ଆଜିର ରାଶିଫଳ, 20 ସେପ୍ଟେମ୍ବର 2020, ରବିବାର, ସୂର୍ଯ୍ୟଦେବ ଚମକାଇବେ ଏହି ୫ଟି ରାଶିର ଭାଗ୍ୟ, ଖୋଲିବ ସୁଖ ସମୃଦ୍ଧିର ଦ୍ଵାର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ମାନସିକ ଶାନ୍ତି ରହିବ । ଆଜି ଆପଣଙ୍କ ଘରେ ଶାନ୍ତିର ବାତାବରଣ ରହିବ ଏଥିପାଇଁ ଆପଣ ଆରମରେ କୌଣସି ବି ପରିବର୍ତ୍ତନ କରି ପାରନ୍ତି । ପାରିବାରିକ ଜୀବନରେ ବୃଦ୍ଧି ହେବ । ଆପଣଙ୍କ ଶତ୍ରୁ ଆପଣଙ୍କୁ ଚିନ୍ତିତ କରି ପାରନ୍ତି । ଯଦି ଆପଣଙ୍କର ସାହାଯ୍ୟର ଆବଶ୍ୟକତା ଅଛି ତାହେଲେ ନିଜ ପରିବାର ଲୋକଙ୍କ ଠାରୁ ସାହାଯ୍ୟ ମାଗନ୍ତୁ । କାରୋବାର ପାଇଁ ଯାତ୍ରା ଲାଭକାରୀ ପ୍ରମାଣିତ ହୋଇ ପାରେ । ଚାକିରିରେ ଦାୟିତ୍ଵ ଏବଂ କାମ ବଢିପାରେ । ସନ୍ତାନ ମାନଙ୍କର ବିବାହ ପାଇଁ ପ୍ରସ୍ତାବ ଆସିବ ।

ବୃଷ

ଆଜି ଆପଣ ଧାର୍ମିକ କାମରେ ବ୍ୟସ୍ତ ରହିବେ । ଧର୍ମ କର୍ମରେ ଆସ୍ଥା ବଢିବ । ହଠାତ ଲାଭ ହେବା କାରଣରୁ ମନ ଖୁସି ରହିବ । ବନ୍ଧୁଙ୍କ ପରାମର୍ଶକୁ ଅଣଦେଖା କରନ୍ତୁ ନାହିଁ । ଆପଣଙ୍କର କୌଣସି ପାଖ ଲୋକ ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇବେ । ବାପାଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ । ଆପଣ ନିଜ ଜୀବନସାଥୀଙ୍କୁ ଭଲ ଭାବରେ ସମ୍ଭାଳିବେ ଏବଂ ଆପଣଙ୍କର ବୁଝିବା ଜିନିଷକୁ ସୁଧାରିବ । ଖର୍ଚ ଉପରେ କାବୁ ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ କେବଳ ଆବଶ୍ୟକ ଜିନିଷ ହିଁ କିଣନ୍ତୁ ।

ମିଥୁନ

ଆଜି ପୁରା ଦିନ ମଜା ମସ୍ତିରେ ଅତିବାହିତ ହେବ । ବେପାର ସବନ୍ଧିତ ନୂଆ ନୂଆ ବିଚାର ଆପଣଙ୍କ ମନକୁ ଆସିବ । ଆପଣଙ୍କ ପରିବାରକୁ ହଠାତ ଟଙ୍କା ଆସିବାର ଯୋଗ ହେଉଛି । ଆପଣଙ୍କ କାମରେ ପରିବାର ଲୋକଙ୍କର ସାହାଯ୍ୟ ମିଳିବ । ହଠାତ ଧନ ପ୍ରାପ୍ତି ମଧ୍ୟ ହୋଇ ପାରେ । ଆପଣଙ୍କୁ ଜମି, ରିଅଲ ଇଷ୍ଟେଟ କିମ୍ବା ସାଂସ୍କୃତିକ ପ୍ରକଳ୍ପ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ । ଲେଖା ଏବଂ ସାମ୍ବାଦିକତା ସହିତ ଜଡିତ ଲୋକମାନେ ସଂମ୍ମାନ ପାଇବେ ।

