ଆଜିର ରାଶିଫଳ, 19 ସେପ୍ଟେମ୍ବର 2020, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଭଲ ଖବର ମିଳିବା କାରଣରୁ ଆପଣ ଖୁସି ରହିବେ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୯ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି କାର୍ଯ୍ୟ ଏବଂ ବ୍ୟବସାୟ କ୍ଷେତ୍ରରେ ବାଧା ପାଇଁ ମନ ଅଶାନ୍ତ ରହିବ । ପ୍ରିୟ ଲୋକଙ୍କ ସହିତ କୌଣସି ଧାର୍ମିକ ଜାଗାକୁ ଯିବା ପାଇଁ ସୁଯୋଗ ମିଳିପାରେ । ଆପଣଙ୍କୁ ଆପଣଙ୍କ ପାର୍ଟନରଙ୍କ ଭାବନା ଉପରେ ବିଶ୍ଵାସ କରିବା କଷ୍ଟ ହେବ । କାମ ସହିତ ଯୋଡି ହୋଇଥିବା ଯୋଜନା ମଧ୍ୟ ପୁରା ହେବାର ସମ୍ଭାବନା ଅଛି । ଆପଣଙ୍କ କାମ ଠିକ ଭାବରେ ହେବ ଏବଂ ତାହାର ଲାଭ ମଧ୍ୟ ମିଳିପାରେ । ବାପା ମାଆଙ୍କର ସେବା କରିବେ । ସମାଜବାଦର ପ୍ରତିଷ୍ଠା ବଢିବ । ବ୍ୟାଙ୍କ ସହିତ ଯୋଡି ହୋଇଥିବା କାରବାରରେ ବହୁତ ସାବଧାନ ରହିବା ଆବଶ୍ୟକ ଅଟେ ।

ବୃଷ

ଆଜି ଆପଣଙ୍କୁ ହାତକୁ ନେଇ ଥିବା କାମରେ ସଫଳତା ପାଇବା ପାଇଁ ପରିଶ୍ରମକୁ ଆଗକୁ ବଢାଇବାକୁ ହେବ । କାମର ଚାପ ଏବଂ ଘରୋଇ ମତଭେଦ ସମସ୍ୟାର କାରଣ ହୋଇ ପାରେ । କାହା ସହିତ ଅତି ଶୀଘ୍ର ବନ୍ଧୁତା କରନ୍ତୁ ନାହିଁ କାରଣ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିବ । ଆଜି ଆପଣ କୌଣସି ବ୍ୟବସାୟୀକ ଯାତ୍ରାରେ ଯାଇ ପାରନ୍ତି ଏବଂ ଯାତ୍ରା ଲାଭକାରୀ ରହିବ, କାମ ସହିତ ମନୋରଞ୍ଜନ ମଧ୍ୟ ହେବ । ଅଟକି ରହିଥିବା କାମ ସତ୍ତ୍ଵେ ରୋମାନ୍ସ ଏବଂ ବାହାରେ ବୁଲିବା ଆପଣଙ୍କ ମନରେ ଛାଇ ରହିବ ।

ମିଥୁନ

ଆଜି ଆପଣଙ୍କ ବ୍ୟବହାର ନ୍ୟାୟାନୁକୁଳ ରହିବ । ପ୍ରତିଯୋଗୀ ଏବଂ ସାଙ୍ଗ ମାନଙ୍କ ମଧ୍ୟରେ ଲୁଚିଥିବା ଶତ୍ରୁ ନିଜ ଚେଷ୍ଟାରେ ଅସଫଳ ହେବେ । ବାଦ ବିବାଦ ଠାରୁ ଆପଣ ଦୂରେଇ ରୁହନ୍ତୁ । ଆପଣଙ୍କର ଅଦୁରା ମନସ୍କାମନା ଆଜି ପୁରା ହେବ । ସବୁ ପ୍ରକାରର କଷ୍ଟର ନିବାରଣ ମଧ୍ୟ ଆଜି ହେବ । ପ୍ରିୟଜନଙ୍କ ସହିତ ଦେଖା ହେବ । କିଛି ଭଲ ଖବର ମିଳିବା କାରଣରୁ ଆଜି ଆପଣ ଖୁସି ରହିବେ ।

