ଆଜିର ରାଶିଫଳ, 17 ଡିସେମ୍ବର 2020, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ରାଶିର ଲୋକମାନଙ୍କୁ କିଛି ଖୁସି ଖବର ମିଳିପାରେ । କୌଣସି ବନ୍ଧୁଙ୍କ ସହ ଦେଖା ହୋଇପାରେ । ଆଜି ନିଜକୁ ସୁସ୍ଥ ଅନୁଭବ କରିବେ । ଆଜି ହେଉଛି ସଫଳତାର ଦିନ ଯେ କୌଣସି କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚୟ ହିଁ ସଫଳତା ପ୍ରାପ୍ତି କରିବେ । ଅଟକିଥିବା ଧନ ନିଶ୍ଚୟ ଫେରିପାଇବେ । ଯଦି କିଛି ଟଙ୍କା ଦାନ କରୁଛନ୍ତି ତେବେ ଏହା ଆପଣଙ୍କ ଗ୍ରହ ପାଇଁ ଭଲ ଅଟେ । ଆଜି ଆପଣଙ୍କୁ ସହକ୍ରମୀଙ୍କର ସହଯୋଗ ମିଳି ନ ପାରେ । ‘ଓଁ ହୂଂ ବିଷ୍ଣୱେ ନମ:’ମନ୍ତ୍ର ଜପ କରନ୍ତୁ ଘରର ଝଗଡା ଦୂର ହୋଇଯିବ ।

ବୃଷ

ଏହି ରାଶିର ବିଦ୍ୟର୍ଥୀଙ୍କ ପାଇଁ ଦିନଟି ବହୁତ ଭଲ ରହିବ । ପରିବାରର ପରିବେଶ ଅତ୍ୟନ୍ତ ଖୁସି ରହିବ । ଆଜି ଆପଣ ଭାଗ୍ୟଶାଳୀ ହୋଇପାରନ୍ତି । ଅଚାନକ କେଉଁଥିରେ ନିବେଶ କରି ଆରନ୍ତି । ଆଜି ଆପଣଙ୍କ ମୁଣ୍ଡରେ କିଛି ନୂଆ ଯୋଜନା ଆସିପାରେ । କାରୋବାର ମଧ୍ୟମ ଧରଣର ଚାଲିବ । କିନ୍ତୁ ଦୁଖର ସାମ୍ନା କରିବାକୁ ପଡିପାରେ । କାର୍ଯ୍ୟ କ୍ଷେତ୍ରରେ କାମର ଭାର ଅଧିକ ରହିପାରେ । ଯାହା ଦ୍ଵାରା ଆପଣ କ୍ଳାନ୍ତ ଅନୁଭବ କରିପାରନ୍ତି । ଘରୁ ବହିରିବା ସମୟରେ ମା ବାପାଙ୍କ ଗୋଡକୁ ଛୁଇଁ ଆଶୀର୍ବାଦ ନିଅନ୍ତୁ । ବିଗିଡିଥିବା କାମ ପୁରା ହୋଇଯିବ ।

ମିଥୁନ

ଆଜିର ଦିନଟି ଠିକ ଠାକ ରହିବ । ଚାକିରି କରୁଥିବା ଲୋକମାନଙ୍କୁ କିଛି ନୂଆ ଖବର ମିଳିପାରେ । ଆଜି ଘରକୁ ସଜାଇବାରେ ବହୁତ ରୁଚି ରଖିପାରନ୍ତି । ଅଚାନକ ଭାବରେ କୌଣସି ପୁରୁଣା ମିତ୍ରଙ୍କ ସହ ଦେଖା ହୋଇପାରେ । ଆଜି ଆପଣ ନୂଆ ଯୋଜନାରେ କାର୍ଯ୍ୟ ଆରମ୍ଭ କରିବେ । ପୁଣି ଯେଉଁ କାର୍ଯ୍ୟକୁ ବାଛିବେ ସେଥିରେ ନିଶ୍ଚତ ରୂପରେ ସଫଳ ହେବେ । ବହନ ଚଳାଇବା ସମୟରେ ଧ୍ୟାନ ରଖନ୍ତୁ । ସକାଳୁ ଓ ସନ୍ଧ୍ୟା ସମୟରେ ଘିଅର ଦୀପ ଜଳନ୍ତୁ, କଷ୍ଟର ନିବାରଣ ହୋଇଯିବ ।

