ଆଜିର ରାଶିଫଳ, 2 ଜୁଲାଇ 2020, ଗୁରୁବାର, ଆଜି ମା ଲକ୍ଷ୍ମୀଙ୍କ କୃପାରୁ ବନୁଛି ୨ଟି ଶୁଭ ଯୋଗ, ଏହି ୫ଟି ରାଶିର ହେବ ଧନପ୍ରାପ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନ ଭଲ ରହିବ । ଆଜି ଆପଣ ଯାହା ବି କାମ ଆରମ୍ଭ କରିବେ ସେଥିରେ ସଫଳତା ନିଶ୍ଚିତ ମିଳିବ । ଯେଉଁ ଲୋକମାନେ ସରକାରୀ ଚାକିରି ସହ ଜଡିତ ଅଛନ୍ତି ତାଙ୍କ ପାଇଁ ଉତ୍ତମ ଦିନ ଅଟେ । ଅବସର ଆପଣଙ୍କ ହାତରେ ନିଶ୍ଚିତ ଲାଗିବ । ଆଜି ଆପଣ ନିଜ ଜୀବନରେ କିଛି ବି ନୂଆ ଆରମ୍ଭ କରିବା ପୂର୍ବରୁ ଅଳ୍ପ ଚିନ୍ତା କରିବା ଉଚିତ । ଏହି ସମୟରେ ଆପଣଙ୍କ ସାକ୍ଷାତ କିଛି ନୂତନ ଲୋକମାନଙ୍କ ସହ ହେବ ।

ବୃଷ

କିଛି ସମୟ ହେବ ଆପଣଙ୍କ ଘରେ ଛୋଟଛୋଟ କଥାକୁ ନେଇ ଯେଉଁ ଝଗଡା ସୃଷ୍ଟି ହେଉଛି, କିନ୍ତୁ ଆଜି ଆପଣ ଏହି ଝଗଡାକୁ ସମାପ୍ତ କରି ଦେବେ । ଆଜି ଆପଣ ନିଜର ଚେଷ୍ଟାରେ ସମସ୍ତ କାର୍ଯ୍ୟକୁ ପୁରା କରନ୍ତୁ । ଆଜି ଆପଣ ଉତ୍ସାହ ଭରା ରହିବେ । ସନ୍ତାନମାଙ୍କ କିଛି ବ୍ୟକ୍ତିଗତ ସମସ୍ୟା ହୋଇପାରେ । ବ୍ୟବସାୟ ଓ ଚାକିରିରେ ଅସୁବିଧା ସୃଷ୍ଟି ହେବ । କିଛି ଆୟୋଜନ କରିବା ପୂର୍ବରୁ ବିଚାର କରିବାର ଆବଶ୍ୟକତା ଅଛି ।

ମିଥୁନ

ଆଜି ଆପଣ ଜାଣି ପାରିବେ କି ଆପଣଙ୍କ ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ବନ୍ଧୁମାନେ ସବୁବେଳେ ଆଗରେ ଥାନ୍ତି । ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ଘରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ । ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସହଜରେ ସମ୍ପୂର୍ଣ୍ଣ ହୋଇଯିବ । ବ୍ୟାପାରିମାନଙ୍କୁ ବ୍ୟାପାରରେ ଭଲ ସୁଯୋଗ ମିଳିବ । ଆୟରେ ବୃଦ୍ଧି ହେବ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ପ୍ରଗତିର ମାର୍ଗ ଖୋଲିବ ।

କର୍କଟ

ଆପଣ କିଛି ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ଅର୍ଥହୀନ କାର୍ଯ୍ୟରେ ଯାଆନ୍ତୁ ନାହିଁ । ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଆପଣ ଚ଼େଷ୍ଟା କରନ୍ତୁ ନାହିଁ । ଆଜିର ଦିନ ମଧ୍ୟମ ଫଳଦାୟୀ ରହିବ । ସ୍ଵାସ୍ଥ୍ୟ ଖରାପ ହୋଇପାରେ । ଆଖିରେ ଯନ୍ତ୍ରଣା ହୋଇପାରେ । ପରିଜନମାନଙ୍କ ସହିତ ବିବାଦ ହୋଇପାରେ । ବିଦ୍ୟାର୍ଥିମାନଙ୍କୁ କଠିନ ପରିଶ୍ରମ କରିବାକୁ ହେବ ।

