେତ୍ରରେ ଆପଣଙ୍କର ଉତ୍ସାହ ଓ ସମନ୍ଵୟ ରହିବାରୁ ଆପଣ ଆପଣଙ୍କ ଲକ୍ଷ ସ୍ଥଳରେ ସହଜରେ ପହଞ୍ଚି ପାରିବେ । ଆପଣ ଆପଣଙ୍କ ଶିକ୍ଷକ ଓ ସାଙ୍ଗଙ୍କ ସାହାଯ୍ୟରେ ସବୁ କାର୍ଯ୍ୟରେ ସଫଳତା ପାଇବେ । କୌଣସି କଥାରେ ଚିନ୍ତା କରି ମାନସିକ ରୂପରେ ଅସୁସ୍ଥ ରହିବେ । ବ୍ୟବସାୟରେ କିଛି ସମସ୍ୟା ଆସିପାରେ । ଯଦି ଆପଣ ନିୟମିତ ଭାବେ ବ୍ୟବସାୟ ବୃଦ୍ଧି କରିବାକୁ ଚାହୁଛନ୍ତି ତେବେ ନୂଆ ଯୋଜନା କରନ୍ତୁ ।

ବିଚ୍ଛା

ଆଜି ଆପଣ ନିଜର କୌଣସି କାମକୁ ପୁରା କରିବାରେ ସାଙ୍ଗ ସାଥିଙ୍କ ସାହାଯ୍ୟ ନେବେ । ଅଫିସରେ ସାମାନ୍ୟ ସମସ୍ୟା ଉତ୍ପନ୍ନ ହୋଇପାରେ । ବ୍ୟବସାୟରେ ଉନ୍ନତି ହେବା ସହ ଧନ ଲାଭ ହେବ । ପୂର୍ବରୁ କରିଥିବା କାର୍ଯ୍ୟରେ ଧନ ମିଳିବ । ଆପଣ ବୈଭବ ଜୀବନ ଶୈଳୀ ଓ ପରିବାରର ଖୁସି ପାଇଁ ଧନ ଖର୍ଚ କରିବେ । କାର୍ଯ୍ୟ କ୍ଷେତ୍ରରେ ନୂଆ ଦାୟିତ୍ଵ ମିଳିବ ଓ ସବୁ କାର୍ଯ୍ୟରେ ସଫଳତା ମିଳିବ । ଧାର ଉଧାର ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ସମସ୍ୟା ବଢିପାରେ । ସମସ୍ତଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ଭବିଷ୍ୟତରେ ଭଲ ଲାଭ ମିଳିବ ।

ଧନୁ

ଆପଣଙ୍କ କୌଣସି ପୁରୁଣା କାର୍ଯ୍ୟ ସଫଳତାର ସହ ପୁରା ହୋଇଯିବ । ଭାଇ ବନ୍ଧୁଙ୍କ ସହ ଭଲ ସମ୍ପର୍କ ରହିବ । ଏହି ସମୟରେ ଘର କିଣିପାରନ୍ତି କିମ୍ବା ଘରକୁ ସଜେଇ କରିପାରନ୍ତି । ଆପଣଙ୍କ କୌଣସି କ୍ଷେତ୍ରରେ ଦାୟିତ୍ଵ ବଢିବ । କାର୍ଯ୍ୟରେ ସଫଳତା ମିଳିବା ସହ ଧନ ଲାଭ ହେବ । ଅନାବଶ୍ୟକ ଖର୍ଚ କରନ୍ତୁ ନାହିଁ । ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ମକର

ଆଜି ଆପଣଙ୍କ ସବୁ କାର୍ଯ୍ୟ ପୁରା ହୋଇଯିବ । ଅଫିସରେ ଉପରିସ୍ଥ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇ ପାରନ୍ତି । ଆପଣ ଉତ୍ସାହର ସହିତ କାର୍ଯ୍ୟ କରିବେ । ଆଜି ପୁରା ଦିନ ଆପଣଙ୍କ ଆତ୍ମବିକାଶରେ ଯିବ । କାରୋବାର ଭଲ ଚାଲିବା ସହ ଭଲ ଧନ ଲାଭ ହେବ । ସାମାଜିକ କ୍ଷେତ୍ର ରେ ଉନ୍ନତି ମିଳିବ । କାର୍ଯ୍ୟ କ୍ଷେତ୍ରରେ ସବୁ କାର୍ଯ୍ୟରେ ସହକର୍ମୀଙ୍କ ସହଯୋଗ ମିଳିବ । ଆକସ୍ମିକ ଭାବେ ଧନ ମିଳିବ ।

କୁମ୍ଭ

ଆଜି ଅଫିସରେ ସବୁ କାମ ସହଜରେ ପୁରା ହୋଇଯିବ ଓ ଉପରିସ୍ଥ ଅଫିସରଙ୍କ ଠାରୁ ପ୍ରଶଂସା ମିଳିବ । ବାହନ ଓ ଘର ଆଦି କିଣିବାର ସୁଯୋଗ ମିଳିବ । ଜ୍ଞାନି ଓ ବଡ ମାନଙ୍କର ସାହାଯ୍ୟରେ ପାରିବାରିକ ଧନ୍ଦାରେ ଉନ୍ନତି ହେବ । କାର୍ଯ୍ୟ କ୍ଷେତ୍ରରେ କିଛି କାମ ଅଧିକା ହେବାରୁ ଆପଣ ବ୍ୟସ୍ତ ରହିବେ । କାରୋବାରରେ ଧନ ଲାଭ ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ । ଆପଣଙ୍କୁ ଆଖି କିମ୍ବା ମୁଣ୍ଡ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ରହିପାରେ ।

ମୀନ

ଆଜି ଦଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ । ଆଜି ଆପଣଙ୍କୁ କୌଣସି ପାରିବାରିକ ଦାୟିତ୍ଵ ମିଳିବ । ଆପଣ କୌଣସି ବ୍ୟବସାୟ ଆରମ୍ଭ କରି ସେଥିରେ ସଫଳତା ପାଇବେ । ଚାକିରି କ୍ଷେତ୍ର ରେ ଆପଣ ଆପଣଙ୍କ ପ୍ରତିଦ୍ଵନ୍ଦିଙ୍କୁ ପଛରେ ପକାଇ ଆଗକୁ ବଢିବେ । କିନ୍ତୁ କୌଣସି କାର୍ଯ୍ୟରେ ପରିଶ୍ରମ କରି ସେଥିରେ ସଫଳତା ପାଇବେ । କାରୋବାର ସାମାନ୍ୟ ରହିବ । କାର୍ଯ୍ୟ କ୍ଷେତ୍ରରେ ଛୋଟ ମୋଟ ସମସ୍ୟା ଆସିପାରେ । ଅନାବଶ୍ୟକ ଧନ ଖର୍ଚ ହୋଇପାରେ । ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କୌଣସି ଅନୁଭବି ଲୋକଙ୍କ ଠାରୁ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।