ଆଜିର ରାଶିଫଳ, 20 ଅକ୍ଟୋବର 2020, ମଙ୍ଗଳବାର, ବଜରଙ୍ଗବାଲିଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ବ୍ୟବସାୟରେ ଲାଭ ମିଳିବ ସହ ଆର୍ଥିକ ସ୍ଥିତି ସୁଧୁରି ଯିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜିର ଦିନଟି ଆପଣଙ୍କର ବହୁତ ଖୁସିରେ କଟିବ । ମିତ୍ରଙ୍କ ସହ ସମୟ ବିତାଇବେ । ଆପଣ କୌଣସି ବି ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ଵାସ କରନ୍ତୁ ନାହିଁ । ଆପଣ ଆପଣଙ୍କ ଇଚ୍ଛାକୁ ପୂରଣ କରିବାରେ ସଫଳ ହେବେ । ଆପଣ କୌଣସି ଜମି କିମ୍ବା ବାହନ କିଣିବାରେ ସଫଳ ହେବେ । ବ୍ୟବସାୟୀଙ୍କୁ କୌଣସି ସରକାରୀ କାମ ମିଳିପାରେ । ଚାକିରି କ୍ଷେତ୍ରରେ ଉପରିସ୍ଥ ଅଫିସରଙ୍କ ସହଯୋଗ ମିଳି ପାରେ । କାର୍ଯ୍ୟ କ୍ଷେତ୍ରରେ ମନ ଦେଇ କାମ କରନ୍ତୁ ନଚେତ ଅସୁବିଧାରେ ପଡ଼ିପାରନ୍ତି । ହନୁମାନ ଚାଳିଶା ପାଠ କରନ୍ତୁ ଆର୍ଥିକ କ୍ଷେତ୍ରରେ ଲାଭ ଦେଖାଯିବ ।

ବୃଷ

ଆଜି ଆପଣଙ୍କ ଦିନଟି ଭଲରେ ଯିବ । ଆଜି ବ୍ୟବସାୟୀଙ୍କ ପାଇଁ ସମୟ ବହୁତ ଭଲ ଅଛି । ଆପଣ ଆପଣଙ୍କ ପରିବାର ସହ ତୀର୍ଥ ଯାତ୍ରାରେ ଯାଇ ପାରନ୍ତି । ସରକାରୀ କାର୍ଯ୍ୟରେ ଲାଭ ମିଳିବ । ବ୍ୟବସାୟରେ ଆର୍ଥିକ ଲାଭ ମିଳିବ । ଚାକିରିରେ ଉନ୍ନତି ହେବ । ଆପଣ ଅନ୍ୟକୁ ଦେଖି କୌଣସି କାମ କରନ୍ତୁ ନାହିଁ । ଖରାପ ସାଙ୍ଗମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ନିଜର ଚାକିରି ପ୍ରତି ସତର୍କ ରୁହନ୍ତୁ ଚାକିରି ବଦଳାନ୍ତୁ ନାହିଁ । ପ୍ରେମ ସମ୍ପର୍କ ଭଲ ରହିବ ।

ମିଥୁନ

ଆଜି ଆପଣଙ୍କର ଭାଗ୍ୟ ସାଥ ଦେବ । ନୂଆ କାର୍ଯ୍ୟରେ ଆପଣଙ୍କୁ ବହୁତ ଲାଭ ମିଳିବ । ବ୍ୟବସାୟରେ ଅଟକିଥିବା ଧନ ଫେରସ୍ତ ମିଳିଯିବ । କ୍ୟରିୟରରେ ଉନ୍ନତି ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଉନ୍ନତି ହେବା ସହ ପ୍ରଶଂସା ମଧ୍ୟ ମିଳିବ । ଅଚାନକ ଧନ ମିଳିବ । ଯାତ୍ରାରେ ଆପଣଙ୍କୁ ସଫଳତା ମିଳିବ । ଆପଣ ସବୁ କାର୍ଯ୍ୟକୁ ସତର୍କତା ସହ କରନ୍ତୁ । ନିଜ କାର୍ଯ୍ୟ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ । କାହାକୁ ଧାର ଉଧାର ଦିଅନ୍ତୁ ନାହିଁ । ଗରିବ ଲୋଙ୍କକୁ ଖାଇବାକୁ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କର୍କଟ