ସିଂହ

ଆଜି ଦିନରେ ଆପଣ କ୍ଳାନ୍ତ ଅନୁଭବ କରିବେ । କିନ୍ତୁ ବର୍ତ୍ତମାନ ଆପଣ ନିଜ ସମୟର ସଠିକ ଉପଯୋଗ କରିବାର ଅଛି । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କୌଣସି ନା କୌଣସି କାର୍ଯ୍ୟରେ ନିଜକୁ ନିୟୋଜିତ ରଖନ୍ତୁ । ଆଜି ଆପଣ ଶାରୀରିକ ଓ ମାନସିକ କ୍ଳାନ୍ତକୁଦୂର କରିବା ପାଇଁ ଚେଷ୍ଟା କରନ୍ତୁ । ଆଜି ବାଦ ବିବାଦରେ ପଡ଼ନ୍ତୁ ନାହିଁ । କୋର୍ଟ କଚେରୀରେ କାର୍ଯ୍ୟ ପ୍ରତି ସାବଧାନ ରୁହନ୍ତୁ । ଆକସ୍ମିକ ଧନ ଲାଭ ହେବ । ମିତ୍ରମାନଙ୍କ ସହିତ କୌଣସି ପ୍ରକାରର ବିବାଦ ନ ହେଉ ଏହାର ମଧ୍ୟ ସଂପୂର୍ଣ୍ଣ ଧ୍ୟାନ ରଖନ୍ତୁ । ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କନ୍ୟା

ଆଜି ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । କାରଣ କିଛି ଭୁଲ ବୁଝାମଣା ଯୋଗୁଁ ଆପଣ ଓ ଆପଣଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ କିଛି ବିବାଦ ହୋଇପାରେ । ଆପଣଙ୍କ ଆଜିର ଦିନ ଶୁଭ ଫଳଦାୟକ ଓ ଲାଭପ୍ରଦ ରହିବ । ମିତ୍ରମାନଙ୍କ ସହିତ ମିଳାମିଶା କରିବେ । କୁଟୁମ୍ବ ମାନଙ୍କ ସହିତ ଆନନ୍ଦର ବାତାବରଣ ରହିବ । ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବ । ଆପଣଙ୍କ ମାନସିକ ଚିନ୍ତା ସହିତ ପେଟ ସମ୍ବନ୍ଧିତ ସମସ୍ୟା ବି ହୋଇପାରେ ।

ତୁଳା

ଆଜି ଆପଣଙ୍କ ଦିନ ଶୁଭ ଫଳଦାୟୀ ହେବ । ଆପଣ ଆତ୍ମ ବିଶ୍ଵାସରେ ଭରପୂର ରହିବେ । ପ୍ରତ୍ୟେକ କାର୍ଯ୍ୟକୁ ଦୃଢ଼ତାର ସହିତ ସମ୍ପୂର୍ଣ କରି ପାରିବେ । ସରକାରୀ କାର୍ଯ୍ୟ ଗୁଡ଼ିକରେ ଲାଭ ହେବ । ଦୂରରେ ଥିବା ସମ୍ପର୍କକୁ ନିଜର କରିବା ପାଇଁ ଆପଣଙ୍କ ଚ଼େଷ୍ଟା ସଫଳ ହେବ ଓ ଏହି ସମ୍ପର୍କ ମଜବୁତ ହେବ । ମନର ଦୃଢ଼ତା ଓ ଆତ୍ମବିଶ୍ଵାସ ଆପଣଙ୍କ କାର୍ଯ୍ୟ ସଫଳ କରି ଦେବେ । ପରିବାରରେ ସୁଖ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ ।

ବିଚ୍ଛା

ଏହି ସମୟରେ ଆପଣଙ୍କ ସମ୍ପର୍କରେ ବିଶ୍ୱାସ ବଢିଯିବ । ଆପଣ ନିଜର ସମ୍ପର୍କୀୟଙ୍କ ପାଖକୁ ଆସିବେ ଓ ନିଜ ଜୀବନରେ ସେମାନଙ୍କ ମହତ୍ତ୍ୱ ବୁଝି ପାରିବେ । ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ । ପିତା ଓ ପୈତୃକ ସମ୍ପତ୍ତିରେ ଲାଭର ଯୋଗ ଅଛି । ଆପଣଙ୍କ ପ୍ରତି ଆପଣଙ୍କ ପିତାଙ୍କ ବ୍ୟବହାର ମଧ୍ୟ ଭଲ ରହିବ । କଳାକାର ତଥା ଖେଳାଳିମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ ଅଟେ । ବ୍ୟବସାୟ ପାଇଁ ଆପଣଙ୍କୁ ସରକାରୀ ସାହାର୍ଯ୍ୟ ନେବାକୁ ପଡିବ ।