କର୍କଟ

ଆଜି ଏହି ରାଶିର ଲୋକଙ୍କୁ ଚାକିରି ଏବଂ ବ୍ୟବସାୟରେ ନୂଆ ସୁଯୋଗ ମିଳିବ । ହାତରେ ଥିବା କାମକୁ ନିଷ୍ଠାପର ଭାବେ କରିବାକୁ ଚେଷ୍ଟା କରିବେ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଆପଣଙ୍କୁ ଅଧିକ ଧନ ରୋଜଗାର କରିବାର ସୁଯୋଗ ମିଳିପାରେ । ଘରେ ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହେବାର ସମ୍ଭାବନା ଅଛି । ଭାଇ ମାନଙ୍କ ସହିତ ସମ୍ପର୍କ ବଢିବ । ବେରୋଜଗାର ଲୋକଙ୍କୁ ରୋଜଗାର କରିବା ପାଇଁ କିଛି ସୁଯୋଗ ମିଳିବ ।

ସିଂହ

ଆଜି ଆପଣଙ୍କୁ ଆପଣଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖିବା ଆବଶ୍ୟକ ଅଟେ । ଜୀବନସାଥିଙ୍କ ସହିତ ପ୍ରେମ ବଢିବ । ହଠାତ ଯାତ୍ରା କରିବା ପାଇଁ ଯୋଜନା କରି ପାରନ୍ତି । ଏହି ଯାତରାରୁ ଆପଣଙ୍କୁ ବହୁତ ଲାଭ ମଧ୍ୟ ହେବ । ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଆପଣଙ୍କର କୌଣସି ପୁରୁଣା ସାଙ୍ଗଙ୍କ ସହିତ ଦେଖା ହୋଇ ପାରେ । ଛାତ୍ର ମାନଙ୍କୁ ନିଜ ପାଠ ପଧାରେ ଧ୍ୟାନ ରଖିବାକୁ ହେବ ତାହେଲେ ସେମାନଙ୍କୁ ସଫଳତା ମିଳିବ । ଆପଣ ଅନ୍ୟ ମାନଙ୍କ ଉପରେ ନିଜର ଭଲ ପ୍ରଭାବ ପକାଇ ପାରନ୍ତି ।

କନ୍ୟା

ଆଜି ବହୁତ ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କ ସଫଳତା ସହିତ ହିଁ ଲୋକଙ୍କ ଆଶା ଆପଣଙ୍କ ସହିତ ବୃଦ୍ଧି ପାଇବ । ବେପାରରେ ଲାଭ ହେବ ଏବଂ ପରିବାରରେ ସୁଖ ଶାନ୍ତି ବଢିବ । ଆପଣଙ୍କୁ ନିଜ କାମରେ ଲଗାତାର ପ୍ରଗତି ହାସଲ ହେବ । ଯେଉଁ ଲୋକ ଚାକିରି କରିଛନ୍ତି ସେମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଉର୍ଣ୍ଣତି ମିଳିପାରେ । ସ୍ଵାସ୍ଥ୍ୟକୁ ନେଇ ସତର୍କ ରହିବାର ଆବଶ୍ୟକତା ଅଛି । କୌଣସି ନୂତନ ନିଶା ଲାଗି ପାରେ, ସାବଧାନ ରୁହନ୍ତୁ ।