କର୍କଟ

ଆଜିର ଦିନଟି ମିଶ୍ରିତ ରହିପାରେ । ପୁରୁଣା ସାଙ୍ଗ ସହ ଦେଖା ହୋଇପାରେ । ଯାହା ଦ୍ଵାରା ଭବିଷ୍ୟତରେ ବହୁତ ବଡ ଲାଭ ମିଳିପାରେ । ବ୍ୟବସାୟ କିମ୍ବା ଚାକିରିରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିପାରେ । ନୂଆ ଯୋଜନା ଉପରେ କାର୍ଯ୍ୟ କରି ପାରନ୍ତି । ଚାକିରି କରୁଥିବା ଲୋକମାନଙ୍କୁ ତାଙ୍କର ଉଚ୍ଚ ଅଧିକାରୀମାନଙ୍କ ସହଯୋଗ ମିଳିବ । ପୁରୁଣା କାର୍ଯ୍ୟ ପୁରା ହେବାର ସମ୍ଭାବନା ଅଛି । ପକ୍ଷୀମାନଙ୍କୁ ଅଟା ଖୁଆନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ବାଧା ଦୂର ହୋଇଯିବ ।

ସିଂହ

ଏହି ରାଶିର କାରୋବାରୀମାନଙ୍କୁ ଟଙ୍କା ମାମଲାରେ ଲାଭ ମିଳିପାରେ । ଅଫିସରେ କାର୍ଯ୍ୟ ସହଜରେ ହୋଇଯିବ । ମାତା ପିତାଙ୍କର ଆଦେଶ ମାନି କାର୍ଯ୍ୟ କରନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ । ଆଜି ଦିନରେ କିଛି ଦାନ କରିଥିବା ଜିନିଷ ମନକୁ ଶାନ୍ତି ଦେଇପାରେ । ଆପଣ ବାଦ ବିବାଦ ମାମଲାକୁ କଥାବାର୍ତ୍ତା ସହିତ ଶାନ୍ତି ମନରେ କରିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଯାତ୍ରାର ଭଲ ଯୋଗ ଅଛି । ଆର୍ଥିକ ଲାଭର ସମୟ ଅନୁକୂଳ ରହିଛି । ସ୍ୱାସ୍ଥ୍ୟ ବହୁତ ଭଲ ରହିବ ।

କନ୍ୟା

ଭବିଷ୍ୟତ ବହୁତ ଭଲ ବନେଇବାକୁ ହେଲେ ନୂଆ ରାସ୍ତା ବାଛିବାକୁ ପଡିପାରେ । ସେଥିପାଇଁ ଆର୍ଥିକ ସ୍ଥିତି ବହୁତ ମଜୁବୁତ ବନେଇବାକୁ ପଡିବ । ପ୍ରେମ ଜୀବନରେ ବହୁତ ମଧୁରତା ଆସିପାରେ । ଘରର ସାଜ ସଜ୍ଜା ତଥା ଅନ୍ୟ ବିଷୟ ପ୍ରତି ଆପଣଙ୍କର ରୁଚି ବଢିପାରେ । ମା ବାପାଙ୍କ ସହିତ ଭଲ ସମବନ୍ଧ ରହିବ । କାର୍ଯ୍ୟକ୍ଷେତ୍ରରେ କାମ ଅଧିକ ରହିଥିବାରୁ ପରିଶ୍ରମ ମଧ୍ୟ ଅଧିକ କରିବାକୁ ପଡିପାରେ । ଗରିବ ଲୋକମାନଙ୍କୁ ହଳଦିଆ ବସ୍ତ୍ର ଦାନ କରନ୍ତୁ ଆପଣଙ୍କର ଭାଗ୍ୟଉଦୟ ହେବ ।

