ଆଜିର ରାଶିଫଳ, 18 ଅଗଷ୍ଟ 2020, ମଙ୍ଗଳବାର, ବଜରଙ୍ଗବାଲିଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ କ୍ଷେତ୍ରରେ ମିଳିବ ଖୁସି ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ରାଶିର ଲୋକମାନଙ୍କ ବ୍ୟବାସାୟ ମଧ୍ୟମ ଧରଣର ରହିବ । ନିଜ ଖୁସି ପାଇଁ ଆପଣ ବହୁତ ଟଙ୍କା ଖର୍ଚ କରିବେ । ଆଜି ନିଜ ଭିତରେ ଥିବା ପ୍ରତିଭା ଦ୍ଵାରା ଆପଣ ଖୁବ ଆଗକୁ ଯିବେ ଓ ଏହି ଗୁଣ ଯୋଗୁଁ ଆପଣଙ୍କ ନୂଆ ପରିଚୟ ସୃଷ୍ଟି ହେବ । ନୂଆ ଯୋଜନା କରିବେ ଓ ସେଥିରେ ସଫଳ ମଧ୍ୟ ମିଳିବ । ଏହା ସହିତ ଜୀବନରେ ଓ ଆଧ୍ୟାତ୍ମିକତାରେ ବି ସଫଳତା ମିଳିବ । ଆପଣ ବହୁତ ଭାବିଚିନ୍ତି କାମ କରୁଥିବା କାରଣରୁ ଆପଣ କୌଣସି ବଡ ସମସ୍ୟାରେ ଆଜି ଜୟଯୁକ୍ତ ହେବେ । ସାଙ୍ଗମାନଙ୍କ ସହ ଭଲରେ ଦିନ କଟିବ । ପରିବାରରେ କୌଣସି ଏକ ସଦସ୍ୟ ସହ ପାଟିତୁଣ୍ଡ ହୋଇପାରେ । ତେଣୁ ସାବଧାନ ହୋଇ ରହିବାକୁ ଚେଷ୍ଟା କରନ୍ତୁ ।

ବୃଷ

ଆଜି କୌଣସି ନୂଆ କାମ ଯଦି ଆରମ୍ଭ କରୁଛନ୍ତି ତେବେ କରନ୍ତୁ ନାହିଁ । ବିପଦ ଥିବା ନିବେଶରେ କେବେ ହେଲେ ନିବେଶ କରନ୍ତୁ ନାହିଁ । ଆଜି ଆପଣ କୌଣସି ବାଦ ବିବାଦରେ ପଡନ୍ତୁ ନାହିଁ ଓ କ୍ରୋଧ ଉପରେ ନିୟତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ଏହି ସମୟରେ ବିଚଳିତ ହୋଇପାରନ୍ତି ଓ ଆର୍ଥିକ ସମସ୍ୟା ମଧ୍ୟ ଆସିପାରେ । ବ୍ୟାପାରରେ ଯଦି ବଢାଇବାକୁ ଚେଷ୍ଟା କରୁଛନ୍ତି ତେବେ ଆପଣ ବହୁତ ଚେଷ୍ଟା କରନ୍ତୁ ଦେଖିବେ ନିଶ୍ଚିନ୍ତ ଭାବେ ସଫଳ ହେବେ । ଆପଣଙ୍କ ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରନ୍ତି ତେଣୁ ତାଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

ମିଥୁନ

ଆପଣଙ୍କ ପରାକ୍ରମରେ ବୃଦ୍ଧି ହେବା ସହିତ ମନୋବଳ ବି ବଢିବ । ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବ୍ୟବସାୟ ବଢିବ ଓ ନୂଆ ସମ୍ପର୍କ ଗଢି ଉଠିବା ସହିତ ଲାଭଦାୟକ ରହିବେ । ଏହି ସମୟ ଆପଣଙ୍କ ପାଇଁ ବହୁତ ସମସ୍ୟା ଭରା ରହିବ ଓ ବହୁତ ହଇରାଣ ହେବେ । ଅନ୍ୟମାନଙ୍କ ଠାରୁ ଉପହାର ପାଇବା ପରେ ବହୁତ ଖୁସି ହେବେ । ପୁରୁଣା ବ୍ୟବସାୟ ଥିବା ଲୋକଙ୍କ ପାଇଁ ଏହା ବହୁତ ଭଲ ସମୟ ଅଟେ । ସାମାଜିକ ସନ୍ଦର୍ଭରେ କାହାର ବଡ ଭୁଲ ପାଇଁ ଆପଣ ଫାସୀ ପାଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ

