ଆଜିର ରାଶିଫଳ, 2 ଅକ୍ଟୋବର 2020, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ସମସ୍ତ ଯୋଜନା ସଫଳ ହେବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ ନିଜକୁ ଫୁର୍ତୀ ଅନୁଭବ କରିବେ । ଅଟକି ଥିବା ଘରୋଇ କାର୍ଯ୍ୟ ଜଲ୍ଦି ପୁରା ହୋଇଯିବ । କାର୍ଯ୍ୟ କ୍ଷେତ୍ରରେ ସବୁ ଆପଣଙ୍କ ସପକ୍ଷରେ ରହିବେ । କିଛି ଜରୁରୀ କାର୍ଯ୍ୟ ପୁରା କରିବେ ଓ ଆର୍ଥିକ ସ୍ଥିତି ଭଲ ରହିବ । ଘର ପରିବାରରେ ମିତ୍ରଙ୍କ ସମାଗମ ହେବ । କାର୍ଯ୍ୟ ଓ ବ୍ୟବସାୟରେ ବନ୍ଧୁ ବାନ୍ଧବଙ୍କ ଉପଦେଶ ନିଅନ୍ତୁ । ଜୀବନସାଥୀଙ୍କ ଛଡା ଯଦି ଆଉ କାହା ସହିତ ମିଶନ୍ତି ତେବେ ଆପଣଙ୍କ ଓ ଜୀବନସାଥୀଙ୍କ ସମ୍ପର୍କ ଉପରେ ଖରାପ ପ୍ରଭାବ ପଡିବ । ଲକ୍ଷ୍ମୀଙ୍କ ପୂଜା କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ବୃଷ

ଆଜି ପାରିବାରିକ ମିଳା ମିଶା ବଢିବ । ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ । ଆଜି କୌଣସି ଘରୋଇ ଜିନିଷ କିଣି ପାରନ୍ତି । ଯଦି କୌଣସି ଅସୁବିଧାରେ ପଡନ୍ତି ତେବେ ଭୟ କରନ୍ତୁ ନାହିଁ ଯେମିତି ଖାଦ୍ୟରେ ଅଧିକ ଲଙ୍କା ପଡିଲେ ତାହା ରାଗ ଲାଗେ ସେହିପରି ଆପଣ ଭାବନ୍ତୁ ଏହି ପରିସ୍ଥିତିଟି ସେହିଭଳି ଅଟେ । ଆପଣ ଫ୍ୟାସନ ସମ୍ବନ୍ଧୀୟ, କପଡା, ଫାଇନେନ୍ସ ଆଦିରେ କାର୍ଯ୍ୟ କରିଲେ ସଫଳତା ପାଇବେ । ଆପଣ ନିଜ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି ତୁଳସୀ ଗଛକୁ ପ୍ରଣାମ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମିଥୁନ

କ୍ୟାରିୟର ମାମଲାରେ ଆଜିର ଦିନ ଭଲ ରହିବ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ । ମିତ୍ରଙ୍କ ସହଯୋଗ ମିଳିବା ଦ୍ଵାରା ଚିନ୍ତା ଦୂର ହେବ । ମହତ୍ୱପୂର୍ଣ ଡିଲ କଲାବେଳେ କାହାର ଚାପରେ ଆସନ୍ତୁ ନାହିଁ । ଭାଗ୍ୟ ଆପଣଙ୍କ ସାଥ ଦେବ କାହିଁକି ନା ମଙ୍ଗଳ ଉଚ୍ଚ ରାଶିର ହୋଇଥିବାରୁ ଯଦି ଆପଣ ପ୍ରୟାସ କରିବେ ତେବେ ସବୁ କାର୍ଯ୍ୟରେ ସଫଳ ହେବେ । ନିଜ ଜୀବନସାଥୀଙ୍କ ଆଗରେ କୌଣସି ଗୁପ୍ତ କଥା କହିବା ପୁର୍ବରୁ ଥରେ ଭାବି ନିଅନ୍ତୁ । ଆଜି ମା ଲକ୍ଷ୍ମୀଙ୍କୁ ଫୁଲ ଚଢାନ୍ତୁ ସବୁ ଠିକ ରହିବ ।