ତୁଳା

ଆଜି ଆପଣଙ୍କର ଧର୍ମ କାମ ପ୍ରତି ଆସ୍ଥା ବଢିବ । ଭାବି ବିଚାରୀ କଥା କୁହନ୍ତୁ । ନିଜର ବ୍ୟକ୍ତିଗତ ଭାବନା ଏବଂ ଗୋପନୀୟ କଥା କାହା ଆଗରେ କହିବା ପାଇଁ ଏହା ଠିକ ସମୟ ନୁହେଁ । ସମସ୍ୟା ସମୟରେ ବନ୍ଧ୍ୟ ତଥା ପରିବାର ଲୋକଙ୍କର ସହଯୋଗ ମିଳିବ । ବ୍ୟବସାୟ ସହିତ ଯୋଡି ହୋଇଥିବା ଲୋକଙ୍କୁ ଆଜି ନିଜର ସାଥିଙ୍କ ଦ୍ଵାରା କୌଣସି ବଡ ଆର୍ଥିକ ହାନି ଉଠାଇବାକୁ ପଡିପାରେ । ଅନ୍ୟ ପ୍ରତି ଆପଣଙ୍କ ଭାବନା ଉଜାଗର ହେବ । ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଏବଂ ଗାଡି ଚଲାଇବା ସମୟରେ ସାବଧାନ ରୁହନ୍ତୁ ।

ବିଛା

ଆଜି ଆପଣ ପାରିବାରିକ ଆୟୋଜନାରେ ଭାଗ ନେବେ । କୌଣସି କଠିନ ପରିସ୍ଥିତିରୁ ବଞ୍ଚିବା ପାଇଁ ଚେଷ୍ଟା କରିବା ହିଁ ଭଲ ହେବ । ଆପଣଙ୍କ ପ୍ରେମ ସମ୍ପର୍କରେ ନୂଆ ଦେଖିବାକୁ ମିଳିପାରେ । ପ୍ରେମୀ ପ୍ରେମିକାଙ୍କ ହୃଦୟର ଦୂରତା ଦୂର ହୋଇ ପାରେ ଏବଂ ସେମାନଙ୍କର ପ୍ରେମ ସମ୍ପର୍କ ଅତୁଟ ହୋଇ ପାରେ । ମନକୁ ଶାନ୍ତ ରଖି ଦିନଟି ଅତିବାହିତ କରନ୍ତୁ, ଶାନ୍ତି ଅନୁଭବ ହେବ । ସାଙ୍ଗ ମାନଙ୍କ ସହିତ ମନୋରଞ୍ଜନରେ ସମୟ ଅତିବାହିତ କରିବେ । ଧାର୍ମିକ କାମ ଦ୍ଵାରା ମନରେ ଖୁସି ରହିବ ।

ଧନୁ

ଆଜି ଆପଣଙ୍କର ସବୁ କାମରେ ଏବଂ ବିଚାରରେ ଏକାଗ୍ରତା ଏବଂ ଶାନ୍ତି ରହିବ । ଯଦି ଆପଣ ଖୋଲା ମନରେ ଚିନ୍ତା କରିବେ ତାହେଲେ ଆପଣ କଠିନ ନିଷ୍ପତ୍ତିକୁ ସହଜରେ ନେଇ ପାରିବେ । ଆର୍ଥିକ ଲାଭ ମିଳିପାରେ, କିନ୍ତୁ ଅଧିକ ଖର୍ଚ ହେବା କାରଣରୁ ଚିନ୍ତା ବଢିବ । ବ୍ୟବସାୟରେ ବଡ କ୍ଷତି ମଧ୍ୟ ହୋଇ ପାରେ । ପୁରୁଣା ମାମଲା ଆଜି ଦିନରେ ଶେଷ ହୋଇ ପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ସଂମ୍ମାନ ମିଳିବ । ଆପଣ ଦାର୍ଶନିକ ଏବଂ ପ୍ରେମପୂର୍ଣ ରହିବେ ।