କର୍କଟ

ଆଜି ଆପନ୍ନକୁ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡିପାରେ । ଚିନ୍ତାଧାରାର ସ୍ଥିରତା ସହିତ ଆପଣ ସାବଧାନ ହୋଇ କାମ କରିବେ । ପ୍ରେମ ସମ୍ପର୍କରେ ଗଭୀରତା ବୃଦ୍ଧି ପାଇବ । ଜୀବନସାଥିଙ୍କ ଠାରୁ ମଧ୍ୟ ସହଯୋଗ ମିଳିପାରେ । ଭାଙ୍ଗି ଯାଇଥିବା ସମ୍ପର୍କକୁ ଯୋଡିବାରେ ଆପଣ ସଫଳ ହୋଇ ପାରନ୍ତି । ଉଦାସ ହୁଅନ୍ତୁ ନାହିଁ । ଆପଣ ନିଜ ରାସ୍ତାକୁ ନିଜେ ବାଛିବାର ଆବଶ୍ୟକତା ଅଛି । କୌଣସି ଅଜଣା ଭୟକୁ ନେଇ ଚିନ୍ତିତ ରହିବେ, ଯେତବେଳେ କି ବାସ୍ତବରେ ଆପଣଙ୍କୁ ଆଜି ଏକ ନୂତନ ସଫଳତା ମିଳିବାକୁ ଯାଉଛି ।

ସିଂହ

ଆଜି ବାହାରକୁ ଯିବା ପାଇଁ ଯୋଜନା କରିଥିଲେ ତାହା ଭଲ ରହିବ । ପିଲା ମାନଙ୍କ ସହିତ ଅସହମତି କାରଣରୁ ବାଦ ବିବାଦ ହୋଇ ପାରେ ଏବଂ ଏହା ବିରକ୍ତି ଭରା ପ୍ରମାଣିତ ହେବ । ଦିନ ସରିବା ପୂର୍ବରୁ ଆପଣ ଅଧା ଥିବା କାମକୁ ଶେଷ କରି ପାରିବେ । ପରିଶ୍ରମ ଦ୍ଵାରା ଆପଣଙ୍କୁ ଭଲ ଫଳ ମିଳିବ । ଆପଣ ଅଜାଣନ୍ତରେ କୌଣସି ପାଖ ଲୋକଙ୍କୁ ଆଘାତ ପହଞ୍ଚାଇ ପାରନ୍ତି । ଗୁରୁତ୍ଵପୂର୍ଣ କାମ ଉପରେ ଧ୍ୟାନ ରଖନ୍ତୁ । ଆପଣଙ୍କ ବ୍ୟବସାୟ ମଧ୍ୟ ଭଲ ରହିବ । ମନୋରଞ୍ଜନରେ ସମୟ ଅତିବାହିତ ହେବ । ଛାତ୍ର ମାନଙ୍କୁ ଆଜି ଅଧିକ ପରିଶ୍ରମ କରିବା ସହିତ ଧର୍ଯ୍ୟର ମଧ୍ୟ ଆବଶ୍ୟକତା ଅଛି ।

କନ୍ୟା

ଆଜି ଆପଣଙ୍କର କେହି ଲୁଚିଥିବା ଶତ୍ରୁ ଆପଣଙ୍କୁ ଭୁଲ ପ୍ରମାଣିତ କରିବାକୁ ସମ୍ପୂର୍ଣ ଚେଷ୍ଟା କରିବେ । କୌଣସି ପାଖ ସମ୍ପର୍କୀୟଙ୍କ ନିମତ୍ରଣ ଦ୍ଵାରା ଆପଣଙ୍କ ମନ ବଦଳି ଯିବ । ଆପଣଙ୍କର ବିଚାରଧୀନ ପଦୋର୍ନ୍ନତି ଆପଣଙ୍କ କାମରେ ଆସିବ ଯାହା ଦ୍ଵାରା ଆପଣ ଲୋକଙ୍କୁ ଖୁସି କରିବେ । ଆର୍ଥିକ ବିଷୟ ଗୁଡିକ ବ୍ୟବସ୍ଥିତ ଭାବରେ ସଂଗଠିତ କରି ପାରିବେ । ଆପଣ ନିଜର କାଳାତ୍ମକ ଭାବନାକୁ ବୁଝାଇବାକୁ ସମର୍ଥ ହେବେ । ଆପଣ ବହୁତ ଶକ୍ତିଶାଳୀ ବ୍ୟକ୍ତି ଅଟନ୍ତି, ଏହାର ଲାଭ ଆପଣ ଆପଣଙ୍କ କାମରେ ଦେଖାଇବେ ।