ଆଜି ଆପଣ ନିଜକୁ ବହୁତ ପ୍ରଫୁଲିତ ଅନୁଭବ କରିବେ । ଆପଣ ଆଜି ଯେ କୌଣସି କାମ କରିବେ ସେଥିରେ ସଫଳତା ପାଇବେ । ଆଜି ଆପଣ ଅଫିସରେ ସମ୍ମାନିତ ହେବେ । ପରିବାରରେ ଖୁସିର ପରିବେଶ ରହିବ । ପୁରୁଣା ସାଙ୍ଗମାନଙ୍କ ସହ ଦେଖା ହୋଇ ଖୁସି ଅନୁଭବ କରିବେ । ଚାକିରି ଓ ବ୍ୟବସାୟରେ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ନିଜର ପ୍ରୟାସ ଦ୍ଵାରା ସଫଳତା ପାଇବେ ।

ସିଂହ

ଆଜି ଆପଣଙ୍କ ପାଇଁ ଦିନ ଟି ସାମାନ୍ୟ ରହିବ । ଆଜି ଆପଣ କୌଣସି ପାରିବାରିକ କ୍ଷେତ୍ରରେ କୌଣସି ବଡ ନିଷ୍ପତି ନେଇ ପାରନ୍ତି । ଆପଣ କୌଣସି କାମକୁ ପୁରା କରିବା ପାଇଁ ମିତ୍ରଙ୍କ ସହଯୋଗ ନେବେ । ବୈଦିକ କ୍ଷେତ୍ରରେ ମନ ଲାଗିବ । ବ୍ୟବସାୟ ବିସ୍ତାର କରିବା ପାଇଁ ଏହା ଶୁଭ ସମୟ ଅଟେ । ଆପଣ କୌଣସି ସଟା ବାଜର, ସେୟାର ବଜାରରେ ନିବେଶ କରନ୍ତୁ ନାହିଁ । ପରିଶ୍ରମ କରିବା ଦ୍ଵାରା ଲାଭ ଆର୍ଥିକ ଲାଭ ମିଳିବ । ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି । ସନ୍ତାନଙ୍କ ପାଠ ପଢାରେ ଚିନ୍ତା ବଢି ପାରେ । ଏହି ସମୟରେ କାହା ଠାରୁ ବି ଧାର କରଜ କରନ୍ତୁ ନାହିଁ । ଅନ୍ୟଥା ଆପଣ ବହୁତ ବଡ ବିପଦରେ ପଡିପାରନ୍ତି । ଆଜି ଆପଣ ଭଗବାନ ବିଷ୍ଣୁଙ୍କ ମନ୍ଦିର ରେ ଦର୍ଶନ କରନ୍ତୁ ସବୁ କାର୍ଯ୍ୟରେରେ ସଫଳତା ମିଳିବ ।

କନ୍ୟା

ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗ ଆଡକୁ ଯିବ । ଚାକିରି କାର୍ଯ୍ୟକୁ ନେଇ ବାହାରକୁ ଯାଇପାରନ୍ତି । ଅଫିସରେ ମାନ ସମ୍ମାନ ମିଳିବ । ଜୀବନସାଥିଙ୍କ ସହ ଭଲ ସମ୍ପର୍କ ରହିବ । ସନ୍ତାନଙ୍କ କ୍ଷେତ୍ରରେ ଖୁସି ମିଳିବ । ଘରର କୌଣସି ମନୋରଞ୍ଜନ କାର୍ଯ୍ୟରେ ସମୟ ବିତିବ । କାରୋବାରରେ ଭଲ ନ ଚାଲିବା ଦ୍ଵାରା ଆର୍ଥିକ କ୍ଷେତ୍ର କମଜୋର ହୋଇପାରେ । ନକରାତ୍ମକ ଭାବନାରୁ ଦୂରେଇ ରହନ୍ତୁ । କୌଣସି ନିର୍ମାଣ କାର୍ଯ୍ୟ କରନ୍ତୁ ନାହିଁ । ନଚେତ କୋଟ କଚେରୀ ମାମଲାରେ ପଡି ପାରନ୍ତି । ଆଜି ମନ୍ଦିରରେ ସମୟ ବିତାନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ତୁଳା

