ଆଜିର ରାଶିଫଳ, 2 ସେପ୍ଟେମ୍ବର 2020, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଅଧୁରା କାମ ହେବ ସବୁ ପୁରା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ସକାରତ୍ମକତା ଭାବ ଲୋକଙ୍କୁ ପସନ୍ଦ ଆସିବ । ଯଦି କୌଣସି କାର୍ଯ୍ୟରେ ଯାତ୍ରା କରନ୍ତି ତେବେ ସେଥିରେ ସଫଳତା ମିଳିବ । କୋଟ କଚେରୀ କାର୍ଯ୍ୟରେ ସଫଳତା ମିଳିବ । ବୈବାହିକ ଜୀବନ ବି ଭଲ ରହିବ । ଅଚାନକ କାର୍ଯ୍ୟ ବ୍ୟବସାୟରେ ଉନ୍ନତି ପ୍ରାପ୍ତ ହେବ । ସେଥିପାଇଁ ବ୍ୟବସାୟକୁ ନେଇ କିଛି ବଡ କାର୍ଯ୍ୟ କରି ପାରିବେ ନାହିଁ । ଆର୍ଥିକ ଲାଭର ଭଲ ଅଵସର ମିଳିବ । ଆପଣଙ୍କ ପାଖରେ ଯାହା ଅଛି ସେଥିରେ ପ୍ରସନ୍ନ ରୁହନ୍ତୁ ।

ବୃଷ

ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗ ଆଡକୁ ଯିବ । ଆପଣଙ୍କ ଭାଗ୍ୟ ଆଜି ସାଥ ଦେବ । ସାଙ୍ଗମାନଙ୍କ ସାହାଯ୍ୟରେ କ୍ୟାରିୟରରେ ସଫଳତା ମିଳିବ । ଅର୍ଥ ପ୍ରାପ୍ତି ହେବ । ଚାକିରୀ କ୍ଷେତ୍ରରେ ଲାଭ ମିଳିବ । କୌଣସି ଶୁଭ କାମ କରନ୍ତୁ ନାହିଁ । ନଚେତ ଅସୁବିଧାରେ ପଡିବେ । ଅନାବଶ୍ୟକ ଝଗଡ଼ା ନ କରି ପରିବାରର ଉନ୍ନତି ପାଇଁ ଚିନ୍ତା କରନ୍ତୁ । ଯାହା ଫଳରେ ପରିବାରରେ ତାଳ ମେଳ ରହିବ । ଆପଣଙ୍କ ପେଟ ସମ୍ବନ୍ଧ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ । ପକ୍ଷୀମାନଙ୍କୁ ବାଜରା ଖାଇବାକୁ ଦିଅନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମିଥୁନ

ଆଜି ଆପଣଙ୍କ ଦିନ ପୂର୍ବ ଅପେକ୍ଷା ଭଲ ରହିବ । ଆପଣଙ୍କୁ ଅବଶ୍ୟକତା ଠାରୁ ଅଧିକ ଲାଭ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଘରେ ସୁଖ ଶାନ୍ତିର ବାତାବରଣ ରହିବ । କୌଣସି କାର୍ଯ୍ୟକ୍ରମର ଆୟୋଜନ ଆପଣଙ୍କ ଘରେ ହୋଇପାରେ । କାହା ଠାରୁ ଅଧିକ କିଛି ଆଶା କରନ୍ତୁ ନାହିଁ । ଅଫିସ କାର୍ଯ୍ୟରେ ବାହାରକୁ ଯାଇ ପାରନ୍ତି । ଯାହା ଫଳରେ ବେତନ ବୃଦ୍ଧି କିମ୍ବା ପ୍ରୋମସନ ମିଳିପାରେ । ଆଜି ଆପଣଙ୍କ ପେଟ କିମ୍ବା ହୃଦୟ ସମ୍ବନ୍ଧ ସ୍ୱାସ୍ଥରେ ଅବନ୍ନତି ହୋଇପାରେ । ଆପଣ ଆପଣଙ୍କ ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ ସବୁ କାର୍ଯ୍ୟରେ ସଫଳ ହେବେ ।

କର୍କଟ

ଆଜି ଆପଣଙ୍କ ଦିନଟି ମିଳା ମିଶା ରହିବ । ପରିଶ୍ରମର ଫଳ ମିଳିବ । ଆଜି ଆପଣଙ୍କ ପରିବାର ପ୍ରତି ଦାୟିତ୍ୱ ବଢିବ । ଘର ପରିବାର ସହ ମିଶି କୌଣସି କାମକୁ ପୁରା କରି ପାରନ୍ତି । ଯାହା ଫଳରେ କି ପାରିବାରିକ ସ୍ଥିତିରେ ଉନ୍ନତି ହେବ । ଯଦି ଆପଣ ଚାକିରୀ କରୁଛନ୍ତି କିମ୍ବା ଖାଦ୍ୟ ପେୟର ବ୍ୟବସାୟ କରୁଛନ୍ତି । ତେବେ ସେଥିରେ ଲାଭ ମିଳିବ । ଆପଣଙ୍କୁ ପରିବାରର ସହଯୋଗ ମିଳିବ । ମନ୍ଦିରରେ ଅତର ଦାନ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ ।