ଦେବା ନେବା କାର୍ଯ୍ୟରେ ଅଳ୍ପ ସାବଧାନ ରହିବାକୁ ଚେଷ୍ଟା କରନ୍ତୁ ଓ ଧନ ନିବେଶ କରିବା ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ । ଆଜି ଆପଣ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ ଯଦି ଆପଣ ଦେଉଛନ୍ତି ତେବେ ସେହି ଟଙ୍କା ଆସିବ ନାହିଁ । ଆର୍ଥିକ ସ୍ଥିତି ସୁଦୃଢ ରହିବ ଓ ଆଜି ଆପଣ କୌଣସି ଯାତ୍ରାରେ ଯଦି ଯାଉଛନ୍ତି ତେବେ ଯାଅନ୍ତୁ ନାହିଁ । ରୋଜଗାର କରୁଥିବା ଟଙ୍କା ଭବିଷ୍ୟତ ପାଇଁ ସଞ୍ଚୟ ରଖନ୍ତୁ । ସୁଖ ସମୃଦ୍ଧି ବଢିବ ଓ ସ୍ଵାସ୍ଥ୍ୟରେ କିଛି ଅସୁବିଧା ମଧ୍ୟ ହେବ ନାହିଁ । ଘରେ କୌଣସି ମାମଲାରେ ସାବଧାନ ରହିବାକୁ ଚେଷ୍ଟା କରନ୍ତୁ ।

ସିଂହ

ଆଜି କରିଥିବା ପ୍ରଚେଷ୍ଟା କିମ୍ବା ନିଜେ କରିଥିବା ପରିଶ୍ରମ ଦ୍ଵାରା ଆପଣଙ୍କୁ ସବୁ କାମରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ଓ କୌଣସି ଅସୁବିଧା ହେବ ନାହିଁ । ଭବିଷ୍ୟତ ପାଇଁ ଯେଉଁ କାର୍ଯ୍ୟ ଭାବିଛନ୍ତି ସେହି କାର୍ଯ୍ୟ ତୁରନ୍ତ କରିଦିଅନ୍ତୁ ଓ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ଗୁରୁଜନମାନଙ୍କ କଥା ମାନିବା ଦ୍ଵାରା ଆପଣଙ୍କୁ ବହୁତ ଶୁଭ ଫଳ ମିଳିବ । ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ ।  ଘରେ ଆସୁବିଧା ଆସିବାର ସମ୍ଭାବନା ଅଛି ।

କନ୍ୟା

ଖର୍ଚ ଅଧିକ ହୋଇପାରେ । କୌଣସି ନା କୌଣସି କାରଣରୁ ଆପଣଙ୍କ ଅଯଥା ଟଙ୍କା ନଷ୍ଟ ହେବ । ଆଜି ନିଜର ଏତେ ଖର୍ଚ ହେବ କି ଆପଣ କେବେ ବି ପୁରବାନୁମାନ କରିପାରିବେ ନାହିଁ । ଆଜି ଆପଣଙ୍କ ଦ୍ଵାରା ହେଉ କିମ୍ବା ନିଜର ବନ୍ଧୁଙ୍କ ଦ୍ଵାରା ବହୁତ ବଡ ସମସ୍ୟା ଦେଖା ଦେଇପାରେ । ଘରେ ଆପଣଙ୍କ କେହି ରୋଗରେ ପଡ଼ିପାରନ୍ତି । ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ କେବେ ହେଲେ କାହାକୁ କୁହନ୍ତୁ ନାହିଁ । ଆଜି ପରିବାରରେ ମନ ଖୋଲା କରି ମାଗି ପାରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ଅଛି କିଛି ଅସୁବିଧା ନାହିଁ, କିନ୍ତୁ ଆଜି ଅଳ୍ପ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ତୁଳା