ଆଜି ଆପଣ କୌଣସି ଚିନ୍ତାରେ ପଡିବେ । ଆଜି ଆପଣ ଅଫିସରେ ସମ୍ମାନିତ ହେବେ ଓ ପ୍ରତିଷ୍ଠା ବି ବଢିବ । ଆପଣ ନିଜ ସାଙ୍ଗ ଓ ଶିକ୍ଷକଙ୍କ ସହଯୋଗରେ ଶିକ୍ଷାରେ ସଫଳତା ପାଇବେ । ବ୍ୟବସାୟରେ ଛୋଟ ମୋଟ ସମସ୍ୟା ଆସିପାରେ । କୌଣସି କଥାକୁ ନେଇ ଆପଣ ଚିନ୍ତିତ ରହିବେ ଯାହା ଫଳରେ ଶାରୀରିକ ଓ ମାନସିକ ଭାବରେ ଆପଣ ଅସୁସ୍ଥତା ଅନୁଭବ କରିବେ । ଯଦି ଆପଣ ଆୟର ନୂଆ ପନ୍ଥା ଖୋଜୁଛନ୍ତି ତେବେ ସେଥିରେ ସଫଳତା ପାଇବା ପାଇଁ ପରିଶ୍ରମ କରନ୍ତୁ । ଗରିବ ଲୋକଙ୍କୁ ବସ୍ତ୍ର ଦାନ କରନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

ବିଚ୍ଛା

ଆଜି ଆପଣଙ୍କୁ କୌଣସି କ୍ଷେତ୍ରରେ ଲାଭ ମିଳିବ । ଆପଣଙ୍କୁ କାର୍ଯ୍ୟରେ ସାଙ୍ଗମାନେ ସାହାର୍ଯ୍ୟ କରିବେ । ଅଫିସ କାର୍ଯ୍ୟରେ ଚିନ୍ତିତ ରହିବେ । ବ୍ୟବସାୟରେ ଲାଭ ମିଳିବ ସହ ଆର୍ଥିକ ସ୍ଥିତି ସୁଧୁରି ଯିବ । ଆପଣ ବୈଭବ ଓ ପାରିବାରିକ କ୍ଷେତ୍ରରେ ଧନ ଖର୍ଚ କରିବେ । କାର୍ଯ୍ୟ କ୍ଷେତ୍ରରେ ନୂଆ ଦାୟିତ୍ଵ ମିଳିବ ଓ ସଫଳତା ମିଳିବ । ଆପଣ କାହା ଠାରୁ ଧାର ଉଧାର କରନ୍ତୁ ନାହିଁ । ଆଜି ଘରୁ ବାହାରିଲା ବେଳେ ଗଣେଶଙ୍କୁ ପ୍ରଣାମ କରି ବାହାରନ୍ତୁ । ସୁଖଦ ପରିଣାମ ହାସଲ ହେବ ।

ଧନୁ

ଆଜି ଭାବିଥିବା କାର୍ଯ୍ୟରେ ସଫଳତା ମିଳିବା ସହ ପୁରୁଣା କାର୍ଯ୍ୟକୁ ଶେଷ କରିବେ । ଭାଇ ବନ୍ଧୁ ଓ ମିତ୍ରଙ୍କ ସହ ଭଲ ସମ୍ପର୍କ ରଖିବେ । ଘର ପାଇଁ ନୂଆ ଜିନିଷ କିଣିବେ । ଆପଣ ନିଜ ଆର୍ଥିକ ସ୍ଥିତିକୁ ଦେଖି ନିବେଶ କରନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ଦ୍ଵାରା ଲାଭ ଓ ଆର୍ଥିକ ସ୍ଥିତି ମଜବୁତ ହେବ । ଆପଣଙ୍କ ମାନସିକ ଚିନ୍ତା ଦୂର ହେବ । ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଅସୁବିଧାରେ ପଡ଼ିପାରନ୍ତି । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ଦିନଟି ଖୁସିରେ ବିତିବ ।