ଧନୁ

ଆଜି ଆପଣ ସାମାଜିକ ଗତିବିଧି ପ୍ରତି ଆକର୍ଷିତ ରହିବେ । ଏହା ଆପଣଙ୍କ ଆନନ୍ଦ କରିବାର ସମୟ ଅଟେ । ଆଜିର ଦିନ ଆପଣଙ୍କ ପାଇଁ ଭଲ ଓ ଲାଭଦାୟୀ ହେବ । ମିତ୍ର, ବନ୍ଧୁମାନଙ୍କ ଓ ପଡ଼ୋଶୀମାନଙ୍କ ସାଥିରେ ଆପଣଙ୍କ ସମ୍ବନ୍ଧ ଭଲ ରହିବ । ଆର୍ଥିକ ରୂପରେ ଆଜି ଆପଣ ସଚେତନ ରୁହନ୍ତୁ । ଚିନ୍ତା କରି ଧନର ନିବେଶ କରନ୍ତୁ । ଏହି ସମୟରେ ଆପଣଙ୍କ ପ୍ରତିଦ୍ଵନ୍ଦୀ ଆପଣଙ୍କୁ କାରୋବାରେ ବାଧା ସୃଷ୍ଟି କରିବାରେ ପ୍ରୟାସ କରିବେ ।

ମକର

ଆଜି ମାନସିକ ଶାନ୍ତି ମିଳିବ । ଆଜି କୌଣସି କଥାରେ ଆପଣଙ୍କ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ । କିଛି ଲୋକ ଆପଣଙ୍କ କ୍ରୋଧକୁ ବଢ଼େଇ ପାରନ୍ତି । ଆପଣଙ୍କ କାର୍ଯ୍ୟରେ ବାଧା ଉତ୍ପନ୍ନ କରିବାକୁ ଚ଼େଷ୍ଟା କରିପାରନ୍ତି । ନକାରାତ୍ମକ ବିଚାରକୁ ହାବି ହେବାକୁ ଦିଅନ୍ତୁ ନାହିଁ । କ୍ରୋଧକୁ ନିୟନ୍ତ୍ରଣରେ ରଖିବାରେ ବହୁତ ଅସୁବିଧା ହେବ । ଅଚାନକ ଯାତ୍ରା କରିବାର ସଂଯୋଗ ଅଛି । ପ୍ରେମୀ ପଛରେ ଖର୍ଚ୍ଚ କରିବାକୁ ପଡ଼ିବ । ନୂଆ ସମ୍ବନ୍ଧ ସ୍ଥାପନ କରିବା ଭଲ ଅଟେ ।

କୁମ୍ଭ

ଆଜି ଆପଣଙ୍କୁ ଲାଗିବ କି ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କ ଆଖପାଖ ଲୋକ ଆପଣଙ୍କୁ ସାହାର୍ଯ୍ୟ କରିବେ । ଆଜି ଆପଣ ନିଜ ପରିବାର ଓ କାର୍ଯ୍ୟାଳୟର ଲୋକମାନଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ପ୍ରମାଣିତ ହେବେ । ଆଜିର ଦିନ ମଧ୍ୟମ ଫଳଦାୟୀ ଅଟେ । ସ୍ଵାସ୍ଥ୍ୟ ଭଲ ରହିବ । ଆଖିର ଯନ୍ତ୍ରଣା କମ ହେବ । ପରିଜନମାନଙ୍କ ସହିତ ବିବାଦ ନ ହୋଇପାରେ । ଆପଣ ନିଜର ବ୍ୟାପାର ପାଇଁ କିଛି ନୂତନ ଯୋଜନା କରି ପାରନ୍ତି ।

ମୀନ

ଆଜି ଆପଣ ଆରାମ କରନ୍ତୁ । ନିଜ ଚ଼ତୁଃପାର୍ଶ୍ୱର ଲୋକମାନଙ୍କ ସହିତ ମଜ୍ଜା କରନ୍ତୁ । ଏହି ସମ୍ପର୍କ ସବୁ ଆପଣଙ୍କୁ ଭବିଷ୍ୟତରେ ବହୁତ ଲାଭ ହେବ । ଭାଗବାନଙ୍କ କୃପାରେ ଆପଣଙ୍କ ଆଜିର ଦିନ ପ୍ରସନ୍ନତା ପୂର୍ବକ ବ୍ୟତୀତ ହେବ । ଆପଣଙ୍କ ଆତ୍ମ ବିଶ୍ଵାସରେ ବୃଦ୍ଧି ହେବ । ରୋମାନ୍ସର ସମ୍ଭାବନା ଅଛି । ଆପଣ ଏକ ଯୋଧ୍ୟା ଭଳି ସମସ୍ତ କଷ୍ଟର ସାମ୍ନା କରିବେ । ଆପଣଙ୍କୁ ଲାଭ ମିଳିପାରେ । ଆପଣଙ୍କ ପରିବାରରେ କିଛି ଖାସ ସଂଘର୍ଷ କାରଣରୁ ଆପଣଙ୍କ ପରିବାରରେ ଅଶାନ୍ତିର ପରିବେଶ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।