ସିଂହ

ଆଜି ଦିନଟି ସାମାନ୍ୟ ରହିବ । ଆଜି ବ୍ୟବସାୟରେ କିଛି ବଡ଼ ନିର୍ଣ୍ଣୟ ନେଇପାରନ୍ତି । ପରିବାରରେ ଚାଲୁ ଥିବା ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ । ପରିବାର ସହିତ ଭଲ ସମ୍ପର୍କ ରଖନ୍ତୁ । ଯାହା ଦ୍ଵାରା ଆପଣ ସବୁ କାର୍ଯ୍ୟରେ ଭାଗିଦାରୀ ହୋଇ ପାରିବେ । ଯଦି ଚାକିରୀ କିମ୍ବା ବ୍ୟବସାୟ କରୁଛନ୍ତି ତେବେ ସମୟ ଅନୁସାରେ ସଫଳତା ମିଳିବ । ପରିବାର ସହିତ ସମୟ ବିତେଇବାକୁ ଅବସର ମିଳିବ । ବାହନ ଆଦି ପ୍ରତି ସତର୍କ ରୁହନ୍ତୁ । ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କନ୍ୟା

ଆଜି ଆପଣ ବହୁତ ଫୁର୍ତୀ ରହିବେ । କୌଣସି ଲୋକର ଉଦାରତା ଯୋଗୁଁ ସବୁ କାର୍ଯ୍ୟରେ ସଫଳତା ପାଇବେ । କ୍ୟରିୟରରେ ସଫଳତା ପାଇଁ କୌଣସି ନା କୌଣସି କଥାର ଚିନ୍ତା କରୁଥିବେ । ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ଆପଣ ଯେତେ ଅଧିକ ଚେଷ୍ଟା କରିବେ ସେତେ ଅଧିକ ସଫଳତା ପାଇବେ କାହିଁକି ନା ଭାଗ୍ୟ ଆପଣଙ୍କ ସାଥ ଦେବ । ବ୍ୟବସାୟରେ ଭଲ ଲାଭ ହେବ । କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳବ ।

ତୁଳା

ଆଜି ଆପଣଙ୍କ ଦିନଟି ଠିକ ଠାକ ରହିବ । କୌଣସି କାମକୁ ନେଇ ଆପଣ ଅଳ୍ପ ଚିନ୍ତିତ ରହିପାରନ୍ତି । ପାରିବାରିକ ମିଳା ମିଶାରେ ଆପଣ ସବୁ କାର୍ଯ୍ୟକୁ ସମାଧାନ କରିପାରିବେ । ଆପଣଙ୍କ ଦାୟିତ୍ୱ ଓ କର୍ତବ୍ୟ ଦ୍ୱାରା ଆପଣଙ୍କୁ ସଫଳତା ମିଳିବ । ସନ୍ତାନକୁ ନେଇ ଚିନ୍ତା ଦୂର ହେବ । ସନ୍ତାନର ପାଠ ପଢା ଓ ସହଯୋଗ ସମ୍ବନ୍ଧ ଦ୍ଵାରା ଲାଭ ମିଳିବ । ଭାଗ୍ୟ ଆପଣଙ୍କ ସାଥ ଦେବ । ଶାରୀରିକ ଚିନ୍ତା ବଢ଼ିପାରେ । ଆପଣ ବ୍ରାହ୍ମଣଙ୍କୁ କିଛି ଦାନ କରନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳବ ।

ବିଚ୍ଛା

ଆଜି ଆପଣ କୌଣସି ନୂଆ ଯୋଜନାକୁ ଲାଗୁ କରି ଲାଭ ପାଇପାରିବେ । କୌଣସି କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ମିଳିବ । ସାମାଜିକ ମାନ ସମ୍ମାନ ବଢିବ । ରାଜନୀତିକ କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ପରିସ୍ଥିତିରେ ସ୍ୱଧାର ଆସିବ । ଏଥିପାଇଁ ସମୟର ସଦୁପଯୋଗ କରନ୍ତୁ । ବନ୍ଧୁ ବାନ୍ଧବଙ୍କ ସହ ମାନମାଳିନ ହୋଇପାରେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ନିଜର କର୍ତ୍ତବ୍ୟକୁ ସଠିକ କରନ୍ତୁ । ମନ୍ଦିରରେ ଫଳ ପ୍ରଦାନ କରନ୍ତୁ ମିତ୍ରଙ୍କ ସହ ଯୋଗ ମିଳିବ ।