ତୁଳା

ଏହି ରାଶିର ଛାତ୍ରମାନଙ୍କ ପାଇଁ ଦିନଟି ଖୁବ ଭଲ ଅଛି । ପ୍ରେମ ପ୍ରସଙ୍ଗରେ ଆପଣଙ୍କୁ ସଫଳତା ଅଧିକ ମିଳିପାରେ । ଦାମ୍ପତ୍ୟ ଜୀବନ ଭଲ ରହିବ । ଆଜି ଯେ କୌଣସି କାମକୁ ପୁରା କରିବେ ସେଥିରେ ନିଶ୍ଚିତ ରୂପରେ ସଫଳତା ମିଳିବ । ଯାହା ବି କାମ କରୁଛନ୍ତି ତାହା ନିଜେ ହିଁ କରନ୍ତୁ । କୌଣସି ଭଲ ଖବର ମିଳିପାରେ । ଆଜି ଋଣରୁ ମୁକ୍ତ ପାଇଯିବେ । ଉଚ୍ଚ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ । ଶ୍ରୀ ହରି ବିଷ୍ଣୁ ମନ୍ତ୍ର ଓମ ନମୋ ଭଗବତେ ନାରାୟଣାୟ’ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ, ଧନ ଲାଭ ହେବ ।

ବିଚ୍ଛା

କିଛି ଲୋକମାନେ ସାହାଯ୍ୟ କରିବା ଦ୍ଵାରା ଆପଣଙ୍କର କାମ ପୁରା ହୋଇଯିବ । ଛାତ୍ରମାନେ ଆଜି ଯେ କୌଣସି ପରୀକ୍ଷା ଦେବେ ସେମାନେ ଅବଶ୍ୟ କୃତକାର୍ଯ୍ୟ ହେବେ । ସବୁ ଦିନର କାର୍ଯ୍ୟରେ ନିଶ୍ଚୟ ଆପଣଙ୍କୁ ଲାଭ ମିଳିପାରେ । ବ୍ୟବସାୟରେ ଅଟକିଥିବା ଧନ ନିଶ୍ଚୟ ଫେରିପାଇବେ । ପରିବାରରେ ଆଦାରର ଲହରୀ ଖେଲିଯିବ । ବିଦେଶ ଯାତ୍ରା ଆପଣ କରିପାରନ୍ତି । ପୁଣି ଝଗଡା କରୁଥିବା ବ୍ୟକ୍ତି ସହିତ ବାଦ ବିବାଦ କରିବା ଦ୍ଵାରା ଆପଣଙ୍କର ମୁଡ ଅଧିକ ଖରାପ ହୋଇପାରେ । ମନ୍ଦିରରେ ଚଣା ଡାଲି ଦାନ କରନ୍ତୁ, ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ

ଆପଣ ବିଶ୍ଵାସର ସହିତ କାମ କରନ୍ତୁ ସେଥିରୁ ଆପଣଙ୍କୁ ଲାଭ ମିଳିବ । ଜୀବନସାଥିଙ୍କ ସହ ଭଲରେ ଦିନ କଟିବ । କର୍ମ କ୍ଷେତ୍ରରେ କିଛି ନୂଆ କରିବାକୁ ସୁଯୋଗ ମିଳିବ । ଆପଣଙ୍କର ଥିବା ଦୂର ସାଙ୍ଗ ଆପଣଙ୍କ ସହ ଦେଖା ହୋଇପାରେ । ଆପଣ ଆଜି କିଛି ନିବେଶ କରିପାରନ୍ତି । ବ୍ୟବସାୟ ଲାଭଦାୟକ ହେବ । କୋଟା କଚେରୀ ମାମଲାରୁ ଆଜି ଅଳ୍ପ ଦୂରେଇ ରହିବା ଭଲ ହେବ ।  ପରିବାରରେ ଶାନ୍ତି ରହିବା ସହିତ ସମସ୍ତେ ଖୁସିରେ ରହିବେ । ଅନାଥଳାୟରେ କିଛି ଦାନ କରନ୍ତୁ । ଜୀବନରେ କିଛି ଲୋକମାନଙ୍କ ସାହାଯ୍ୟ ମିଳିବ ।