ମକର

ଆଜିର ଦିନଟି ଆପଣଙ୍କ ପାଇଁ ଖୁସି ଭରା ରହିବ । ଅଫିସରେ ଉପରିସ୍ଥ ଅଫିସର ଆପଣଙ୍କ ଉପରେ ଅସୁନ୍ତୁଷ୍ଟ ହୋଇପାରନ୍ତି । ଏଥିପାଇଁ ଆପଣ ଆପଣଙ୍କ ଉପରିସ୍ଥ ଅଫିସର ସାମ୍ନାରେ ଶାନ୍ତ ମନରେ କଥାବାର୍ତ୍ତା କରନ୍ତୁ । ଆପଣ ଆପଣଙ୍କ ବ୍ୟକ୍ତିତ୍ବ ପାଇଁ ପ୍ରଶଂସାର ପାତ୍ର ହେବେ । କାର୍ଯ୍ୟରେ ସଫଳତା ପାଇବେ । ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ କ୍ଷେତ୍ରରେ ଲାଗିବ । କାରୋବାର ଭଲ ଚାଲିବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଚାକିରିରେ ପଦୋନ୍ନତି ମିଳିବ । କାର୍ଯ୍ୟ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ଆକସ୍ମିକ ଭାବେ ଧନ ମିଳିବ । ଘରୁ ବାହାରକୁ ଯିବା ବେଳେ ଦହି ଓ ଚିନୀ ଖାଇ ଯାଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କୁମ୍ଭ

ଆଜି ଦିନଟି ଖୁସିରେ କଟିବ । ଆଜି ଅଫିସରେ ସବୁ କାର୍ଯ୍ୟ ସହଜରେ କରିପାରିବେ ଓ ଉପରିସ୍ଥଙ୍କ ପ୍ରଶଂସା ପାଇବେ । ବିଦ୍ଵାନ ବ୍ୟକ୍ତିଙ୍କ ଓ ବଡଙ୍କ ସାହାଯ୍ୟରେ ପାରିବାରିକ କାର୍ଯ୍ୟରେ ସଫଳତା ପାଇବେ । ଆପଣ ଆପଣଙ୍କ ବ୍ୟବସାୟକୁ ନୂଆ ରୂପରେଖା ଦେବେ । ଆପଣଙ୍କ ଆୟରେ ବୃଦ୍ଧି ହେବେ ଓ ଆପଣ ଖର୍ଚାନ୍ତ ହୋଇପାରନ୍ତି । ଆଜି ଆଖି ଓ ମୁଣ୍ଡକୁ ନେଇ ସ୍ଵାସ୍ଥ୍ୟ ଗତ ସମସ୍ୟା ଦେଖାଦେଇପାରେ । ସକାଳୁ ଉଠିବା ପରେ  ମାଙ୍କୁ ସ୍ପର୍ଶ କରି ପ୍ରଣାମ କରନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମୀନ

ଆଜି ଆପଣଙ୍କ ଦିନଟି ସାମାନ୍ୟ ରହିବ । ଆଜି ଆପଣଙ୍କୁ କୌଣସି  ପାରିବାରିକ ଦାୟିତ୍ଵ ମିଳିପାରେ । ଯଦି ଆପଣ ନୂଆ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ । ଚାକିରି କ୍ଷେତ୍ରରେ ଆପଣ ଆପଣଙ୍କ ପ୍ରତିଦ୍ବଦୀଙ୍କୁ ପଛରେ ପକାଇ ଆଗରେ ବଢିବେ । ଆଜି ଆପଣଙ୍କ ବିଚାର ଧାରାରେ କିଛି ନୂତନତା ଆସିବ ଯାହାକି ଆପଣଙ୍କ କାର୍ଯ୍ୟରେ ସଫଳତା ପାଇବେ । ଅନାବଶ୍ୟକ ଖର୍ଚ ଅଧିକ ହୋଇପାରେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ସେଥିରେ କୁଶଳତା ଥିବା ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ମା ବାପାଙ୍କ ଆଶୀର୍ବାଦ ନିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।