ତୁଳା

ଆଜିର ଦିନ କଠିନ ହୋଇ ପାରେ । ସାବଧାନ ରୁହନ୍ତୁ, ପରିବାର ସଦସ୍ୟ ଏବଂ ସନ୍ତାନଙ୍କ ସହିତ ମତଭେଦ ହୋଇ ପାରେ । ପ୍ରେମ ସମ୍ପର୍କ ଭଲ ରହିବ । ଯେଉଁ ମାନେ ଆପଣଙ୍କ ସହିତ ଦେଖା ହେଉଛନ୍ତି ଆପଣ ସେମାନଙ୍କ ସହିତ ବିନମ୍ର ଏବଂ ଖୁସି ବ୍ୟବହାର କରନ୍ତୁ । ଆପଣଙ୍କ ମାଲିକ ଆପଣଙ୍କର ତଦାରଖ କରିବେ । ସମାଜରେ ଆପଣଙ୍କର ମାନ ସଂମ୍ମାନ ଦୃତଗତିରେ ବଢିବ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବାର ଆବଶ୍ୟକାତା ଅଛି । ଦୂର ଜାଗାକୁ ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ରାଜନୈତିକ ଯୋଗ୍ୟତା ଏବଂ କଠିନ ପରିଶ୍ରମ ଦ୍ଵାରା ଆପଣଙ୍କର ଭଲ ଆୟକୁ ଫେରିପାରେ ।

ବିଛା

ଆଜି ଭୁଳ ବୁଝାବଣା ଦୂର ହେବ । ଆପାଙ୍କର ମନବଳ ଏବଂ ଭରପୁର ଆତ୍ମବିଶ୍ଵାସ ଦ୍ଵାରା ସବୁ କାମ ସଫଳତା ପୂର୍ବକ ଶେଷ ହେବ । ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ କିନ୍ତୁ ଆଳସ୍ୟ ମଧ୍ୟ ଅଧିକ ରହିବ । ମାଆଙ୍କ ସହଯୋଗ ମିଳିବ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ପ୍ରତିଭା ବଢିବ । ଜୀବନସାଥିଙ୍କ ସହିତ ବାହାରକୁ ବୁଲୁବାକୁ ଯିବା ପାଇଁ ଯୋଜନା କରି ପାରନ୍ତି । ଆପଣଙ୍କ ଜୀବନରେ ଅନେକ ଦିନ ଧରି ଚାଲି ଆସୁଥିବା ଟଙ୍କାର ସମସ୍ୟା ଆଜି ଶେଷ ହୋଇଯିବ ।

ଧନୁ

ଆଜି ଦିନରେ କୌଣସି ପ୍ରକାରର ନିବେଶ କରନ୍ତୁ ନାହିଁ । ଆପଣଙ୍କର ପ୍ରିୟ ଆପଣଙ୍କୁ ସାରାଦିନ ମନେ ପକାଇବେ । ତାଙ୍କୁ କୌଣସି ଭଲ ସରପ୍ରାଇଜ ଦେବା ପାଇଁ ଯୋଜନା କରନ୍ତୁ । ଜୀବନସାଥିଙ୍କ ଠାରୁ ଆପଣଙ୍କୁ ସମ୍ପୂର୍ଣ ସହଯୋଗ ମିଳିବ । ପ୍ରିୟ ବ୍ୟକ୍ତିଙ୍କ ସହିତ ଭେଟ ହେବା ଦ୍ଵାରା ଆପଣ ଖୁସି ହେବେ । ଛାତ୍ର ମାନଙ୍କୁ ଶିକ୍ଷାରେ ଅନୁକୂଳ ପରିଣାମ ନମିଳିବା ଦ୍ଵାରା କଷ୍ଟ ହୋଇ ପାରେ । ଅଟକି ଥିବା ସବୁ କାମ ଆଜି ଦିନରେ ପୁରା ହେବ । ବେରୋଜଗାର ଲୋକଙ୍କୁ ରୋଜଗାରର ସୁଯୋଗ ମିଳିବ ।