ମକର

ଆଜିର ଦିନଟି ଉତ୍ତମ ରହିବ । ଆପଣଙ୍କର ଅଧୁରା କାମ ପୁରା ହୋଇଯିବ । ଆପଣ କରିଥିବା ଗୁପ୍ତା ଯୋଜନାରୁ କିଛି ଛୋଟ ମୋଟ ସମସ୍ୟା ଦେଖା ଦେଇପାରେ ସେଥିପାଇଁ ଅଳ୍ପ ସତର୍କ ରୁହନ୍ତୁ । କୌଣସି ଏକ ନୂଆ ସାଙ୍ଗ ଠାରୁ ଉପହାର ମିଳିପାରେ ଓ ଆପଣଙ୍କର ଆଜି ବହୁତ ଖର୍ଚ ମଧ୍ୟ ହୋଇପାରେ । ଆପଣଙ୍କର ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଆସିପାରେ । ବାଣୀ ଉପରେ ସଂଯମତା ରଖନ୍ତୁ । ଆପଣଙ୍କର ପରିଶ୍ରମ ବେକାର ଯିବ ନାହିଁ ବିଶ୍ଵାସ ରଖନ୍ତୁ । ଭଗବାନ ବିଷ୍ଣୁ ଉପରେ ବସ୍ତ୍ର ଚଢାନ୍ତୁ, ଘରେ ସୁଖ ଶାନ୍ତି ରହିବ ।

କୁମ୍ଭ

ଆଜି ଆପଣଙ୍କର ଟଙ୍କା କେଉଁଠି ଅଟକିପାରେ । ଆପଣ ନିଜେ ହିଁ ନିଜର ଖରାପ ସମୟକୁ ଟାଣି ଆଣିବେ ତେବେ ଅଳ୍ପ ସତର୍କ ରୁହନ୍ତୁ । ପରିବାରର ସଦସ୍ୟଙ୍କ ସହ ଭଲରେ ଦିନ କାଟିବେ ଓ ସମସ୍ତଙ୍କ ସହ ଖୁସିରେ ରହିବେ । ଆପଣଙ୍କ କୌଣସି ଏକ ନୂଆ ସାଙ୍ଗ ସହ ଭେଟ ହେବ ଏହା ସହିତ ପ୍ରିୟ ସାଙ୍ଗ ସହ ଭେଟ ହେବା ଦ୍ଵାରା ବହୁତ ଖୁସି ଅନୁଭବ କରିବେ । ବ୍ୟାପାର ବାଣିଜ୍ୟ ଭଲ ଚାଲିବା ସହ ଆର୍ଥିକ ସ୍ଥିତି ମଜବୁତ ହେବ । ପକ୍ଷୀମାନଙ୍କୁ ଦାନା ଖୁଆନ୍ତୁ, ଅଟକିଥିବା ଟଙ୍କା ମିଳିଯିବ ।

ମୀନ

ଆଜିର ଦିନଟି ସାମାନ୍ୟ ରହିବ । ଛୋଟୋ ଛୋଟୋ କଥାରେ ବିରକ୍ତ ହୁଅନ୍ତୁ ନାହିଁ । ଆପଣଙ୍କର ଯଦି କେଉଁଠାରୁ ଧନ ଆସିବାର ଅଛି ତେବେ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ ଏହା ଆପଣଙ୍କୁ ନିଶ୍ଚିନ୍ତ ରୂପେ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ ଓ ସକରାତ୍ମକ ଚିନ୍ତାଧାର ଯୋଗୁଁ ଭଲ ଜିନିଷରେ ନିବେଶ କରିଥିବା ଟଙ୍କା ଆପଣଙ୍କୁ ମିଳିପାରେ । ଜୀବନରେ ବହୁତ ଚ୍ୟାଲେଞ୍ଜ, ଅହଂକାର ଓ ସଘର୍ଷ ମୟ ଜୀବନ ଭରପୁର ଅଛି । ଗାଈମାନଙ୍କୁ ରୋଟି ଖୁଆନ୍ତୁ, ଶୁଭ ସମାଚାର ମିଳିପାରେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।