ଆଜି ଆପଣଙ୍କ ଦିନ ମଧ୍ୟ ଧରଣ ରହିବ ଓ ଧନ ପ୍ରାପ୍ତି ହେବାର ସୁଯୋଗ ମଧ୍ୟ ଅଛି । ଯଦି ଆପଣ ଇଣ୍ଟରଭିୟୁକୁ ଯାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିଦେବ । ପରିବାରରେ ବଡ ସମସ୍ୟା ଦେଖା ଦେବ । ଦାମ୍ପଦ୍ୟ ଜୀବନରେ ବହୁତ ଭଲରେ କଟିବ ଓ ବ୍ୟବସାୟରେ ମଧ୍ୟମ ଧରଣର ଲାଭ ମିଳିବ । ମନ ଧ୍ୟାନ ଦେଇ ପାଠ ପଢିବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ଭଲ ଫଳ ମିଳିବ । ଆପଣ ଆଜି କିଛି ଘରର କାମରେ ଲିପ୍ତ ରହିବେ ଓ ସେହି କାମରେ ସଫଳ ମଧ୍ୟ ହେବେ ।

ବିଚ୍ଛା

ଆଜି ଆପଣଙ୍କ ଦିନ ପୁରା ଭଲ ରହିବ ଓ ଅନୁକୂଳ ରହିବ । ଲାଭ ମିଳିବା ସହିତ ସଫଳତା ମଧ୍ୟ ମିଳିବ । କାମରେ ଆସୁଥିବା ବାଧା ବିଘ୍ନ ମଧ୍ୟ ଦୂର ହେବ । ଯେଉଁ କାମ ଆଜି କରିବେ ସେହି କାମରେ ସଫଳତା ମିଳିବା ସହିତ କାର୍ଯ୍ୟରେ ଆସୁଥିବା ବାଧା ମଧ୍ୟ ଦୂର ହେବ । ବିଦେଶରେ ରହୁଥିବା କିଛି ଲୋକଙ୍କ ଠାରୁ ଆପଣଙ୍କୁ ଧନ ପ୍ରାପ୍ତି ହେବ । ନିଜ ଜୀବନ ସାଥିଙ୍କ ସହ ଭଲରେ ଦିନ କାଟିବେ । ପୁରୁଣା କାର୍ଯ୍ୟ ବର୍ତ୍ତମାନ ସମୟରେ ପୂର୍ଣ୍ଣ ହେବ । ପରିବାରରେ କୌଣସି କଥାକୁ ନେଇ ବଡ ସମସ୍ୟା ଆସିପାରେ । ଝିଅ ସାଙ୍ଗ ପାଖରୁ ସହାୟତା ମିଳିପାରେ । ନିଜର ଓ ପରିବାର ସୁଖ ପାଇଁ ଆପଣ ଆଜି ଏକ ନୂଆ ବିକଳ୍ପ ବାହାର କରିପାରନ୍ତି ।

ଧନୁ

ଆଜି ଆପଣଙ୍କ ଧାର୍ମିକ ମନ ବୃତି ବଢିବ । ସମାଜରେ ମାନ ସମ୍ମାନ ମିଳିବ । ଆଜି ଆପଣଙ୍କ ବିରୋଧୀ କିଛି ବି କରି ପାରିବେ ନାହିଁ ଓ ଅନ୍ୟ ଲୋକଙ୍କ ସାହାର୍ଯ୍ୟ କରିବା ପାଇଁ ସମୟ ବାହାର କରିବେ । ନିଜର ଭାଙ୍ଗି ଯାଇଥିବା କାର୍ଯ୍ୟ କିମ୍ବା ଅନ୍ୟ କିଛି ହେଉ ସେଥିରେ ଭାବିଛିନ୍ତି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ, ନଚେତ ବଡ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଆଜି ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହିତ ବ୍ୟାପାରରେ ମଧ୍ୟ ପ୍ରଚୁର ଲାଭ ମିଳିବ । ପରିବାର କୌଣସି ଏକ ଲୋକଙ୍କ ଠାରୁ ଆପଣଙ୍କୁ ସାହାର୍ଯ୍ୟ ମିଳିପାରେ ।