ଧନୁ

ଆଜି ବ୍ୟବସାୟରେ ଲାଭ ମିଳିବ । ସହକର୍ମୀଙ୍କ ସହଯୋଗ ମିଳିବ । ପୂର୍ବ ଅପେକ୍ଷା ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ । ଯଦି ଆପଣ ଚାକିରି ତଥା ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ସଫଳତା ମିଳିବ । ଆର୍ଥିକ କାରୋବାର କରିବା ବେଳେ ସାଵଧାନରେ ରୁହନ୍ତୁ । ନିଜ ଓ ନିଜ ସହକର୍ମୀଙ୍କୁ ବିଶ୍ୱାସ କରନ୍ତୁ ଯାହା ଫଳରେ କି ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ପାରିବାରିକ ସମସ୍ୟା ଦେଖା ଦେଇପାରେ । ପ୍ରେମିଜନଙ୍କ ସହ ମଧୁର ସମ୍ପର୍କ ରଖନ୍ତୁ । ଗାଈକୁ ଖାଇବାକୁ ଦିଅନ୍ତୁ କାରୋବାରରେ ଲାଭ ମିଳିବ ।

ମକର

ଆଜି ଆପଣଙ୍କ ଦିନଟି ସାମାନ୍ୟ ରହିବ । ଆପଣଙ୍କ କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ସେଥିପାଇଁ ଚିନ୍ତାରେ ରହିବେ । ଆପଣଙ୍କୁ ଧର୍ଯ୍ୟ ଧରିବାକୁ ପଡିବ ଯଦି ବ୍ୟବସାୟ କରୁଛନ୍ତି ତେବେ ସେଥିରେ ଲାଭ ମିଳିବ । ଶତ୍ରୁ ପକ୍ଷ ଅନୁକୂଳ ଥିବାରୁ ତାକୁ ଏହି ସମୟରେ ବୁଝାଇ ଦିଅନ୍ତୁ । ଆଜି କୌଣସି ବଡ଼ ନିବେଶ କରନ୍ତୁ ନାହିଁ । ଯାହା ବି ଧନ ଅଛି ତାକୁ ଆଗକୁ ବଢ଼େଇବାକୁ ଚେଷ୍ଟା କରନ୍ତୁ । ମନ୍ଦିରରେ ଫୁଲ ପ୍ରଦାନ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ।

କୁମ୍ଭ

ଆଜି ଆପଣଙ୍କ ସମୟ ଅନୁକୂଳ ଅଛି । କୌଣସି କାମରେ ଧନ ମିଳିବାର ସମ୍ଭାବନା ଅଛି । ଏହି ରାଶିର ଛାତ୍ରମାନଙ୍କୁ ପରିଶ୍ରମର ଫଳ ଭସଲ ମିଳିବ । ଭଲ ମିତ୍ରଙ୍କ ଗହଣରେ ରହିପାରନ୍ତି ଯାହାଫଳରେ କି ଆପଣଙ୍କ ଉର୍ଣ୍ଣତି ହୋଇପାରେ । କାର୍ଯ୍ୟ ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଅନୁକୂଳ ଅଛି । ଆଜି ନିଜକୁ କୌଣସି ଚିନ୍ତାରେ ପକାଇପାରନ୍ତି ସେଥିପାଇଁ ସବୁ ଭାବି ଚିନ୍ତା କରନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ଓଁ ଶବ୍ଦ କୁ ୧୧ ଥର ଉଚ୍ଚାରଣ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ ।

ମୀନ

ଆଜି ପରିବାର ର ପୁରା ସହଯୋଗ ମିଳିବ । ଛାତ୍ରଙ୍କୁ ନିଜ ମିତ୍ରଙ୍କ ସହଯୋଗ ମିଳିବ । ଧନ ସମ୍ପତ୍ତି ମିଳିବାର ଯୋଗ ଅଛି । ଧନ ସଞ୍ଚୟ କରିବାରେ ସ୍ଫସଲ ହେବେ । ଯଦି ଚାକିରୀ କରିଛନ୍ତି ତେବେ ସେଥିରେ ଉର୍ଣ୍ଗତି ମିଳିବ ବା ପ୍ରୋମସନ ମିଳିବ । ଆର୍ଥିକ ଲାଭ ମିଳିବ ଆର୍ଥିକ କ୍ଷେତ୍ରରେ କରିଥିବା ପ୍ରୟାସରେ ଲାଭ ମିଳିବ । ସମୟ ପରିସ୍ଥିତିକୁ ଦେଖି ନିବେଶ କରନ୍ତୁ । ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ପାରିବାରିକ ସମ୍ପର୍କ ଦୃଢ ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।