ମକର

ଆପଣଙ୍କ ଘରେ ଆଜି ଖୁସିର ବାତାବରଣ ରହିବ । ଭାଗ୍ୟ ବୃଦ୍ଧିର ଯୋଗ ଅଛି । ସ୍ଵାମୀ ସ୍ତ୍ରୀଙ୍କ ପ୍ରେମ ସମ୍ପର୍କରେ ଗତିଶୀଳତା ଆସିବ କିମ୍ବା ହଠାତ ସେମାନଙ୍କୁ କିଛି ଉପହାର ମିଳିପାରେ । ଆଜି ଦିନରେ ଆପଣ ଆପଣଙ୍କ କଥା ଉପରେ ସଂଯମ ରଖନ୍ତୁ । ଆପଣଙ୍କ ରାଗ ଆପଣଙ୍କ ପ୍ରେମ ସମ୍ପର୍କକୁ ଖରାପ କରିପାରେ । ଆଜି କିଛି ଗୋପନୀୟ କଥା ଆପଣଙ୍କୁ ଜଣା ପଡିବ । ସନ୍ତାନ ମାନଙ୍କ ପାଇଁ ଟଙ୍କା ଖର୍ଚ ହେବ । ସନ୍ତାନ ମାନଙ୍କୁ ପାଠ ପଢା ସହିତ ଯୋଡି ହୋଇଥିବା ବାଧାର ସାମନା କରିବାକୁ ପଡିବ ।

କୁମ୍ଭ

ଆଜି ସାଙ୍ଗ କିମ୍ବା ସମ୍ପର୍କୀୟ ମାନଙ୍କ ଠାରୁ ଖୁସି ଖବର ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ଵ ବଢିପାରେ । ସମ୍ପର୍କୀୟଙ୍କ ସହିତ ଭଲ ବ୍ୟବହାର କରନ୍ତୁ । ଆଜି ଆପଣ ବ୍ୟବସାୟୀକ ମାମଲାରେ ଭାବନା ସହିତ କାମ କରନ୍ତୁ ନାହିଁ । ବନ୍ଧୁ ମାନଙ୍କୁ ଆପଣଙ୍କର ଉଦାର ସ୍ଵଭାବର ଫାଇଦା ଉଠାଇବା ପାଇଁ ଦିଅନ୍ତୁ ନାହିଁ । ଅତ୍ୟଧିକ ଅସ୍ଥିର ହେବା ଆପଣଙ୍କ ଦିନକୁ ନଷ୍ଟ କରିପାରେ, ଟିକେ ଅସ୍ଥିର ଏବଂ ଅସୁରକ୍ଷିତ ଅନୁଭବ କରି ପାରନ୍ତି । ସମ୍ପ୍ରଦାୟ ଏବଂ ଆଧ୍ୟାତ୍ମିକତାକୁ ନେଇ ଆପଣଙ୍କ ଆଗ୍ରହ ବୃଦ୍ଧି ପାଇବ ।

ମୀନ

ଆଜି ଅଧିକ କାର୍ଯ୍ୟ ଭାର ରହିବ । ଆଳସ୍ୟକୁ ତ୍ୟାଗ କରି ସମୟର ସଦୁପଯୋଗ କରନ୍ତୁ । ମନୋରଞ୍ଜକ ସାଧନାରେ ବୃଦ୍ଧି ହେବ । ସମସ୍ୟାକୁ ସମାଧାନ କରିବା ପାଇଁ ସମୟ ବାହାର କରିବେ ଏବଂ ନିଜର ପାର୍ଟନରଙ୍କ ସହିତ ପ୍ରେମ ପୂର୍ବକ ବ୍ୟବହାର କରିବେ । ମଧ୍ୟାହ୍ନ ପରେ ପ୍ରେମ ସମ୍ପର୍କ ପାଇଁ ସମୟ ଅନୁକୂଳ ରହିବ । ପରିବାରରେ ଝଗଡା ନହେଉ, ଏଥିପାଇଁ ଆପଣଙ୍କୁ ଚେଷ୍ଟା କରିବାକୁ ପଡିବ । ବ୍ୟବସାୟୀକ କ୍ଷେତ୍ରରେ ବଡ ଲାଭ ହେବ । ଆଇନ ସହିତ ଯୋଡି ହୋଇଥିବା ମାମଲା ଆପଣ ମାନଙ୍କୁ ଚିନ୍ତିତ କରିପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।