କର୍କଟ

ଆଜି ଦିନଟି ସାମାନ୍ୟ ରହିବ । ବ୍ୟବସାୟରେ ଲାଗିଥିବା ନିବେଶରୁ ଲାଭ ମିଳିବ । ସ୍ୱାସ୍ଥ୍ୟରେ ସକାରାତ୍ମକ ପ୍ରଭାବ ପଡିବ । ମିତ୍ରଙ୍କ ସହ ସନ୍ଧ୍ୟା ସମୟ ବହୁତ ମାଜାଦାର ରହିବା ସହ ହସ ଖୁସିରେ ଦିନ କଟିବ । ଏକତରଫା ପ୍ରେମ ନିରାଶ କରିବ । ପର୍ଯ୍ୟଟନ କ୍ଷେତ୍ରରେ କ୍ୟାରିୟର ଭଲ ରହିବ । ରାଜନୈତିକ ଲାଭ ମିଳିବ । ଚାକିରୀ ଓ ସହକର୍ମୀଙ୍କ ଦ୍ୱାରା ଚିନ୍ତା ବଢିପାରେ । ଯେଉଁଠାକୁ ଯିବାକୁ ଚାହୁଁଥିବେ ଠିକ ସମୟରେ ବାତିଲ ହୋଇଯିବ । ଆଜି ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ ସବୁ କାର୍ଯ୍ୟରେ ସଫଳ ହେବେ ।

ସିଂହ

ଆଜି ଆପଣ ଅନ୍ୟମାନଙ୍କୁ ସହାଯ୍ୟ କରିବା ପାଇଁ ତତ୍ପର ହେବେ । ଦିନଟି ବହୁତ ଭଲରେ ଆରମ୍ଭ ହେବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆଜି ଲୋକମାନେ ଆପଣଙ୍କୁ ପ୍ରସଂଶା କରିବେ । ଆଜି ଆପଣ ପାର୍ଟି ଦେଇପାରନ୍ତି । ଅନାବଶ୍ୟକ ଉତ୍ତେଜିତ ହୁଅନ୍ତୁ ନାହିଁ ନଚେତ କ୍ଷତିରେ ପଡିବେ । ଅପ୍ରିୟ ସାଥି ଆପଣଙ୍କୁ ହଇରାଣ କରିପାରନ୍ତି । କୌଣସି ପାର୍ଟନର ସହ ମିଶି ବ୍ୟବସାୟ କରନ୍ତୁ ନାହିଁ । ସନ୍ଧ୍ୟାବେଳେ ପରିବାର ସହ ଲକ୍ଷ୍ମୀଙ୍କର ପୂଜା କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ ।

କନ୍ୟା

ଆଜିର ଦିନ ଭଲରେ ବିତିବ । ଆଜି ଡାଲି ଚାଉଳ ଓ ମିଠା ଦୋକାନ କରିଥିବା ଲୋକ ଭଲ ଲାଭ ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଖର୍ଚ୍ଚ ବଢିବ । ସାମାଜିକ ପ୍ରତିଷ୍ଠା ବଢ଼ିପାରେ । ବାହାନ, ଘର, ସୁଖ ଓ ସୁବିଧା ମିଳିପାରେ । ବିଦେଶ ଯାତ୍ରା କରିପାରିବେ । ଅନାବଶ୍ୟକ ସମ୍ପତ୍ତି ସମ୍ବନ୍ଧ ବିବାଦ ଉପୁଜିପାରେ । କାମରେ ଅଗ୍ରଗତି ନ ହେବାରୁ ମନ ଅଶାନ୍ତି ରହିବ । ଆଜି ଘର ପାଖ ମନ୍ଦିରରେ ଦୀପ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ତୁଳା