ମକର

ଆଜି ଦିନରେ ନିଜ ଉପରେ ସଂଯମ ରଖନ୍ତୁ ନହେଲେ ଆଜି ଆପଣଙ୍କୁ ପାର୍ଟନରଙ୍କ ତରଫରୁ କିଛି ଶୁଣିବାକୁ ମିଳିବ ଯାହା ଆପଣଙ୍କ ପାଇଁ ଠିକ ନୁହେଁ । ଆପଣଙ୍କୁ ଶୈକ୍ଷିକ ଏବଂ ବୈଦୁକ କାମରେ ସଫଳତା ମିଳିବ । ଗାଡି ଏବଂ ଭୌତିକ ସୁଖ ବୃଦ୍ଧି ହେବାର ସମ୍ଭାବନା ଅଛି । ଆୟରେ ବୃଦ୍ଧି ହୋଇ ପାରେ । ସହଭାଗିତା ଏବଂ ବ୍ୟବସାୟରେ ଭାଗୀଦାରୀ ଠାରୁ ଦୂରରେ ରୁହନ୍ତୁ । ଆପଣ କିଛି ନୂଆ ଶିଖି ପାରନ୍ତି । କିଛି କଥାକୁ ଗୋପନୀୟ ରଖନ୍ତୁ । ସାଥିଙ୍କ ଠାରୁ କୌଣସି ଉପହାର ମଧ୍ୟ ମିଳିପାରେ ।

କୁମ୍ଭ

ଆଜି ପିଲାଦିନର ସ୍ମୃତି ଆପଣଙ୍କ ମନରେ ରହିବ । କିନ୍ତୁ ଏହି କାମରେ ଆପଣ ନିଜକୁ ମାନସିକ ଚିନ୍ତା ଦେଇ ପାରନ୍ତି । ଆପଣଙ୍କର କଠୋର ମନୋଭାବ ସାଙ୍ଗ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ପାର୍ଟନରଙ୍କ ଠାରୁ ଆପଣଙ୍କୁ ବାହାରକୁ ଯିବା ପାଇଁ ନିମତ୍ରଣ ମିଳିପାରେ । ଆପଣଙ୍କ ପାଇଁ ଆଜିର ଦିନ ସାମାନ୍ୟ ରହିବ । ଉଚ୍ଚାଧିକାରୀଙ୍କ ସହିତ ଗୁରୁତ୍ଵପୂର୍ଣ ବିଷୟ ଉପରେ ଚର୍ଚା ହୋଇପାରେ ଏବଂ ପରିବାର ସହିତ ମଧ୍ୟ କିଛି ଆଲୋଚନା ହୋଇପାରେ ।

ମୀନ

ଆଜି ଆପଣଙ୍କ ଭିତରର ଶବ୍ଦ ହିଁ ଆପଣଙ୍କର ସଠିକ ସାଥି ହେବ । ଆଜି ଆପଣ ନିଜକୁ କୌଣସି ପାରିବାରିକ ସମାରୋହରେ ବ୍ୟସ୍ତ ରଖିବେ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ବାଧାର ସାମନା କରିବାକୁ ପଡିପାରେ । ଆୟରେ ହ୍ରାସ ଏବଂ ଖର୍ଚରେ ବୃଦ୍ଧିର ପରିସ୍ଥିତି ହୋଇ ପାରେ । ଶାରୀରିକ ଏବଂ ମାନସିକ ଫୁର୍ତିର ଅଭାବ ରହିବ । ଆପଣଙ୍କୁ ଲାଗିବ କି ସଫଳତା ପାଇବାର ଇଛା ଆପଣଙ୍କ ଭିତରେ ଅଛି ଏବଂ ନିଜର ଲକ୍ଷକୁ ପାଇବା ପାଇଁ ଆପଣ ସବୁକିଛି କରିପାରିବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।