ମକର

ଆଜି ଆପଣ ପରିଶ୍ରମ ଅଧିକା କରିବେ କିନ୍ତୁ ଲାଭ କମ ପାଇବେ । ଏଥିରେ ଆପଣ ବ୍ୟଥିତ ନ ହୋଇ ପରିଶ୍ରମ କରି ଚାଳନ୍ତୁ  ଦେଖିବେ ଖୁବ ଶୀଘ୍ର ସଫଳତା ଆପଣଙ୍କ ପାଦ ଛୁଇଁବ । ଗାଡି ସାବଧାନ ହୋଇ ଚଳାଇବାକୁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କ ଦିନ ମଧ୍ୟମର ଧରଣ ରହିବ । ଏହି ସମୟରେ ଆପଣ ଅଳ୍ପ ଚିନ୍ତାରେ ରହିବେ । ଆଜି ଅନାବଶ୍ୟକ କାର୍ଯ୍ୟରେ ଆପଣ ଫସି ପାରନ୍ତି ଓ ନିଜର ଥିବା କୌଣସି ଏକ ଲୋକ ଠାରୁ ଆପଣଙ୍କୁ ଆଜି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପରିବାରରେ କାହା ସହିତ ଝଗଡା ହେବାର ସମ୍ଭାବନା ଅଛି ତେଣୁ ଅଳ୍ପ ସାବଧାନ ଓ ଦେଖି ରଖି ଚଳିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ

ଆଜି କାର୍ଯ୍ୟରେ କିଛି ବାଧା ଆସିପାରେ । ବାଦ ବିବାଦରେ ଆପଣଙ୍କ ଆଜି ମାନସିକ ପୀଡା ରହିପାରେ । ଭାଇ ଭଉଣୀଙ୍କ ସମ୍ପର୍କରେ ଦୃଢ ହେବ । ବିଦ୍ୟାର୍ଥୀମାନେ ମଧ୍ୟ କଠିନ ପରିଶ୍ରମ କରିବା ଦ୍ଵାରା ସଫଳତା ଅର୍ଜନ କରିବେ । ଆଜି କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ ଓ ଆଜିର ଦିନ ହିଁ ବହୁତ ଭଲ ଦିନ ଅଟେ । ପରିବାରରେ ପୁରା ସହଯୋଗ ମିଳିବ ନାହିଁ । ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ ନଚେତ ବହୁତ ବଡ ସମସ୍ୟାର ସମୁଖୀନ ହୋଇପାରନ୍ତି ।

ମୀନ

ଯଦି ଆପଣ ନୂଆ ରୋଜଗାର ଅପେକ୍ଷା କରିଛନ୍ତି ତେବେ ଏହି ସମୟ ସଠିକ ସମୟ ଅଟେ । ଆପଣ କାଳ ବିଳମ୍ବ ନ କରି ଶୀଘ୍ର ଆଗେଇ ଚାଳନ୍ତୁ ଏଥିରେ ଆପଣଙ୍କୁ ବହୁତ ଲାଭ ଦାୟକ ହେବ । ଅବିବାହିତ ଯୁବକମାନଙ୍କ ବିବାହ ହୋଇଯିବାର ସୁଯୋଗ ଅଛି । ରଚନାତ୍ମକ କାର୍ଯ୍ୟରେ ଆପଣ ସଫଳତା ହାସଲ କରିବେ । ବହୁତ କଷ୍ଟ ପରେ ଆଜି ଆପଣଙ୍କୁ ଭଲ ଲାଭ ମିଳିବ । ପରିବାରରେ କିଛି ସମସ୍ୟା ଦେଖା ଦେଇପାରେ ଓ କେହି ଜଣେ ନିଜ ଘରେ ଥିବା ବଡ ବ୍ୟକ୍ତିଙ୍କ କଥା ମାନି କାମ କରୁଛନ୍ତି ତେବେ ଏହା ଆପଣଙ୍କୁ ବହୁତ ଫାଇଦା ହେବ ।