ଆଜି ଦିନ ଠିକ ଠାକ ରହିବ । ଆଜି କୌଣସି ମିତ୍ରଙ୍କ ଠାରୁ ଉପହାର ମିଳିପାରେ । ଜୀବନ ସାଥୀଙ୍କ ସହଯୋଗ ଆପଣଙ୍କ ପାଇଁ ଭଲ ରହିବ । ଆପଣଙ୍କ ଯାତ୍ରା ଭଲ ହେବ ଓ ଶଶୁର ଘରୁ ସହଯୋଗ ମିଳିବ । ଜୀବନସାଥୀଙ୍କ ସହ ଭଲ ସଂପର୍କ ରଖିବା ପାଇଁ ପ୍ରୟାସ କରନ୍ତୁ । ସମସ୍ତ ଯୋଜନା ସଫଳ ହେବ । କୌଣସି ବି କାର୍ଯ୍ୟକୁ ଧର୍ଯ୍ୟର ସହ କରନ୍ତୁ ଆର୍ଥିକ ସ୍ଥିତି ଭଲ ରହିବ । ସନ୍ଧ୍ୟାବେଳେ ଧୂପ ଦୀପ ଜଳାନ୍ତୁ ଓ ମନ୍ଦିରରେ ଧୂପ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳ ହେବେ ।

ବିଚ୍ଛା

ଆଜି ଆପଣଙ୍କ ଦିନ ଭଲ ରହିବ । ଆପଣ ପରିବାର ସହ ମନ୍ଦିରକୁ ଯାଇ ପାରନ୍ତି । ଘର ପରିବାରରେ ସାମଞ୍ଜସ୍ୟ ଭଲ ହେବାରୁ ଜଣେ ଅନ୍ୟ ଜଣଙ୍କର କାର୍ଯ୍ୟରେ ସହଯୋଗ କରିବେ । ବନ୍ଧୁ ବାନ୍ଧବଙ୍କ ସହ ସମ୍ପର୍କ ଭଲ ରହିବ । ଜିଦି କରନ୍ତୁ ନାହିଁ ନଚେତ କୌଣସି ମିତ୍ରଙ୍କ ସହ ମନାନ୍ତର ହୋଇପାରେ । ଆପଣଙ୍କ ବ୍ୟବସାୟିକ ଗତିବିଧି ଏହି ସମୟରେ ଭଲ ରହିବ । ପରିସ୍ଥିତିକୁ ଦେଖି କାମ କରନ୍ତୁ । ଆଜି ଗଣେଶଙ୍କୁ ପାନ ପତ୍ରରେ ଗୁଆ ରଖି ଅର୍ପଣ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ଧନୁ

ଆଜିର ଦିନଟି ବହୁତ ଭଲ ରହିବ । ଆଜି ଆପଣଙ୍କ ବ୍ୟବସାୟି ପାର୍ଟନର ମିଠା ନେଇ ଆପଣଙ୍କ ଘରକୁ ଆସିପାରନ୍ତି । ଆପଣଙ୍କର ଧନକୁ ନେଇ ସମସ୍ୟା ଦୂର ହୋଇଯିବ । ଆପଣଙ୍କୁ ରାଜନୀତିରେ ସଫଳତା ମିଳିବ । ଆପଣ ନିଶ୍ଚିତ କରନ୍ତୁ କି ଆପଣଙ୍କ ସହ ସମସ୍ତେ ଭଲରେ ରହିବେ । ନିଜର ନିୟନ୍ତ୍ରଣ ହରାନ୍ତୁ ନାହିଁ ନଚେତ ପରିବାରରେ ଫାଟ ସୃଷ୍ଟି ହୋଇପାରେ । ଆଜି ଲକ୍ଷ୍ମୀ, ଗଣେଶଙ୍କ ଆଶୀର୍ବାଦ ନିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମକର

ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ଆଜି ଆପଣଙ୍କ ମିତ୍ରମାନେ ଆପଣଙ୍କୁ ଖୁସି ଦେବେ । ଅଟକି ଥିବା କାମ ବିଳମ୍ବ ହେବ ଓ ବହୁତ ଖର୍ଚ୍ଚାନ୍ତ ହୋଇପାରନ୍ତି । ଭାବି ଚିନ୍ତି ସବୁ କାର୍ଯ୍ୟ କରନ୍ତୁ । ଜୀବନ ସାଥୀଙ୍କ ସହଯୋଗ ମିଳିବାରୁ ଆପଣଙ୍କ କାମ କାର୍ଯ୍ୟରେ ସଫଳତା ପାଇବେ । ଆଜି ସୁସ୍ଥ ରହିବେ । ଦବା ନେବା କାର୍ଯ୍ୟରେ ସାବଧାନ ରୁହନ୍ତୁ ନଚେତ ଅସୁବିଧାରେ ପଡିବେ । ଆଜି ଲକ୍ଷ୍ମୀ ମନ୍ଦିରରେ ଦୀପ ଦିଅନ୍ତୁ ସବୁ ଠିକ ହୋଇଯିବ । ସବୁ କାର୍ଯ୍ୟରେ ବି ସଫଳ ହେବେ ।

କୁମ୍ଭ

ଆଜି ସମ୍ପର୍କୀୟ କିଛି ଖୁସି ଖବର ନେଇ ଆସିବେ । ଆପଣଙ୍କୁ ଅଚାନକ ଧନ ମିଳିପାରେ । ଆପଣ ଆପଣଙ୍କ କାମରେ ଭଲ ପ୍ରଦର୍ଶନ କରିବେ ଏହି ସୁଯୋଗର ଲାଭ ଉଠାନ୍ତୁ । ଯଦି ଆପଣ ନିଜର ଚାକିରୀକୁ ବଦଳେଇବାକୁ ଚାହୁଁଛନ୍ତି ତେବେ ଏହା ଉଚିତ ସମୟ ଅଟେ । ବ୍ୟବସାୟ ସାମାନ୍ୟ ରହିବ । ଘରେଲୁ କାମ କାର୍ଯ୍ୟ ସହ ବ୍ୟବସାୟ ଦୃଷ୍ଟିରୁ ବି ଚିନ୍ତା ବଢ଼ିପାରେ । ଭଲ ସ୍ୱାସ୍ଥ୍ୟ ପାଇଁ ପୃଷ୍ଟିକର ଖାଦ୍ୟ ଖାଆନ୍ତୁ ଓ ବ୍ୟାୟାମ କରନ୍ତୁ । ଆଜି ଆପଣ ଗୁରୁଙ୍କୁ ମିଠା ପ୍ରଦାନ କରନ୍ତୁ ସବୁ କାର୍ଯ୍ୟରେ ସଫଳ ହେବେ ।

ମୀନ

ଆଜି ଦିନ ଆପଣଙ୍କ ପାଇଁ ବହୁତ ଖୁସିଭରା ରହିବ । ଆଜି ମିତ୍ରଙ୍କ ସହ ବୁଲିବାକୁ ଯାଇପରନ୍ତି । ଘର ପରିବାର ସହ ମଧୁର ସମ୍ପର୍କ ରଖନ୍ତୁ । ବହୁତ ପ୍ରୟାସ କରିବା ପରେ ଆର୍ଥିକ ସ୍ଥିତି ସୁଧୁରି ଯିବ । ସବୁ କାର୍ଯ୍ୟକୁ ଦାୟିତ୍ଵର ସହ କରନ୍ତୁ ଏହା ଦ୍ୱାରା ଭଲ ଫଳ ମିଳିବ । ପରସ୍ପର ମଧ୍ୟରେ ତାଳମେଳ ଆପଣଙ୍କ ବ୍ୟବସାୟିକ ଗତିବିଧି ପାଇଁ ଭଲ ରହିବ । ଆଜି ଗଣେଶଙ୍କୁ ପାନ ପତ୍ରରେ ଗୁଆ ରଖି ଅର୍ପଣ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।